ମାଟିର ବଇରୀ ମଣିଷ

ଥିବୀରେ ବଞ୍ଚିବା ଲାଗି ମଣିଷ ପାଇଁ ପାଣି ଓ ବାୟୁ ଯେମିତି ଜରୁରୀ, ମାଟି ବି ସେମିତି ଜରୁରୀ। କିନ୍ତୁ ମଣିଷ ହିଁ ମାଟିର ବଇରୀ ଭଳି କାମ କରିଚାଲିଛି। ଯେଉଁ ମାଟି ମଣିଷକୁ ବଞ୍ଚେଇ ରଖିଛି, ଆଜି ମଣିଷର ଅସ୍ବାସ୍ଥ୍ୟକର ଓ ଅବିବେକୀ ବ୍ୟବହାର ସେହି ମାଟିର କ୍ଷୟ ଓ ପ୍ରଦୂଷଣକୁ ବହୁଗୁଣିତ କରିାଲିଛି। ଏକଥା ସତ, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ମାଟି ଖରାପ ହୁଏ। କିନ୍ତୁ କିଛିଦିନ ଭିତରେ ପ୍ରକୃତି ସେହି ଖରାପ ମାଟିକୁ ଭଲ ମାଟିରେ ବଦଳାଇ ଦିଏ। ହେଲେ ମଣିଷର ଅବିବେକୀ କାର୍ଯ୍ୟକଳାପ ଦ୍ୱାରା ମାଟି ଥରେ ଖରାପ ହେଲା ପରେ ପ୍ରକୃତି ଦ୍ୱାରା ତାହା ସହଜରେ ଭଲ ମାଟିରେ ପରିଣତ ହୋଇପାରେ ନାହିଁ।
ମାଟିକୁ ମାଆର ସମ୍ମାନ ଦିଆଯାଏ। କାହିଁକି ନା, ମଣିଷ ମାଆ କୋଳରେ ସିନା ଜନ୍ମ ନିଏ, କିନ୍ତୁ ଖେଳେ ମାଟି ଉପରେ ଓ ବଡ଼ ହୁଏ ମାଟିର କୋଳରେ। ମାଟି ହେଉଛି ମଣିଷ ଜୀବନର ପୃଷ୍ଠଭୂମି। ସେଥିପାଇଁ ମାଟିର ଯେ କୌଣସି ପ୍ରକାରର ପରିବର୍ତ୍ତନ ମାନବ ଜାତିକୁ ପ୍ରଭାବିତ କରିବ। ମାଟି ପ୍ରଦୂଷିତ ହେଲେ ମାନବ ଜାତିର ଅଗ୍ରଗତି ବାଧାପ୍ରାପ୍ତ ହେବ। ଆମେ ଯେଉଁ ମାଟି ଦେଖୁ, ତାହା ଆଜି କି ଗତକାଲି ତିଆରି ହୋଇନାହିଁ। ଆଞ୍ଜୁଳାଏ ମାଟି ତିଆରି ହେବାପାଇଁ ଶହ ଶହ ବର୍ଷ ଲାଗିଛି। ଦୁଃଖର କଥା, ଆଜି ମାଟି ଅଛି, କିନ୍ତୁ ମଣିଷର ଅବିବେକୀ କାର୍ଯ୍ୟକଳାପ ହେତୁ ତାହାର ମାଟିତ୍ୱ ନାହିଁ। ମାଟିରେ ଅତିମାତ୍ରାରେ ବିଷାକ୍ତ ରାସାୟନିକ ଯୌଗିକ, ଲବଣ, ରୋଗ ସୃଷ୍ଟିକାରୀ ଅଣୁଜୀବ ଓ ତେଜସ୍କ୍ରିୟ ଉପାଦାନମାନ ରହି ତାକୁ ପ୍ରଦୂଷିତ କରିଛି। ମାଟିରେ ଅଧିକ ପରିମାଣରେ କାଗଜ, ଟିଣ, ପାଉଁଶ, ଧାତୁ, ପ୍ଲାଷ୍ଟିକ୍‌, ଯନ୍ତ୍ରାଂଶ, ସିରାମିକ୍‌, କା, ପଲିଥିନ୍‌, ବିଷ୍ଠା, ସିମେଣ୍ଟ, ଇଟା, ସାର, କୀଟନାଶକ, କାଠ ଇତ୍ୟାଦି ପଦାର୍ଥ ରହିବା ଫଳରେ ତାହା ଆଉ ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ। କଳକାରଖାନା, କୃଷିକାର୍ଯ୍ୟ, ଘରୋଇ ଆବର୍ଜନାରୁ ବାହାରୁଥିବା ବର୍ଜ୍ୟବସ୍ତୁ ମାଟିକୁ ନଷ୍ଟ କରୁଛି। ପ୍ଲାଷ୍ଟିକ୍‌ ଉପକରଣ ତିଆରି କଳକାରଖାନା ଓ ବୟନ ଶିଳ୍ପରୁ ବାହାରୁଥିବା ପ୍ଲାଷ୍ଟିକ୍‌ ଖଣ୍ଡ, ପଲିଥିନ୍‌, ରଙ୍ଗ, ତୁଳାଗୁଣ୍ଡ ଓ ବିଭିନ୍ନ ରାସାୟନିକ ଦ୍ରବ୍ୟ ମାଟିରେ ମିଶି ମାଟିକୁ ଅମାଟି କରିଦେଉଛି। ଅଠା ଓ ରଙ୍ଗ ପ୍ରସ୍ତୁତକାରୀ କାରଖାନାରୁ ବାହାରୁଥିବା ଫେନଲ୍‌, ଫର୍ମାଲଡିହାଇଡ୍‌ ଓ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ମାଟିକୁ ବ୍ୟବହାର ଅନୁପଯୋଗୀ କରି ଦେଉଛି। ତାପଜ ବିଦ୍ୟୁତ୍‌ କେନ୍ଦ୍ର ଓ ଇସ୍ପାତ କାରଖାନାରୁ ବାହାରୁଥିବା ତରଳ ଓ କଠିନ ବର୍ଜ୍ୟବସ୍ତୁ ମାଟିର ଗୁଣକୁ ନଷ୍ଟ କରୁଛି। ଖାଲି ସହର ମଣିଷ ନୁହେଁ, ଗାଆଁର ମଣିଷ ବି ଚାଷ କାମ ଛାଡ଼ିଲା ପରେ ମାଟିର ମମତାକୁ ପାସୋରି ଦେଇଛି।
ପଚାଶ ବର୍ଷ ତଳେ ଗାଆଁର ମାଟି ଓ ଗାଆଁ ମୁଣ୍ଡରେ କ୍ଷେତ ଠିକ୍‌ ଥିଲା। ଜମି ଚାଷ ହେଉଥିଲା। ଜମି ଥିଲା ଜୀବିକା। ତେଣୁ ମଣିଷ ମାଟିକୁ ପୂଜା କରୁଥିଲା। ମାଟିକୁ ପୂଜା କରିବା ଲାଗି ଆମ ସଂସ୍କୃତିରେ ଅନେକ ପର୍ବପର୍ବାଣି ରହିଥିଲା। ଏବେ ସମସ୍ତେ ସହରମୁହାଁ। ଯିଏ ବି ଗାଆଁରେ ରହୁଛି, ସେ ଆଉ ଚାଷ କରୁନି। ସେ କାହିଁକି ମାଟିକୁ ପୂଜା କରିବ? ସେ କାହିଁକି ମାଟିକୁ ସମ୍ମାନ ଦେବ? ପଚାଶ ବର୍ଷ ତଳେ ଆମର ଜେଜେ ଜେଜେମା’ ନାନା ପ୍ରକାର ଉଦ୍ଭିଦର ଔଷଧୀୟ ଗୁଣ ବିଷୟରେ ଜାଣିଥିଲେ। ସେହି ଉଦ୍ଭିଦର ଚେର, ମୂଳ, ପତ୍ର, ଫୁଲ ଓ ଫଳକୁ ଖାଇ ନୀରୋଗ ରହୁଥିଲେ। କିନ୍ତୁ ଆଜି ସେହି ଗଛଲତା ଆଉ ଦେଖିବାକୁ ମିଳୁନାହିଁ। ମାଟି ଖରାପ ହେଲା ପରେ ସେସବୁ ଗଛଲତା ଲୋପ ପାଇଗଲା। ମୁଁ ଯାହା ଶୁଣିଛି, ଆଗରୁ କାମ କରୁ କରୁ ଗୋଡ଼ହାତ ଖଣ୍ଡିଆ ହେଲେ ଲୋକ କ୍ଷତସ୍ଥାନରେ ମଲମ ବଦଳରେ ମାଟି ଲଗେଇ ଦେଉଥିଲେ। ଆମକୁ କଥାଟା ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ମାଟି ଲଗେଇ ଦେଲେ କ୍ଷତ ଶୁଖିଯାଉଥିଲା। ସେତେବେଳର ମାଟିରେ ବୋଧହୁଏ ଔଷଧୀୟ ଗୁଣ ଥିଲା। ହେଲେ ଆଜି ସେହି ମାଟି ବିଷ ହୋଇଯାଇଛି। ସେହି ବିଷାକ୍ତ ପ୍ରଦୂଷିତ ମାଟିକୁ କ୍ଷତ ସ୍ଥାନରେ ଲଗେଇବାର ପ୍ରଶ୍ନ ଉଠୁନି। ଗତକାଲିର ଶୁଦ୍ଧ ମାଟିକୁ ମଣିଷ ହିଁ ଅଶୁଦ୍ଧ କରିଦେଇଛି। ମାଟିରେ ରାସାୟନିକ ସାର ଓ କୀଟନାଶକର ଉପସ୍ଥିତି ମଣିଷ ପାଇଁ ବିପଜ୍ଜନକ ପ୍ରମାଣିତ ହେଉଛି।
ମଣିଷର କାର୍ଯ୍ୟକଳାପ ପାଇଁ ଯେଉଁ ବିଷାକ୍ତ ଉପାଦାନ ମାଟିରେ ମିଶୁଛି, ତାହା ମାଟିରୁ ଗଛଲତା ଭିତରକୁ ପ୍ରବେଶ କରି ଶେଷରେ ମଣିଷ ଶରୀରକୁ ଯାଉଛି। ତେଣୁ ମଣିଷ ବିଭିନ୍ନ ଜଣାଅଜଣା ରୋଗର ଶିକାର ହେଉଛି। ତେଣୁ ମାଟିର ଶୁଦ୍ଧତା ଦିଗରେ ପଦକ୍ଷେପ ନେବା ଜରୁରୀ। ବିଭିନ୍ନ କିସମର ବର୍ଜ୍ୟବସ୍ତୁ ଦ୍ୱାରା ମାଟି ଖରାପ ହୁଏ। ଯେଉଁ ନିର୍ମାଣ କୌଶଳରେ କମ୍‌ ବର୍ଜ୍ୟବସ୍ତୁ ବାହାରିବ ଓ ମାରାତ୍ମକ ବର୍ଜ୍ୟବସ୍ତୁ ବାହାରିବ ନାହିଁ, ସେହି କୌଶଳକୁ ସ୍ବାଗତ କରାଯାଉ। ବିପଦ ସୃଷ୍ଟିକାରୀ ଓ ବିଘଟିତ ହେଉ ନ ଥିବା ବର୍ଜ୍ୟବସ୍ତୁକୁ କମ୍‌ କରିବା ପାଇଁ ଉନ୍ନତ ବ୍ୟବସ୍ଥା ହେଉ। ବ୍ୟବହୃତ ଜିନିଷକୁ ଆଉ ଥରେ କଞ୍ଚାମାଲ୍‌ ରୂପରେ ବ୍ୟବହାର କରାଯାଇପାରିବ। ଅଦରକାରୀ ବର୍ଜ୍ୟବସ୍ତୁକୁ ଏଣେ ତେଣେ ଖୋଲାରେ ନ ପକେଇ ମାଟି ତଳେ ପୋତି ସେଥିରୁ ଦରକାରୀ କମ୍ପୋଷ୍ଟ ପ୍ରସ୍ତୁତ କରି ହେବ। ଜୀବଜନ୍ତୁ ଓ ମଣିଷଠାରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଏକତ୍ରିତ କରି ବାୟୋଗ୍ୟାସ୍‌ ମିଳିପାରିବ। ପାଉଁଶକୁ କୃଷିକ୍ଷେତ୍ରରେ ପ୍ରୟୋଗ କରିବା ଉିତ। ତାପଜବିଦ୍ୟୁତ୍‌ କେନ୍ଦ୍ରରୁ ବାହାରୁଥିବା ପାଉଁଶରେ ଇଟା ତିଆରି କରିହେବ। କମ୍‌ ବର୍ଜ୍ୟବସ୍ତୁ ବାହାରୁଥିବା କଞ୍ଚାମାଲ୍‌ କାରଖାନାରେ ବ୍ୟବହାର କରାଯିବ। ମାଟିକୁ ସୁସ୍ଥ ରଖିବା ସକାଶେ କଡ଼ା ଆଇନ ରହିବ। ଏମିତି କିଛି ପଦକ୍ଷେପ ନେଲେ ମାଟିର ଦୁଃଖ କିଛି ମାତ୍ରାରେ ଲାଘବ ହେବ।

ଡ. କମଳାକାନ୍ତ ଜେନା
ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ, ଭଦ୍ରକ ସ୍ବୟଂଶାସିତ ସରକାରୀ କଲେଜ, ଭଦ୍ରକ
ମୋ:୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?