ଶିକ୍ଷାର ମାନବବାଦୀ ଆଭିମୁଖ୍ୟ

କ୍ଷା ହେଉଛି ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ତଥା ଜାତୀୟ ଆଶା, ଆକାଂକ୍ଷା ଓ ସ୍ବପ୍ନର ରୂପକାର। ସୁସମାଜ ଗଠନ ନିମନ୍ତେ ଶିକ୍ଷକମାନେ ଆଜିର ଶିଶୁମାନଙ୍କୁ ଶିକ୍ଷାଦାନ କରିଥାନ୍ତି। ପ୍ରଗତିଶୀଳ ଶିକ୍ଷା ମାଧ୍ୟମରେ ଶିକ୍ଷାର୍ଥୀମାନେ ଶିକ୍ଷାଗ୍ରହଣକରି ନବ ପ୍ରସ୍ଫୁଟିତ ସୂର୍ଯ୍ୟର କିରଣ ଭଳି ତେଜୀୟାନ ହୋଇ ରାଷ୍ଟ୍ରକୁ ତଥା ଏକ ଜାତିକୁ ପ୍ରଗତି ଆଡ଼କୁ ନେଇଥାନ୍ତି। ଏକ ପ୍ରଗତିଶୀଳ ଶିକ୍ଷାର ପରିସର ବ୍ୟାପକ। ଏହି ବ୍ୟାପକ ପରିସର ମଧ୍ୟରେ ଶିକ୍ଷାର ଆଭିମୁଖ୍ୟ ବହୁମୁଖୀ ସଦୃଶ। ଯେମିତି ଶିକ୍ଷାର ଭାରତୀୟ ଆଭିମୁଖ୍ୟ ମନୁଷ୍ୟକୁ ପରିବେଶ, ଈଶ୍ୱର, ମାନବ ଶରୀର ତଥା ଆତ୍ମାର ସଂଗତି ସହ ଅନ୍ତର୍ଭୁକ୍ତ କରାଇଥାଏ, ଅନୁରୂପ ଭାବେ ଶିକ୍ଷାର ମାନବବାଦୀ ଆଭିମୁଖ୍ୟ ମନୁଷ୍ୟକୁ ସର୍ବଦା ଉତ୍ତମ ଏବଂ ଦାୟିତ୍ୱବାନ ଭାବେ ବିବେଚନା କରିଥାଏ। ବିଶ୍ୱ ନିୟନ୍ତାଙ୍କ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟର ଶିକ୍ଷା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହି ଶିକ୍ଷା ହେଉଛି ଅଭିଜ୍ଞତା, ଅଧ୍ୟୟନ କିମ୍ବା ନିର୍ଦ୍ଦେଶ ମାଧ୍ୟମରେ ନୂତନ ଜ୍ଞାନକୌଶଳ, ଆଚରଣ, ମନୋଭାବ ମୂଲ୍ୟ ହାସଲ କରିବାର ପ୍ରକ୍ରିୟା। ମନୁଷ୍ୟର ଷଷ୍ଠ ଇନ୍ଦ୍ରିୟ (ଚେତନାର ଇନ୍ଦ୍ରିୟ), ଧୀଶକ୍ତି, ବୁଦ୍ଧି, ବିଚାର, ବିବେକ ହେଉଛି ଅନନ୍ୟ ଓ ଅସାଧାରଣ ତେଣୁ ମନୁଷ୍ୟ ଶିକ୍ଷା ଲାଭ କରେ। ଏହା ମନୁଷ୍ୟକୁ ବ୍ୟକ୍ତିଗତ ଓ ବୃତ୍ତିଗତ ବିକାଶରେ ପରିବର୍ତ୍ତନଶୀଳ ପରିସ୍ଥିତି ସହ ଖାପ ଖୁଆଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଯେଉଁ ଶିକ୍ଷା ମାନବ ସଭ୍ୟତାକୁ ଅନ୍ଧାରରୁ ଆଲୋକକୁ ଟାଣେ, ଯେଉଁ ଶିକ୍ଷା ଭୁଲ୍‌ ଠିକ୍‌ର ବିଚାର କରିଥାଏ, ଯେଉଁ ଶିକ୍ଷା ମନୁଷ୍ୟକୁ ସୃଷ୍ଟିର ରହସ୍ୟ ବିଷୟରେ ସୂଚନା ଦିଏ, ଯେଉଁ ଶିକ୍ଷା ଭଗବାନଙ୍କର ସତ୍ତା ସମ୍ବନ୍ଧରେ ସମ୍ୟକ୍‌ ଧାରଣା ଦିଏ, ଯେଉଁ ଶିକ୍ଷା ମନୁଷ୍ୟକୁ ପ୍ରାଣୀ ଜଗତର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥାଏ ସେହି ଶିକ୍ଷାକୁ ପ୍ରାପ୍ତ କରି ମନୁଷ୍ୟ ବିଶ୍ୱ ବ୍ରହ୍ମାଣ୍ଡକୁ ନିଜ ନିୟନ୍ତ୍ରଣ ମଧ୍ୟରେ ରଖିଛି।
ଶିକ୍ଷଣ ଉଭୟ ମାନବବାଦୀ ଓ ଗଠନମୂଳକ ଆଭିମୁଖ୍ୟ ଅଲୌକିକ କିମ୍ବା ଈଶ୍ୱରୀୟ ଜ୍ଞାନ ଅପେକ୍ଷା ମଣିଷ ଉପରେ ଧ୍ୟାନ ଦେଇଥାଏ। ମାନବବାଦୀ ତତ୍ତ୍ୱ ବିଶ୍ୱାସ କରେ ଯେ ବ୍ୟକ୍ତିର ସାମାଜିକ, କୌଶଳ, ଭାବନା, ବୁଦ୍ଧି, କଳାତ୍ମକ ଦକ୍ଷତା, ବ୍ୟବହାରିକ କୌଶଳ, ଆତ୍ମନିର୍ଭରଶୀଳତା, ଲକ୍ଷ୍ୟ ଏବଂ ପୂର୍ଣ୍ଣ ସ୍ବାଧୀନତା ଶିକ୍ଷାର ଏକ ଅଂଶବିଶେଷ। ତେଣୁ ବ୍ୟକ୍ତିଟି କିପରି ବାସ୍ତବତାକୁ ଅନୁଭବ କରି ଶିକ୍ଷଣଟି ଉପଭୋଗ କରିବ ତାହା ଚିନ୍ତାଜନକ। ମାନବବାଦୀ ତତ୍ତ୍ୱ ଅନୁସାରେ ବ୍ୟକ୍ତିଟି ଶିକ୍ଷା ଗ୍ରହଣ ସମୟରେ, ବ୍ୟକ୍ତିଟିର ସମସ୍ତ ମୌଳିକ ଆବଶ୍ୟକତା ପୂରଣ କରିବା ନିହାତି ଜରୁରୀ। ତେଣୁ ବାସ୍ତବିକ ଶିକ୍ଷାଦାନ ସମୟରେ ବ୍ୟକ୍ତିର ସମସ୍ୟା କ’ଣ ତାହା ଉପରେ ଗୁରୁତ୍ୱାରୋପ କରିବା ଉଚିତ। ଶ୍ରେଣୀଗୃହରେ ଶିକ୍ଷାଦାନ କରିବା ଶିକ୍ଷାର ଏକମାତ୍ର ଅର୍ଥ ନୁହେଁ ବରଂ ବାହ୍ୟଜଗତ ସହ ବ୍ୟକ୍ତିଟିକୁ ପରିଚିତ କରାଇ, ତା’ର ବୌଦ୍ଧିକ ବିକାଶ କରିବା ଉଚିତ। ମାନବବାଦୀ ମନୋବିଜ୍ଞାନୀମାନଙ୍କ ମତରେ ଶିକ୍ଷାର୍ଥୀମାନେ ଅନ୍ତର୍ନିହିତ ଭାବେ ଭଲ ଏବଂ ସେମାନଙ୍କର ସମସ୍ତ ଆବଶ୍ୟକତା ପୂରଣ ହେଲେ ଶିକ୍ଷଣ ପ୍ରକ୍ରିୟାଟିର ପ୍ରକୃତ ମୂଲ୍ୟବୋଧ କରାଯାଇପାରିବ। ସାଧାରଣ ଭାବେ ଦେଖିବା ପାଇଁ ଗଲେ ଶିକ୍ଷାର୍ଥୀଟି ସର୍ବଦା ସର୍ବୋତ୍ତମ ପ୍ରଦର୍ଶନ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ କୌଣସି ଭାବପ୍ରବଣତାର ବଶବର୍ତ୍ତୀ ହୋଇ ଭୁଲ୍‌କାର୍ଯ୍ୟ କରିଥାନ୍ତି। ତେଣୁ ସେମାନଙ୍କୁ ଭୁଲ୍‌ ଓ ଠିକ୍‌ର ସଂଜ୍ଞା ବିଷୟରେ ବିଶେଷତଃ ପରିଚିତ କରାଇବା ପାଇଁ ପଡ଼ିଥାଏ। ବିବ୍ରତ ଓ ଦୁଃଖିତ ଥିବା ଛାତ୍ରୀଛାତ୍ରମାନେ ସମ୍ଭବତଃ ଶିକ୍ଷଣ ଉପରେ ଖୁବ୍‌ କମ୍‌ ଧ୍ୟାନ ଦେଇଥାନ୍ତି। ଏଭଳି ପରିସ୍ଥିତିରେ ଜଣେ ଆଦର୍ଶ ଶିକ୍ଷକ ଭାବେ ଶ୍ରେଣୀ ଗୃହରେ ଶୈଖିକ ବାତାବରଣ ସୃଷ୍ଟି କରିବାକୁ ପଡ଼ିଥାଏ। ଏହି ପରିବେଶ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷା ଗ୍ରହଣ ପାଇଁ ଆରାମଦାୟକ ହୋଇଥାଏ, ଯେଉଁଠି ସେମାନେ ନିଜକୁ ସମ୍ପୂର୍ଣ୍ଣ ନିରାପଦ ମନେକରନ୍ତି।
