ଚାଷୀଙ୍କୁ ବିପୁଳ ସମର୍ଥନ

ଭୁବନେଶ୍ୱର,୯ା୧୨(ବ୍ୟୁରୋ): କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ଏବଂ ରାଜନୈତିକ ଦଳ ତରଫରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାକୁ ଦେଶବ୍ୟାପୀ ବିପୁଳ ସମର୍ଥନ ମିଳିଛି। ଓଡ଼ିଶାରେ ମଧ୍ୟ ବନ୍ଦ ସଫଳ ହୋଇଛି। ରାଜ୍ୟର ବିଭିନ୍ନ ଜିଲାରେ କୃଷକ ସଂଗଠନ ପକ୍ଷରୁ ଶୋଭାଯାତ୍ରା, ପିକେଟିଂ କରାଯିବା ସହ ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ କରାଯାଇଛି। କଁା ଭଁା ଦୁଇଚକିଆ ଯାନବାହନ ଚଳାଚଳ କରୁଥିଲେ ମଧ୍ୟ ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ ବନ୍ଦ ରହିଥିଲା। ଦୋକାନ ବଜାର, କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ରାସ୍ତାଘାଟ ଶୂନ୍‌ଶାନ ହୋଇପଡ଼ିଥିଲା। କୃଷକ ଓ ଶ୍ରମିକ ସଂଗଠନଗୁଡ଼ିକ ବିଭିନ୍ନ ରେଳଷ୍ଟେଶନରେ ବିକ୍ଷୋଭ କରିବାରୁ ୫ ଘଣ୍ଟା ଧରି ରେଳ ଚଳାଚଳ ହୋଇପାରି ନ ଥିଲା। ଦୂରଦୂରାନ୍ତକୁ ଯିବାକୁ ଥିବା ଲୋକମାନେ ସନ୍ଧ୍ୟା ପର୍ଯ୍ୟନ୍ତ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରି ରହିଥିଲେ। ବିମାନ ସେବା ଯଦିଓ ଚାଲିଥିଲା, ତେବେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିବା ଯାତ୍ରୀମାନେ ଟ୍ୟାକ୍ସି କିମ୍ବା ଅନ୍ୟାନ୍ୟ ଯାନବାହନ ନ ପାଇ ଚାଲିଚାଲି ଯାଇଥିଲେ। ଏପରିକି ବନ୍ଦ ଯୋଗୁ ଫଳ, ପନିପରିବା ଦୋକାନ ମଧ୍ୟ ବନ୍ଦ ରହିଥିଲା। ଏଥିଯୋଗୁ ଜନଜୀବନ ପ୍ରଭାବିତ ହୋଇଥିଲେ ମଧ୍ୟ ଚାଷୀ ଆନ୍ଦୋଳନକୁ ବିଭିନ୍ନ ମହଲରୁ ବିପୁଳ ସମର୍ଥନ ମିଳିଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ କୃଷକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ବନ୍ଦ ପାଳନରେ ସାମିଲ ହୋଇ ଶୋଭାଯାତ୍ରା, ରେଳରୋକୋ ଓ ପିକେଟିଂ କରିଥିଲେ। ଜାତୀୟ ରାଜପଥରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ବନ୍ଦ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଥିଲା। ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ ଅଖିଳ ଭାରତ କୃଷକ ସମନ୍ବୟ ସମିତି ପକ୍ଷରୁ ଆହୂତ ଭାରତ ବନ୍ଦ ସଫଳ ହୋଇଛି ବୋଲି କୃଷକ ସଂଘର୍ଷ ସମନ୍ବୟ ସମିତି ଓଡ଼ିଶା ଶାଖା ପକ୍ଷରୁ କୁହାଯାଇଛି। ରାଜ୍ୟର ୧୬ଟି ପ୍ରମୁଖ କୃଷକ ସଂଗଠନଗୁଡ଼ିକୁ ନେଇ ଗଠିତ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ଓଡ଼ିଶା ଶାଖା ରାଜ୍ୟରେ ବନ୍ଦ ଡାକରାକୁ ସଂଯୋଜନା କରି କାର୍ଯ୍ୟ କରିଥିଲା। ଏହି ବନ୍ଦକୁ ୧୫ଟି ରାଜନୈତିକ ଦଳ, ସମସ୍ତ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ, ସ୍ବାଧୀନ ଫେଡେରେଶନ, ବିଭିନ୍ନ ଶ୍ରମିକ କର୍ମଚାରୀ, ଛାତ୍ର, ଯୁବ, ମହିଳା ଏବଂ କୃଷି ସଂଗଠନ ଏହାକୁ ସମର୍ଥନ ଜଣାଇ ପ୍ରତିବାଦ କରିବା ସହ ରାସ୍ତାକୁ ଓହ୍ଲାଇଥିଲେ।
