ମାନବାଧିକାର କ୍ଷୁଣ୍ଣ

ପ୍ରତିନିଧିତ୍ୱ କରୁଥିବା ସଙ୍ଗଠନ ପକ୍ଷରୁ ଭାରତରେ ମାନବ ଅଧିକାର ଉପରେ ପ୍ରସ୍ତୁତ ଏକ ରିପୋର୍ଟ ପ୍ରତିବର୍ଷ ଶେଷ ଆଡ଼କୁ ପ୍ରକାଶ ପାଇଥାଏ। ଏହି ରିପୋର୍ଟ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲର ବୈଶ୍ୱିକ ଆକଳନର ଏକ ଅଂଶ। ଏହି ଆକଳନ ବିଶ୍ୱର ଦେଶଗୁଡ଼ିକରେ ହେଉଥିବା ମାନବ ଅଧିକାର ଉଲ୍ଲଂଘନ ଉପରେ ଧ୍ୟାନ ଦେଇଥାଏ। ଚଳିତବର୍ଷ ସେପ୍ଟେମ୍ବରରେ ପ୍ରକାଶିତ ରିପୋର୍ଟରୁ ପାଠକମାନେ ଦେଶର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଆଗ୍ରହୀ ହେବେ। ଜାନୁଆରୀରେ ଉତ୍ତରାଖଣ୍ଡ ଆଇନଗୁଡ଼ିକ ପାସ୍‌ କରିଥିଲା, ଯାହା କପଟତାପୂର୍ଣ୍ଣ ବିବାହ ମାଧ୍ୟମରେ ହେଉଥିବା ଧର୍ମାନ୍ତରୀକରଣକୁ ରୋକିବା ପାଇଁ ଲିଭ୍‌-ଇନ୍‌-ରିଲେଶନଶିପ୍‌ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଛି। ଆଇନଗତ ଭାବେ ସରକାରଙ୍କ ଦ୍ୱାରା ନିଯୁକ୍ତ ୯ ସଦସ୍ୟ ବିଶିଷ୍ଟ କମିଟିର ରିପୋର୍ଟକୁ ବିଚାରକୁ ନ ନିଆଯାଇ ଏହିସବୁ ନିୟମ ପାସ୍‌ କରାଯାଇଥିଲା। ଫେବୃଆରୀରେ ଧର୍ମାନ୍ତରୀକରଣ ସହ ଜଡ଼ିତ ତଥା ସହମତିଭିତ୍ତିରେ ହେଉଥିବା ଆନ୍ତଃ ଧର୍ମୀୟ ବିବାହର ଆପରାଧୀକରଣ କରି ରାଜସ୍ଥାନ ଏକ ବିଲ୍‌ ପାସ୍‌ କରିଥିଲା। ମହାରାଷ୍ଟ୍ର ମଧ୍ୟ ଆନ୍ତଃଧର୍ମୀୟ ବିବାହକୁ ରୋକିବା ଲାଗି ଏକ ପ୍ରସ୍ତାବ ପାସ୍‌ କରିଥିଲା ଏବଂ ସେହି ଏକା ମାସରେ ମାଲଭାନ ମ୍ୟୁନିସିପାଲ କର୍ପୋରେଶନ ଜଣେ ନାବାଳକର ବାପାଙ୍କ ସ୍କ୍ରାପ୍‌ ଦୋକାନକୁ ଭାଙ୍ଗି ଦେଇଥିଲା। କାରଣ ସେହି ବାଳକ ଚାମ୍ପିୟନ୍‌ସ ଟ୍ରଫି କ୍ରିକେଟରେ ପାକିସ୍ତାନ ବିରୋଧରେ ଭାରତର ବିଜୟ ପରେ କିଛି କହିଥିବାର ଅଭିଯୋଗ ହୋଇଥିଲା। ମାର୍ଚ୍ଚରେ ‘ନୂଆ ଭାରତ’କୁ ନେଇ ପ୍ରଦର୍ଶନ କରିଥିବା କମେଡ଼ି ଶୋ ସହିତ ଜଡ଼ିତ ଥିବା