ମାନବବାଦୀ ଆଭିମୁଖ୍ୟ ଅନୁସାରେ ଶୈଖିକ ପଦ୍ଧତିଟି ଶିକ୍ଷାର୍ଥୀକୈନ୍ଦ୍ରିକ ହୋଇଥିବାରୁ ଶିକ୍ଷାର୍ଥୀମାନେ ଶିକ୍ଷାଗ୍ରହଣ କରିବାକୁ ଅନାଦର ଭାବ ପୋଷଣ କରନ୍ତି ନାହିଁ। ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟକଲେ ଏହା ସହଜରେ ଅନୁମେୟ କରି ହୁଏ ଯେ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାଟି ମାନବବାଦୀ ଆଭିମୁଖ୍ୟ ଉପରେ ପରିବେଷ୍ଟିତ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବଣ୍ଟନ, ବିଦ୍ୟାଳୟକୁ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରିବା ତଥା ଶିକ୍ଷାର୍ଥୀମାନଙ୍କୁ ଡ୍ରେସ୍‌, ନାପ୍‌କିନ, ସାଇକେଲ, ଅଣ୍ଡା, ପୁସ୍ତକ ଆଦି ଯୋଗାଇ ଦେଉଛନ୍ତି, ଫଳରେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଶିକ୍ଷା ଗ୍ରହଣ ପାଇଁ ଆଗ୍ରହ ପ୍ରକାଶ ପାଉଛି। ଯଦିଓ ଏହା କେତେକାଂଶରେ ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷା ଆଡ଼କୁ ଆକର୍ଷିତ କରୁଛି ତଥାପି ଏହା ଏକମାତ୍ର ପନ୍ଥା ନୁହେଁ। ଶିକ୍ଷଣର ମାନବବାଦୀ ମନସ୍ତତ୍ତ୍ୱବିତ୍‌ଙ୍କ ମତରେ ଶିକ୍ଷାଦାନ ସମୟରେ ଶିକ୍ଷାର୍ଥୀମାନଙ୍କୁ ସ୍ବାଧୀନତା ଦେବା ଏବଂ ସେମାନଙ୍କର ନିଜସ୍ବ ଇଚ୍ଛା କ’ଣ ତାହା ଉପରେ ଗୁରୁତ୍ୱ ଦେବାକୁ ପଡ଼ିଥାଏ। ପ୍ରତ୍ୟେକ ପିଲା ପ୍ରତ୍ୟେକ ପିଲାଙ୍କଠାରୁ ହେଉଛନ୍ତି ଭିନ୍ନ। ପ୍ରତ୍ୟେକ ପିଲା ଅନେକ ଅନନ୍ୟ ଗୁଣର ଅଧିକାରୀ। ସେମାନଙ୍କ ପାଖେ ସୃଜନଶୀଳତା ଅଛି। ଜଣେ ଆଦର୍ଶ ଶିକ୍ଷକ ଭାବେ ପ୍ରତ୍ୟେକ ପିଲାର ଏହି ଅନ୍ତର୍ନିହିତ ଗୁଣକୁ ଖୋଜି ତାକୁ ଶିକ୍ଷାଦାନ କଲେ ନିଶ୍ଚିତ ଭାବେ ଶିକ୍ଷଣ ପ୍ରକ୍ରିୟା ଫଳପ୍ରଦ ହୋଇଥାଏ।

ଶ୍ରୀବତ୍ସ ନାୟକ
ଅଧ୍ୟାପକ,ବାଣିଜ୍ୟ ବିଭାଗ, କଟକ
ମୋ:୯୪୩୮୦୭୦୮୪୯


Enter your email to get our daily news in your inbox.

All Right Reserved By Dharitri.Com

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri