ମଣିଷ ଦର

ମଗ୍ରିକ ଭାବେ ବିଚାରକଲେ ଦର ହେଉଛି ଏକ ମୂଲ୍ୟ ନିରୂପଣର ମାଧ୍ୟମ। ତେବେ ବସ୍ତୁ, ସାମଗ୍ରୀ ଆଦି ଯଥାର୍ଥରେ ମୂଲ୍ୟ ନିରୂପଣ ଯୋଗ୍ୟ ବା କରିବା ବିଧେୟ, ଯେଉଁଥିରେ ନିହିତ ଥାଏ ଆବଶ୍ୟକତା। ମାତ୍ର ମଣିଷର ଦର କଥା ଆଲୋଚନାକଲେ ସ୍ବତଃ ଏକ ପ୍ରଶ୍ନ ମନକୁ ଆନ୍ଦୋଳିତ କରେ ସତରେ ମଣିଷ କ’ଣ ଗୋଟିଏ ବିକ୍ରୟ ବା କ୍ରୟବସ୍ତୁ, ଯାହାକୁ ମୂଲ୍ୟ ବା ଦରରେ ମୂଲ୍ୟାୟନ କରାଯାଏ। ସାମ୍ପ୍ରତିକ ସମାଜରେ ପ୍ରାୟ ସମସ୍ତ ମଣିଷର ଦର ନିରୂପଣ ହୋଇଥାଏ। କେତେକ ଆନୁଷ୍ଠାନିକ ଭାବେ ହୋଇଥାଏ ତ ଆଉ କେତେକ ଅଣାନୁଷ୍ଠାନିକ ଭାବେ ହୋଇଥାଏ। ମଣିଷର ଦର ସାମ୍ପ୍ରତିକ ସମାଜରେ ନିଶ୍ଚିତଭାବେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥାଏ, ଯାହାର ଦର ଯେତେ ଅଧିକ ତାହାର ମାନ୍ୟତା ସମାଜରେ ସେତେ ଅଧିକ। ମଣିଷକୁ ସମ୍ମାନ, ଆଦର, ସ୍ନେହ, ଆତିଥ୍ୟ, ବ୍ୟବହାର ଆଦି ମଣିଷର ଦର ଉପରେ ଆଧାରିତ ବୋଲି ସ୍ପଷ୍ଟ ପ୍ରମାଣ ହୋଇଥାଏ। ମଣିଷ ହେଉଛି ସୃଷ୍ଟିରେ ଏକମାତ୍ର ପ୍ରାଣୀ ଯିଏ ନିଜ କାର୍ଯ୍ୟ ପାଇଁ ଦାୟୀ ରହିଥାଏ, କାରଣ ମାନବିକ ମୂଲ୍ୟବୋଧ ହେଉଛି ମୂଳ ମୂଲ୍ୟ ଯାହା ବ୍ୟକ୍ତିତ୍ୱ ଗଠନକରେ ଓ ଜୀବନରେ ବ୍ୟକ୍ତି କିପରି କାର୍ଯ୍ୟ କରେ ତାହା ବ୍ୟାଖ୍ୟାକରେ। ସମାଜ ପାଇଁ ଏହି ମୂଲ୍ୟବୋଧକୁ ଚିହ୍ନିବା ଓ ଏହାକୁ ସାମାଜିକ ବ୍ୟବସ୍ଥା, ଅନୁଷ୍ଠାନ ତଥା ସଙ୍ଗଠନରେ ସ୍ପଷ୍ଟକରିବା ଅତ୍ୟନ୍ତ ଜରୁରୀ। ମଣିଷ ମୂଲ୍ୟବୋଧର ଅନେକ ଭିନ୍ନ ଦିଗ ହେଉଛି ଅଖଣ୍ଡତା, ନୈତିକତା ଓ ଦୟା। ଏହାର ଅର୍ଥ ହେଉଛି କେତେଜଣ ବ୍ୟକ୍ତି ପାଇଁ ଗୋଟିଏ ପ୍ରସଙ୍ଗ ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ରହିଥିବାବେଳେ ଅନ୍ୟ ପ୍ରସଙ୍ଗରେ ଅନ୍ୟ ବ୍ୟକ୍ତି ପାଇଁ ତାହା ସମ୍ପୂର୍ଣ୍ଣ ଭିନ୍ନ ମୂଲ୍ୟ ଥାଇପାରେ। ତେଣୁ ମୂଲ୍ୟବୋଧର ଏକ ନିର୍ଦ୍ଦିଷ୍ଟ ଦିଗ ହେଉଛି ଆତ୍ମ ସମ୍ମାନର ଧାରଣା। ଆତ୍ମସମ୍ମାନର ଦୁଇଟି ରୂପ ଅଛି: ଆଭ୍ୟନ୍ତରୀଣ ଓ ବାହ୍ୟ। ବାହ୍ୟ ଆତ୍ମସମ୍ମାନ ଅନ୍ୟମାନଙ୍କ ସହ ବ୍ୟକ୍ତିକୁ କିପରି ଅନୁଭବ କରେ, ମାତ୍ର ଆଭ୍ୟନ୍ତରୀଣ ଆତ୍ମସମ୍ମାନ ନିଜକୁ କିପରି ଅନୁଭବ କରୁଛି, ତାହା ଶିକ୍ଷା ଦିଏ। ମୂଲ୍ୟବୋଧ ହେଉଛି ସଚ୍ଚୋଟତା, ନ୍ୟାୟ, ସମ୍ମାନ, ଦାୟିତ୍ୱ, ଯତ୍ନ ଓ ଦକ୍ଷ ନାଗରିକତା। ସଚ୍ଚୋଟତା କେବଳ ସତ୍ୟ କହିବା ନୁହେଁ, ବରଂ ବ୍ୟକ୍ତି କେତେ ମାତ୍ରାରେ ବିଶାସଯୋଗ୍ୟ ହୋଇପାରୁଛି ତାହା ସୂଚିତ କରେ। ନିରପେକ୍ଷତା କେବଳ ସୁନିଶ୍ଚିତ କରି ନ ଥାଏ ଯେ ମୌନ ରହି ନିରପେକ୍ଷତା ଅବଲମ୍ବନ ବରଂ ସମାଜ ସହ ନୈତିକ ବ୍ୟବହାର କରିବା ହେଉଛି ନିରପେକ୍ଷତା। ସମ୍ମାନ ମୌଳିକ ଭଦ୍ରତା ଓ ଉତ୍ତମ ଆଚରଣ ବାହାରେ ଯାହା ଅନ୍ୟର ସଫଳତାକୁ ଚିହ୍ନିବା ସହିତ ସେମାନଙ୍କର ପାର୍ଥକ୍ୟକୁ ଅନ୍ତର୍ଭୁକ୍ତ କରେ। ଦାୟିତ୍ୱ ଅନ୍ୟମାନଙ୍କ ପାଇଁ ଯତ୍ନନେବା ଆବଶ୍ୟକ,ମାତ୍ର ତାହା ନିୟମର ପରିଧି ମଧ୍ୟରେ କେତେ ସ୍ବୀକାରଯୋଗ୍ୟ ତାହା ସୁନିଶ୍ଚିତ କରିବା ଉଚିତ। ଯତ୍ନନେବା କେବଳ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଇଁ ଭାବପ୍ରବଣ ସମର୍ଥନ ଯୋଗାଇବା ନୁହେଁ, ବରଂ ବ୍ୟକ୍ତିଗତ ଭାବରେ ନିଜ ପାଇଁ କିଛି ନ ଥିଲେ ମଧ୍ୟ ଅନ୍ୟର ଆବଶ୍ୟକତା ପାଇଁ ଚିନ୍ତା ସହ କାର୍ଯ୍ୟ କରିବାକୁ ବୁଝାଇଥାଏ। ନାଗରିକତ୍ୱର ଅର୍ଥ ହେଉଛି ନିଜ ଦେଶର ବିଶ୍ୱସ୍ତ ନାଗରିକ ହେବା, କିନ୍ତୁ ସମଗ୍ର ବିଶ୍ୱରେ ନ୍ୟାୟ ଓ ଶାନ୍ତି ପ୍ରତିପାଦନ କରିବା। ଆଲବର୍ଟ ଆଇନ୍‌ଷ୍ଟାଇନ ଥରେ କହିଥିଲେ, ମଣିଷ ନିଜକୁ ଅଧିକ ମୂଲ୍ୟବାନ୍‌ ବା ଦାମୀ ଭାବୁଥାଉ, ମାତ୍ର ଉକ୍ତ ବ୍ୟକ୍ତି ମଧ୍ୟ ଅନ୍ୟମାନଙ୍କ ପ୍ରତି ସଚ୍ଚୋଟତା, ସମାନତା ବା ସହାନୁଭୂତି ରକ୍ଷା କରିବା ଉଚିତ। ଶିକ୍ଷା ବ୍ୟବସ୍ଥାରେ ଛାତ୍ରୀଛାତ୍ରମାନଙ୍କର ସଫଳତା ମାର୍କ ଦ୍ୱାରା ମୂଲ୍ୟାୟନ କରାଯାଏ, ବୃତ୍ତିରେ ସଫଳତା ଟଙ୍କା ଦ୍ୱାରା ମାପ କରାଯାଉଥିବା ବେଳେ ଅନେକ କ୍ଷେତ୍ରରେ ବ୍ୟକ୍ତିର ମୂଲ୍ୟ ବା ଦର ସାମାଜିକ ପାରିପାର୍ଶ୍ୱିକ ପରିସ୍ଥିତି ଓ ମୁଷ୍ଟିମେୟ ପ୍ରଭାବିତ ବ୍ୟକ୍ତି ସମାଜ ଉପରେ ନିର୍ଭର କରିଥାଏ। ପ୍ରତ୍ୟେକ ମଣିଷର ବଞ୍ଚିବାର ଉଦ୍ଦେଶ୍ୟ ଓ ମୂଲ୍ୟ ମଧ୍ୟ ଅଛି। କେତେବେଳେ ତାହା ପରିବ୍ୟାପ୍ତ ହୋଇ ଆଲୋଚ୍ୟ ହୋଇଥାଏ ତ ପୁଣି କେତେବେଳେ ଅନାଲୋଚିତ ହୋଇ ନୀରବ ହୋଇଯାଏ। ତେବେ ସାମଗ୍ରୀର ଉତ୍ପାଦନ, ପରିବହନ ପରିସ୍ଥିତି ତଥା ପରିବେଶ ଆଦିକୁ ନେଇ ଦର ବା ମୂଲ୍ୟ ନିରୂପଣ ହୋଇଥାଏ, କିନ୍ତୁ ମଣିଷର ଦର ଏକ ଅନିୟନ୍ତ୍ରିତ ବିଚାରଧାରା ଓ ବ୍ୟବସ୍ଥା ମଧ୍ୟରେ ହୋଇଥାଏ ଯାହାର କୌଣସି ବିଧିବଦ୍ଧ ଆଇନ ନ ଥାଏ।
ସମ୍ପ୍ରତି ସମାଜରେ ମଣିଷ ଦରର ହିସାବ ଚାକିରି କ୍ଷେତ୍ରରେ ଯଦି ପରିଲକ୍ଷିତ କରାଯାଏ ତେବେ ଯିଏ ଯେତେ ବଡ଼ ଚାକିରି କରିଥାଏ ବା ଯିଏ ଅଧିକ କ୍ଷମତା ଓ ଅର୍ଥ ରୋଜଗାର କରିଥାଏ ତାହାର ମୂଲ୍ୟ ନିମ୍ନ କ୍ଷମତାସମ୍ପନ୍ନ ବ୍ୟକ୍ତି ବା ରୋଜଗାର କରୁଥିବା ବ୍ୟକ୍ତିଠାରୁ କେତେ ଉଚ୍ଚରେ ତାହା ଏ ସମାଜ ଉପଲବ୍ଧି କରିଥାଏ। ବିବାହ କ୍ଷେତ୍ରରେ ଉଭୟ ପୁଅ ଓ ଝିଅର ଦର ଯଦି ନିରୂପଣ କରାଯାଏ ତେବେ ପୁଅ ବା ଝିଅ କୌଣସି ଧନୀ ସମ୍ଭ୍ରାନ୍ତ ଘରର ହୋଇଥାଏ ବା ଉଭୟେ କୌଣସି ବଡ଼ ପଦପଦବୀ କିମ୍ବା ଅଧିକ ଧନ ରୋଜଗାର କରୁଥାନ୍ତି, ସେମାନେ ସେହି ଦରର ପ୍ରତିଯୋଗୀ ଚୟନ କରିଥାନ୍ତି। ଏତଦ୍‌ ଭିନ୍ନ ଉକ୍ତ ବିବାହରେ ଯେଉଁ ମାନର ଖର୍ଚ୍ଚ ହୋଇଥାଏ, ଜଣେ କ୍ଷମତାହୀନ ସ୍ବଳ୍ପ ରୋଜଗାର ବା ରୋଜଗାର ବିହୀନ ପୁଅ ଝିଅ ବା ପରିବାରର ବିବାହ ଉକ୍ତ ବିବାହଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ, ଯାହା ସେଠାରେ ମଣିଷର ଦର ନିରୂପଣ ଏକ ମାପକାଠି ହୋଇଥାଏ। ଉକ୍ତ ଆଭିଜାତ୍ୟ ବିବାହରେ କେବଳ ଗୁରୁତ୍ୱ ଦିଆଯାଏ ଆତିଥ୍ୟର ପ୍ରକାର ଭେଦ, ଆଭୂଷଣ, ସୌଖୀନ ସାମଗ୍ରୀର ଉପହାର ଇତ୍ୟାଦି ଇତ୍ୟାଦି। ଅନ୍ୟ ଜୀବଜନ୍ତୁ ବା ପ୍ରାଣୀମାନେ ବଜାରରେ ବିକ୍ରି ହୁଅନ୍ତି, ମଣିଷ ତାହାକୁ ଆଣି ଘରେ ପାଳନ କରେ। ସେହି ପ୍ରାଣୀଙ୍କୁ ଯେତେବେଳେ ବ୍ୟକ୍ତି କ୍ରୟ କରିଥାଏ ସେତେବେଳେ ସେ ବିଭିନ୍ନ ପ୍ରାଣୀର ବିଭିନ୍ନ ଦରର ସମ୍ମୁଖୀନ ହୁଏ। ଘୋଡ଼ା, କୁକୁର, ଗୋରୁ, ପକ୍ଷୀ ଇତ୍ୟାଦି ଯେତେବେଳେ କ୍ରୟ କରାଯାଏ, ସେତେବେଳେ ବିଭିନ୍ନ ଦର ଦ୍ୱାରା ମୂଲ୍ୟାୟନ ହୋଇଥାଏ। ମଣିଷ ମଧ୍ୟ ଦର ଦ୍ୱାରା ନିଜକୁ ସଜ୍ଜିତ କରିବାରେ ଆନନ୍ଦ ପାଇଥାଏ ବୋଲି ସାମ୍ପ୍ରତିକ ସମାଜ ଅନୁଭବ କରେ। ବର୍ତ୍ତମାନ ଚଳଚ୍ଚିତ୍ର, ଯାତ୍ରା, ବକ୍ତୃତା, କଳା ପ୍ରଦର୍ଶନ ଆଦିରେ ଯାହାର ଯେତିକି ଖ୍ୟାତି ବା ଆଲୋଚନା ରହିଛି ତାହାର ଦର ସେତିକି ଅଧିକ ଥାଏ। ସେଥିରେ ମଣିଷର ମୂଲ୍ୟ ନିରୂପଣ ବ୍ୟକ୍ତିର ମର୍ଯ୍ୟାଦା ଆକୃତି ବା ନୈତିକତା ପାଇଁ ଦର ନିଶ୍ଚିତ ହୋଇ ନ ଥାଏ ବରଂ ବ୍ୟକ୍ତି ଦର ଦ୍ୱାରା ଚିହ୍ନିତ ହୋଇଥାନ୍ତି ଓ ସେଇଥିପାଇଁ ସେମାନଙ୍କର ଅଧିକ ଗୁରୁତ୍ୱ ଥାଏ ବୋଲି ପ୍ରତିପାଦନ କରାଯାଏ।
