ବିପୁଳ ପରିମାଣର ମଦ, ଗୁଟ୍‌ଖା ଜବତ: ୪ ଗିରଫ

ପାରଳାଖେମୁଣ୍ଡି,୩୧।୧୦: ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଶନିବାର ଆନ୍ଧ୍ର-ଓଡ଼ିଶା ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ରାଣିପେଣ୍ଠା ନିକଟରୁ ବିପୁଳ ପରିମାଣର ବିଦେଶୀ ମଦ ସହ ଗୁଟ୍‌ଖା ଜବତ ହୋଇଥିଲା। ବେଆଇନ ଭାବେ ଚାଲାଣ ହେଉଥିବା ଗାଡ଼ିରୁ ୮୦ ପେଟି ମଦ ସହ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ତେବେ ସମ୍ପୃକ୍ତ ଅଭିଯୁକ୍ତଙ୍କ କହିବାନୁସାରେ ପୋଲିସ ରବିବାର ଏମ୍‌ଆର୍‌ଏଫ୍‌ ଶୋରୁମ ପଛପଟେ ଥିବା ଏକ ପରିତ୍ୟକ୍ତ ଘରେ ଚଢ଼ାଉ କରିଥିଲେ। ଏଥିରେ ନକଲି ବିଦେଶୀ ମଦ, ଗୁଟ୍‌ଖା ଏବଂ ହୋମିଓ ସ୍ପିରିଟ ରହିଥିବା ସୂଚନା ପାଇ ଆନ୍ଧ୍ର ପୋଲିସ, ଅବକାରୀ ବିଭାଗ ଏବଂ ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ଘର ଭିତରେ ପଶିଥିଲେ। ସେଠାରୁ ୫୪ ପେଟି ବିଦେଶୀ ମଦ, ୪ ପେଟି ହୋମିଓ ସ୍ପିରିଟ, ୩୦ ବସ୍ତା ଗୁଟ୍‌ଖା ଜବତ କରାଯାଇଛି। ବର୍ତ୍ତମାନ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଆଇପି ନିର୍ମାଣ, ମରାମତିରେ ଅର୍ଥ ହରିଲୁଟ

କୋରେଇ,୫ା୬(ଡି.ଏନ.ଏ.): ଅଣଜଳସେଚିତ ଚାଷଜମିକୁ ଜଳସେଚନ କରିବା ପାଇଁ ସରକାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍‌ଆଇପି) କରି ବିପୁଳ ଟଙ୍କା ବ୍ୟୟରେ ବହୁ ସଂଖ୍ୟାରେ ଚେକ୍‌ ଡ୍ୟାମ...

ପୁରୀ ଆକାଶରେ ସୂର୍ଯ୍ୟକିରଣ ଶୋ’

ପୁରୀ ଅଫିସ, ୧୮।୯: ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଲୋକଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଶନିବାର ପୁରୀ ବେଳାଭୂମିରେ ବାୟୁସେନା...

ବର୍ଷାରେ ବେହାଲ ଏନ୍‌ଏଚ୍‌ ୫୫

ଢେଙ୍କାନାଳ, ୫।୭(ରତନ ନାୟାର): ଧାର୍ଯ୍ୟ ସମୟ ବିତିଲା। ହେଲେ ୫୫ନଂ. ଜାତୀୟ ରାଜପଥ କାର୍ଯ୍ୟ ଶେଷ ହେଲାନାହିଁ। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପ୍ରତିଶ୍ରୁତି...

ଯୁବକଙ୍କ ପ୍ରାଣ ନେଲା ହାତୀ

ବାରିପଦା ଅଫିସ,୨୦ା୬: ରାଜ୍ୟ ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ତଥା ବାଙ୍ଗିରିପୋଷି ବନାଞ୍ଚଳରେ ରବିବାର ରାତିରେ ପୁଣି ଜଣେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି।...

ଡାକ୍ତର, ସ୍ବାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ:ଡିଜି

କଟକ ଅଫିସ୍‌,୯ା୪: କରୋନା ମୁକାବିଲା ଦିଗରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀମାନେ ଆଗ ଧାଡ଼ିର ଯୋଦ୍ଧା। ହେଲେ ସେମାନଙ୍କ ଉପରେ ହେଉଥିବା ଆକ୍ରମଣ ଏବଂ ଅଶୋଭନୀୟ...

୭ ଜିଲାର ୪୨ ବ୍ଲକ ଅଞ୍ଚଳ ଲବଣାକ୍ତ

ଯାଜପୁର ଅଫିସ,୨୨ା୨: ରାଜ୍ୟର ୭ଟି ଉପକୂଳ ଜିଲାରେ ଲବଣତା ଅନ୍ତଃପ୍ରବେଶ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି। ଭୂତଳ ଜଳ ବିଭାଗ ବା ଗ୍ରାଉଣ୍ଡ ୱାଟର...

ଅଗ୍ନି-୫ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୮।୧୦: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଭାରତର ବ୍ରହ୍ମାସ୍ତ୍ର କୁହାଯାଉଥିବା ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ବୁଧବାର...

ହୁଗୁଳାପଟାରେ ଝାଡ଼ାବାନ୍ତି : ୮ ପରିବାର ଆକ୍ରାନ୍ତ, ୪ ଗୁରୁତର

କୁକୁଡ଼ାଖଣ୍ଡି,୩୧ା୧୦(ଡି.ଏନ.ଏ.)-ହୁଗୁଳାପଟା ଲକ୍ଷ୍ମୀନୃସିଂହ ମନ୍ଦିର ସାହିରେ ଗତ ୩ ଦିନ ହେଲା ୮ ପରିବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି।...

Advertisement
Archives

Model This Week