ଭୁବନେଶ୍ୱରରେ ସଂଗଠନର କର୍ମକର୍ତ୍ତା ରେଳଷ୍ଟେଶନ, ମାଷ୍ଟରକ୍ୟାଣ୍ଟିନ, ଜୟଦେବ ବିହାର, ଖଣ୍ଡଗିରି, ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଏବଂ ଜାତୀୟ ରାଜପଥରେ ବିକ୍ଷୋଭ କରିବା ବେଳେ ଯୁବ ଛାତ୍ର ସଂଗଠନ କର୍ମକର୍ତ୍ତା ମୋଟରସାଇକେଲ ଶୋଭାଯାତ୍ରା କରି ସହରରେ ଦୋକାନ ବଜାର ବନ୍ଦ କରିଥିଲେ। ଭୁବନେଶ୍ୱରରେ ଏହି ଆନ୍ଦୋଳନରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ଆବାହକ ଶେଷଦେବ ନନ୍ଦ, ଅଖିଳ ଭାରତ କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ରାଜ୍ୟ ଉପସଭାପତି ଜଗନ୍ନାଥ ମିଶ୍ର, ପ୍ରଭାତ ପାଣିଗ୍ରାହୀ, ଆଦିବାସୀ ନେତା ସାଲ ମାର୍ଣ୍ଡି, ରାଜ୍ୟ କିଷାନ କଂଗ୍ରେସ ନେତା ଅମିୟ ପଟ୍ଟନାୟକ, ଅଗ୍ରଗାମୀ କୃଷକ ସଭାର ରାଜ୍ୟ ଉପଦେଷ୍ଟା ଜ୍ୟୋତି ରଞ୍ଜନ ସାହୁ, ଏଆଇକେକେଏମ୍‌ଏସ୍‌ର ରାଜ୍ୟ ସମ୍ପାଦକ ରଘୁନାଥ ଦାସ, ଇନ୍‌ସାଫର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ପ୍ରମୁଖ ଆନ୍ଦୋଳନରେ ଅଂଶଗ୍ରହଣ କରି ଗିରଫ ହୋଇଥିଲେ। ସେହିପରି ବିଭିନ୍ନ ରାଜନୈତିକ ଦଳ ତରଫରୁ ସୁରେଶ କୁମାର ରାଉତରାୟ, ପଞ୍ଚାନନ କାନୁନ୍‌ଗୋ, ଅଳି କିଶୋର ପଟ୍ଟନାୟକ, ଆଶିଷ କାନୁନ୍‌ଗୋ, ଯୁଧିଷ୍ଠିର ମହାପାତ୍ର, ଜ୍ୟୋତିରଞ୍ଜନ ମହାପାତ୍ର, ଶିବାନନ୍ଦ ରାୟ, ଜନାର୍ଦ୍ଦନ ପତି, ରାମକୃଷ୍ଣ ପଣ୍ଡା, ରାମଚନ୍ଦ୍ର ଖୁଣ୍ଟିଆ, ବୀରେନ୍ଦ୍ର ପ୍ରତାପ ଦାସ, ରାଧାକାନ୍ତ ସେଠୀ, କିଶୋର ଜେନା, ମହେନ୍ଦ୍ର ପରିଡ଼ା, ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ କୃଷି ଆଇନକୁ ବିରୋଧ କରି ଗିରଫ ହୋଇଥିଲେ।
ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, କଟକ, ସମ୍ବଲପୁର, ସୋନପୁର, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଆଦି ଜିଲାରେ ବନ୍ଦ ପାଳନ କରିଥିଲେ। ବରଗଡ଼ରେ ପଶ୍ଚିମ ଓଡ଼ିଶା କୃଷକ ସଂଘର୍ଷ ସମନ୍ବୟ ସମିତି, ସମ୍ବଲପୁରରେ ଆଇକେଏସ, ଅନୁଗୋଳରେ ଓଡ଼ିଶା କୃଷକ ସଭା, ପୁରୀରେ ଅଖିଳ ଭାରତ କୃଷକ ମହାସଭାର କର୍ମକର୍ତ୍ତା ବନ୍ଦରେ ସାମିଲ ହୋଇ ରାସ୍ତା, ରେଳରୋକୋ କରିବା ସହ ଧାରଣା ଦେଇଥିଲେ। କେନ୍ଦ୍ର ସରକାର ୩ଟି କୃଷି ଆଇନକୁ ପ୍ରତ୍ୟାହାର ନ କରିବା ଯାଏ କୃଷକ ଆନ୍ଦୋଳନ ଓଡ଼ିଶାରେ ଜାରି ରହିବ ବୋଲି କୃଷକ ସଂଘର୍ଷ ସମନ୍ବୟ ସମିତି ଓଡ଼ିଶା ଶାଖା ତରଫରୁ ସୁରେଶ ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri