ବିପୁଳ ପରିମାଣରେ ନକଲି ସିମେଣ୍ଟ ଜବତ

କଟକ ଅଫିସ,୩।୧: କଟକ ଜିଲା ଜଗତପୁର ଥାନା ଅନ୍ତର୍ଗତ ଚମ୍ପତି ଗ୍ରାମରେ ନକଲି ସିମେଣ୍ଟ ଜବତ ହୋଇଛି । ମା’ ତାରିଣୀ ନାମକ ଏକ ଘରୋଇ କନଷ୍ଟ୍ରକଶନ କମ୍ପାନୀ ନକଲି ସିମେଣ୍ଟ ତିଆରି କରି ଦୀର୍ଘ ଦିନ ଧରି ବହୁ ପରିମାଣର ଅର୍ଥ ଲୋକଙ୍କ ପାଖରୁ ଲୁଟିଥିବା ନେଇ ଜଗତପୁର ପୋଲିସ କୌଣସି ସୂତ୍ରରୁ ଖବରପାଇଥିଲା । ପରେ ସୋମବାର ଏହି କନଷ୍ଟ୍ରକଶନ ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ସିମେଣ୍ଟ ଜବତ କରିଛି । ଏହାସହ ମାଲିକଙ୍କୁ ଅଟକ ରଖାଯାଇଛି। ବିଭିନ୍ନ ସାମଗ୍ରୀ ଆଣି ନକଲି ସିମେଣ୍ଟ ତିଆରି କରୁଥିବା ଜଣାପଡ଼ିଛି । ଆଗରୁ ଉକ୍ତ ଅଞ୍ଚଳରୁ ବହୁ ଥର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ନକଲି ଜିନିଷ ଜବତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶିଲା ବର୍ଷା ପାଣି

ଛେଣ୍ଡିପଦା, ୮ା୯(ଡି.ଏନ.ଏ.) – ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ତିନି ଦିନ ଧରି ବର୍ଷା ଲାଗି ରହିଛି। ଏଥିