ଶିକ୍ଷାର ମାନବବାଦୀ ଆଭିମୁଖ୍ୟ

କ୍ଷା ହେଉଛି ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ତଥା ଜାତୀୟ ଆଶା, ଆକାଂକ୍ଷା ଓ ସ୍ବପ୍ନର ରୂପକାର। ସୁସମାଜ ଗଠନ ନିମନ୍ତେ ଶିକ୍ଷକମାନେ ଆଜିର ଶିଶୁମାନଙ୍କୁ ଶିକ୍ଷାଦାନ କରିଥାନ୍ତି। ପ୍ରଗତିଶୀଳ ଶିକ୍ଷା ମାଧ୍ୟମରେ ଶିକ୍ଷାର୍ଥୀମାନେ ଶିକ୍ଷାଗ୍ରହଣକରି ନବ ପ୍ରସ୍ଫୁଟିତ ସୂର୍ଯ୍ୟର କିରଣ ଭଳି ତେଜୀୟାନ ହୋଇ ରାଷ୍ଟ୍ରକୁ ତଥା ଏକ ଜାତିକୁ ପ୍ରଗତି ଆଡ଼କୁ ନେଇଥାନ୍ତି। ଏକ ପ୍ରଗତିଶୀଳ ଶିକ୍ଷାର ପରିସର ବ୍ୟାପକ। ଏହି ବ୍ୟାପକ ପରିସର ମଧ୍ୟରେ ଶିକ୍ଷାର ଆଭିମୁଖ୍ୟ ବହୁମୁଖୀ ସଦୃଶ। ଯେମିତି ଶିକ୍ଷାର ଭାରତୀୟ ଆଭିମୁଖ୍ୟ ମନୁଷ୍ୟକୁ ପରିବେଶ, ଈଶ୍ୱର, ମାନବ ଶରୀର ତଥା ଆତ୍ମାର ସଂଗତି ସହ ଅନ୍ତର୍ଭୁକ୍ତ କରାଇଥାଏ, ଅନୁରୂପ ଭାବେ ଶିକ୍ଷାର ମାନବବାଦୀ ଆଭିମୁଖ୍ୟ ମନୁଷ୍ୟକୁ ସର୍ବଦା ଉତ୍ତମ ଏବଂ ଦାୟିତ୍ୱବାନ ଭାବେ ବିବେଚନା କରିଥାଏ। ବିଶ୍ୱ ନିୟନ୍ତାଙ୍କ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟର ଶିକ୍ଷା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହି ଶିକ୍ଷା ହେଉଛି ଅଭିଜ୍ଞତା, ଅଧ୍ୟୟନ କିମ୍ବା ନିର୍ଦ୍ଦେଶ ମାଧ୍ୟମରେ ନୂତନ ଜ୍ଞାନକୌଶଳ, ଆଚରଣ, ମନୋଭାବ ମୂଲ୍ୟ ହାସଲ କରିବାର ପ୍ରକ୍ରିୟା। ମନୁଷ୍ୟର ଷଷ୍ଠ ଇନ୍ଦ୍ରିୟ (ଚେତନାର ଇନ୍ଦ୍ରିୟ), ଧୀଶକ୍ତି, ବୁଦ୍ଧି, ବିଚାର, ବିବେକ ହେଉଛି ଅନନ୍ୟ ଓ ଅସାଧାରଣ ତେଣୁ ମନୁଷ୍ୟ ଶିକ୍ଷା ଲାଭ କରେ। ଏହା ମନୁଷ୍ୟକୁ ବ୍ୟକ୍ତିଗତ ଓ ବୃତ୍ତିଗତ ବିକାଶରେ ପରିବର୍ତ୍ତନଶୀଳ ପରିସ୍ଥିତି ସହ ଖାପ ଖୁଆଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଯେଉଁ ଶିକ୍ଷା ମାନବ ସଭ୍ୟତାକୁ ଅନ୍ଧାରରୁ ଆଲୋକକୁ ଟାଣେ, ଯେଉଁ ଶିକ୍ଷା ଭୁଲ୍‌ ଠିକ୍‌ର ବିଚାର କରିଥାଏ, ଯେଉଁ ଶିକ୍ଷା ମନୁଷ୍ୟକୁ ସୃଷ୍ଟିର ରହସ୍ୟ ବିଷୟରେ ସୂଚନା ଦିଏ, ଯେଉଁ ଶିକ୍ଷା ଭଗବାନଙ୍କର ସତ୍ତା ସମ୍ବନ୍ଧରେ ସମ୍ୟକ୍‌ ଧାରଣା ଦିଏ, ଯେଉଁ ଶିକ୍ଷା ମନୁଷ୍ୟକୁ ପ୍ରାଣୀ ଜଗତର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥାଏ ସେହି ଶିକ୍ଷାକୁ ପ୍ରାପ୍ତ କରି ମନୁଷ୍ୟ ବିଶ୍ୱ ବ୍ରହ୍ମାଣ୍ଡକୁ ନିଜ ନିୟନ୍ତ୍ରଣ ମଧ୍ୟରେ ରଖିଛି।
ଶିକ୍ଷଣ ଉଭୟ ମାନବବାଦୀ ଓ ଗଠନମୂଳକ ଆଭିମୁଖ୍ୟ ଅଲୌକିକ କିମ୍ବା ଈଶ୍ୱରୀୟ ଜ୍ଞାନ ଅପେକ୍ଷା ମଣିଷ ଉପରେ ଧ୍ୟାନ ଦେଇଥାଏ। ମାନବବାଦୀ ତତ୍ତ୍ୱ ବିଶ୍ୱାସ କରେ ଯେ ବ୍ୟକ୍ତିର ସାମାଜିକ, କୌଶଳ, ଭାବନା, ବୁଦ୍ଧି, କଳାତ୍ମକ ଦକ୍ଷତା, ବ୍ୟବହାରିକ କୌଶଳ, ଆତ୍ମନିର୍ଭରଶୀଳତା, ଲକ୍ଷ୍ୟ ଏବଂ ପୂର୍ଣ୍ଣ ସ୍ବାଧୀନତା ଶିକ୍ଷାର ଏକ ଅଂଶବିଶେଷ। ତେଣୁ ବ୍ୟକ୍ତିଟି କିପରି ବାସ୍ତବତାକୁ ଅନୁଭବ କରି ଶିକ୍ଷଣଟି ଉପଭୋଗ କରିବ ତାହା ଚିନ୍ତାଜନକ। ମାନବବାଦୀ ତତ୍ତ୍ୱ ଅନୁସାରେ ବ୍ୟକ୍ତିଟି ଶିକ୍ଷା ଗ୍ରହଣ ସମୟରେ, ବ୍ୟକ୍ତିଟିର ସମସ୍ତ ମୌଳିକ ଆବଶ୍ୟକତା ପୂରଣ କରିବା ନିହାତି ଜରୁରୀ। ତେଣୁ ବାସ୍ତବିକ ଶିକ୍ଷାଦାନ ସମୟରେ ବ୍ୟକ୍ତିର ସମସ୍ୟା କ’ଣ ତାହା ଉପରେ ଗୁରୁତ୍ୱାରୋପ କରିବା ଉଚିତ। ଶ୍ରେଣୀଗୃହରେ ଶିକ୍ଷାଦାନ କରିବା ଶିକ୍ଷାର ଏକମାତ୍ର ଅର୍ଥ ନୁହେଁ ବରଂ ବାହ୍ୟଜଗତ ସହ ବ୍ୟକ୍ତିଟିକୁ ପରିଚିତ କରାଇ, ତା’ର ବୌଦ୍ଧିକ ବିକାଶ କରିବା ଉଚିତ। ମାନବବାଦୀ ମନୋବିଜ୍ଞାନୀମାନଙ୍କ ମତରେ ଶିକ୍ଷାର୍ଥୀମାନେ ଅନ୍ତର୍ନିହିତ ଭାବେ ଭଲ ଏବଂ ସେମାନଙ୍କର ସମସ୍ତ ଆବଶ୍ୟକତା ପୂରଣ ହେଲେ ଶିକ୍ଷଣ ପ୍ରକ୍ରିୟାଟିର ପ୍ରକୃତ ମୂଲ୍ୟବୋଧ କରାଯାଇପାରିବ। ସାଧାରଣ ଭାବେ ଦେଖିବା ପାଇଁ ଗଲେ ଶିକ୍ଷାର୍ଥୀଟି ସର୍ବଦା ସର୍ବୋତ୍ତମ ପ୍ରଦର୍ଶନ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ କୌଣସି ଭାବପ୍ରବଣତାର ବଶବର୍ତ୍ତୀ ହୋଇ ଭୁଲ୍‌କାର୍ଯ୍ୟ କରିଥାନ୍ତି। ତେଣୁ ସେମାନଙ୍କୁ ଭୁଲ୍‌ ଓ ଠିକ୍‌ର ସଂଜ୍ଞା ବିଷୟରେ ବିଶେଷତଃ ପରିଚିତ କରାଇବା ପାଇଁ ପଡ଼ିଥାଏ। ବିବ୍ରତ ଓ ଦୁଃଖିତ ଥିବା ଛାତ୍ରୀଛାତ୍ରମାନେ ସମ୍ଭବତଃ ଶିକ୍ଷଣ ଉପରେ ଖୁବ୍‌ କମ୍‌ ଧ୍ୟାନ ଦେଇଥାନ୍ତି। ଏଭଳି ପରିସ୍ଥିତିରେ ଜଣେ ଆଦର୍ଶ ଶିକ୍ଷକ ଭାବେ ଶ୍ରେଣୀ ଗୃହରେ ଶୈଖିକ ବାତାବରଣ ସୃଷ୍ଟି କରିବାକୁ ପଡ଼ିଥାଏ। ଏହି ପରିବେଶ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷା ଗ୍ରହଣ ପାଇଁ ଆରାମଦାୟକ ହୋଇଥାଏ, ଯେଉଁଠି ସେମାନେ ନିଜକୁ ସମ୍ପୂର୍ଣ୍ଣ ନିରାପଦ ମନେକରନ୍ତି।
ମାନବବାଦୀ ଆଭିମୁଖ୍ୟ ଅନୁସାରେ ଶୈଖିକ ପଦ୍ଧତିଟି ଶିକ୍ଷାର୍ଥୀକୈନ୍ଦ୍ରିକ ହୋଇଥିବାରୁ ଶିକ୍ଷାର୍ଥୀମାନେ ଶିକ୍ଷାଗ୍ରହଣ କରିବାକୁ ଅନାଦର ଭାବ ପୋଷଣ କରନ୍ତି ନାହିଁ। ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟକଲେ ଏହା ସହଜରେ ଅନୁମେୟ କରି ହୁଏ ଯେ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାଟି ମାନବବାଦୀ ଆଭିମୁଖ୍ୟ ଉପରେ ପରିବେଷ୍ଟିତ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବଣ୍ଟନ, ବିଦ୍ୟାଳୟକୁ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରିବା ତଥା ଶିକ୍ଷାର୍ଥୀମାନଙ୍କୁ ଡ୍ରେସ୍‌, ନାପ୍‌କିନ, ସାଇକେଲ, ଅଣ୍ଡା, ପୁସ୍ତକ ଆଦି ଯୋଗାଇ ଦେଉଛନ୍ତି, ଫଳରେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଶିକ୍ଷା ଗ୍ରହଣ ପାଇଁ ଆଗ୍ରହ ପ୍ରକାଶ ପାଉଛି। ଯଦିଓ ଏହା କେତେକାଂଶରେ ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷା ଆଡ଼କୁ ଆକର୍ଷିତ କରୁଛି ତଥାପି ଏହା ଏକମାତ୍ର ପନ୍ଥା ନୁହେଁ। ଶିକ୍ଷଣର ମାନବବାଦୀ ମନସ୍ତତ୍ତ୍ୱବିତ୍‌ଙ୍କ ମତରେ ଶିକ୍ଷାଦାନ ସମୟରେ ଶିକ୍ଷାର୍ଥୀମାନଙ୍କୁ ସ୍ବାଧୀନତା ଦେବା ଏବଂ ସେମାନଙ୍କର ନିଜସ୍ବ ଇଚ୍ଛା କ’ଣ ତାହା ଉପରେ ଗୁରୁତ୍ୱ ଦେବାକୁ ପଡ଼ିଥାଏ। ପ୍ରତ୍ୟେକ ପିଲା ପ୍ରତ୍ୟେକ ପିଲାଙ୍କଠାରୁ ହେଉଛନ୍ତି ଭିନ୍ନ। ପ୍ରତ୍ୟେକ ପିଲା ଅନେକ ଅନନ୍ୟ ଗୁଣର ଅଧିକାରୀ। ସେମାନଙ୍କ ପାଖେ ସୃଜନଶୀଳତା ଅଛି। ଜଣେ ଆଦର୍ଶ ଶିକ୍ଷକ ଭାବେ ପ୍ରତ୍ୟେକ ପିଲାର ଏହି ଅନ୍ତର୍ନିହିତ ଗୁଣକୁ ଖୋଜି ତାକୁ ଶିକ୍ଷାଦାନ କଲେ ନିଶ୍ଚିତ ଭାବେ ଶିକ୍ଷଣ ପ୍ରକ୍ରିୟା ଫଳପ୍ରଦ ହୋଇଥାଏ।

ଶ୍ରୀବତ୍ସ ନାୟକ
ଅଧ୍ୟାପକ,ବାଣିଜ୍ୟ ବିଭାଗ, କଟକ
ମୋ:୯୪୩୮୦୭୦୮୪୯


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?