ଚାଷୀଙ୍କୁ ବିପୁଳ ସମର୍ଥନ

ଭୁବନେଶ୍ୱର,୯ା୧୨(ବ୍ୟୁରୋ): କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ଏବଂ ରାଜନୈତିକ ଦଳ ତରଫରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାକୁ ଦେଶବ୍ୟାପୀ ବିପୁଳ ସମର୍ଥନ ମିଳିଛି। ଓଡ଼ିଶାରେ ମଧ୍ୟ ବନ୍ଦ ସଫଳ ହୋଇଛି। ରାଜ୍ୟର ବିଭିନ୍ନ ଜିଲାରେ କୃଷକ ସଂଗଠନ ପକ୍ଷରୁ ଶୋଭାଯାତ୍ରା, ପିକେଟିଂ କରାଯିବା ସହ ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ କରାଯାଇଛି। କଁା ଭଁା ଦୁଇଚକିଆ ଯାନବାହନ ଚଳାଚଳ କରୁଥିଲେ ମଧ୍ୟ ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ ବନ୍ଦ ରହିଥିଲା। ଦୋକାନ ବଜାର, କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ରାସ୍ତାଘାଟ ଶୂନ୍‌ଶାନ ହୋଇପଡ଼ିଥିଲା। କୃଷକ ଓ ଶ୍ରମିକ ସଂଗଠନଗୁଡ଼ିକ ବିଭିନ୍ନ ରେଳଷ୍ଟେଶନରେ ବିକ୍ଷୋଭ କରିବାରୁ ୫ ଘଣ୍ଟା ଧରି ରେଳ ଚଳାଚଳ ହୋଇପାରି ନ ଥିଲା। ଦୂରଦୂରାନ୍ତକୁ ଯିବାକୁ ଥିବା ଲୋକମାନେ ସନ୍ଧ୍ୟା ପର୍ଯ୍ୟନ୍ତ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରି ରହିଥିଲେ। ବିମାନ ସେବା ଯଦିଓ ଚାଲିଥିଲା, ତେବେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିବା ଯାତ୍ରୀମାନେ ଟ୍ୟାକ୍ସି କିମ୍ବା ଅନ୍ୟାନ୍ୟ ଯାନବାହନ ନ ପାଇ ଚାଲିଚାଲି ଯାଇଥିଲେ। ଏପରିକି ବନ୍ଦ ଯୋଗୁ ଫଳ, ପନିପରିବା ଦୋକାନ ମଧ୍ୟ ବନ୍ଦ ରହିଥିଲା। ଏଥିଯୋଗୁ ଜନଜୀବନ ପ୍ରଭାବିତ ହୋଇଥିଲେ ମଧ୍ୟ ଚାଷୀ ଆନ୍ଦୋଳନକୁ ବିଭିନ୍ନ ମହଲରୁ ବିପୁଳ ସମର୍ଥନ ମିଳିଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ କୃଷକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ବନ୍ଦ ପାଳନରେ ସାମିଲ ହୋଇ ଶୋଭାଯାତ୍ରା, ରେଳରୋକୋ ଓ ପିକେଟିଂ କରିଥିଲେ। ଜାତୀୟ ରାଜପଥରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ବନ୍ଦ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଥିଲା। ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ ଅଖିଳ ଭାରତ କୃଷକ ସମନ୍ବୟ ସମିତି ପକ୍ଷରୁ ଆହୂତ ଭାରତ ବନ୍ଦ ସଫଳ ହୋଇଛି ବୋଲି କୃଷକ ସଂଘର୍ଷ ସମନ୍ବୟ ସମିତି ଓଡ଼ିଶା ଶାଖା ପକ୍ଷରୁ କୁହାଯାଇଛି। ରାଜ୍ୟର ୧୬ଟି ପ୍ରମୁଖ କୃଷକ ସଂଗଠନଗୁଡ଼ିକୁ ନେଇ ଗଠିତ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ଓଡ଼ିଶା ଶାଖା ରାଜ୍ୟରେ ବନ୍ଦ ଡାକରାକୁ ସଂଯୋଜନା କରି କାର୍ଯ୍ୟ କରିଥିଲା। ଏହି ବନ୍ଦକୁ ୧୫ଟି ରାଜନୈତିକ ଦଳ, ସମସ୍ତ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ, ସ୍ବାଧୀନ ଫେଡେରେଶନ, ବିଭିନ୍ନ ଶ୍ରମିକ କର୍ମଚାରୀ, ଛାତ୍ର, ଯୁବ, ମହିଳା ଏବଂ କୃଷି ସଂଗଠନ ଏହାକୁ ସମର୍ଥନ ଜଣାଇ ପ୍ରତିବାଦ କରିବା ସହ ରାସ୍ତାକୁ ଓହ୍ଲାଇଥିଲେ।
ଭୁବନେଶ୍ୱରରେ ସଂଗଠନର କର୍ମକର୍ତ୍ତା ରେଳଷ୍ଟେଶନ, ମାଷ୍ଟରକ୍ୟାଣ୍ଟିନ, ଜୟଦେବ ବିହାର, ଖଣ୍ଡଗିରି, ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଏବଂ ଜାତୀୟ ରାଜପଥରେ ବିକ୍ଷୋଭ କରିବା ବେଳେ ଯୁବ ଛାତ୍ର ସଂଗଠନ କର୍ମକର୍ତ୍ତା ମୋଟରସାଇକେଲ ଶୋଭାଯାତ୍ରା କରି ସହରରେ ଦୋକାନ ବଜାର ବନ୍ଦ କରିଥିଲେ। ଭୁବନେଶ୍ୱରରେ ଏହି ଆନ୍ଦୋଳନରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ଆବାହକ ଶେଷଦେବ ନନ୍ଦ, ଅଖିଳ ଭାରତ କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ରାଜ୍ୟ ଉପସଭାପତି ଜଗନ୍ନାଥ ମିଶ୍ର, ପ୍ରଭାତ ପାଣିଗ୍ରାହୀ, ଆଦିବାସୀ ନେତା ସାଲ ମାର୍ଣ୍ଡି, ରାଜ୍ୟ କିଷାନ କଂଗ୍ରେସ ନେତା ଅମିୟ ପଟ୍ଟନାୟକ, ଅଗ୍ରଗାମୀ କୃଷକ ସଭାର ରାଜ୍ୟ ଉପଦେଷ୍ଟା ଜ୍ୟୋତି ରଞ୍ଜନ ସାହୁ, ଏଆଇକେକେଏମ୍‌ଏସ୍‌ର ରାଜ୍ୟ ସମ୍ପାଦକ ରଘୁନାଥ ଦାସ, ଇନ୍‌ସାଫର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ପ୍ରମୁଖ ଆନ୍ଦୋଳନରେ ଅଂଶଗ୍ରହଣ କରି ଗିରଫ ହୋଇଥିଲେ। ସେହିପରି ବିଭିନ୍ନ ରାଜନୈତିକ ଦଳ ତରଫରୁ ସୁରେଶ କୁମାର ରାଉତରାୟ, ପଞ୍ଚାନନ କାନୁନ୍‌ଗୋ, ଅଳି କିଶୋର ପଟ୍ଟନାୟକ, ଆଶିଷ କାନୁନ୍‌ଗୋ, ଯୁଧିଷ୍ଠିର ମହାପାତ୍ର, ଜ୍ୟୋତିରଞ୍ଜନ ମହାପାତ୍ର, ଶିବାନନ୍ଦ ରାୟ, ଜନାର୍ଦ୍ଦନ ପତି, ରାମକୃଷ୍ଣ ପଣ୍ଡା, ରାମଚନ୍ଦ୍ର ଖୁଣ୍ଟିଆ, ବୀରେନ୍ଦ୍ର ପ୍ରତାପ ଦାସ, ରାଧାକାନ୍ତ ସେଠୀ, କିଶୋର ଜେନା, ମହେନ୍ଦ୍ର ପରିଡ଼ା, ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ କୃଷି ଆଇନକୁ ବିରୋଧ କରି ଗିରଫ ହୋଇଥିଲେ।
ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, କଟକ, ସମ୍ବଲପୁର, ସୋନପୁର, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଆଦି ଜିଲାରେ ବନ୍ଦ ପାଳନ କରିଥିଲେ। ବରଗଡ଼ରେ ପଶ୍ଚିମ ଓଡ଼ିଶା କୃଷକ ସଂଘର୍ଷ ସମନ୍ବୟ ସମିତି, ସମ୍ବଲପୁରରେ ଆଇକେଏସ, ଅନୁଗୋଳରେ ଓଡ଼ିଶା କୃଷକ ସଭା, ପୁରୀରେ ଅଖିଳ ଭାରତ କୃଷକ ମହାସଭାର କର୍ମକର୍ତ୍ତା ବନ୍ଦରେ ସାମିଲ ହୋଇ ରାସ୍ତା, ରେଳରୋକୋ କରିବା ସହ ଧାରଣା ଦେଇଥିଲେ। କେନ୍ଦ୍ର ସରକାର ୩ଟି କୃଷି ଆଇନକୁ ପ୍ରତ୍ୟାହାର ନ କରିବା ଯାଏ କୃଷକ ଆନ୍ଦୋଳନ ଓଡ଼ିଶାରେ ଜାରି ରହିବ ବୋଲି କୃଷକ ସଂଘର୍ଷ ସମନ୍ବୟ ସମିତି ଓଡ଼ିଶା ଶାଖା ତରଫରୁ ସୁରେଶ ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?