ମଣିଷ ଜୀବିତାବସ୍ଥାରେ ଦର ଦ୍ୱାରା ଯେତେବେଳେ ଆକ୍ରାନ୍ତ ହୋଇଥାଏ, ଅନେକ ଜୀବିତାବସ୍ଥାରେ ଦର ନିୟନ୍ତ୍ରିତ ହୋଇପାରି ନ ଥିବା ମଣିଷ ମୃତ୍ୟୁ ପରେ ଚିକିତ୍ସାଳୟର ଅନୈତିକ ଉପାୟ ଦ୍ୱାରା ସେମାନଙ୍କର ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗକୁ ବିକ୍ରି କରିବାରେ ମଧ୍ୟ ଦର ନିରୂପଣ ହୋଇଥାଏ ଯାହା ଏକ ବିଡ଼ମ୍ବନା। ଯିଏ ସ୍ବଇଚ୍ଛାରେ ଅଙ୍ଗଦାନ କରେ ତାହା ସ୍ବାଗତଯୋଗ୍ୟ। ମାତ୍ର ମୃତବ୍ୟକ୍ତିର ଆତ୍ମୀୟସ୍ବଜନଙ୍କ ଆଢୁଆଳରେ ମଣିଷର ଆଭ୍ୟନ୍ତରୀଣ ଅଙ୍ଗକୁ ଅସାଧୁ ଉପାୟରେ ବିକ୍ରିକରିବା କେତେଦୂର ଯଥାର୍ଥ ତାହା ଏ ସମାଜ ଅତି ଗମ୍ଭୀରତାର ସହ ବିଚାରକରିବା ଉଚିତ। ଅନ୍ୟପକ୍ଷରେ କେତେଜଣ ମଣିଷ ଉତ୍କଟ ଅର୍ଥାଭାବରେ ଶରୀରର କିଛି ଆଭ୍ୟନ୍ତରୀଣ ଅଂଶ ବିକ୍ରି କରିଥାନ୍ତି ଯାହା ଉକ୍ତ ମଣିଷର ଦର ହୋଇ ବିଚାରକରାଯାଏ। ଦେଖିବାକୁ ଗଲେ ଅନ୍ୟକୁ ସାହାଯ୍ୟ, ପରୋପକାର, ନିଃସାର୍ଥପର ସେବା ଆଦିରେ ମଣିଷର ବାସ୍ତବ ଦର ନିୟନ୍ତ୍ରିତ ହୋଇଥାଏ। ମାନସିକତାର ଦର ଈଶ୍ୱରଙ୍କଠାରେ ଅନ୍ତିମ ମୂଲ୍ୟାଙ୍କନ ହୋଇ ନିଶ୍ଚିତ ହେଉଥିବା ବେଳେ ମନୁଷ୍ୟକୃତ ଦର ନିୟନ୍ତ୍ରଣ ମଣିଷର ବୟସର ସ୍ଥିତିରେ ତାହା ‘ଦର’, ‘ଅନାଦର’ ଓ ‘ହତାଦର’ର ପରିଭାଷାରେ ସୂଚିତ ହୋଇଥାଏ। ତେଣୁ ମଣିଷ ଦର ସାମାଜିକ ବାହ୍ୟ ଦୃଷ୍ଟିକୋଣରେ ନ ହୋଇ ଆଭ୍ୟନ୍ତରୀଣ ମୂଲ୍ୟବୋଧରେ ଚୟନକରିବା ବିଧେୟ।

ଡ. ସତ୍ୟନାରାୟଣ ମିଶ୍ରi
ସହାୟକ ନିର୍ଦ୍ଦେଶକ
ଜାତୀୟ ଅଭିଲେଖାଗାର, ଭାରତ ସରକାର, ଭୁବନେଶ୍ୱର
ମୋ: ୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?