କୁନାଲ କାମରାଙ୍କ ବିରୋଧରେ ମହାରାଷ୍ଟ୍ର ପୋଲିସ ଏକ ଏଫ୍‌ଆଇଆର୍‌ ଦାଏର କରିଥିଲା, ଯାହା ଅଭିବ୍ୟକ୍ତିର ସ୍ବାଧୀନତା, ଏକ ମୌଳିକ ଅଧିକାର ଉପରେ ଆକ୍ରମଣକୁ ଦର୍ଶାଇଥିଲା। ଏହାର ପୂର୍ବ ମାସରେ ଦିଲ୍ଲୀ ପୋଲିସ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟର ୧୨ ଜଣ ଛାତ୍ରଙ୍କୁ ଅଟକ ରଖିଥିଲା। ୨୦୧୪ରେ ବିନା ଅନୁମତିରେ କିମ୍ବା ବିଶ୍ୱବିଦ୍ୟାଳୟ ଅଧିକାରୀଙ୍କୁ ନ ଜଣାଇ ସ୍ଲୋଗାନ ଦେଉଥିବା ଦୁଇଜଣ ପିଏଚ୍‌ଡି ଛାତ୍ରଙ୍କୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ ବିରୋଧରେ ଏହି ଛାତ୍ରମାନେ ପ୍ରତିବାଦ କରୁଥିଲେ। ମାର୍ଚ୍ଚ ମାସରେ ମଧ୍ୟ ଆସାମ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ବ୍ୟାଙ୍କରେ ଆର୍ଥିକ ଅନିୟମିତତାକୁ ନେଇ ହୋଇଥିବା ଏକ ଆନ୍ଦୋଳନ ଉପରେ ଖବର ପ୍ରକାଶ କରିଥିବାରୁ ସାମ୍ବାଦିକ ଦିଲଓ୍ବାର ହୁସେନ ମଜୁମଦାରଙ୍କୁ ଆସାମ ପୋଲିସ ଗିରଫ କରିଥିଲା। ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଉପରେ ମନ୍ତବ୍ୟ ଦେଇ ଲୋକଗୀତ ଗାୟିକା ନେହା ସିଂ ରାଥୋରଙ୍କ ବିରୋଧରେ ଲକ୍ଷ୍ନୌରେ ଏକ ଏଫ୍‌ଆଇଆର୍‌ ଦାଏର କରାଯାଇଥିଲା। ମେ’ରେ ପାଇଜ ଅହମ୍ମଦ ଫଇଜଙ୍କ ‘ହମ ଦେଖେଙ୍ଗେ’ କବିତାକୁ ଆବୃତ୍ତି କରିଥିବା ଆକ୍ଟିଭିଷ୍ଟ ବୀର ସାଥୀଦାରଙ୍କ ସ୍ତ୍ରୀ ପୁଷ୍ପା ସାଥୀଦାରଙ୍କ ସମେତ ତିନି ଜଣଙ୍କ ବିରୋଧରେ ନାଗପୁର ପୋଲିସ ଏକ ଏଫ୍‌ଆଇଆର୍‌ ଦାଏର କରିଥିଲା। ଅପରେଶନ ସିନ୍ଦୂର ସମ୍ପର୍କରେ ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଅଶୋକା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଅଲି ଖାନ ମାମୁଦାବାଦଙ୍କ ବିରୋଧରେ ହରିୟାଣା ପୋଲିସ ପକ୍ଷରୁ ଦୁଇଟି ଏଫ୍‌ଆଇଆର୍‌ କରାଯାଇଥିଲା। ନାଗପୁର ପୋଲିସ ଅପରେଶନ ସିନ୍ଦୂରକୁ ଇନ୍‌ଷ୍ଟାଗ୍ରାମରେ ଅପମାନିତ କରିଥିବା ଅଭିଯୋଗରେ ୨୬ ବର୍ଷ ବୟସ୍କ ରେଜାଜ୍‌ ଏମ୍‌ ସିଦ୍ଦିକଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଅନ୍‌ ଲ’ଫୁଲ ଆକ୍ଟିଭିଟିଜ(ପ୍ରିଭେନସନ) ଆକ୍ଟ ବା ବେଆଇନ କାର୍ଯ୍ୟକଳାପ(ନିରୋଧୀ) ଆଇନ ଲାଗୁ କରାଯାଇଥିଲା।
ପହଲଗାମ୍‌ ଆକ୍ରମଣ ପରେ ୨୨ ଏପ୍ରିଲରୁ ୮ ମେ’ ମଧ୍ୟରେ ନାଗରିକ ଅଧିକାର ସୁରକ୍ଷା ସଙ୍ଗଠନ ମୁସଲମାନଙ୍କ ବିରୋଧରେ ଘଟିଥିବା ୧୮୪ଟି ଅପରାଧର ତାଲିକା ପ୍ରସ୍ତୁତ କରିଥିଲା। ଜୁନ୍‌ରେ ପାଲେଷ୍ଟାଇନ ସପକ୍ଷରେ ରାଲି କରିବାକୁ ଆଜାଦ ମଇଦାନରେ ଏକାଠି ହୋଇଥିବା ୧୯ ଜଣଙ୍କୁ ମୁମ୍ବାଇ ପୋଲିସ ଅଟକ ରଖିଥିଲା। ଜୁଲାଇରେ ର୍ୟୁଟର ନ୍ୟୁଜର ଦୁଇଟି ଆକାଉଣ୍ଟ ସମେତ ୨୦୦୦ ଆକାଉଣ୍ଟକୁ ବନ୍ଦ କରିବା ପାଇଁ ଏକ୍ସ (ପୂର୍ବରୁ ଟୁଇଟର ଥିଲା)କୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଅଗଷ୍ଟରେ ସାମ୍ବାଦିକ, ଐତିହାସିକ ଓ ମହିଳା ଅଧିକାର ପାଇଁ ଲଢୁଥିବା ବ୍ୟକ୍ତି ତଥା ଗବେଷକଙ୍କ ଦ୍ୱାରା ଲିଖିତ ୨୫ଟି ବହି ଉପରେ କଶ୍ମୀର ସରକାର ପ୍ରତିବନ୍ଧକ ଲଗାଇଥିଲେ। ଅଗଷ୍ଟରେ ଦେଶଦ୍ରୋହ ଅଭିଯୋଗରେ ଗୁଆହାଟି ପୋଲିସ ସାମ୍ବାଦିକ ସିଦ୍ଧାର୍ଥ ବର୍ଦ୍ଧରଞ୍ଜନ ଓ କରନ ଥାପାରଙ୍କୁ ଗିରଫ କରିଥିଲା। ତା’ପର ମାସ ଅର୍ଥାତ୍‌ ସେପ୍ଟେମ୍ବରରେ ଗାନ୍ଧୀନଗରର ଏକ କୋର୍ଟ ସାମ୍ବାଦିକ ଅଭିସାର ଶର୍ମା ଓ ରାଜୁ ପାରୁଲେକରଙ୍କୁ ନୋଟିସ୍‌ ଜାରି କରିଥିଲା। ଆସାମରେ ଖୁବ୍‌ କମ୍‌ ମୂଲ୍ୟରେ ବିରାଟ ଜମିକୁ ଆଦାନୀ ଗ୍ରୁପ୍‌କୁ ବିକ୍ରି କରାଯାଇଛି ବୋଲି ଏମାନେ ରିପୋର୍ଟିଂ କରିଥିଲେ।
ଜୁଲାଇ ପ୍ରଥମାର୍ଦ୍ଧରେ ଗୋଆଲପଡ଼ାରେ ଆସାମ ସରକାର ଉଚ୍ଛେଦ ଅଭିଯାନ ଆରମ୍ଭ କରିବା ପରେ ପାଖାପାଖି ୧୮୦୦ ପରିବାର ଗୃହହୀନ ହୋଇଯାଇଥିଲେ, ଯେଉଁଥିରେ ଅଧିକାଂଶ ମୁସଲମାନ ପ୍ରଭାବିତ ହୋଇଥିଲେ। ଜୁଲାଇ ଦ୍ୱିତୀୟାର୍ଦ୍ଧରେ ଆସାମର ମୁସଲମାନ ବହୁଳ ଉରିୟାମଘାଟରେ ବ୍ୟାପକ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା। ହେଲେ ସୁପ୍ରିମକୋର୍ଟ ଏହି ଅଭିଯାନ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସେପ୍ଟେମ୍ବରରେ ଭାରତ ସରକାର ପୂର୍ବରୁ ଆଣିଥିବା ୪ଟି ଆଇନକୁ ରଦ୍ଦ କରି ଏବେ ଶରଣାର୍ଥୀଙ୍କୁ ‘ଅବୈଧ ପ୍ରବାସୀ’ ଭାବେ ବର୍ଗୀକୃତ କରିଛି। ଅକ୍ଟୋବରରେ ଆହୁରି ଅଧିକ ପଦକ୍ଷେପ ସାମ୍ନାକୁ ଆସିବ। ଅବଶ୍ୟ ଫେବୃଆରୀ ୨୦୨୦ରେ ଉତ୍ତରପୂର୍ବ ଦିଲ୍ଲୀରେ ଘଟିଥିବା ହିଂସାରେ ଜଡ଼ିତ ଥିବା ଅଭିଯୋଗରେ ଉମର ଖଲିଦ ଓ ଅନ୍ୟ ମୁସଲମାନ ଛାତ୍ର ଆକ୍ଟିଭିଷ୍ଟମାନେ ଏବେ ଜେଲରେ ରହିଛନ୍ତି।
ଜାତିସଂଘ ମାନବ ଅଧିକାର ଉଚ୍ଚାୟୁକ୍ତ ମଧ୍ୟ ତାଙ୍କ ରିପୋର୍ଟରେ କହିଛନ୍ତି ଯେ, ପ୍ରତିବନ୍ଧାତ୍ମକ ଆଇନଗୁଡ଼ିକର ବ୍ୟବହାର ଏବଂ ମାନବ ଅଧିକାର ପାଇଁ ଲଢୁଥିବା କର୍ମୀ ଓ ସ୍ବାଧୀନ ଭାବେ କାମ କରୁଥିବା ସାମ୍ବାଦିକଙ୍କ ଉପରେ ହେଉଥିବା ନିର୍ଯାତନାକୁ ନେଇ ଚିନ୍ତିତ। କଶ୍ମୀର ସମେତ ବିଭିନ୍ନ ରାଜ୍ୟରେ ଲୋକଙ୍କୁ ମନଇଚ୍ଛା ଅଟକ ରଖାଯିବା ସହ ନାଗରିକ ଅଧିକାରକୁ କ୍ଷୁଣ୍ଣ କରୁଛି। ସେ ମଧ୍ୟ ହିଂସା ଓ ମଣିପୁରରେ ବିସ୍ଥାପନକୁ ଶାନ୍ତି ଆଲୋଚନା ଓ ମାନବ ଅଧିକାର ଆଧାରରେ ସମାଧାନ କରିବାକୁ ପଦକ୍ଷେପ ନେବା ଲାଗି ଆହ୍ବାନ ଦେଇଛନ୍ତି। ଏଭଳି ଚିନ୍ତା ବା ମନ୍ତବ୍ୟର ପ୍ରତିକ୍ରିୟାରେ ଦୂରଦର୍ଶନରେ ଏକ ତଥ୍ୟ ପ୍ରକାଶ କରିଥିଲା, ଯାହାର ଶୀର୍ଷକ ଥିଲା ‘ଜାତିସଂଘ ମାନବ ଅଧିକାରର କଶ୍ମୀର ଓ ମଣିପୁର ଉପରେ ବ୍ୟର୍ଥ ଏବଂ ନିରାଧାର ମନ୍ତବ୍ୟକୁ ଭାରତ ନିନ୍ଦା କରେ’।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri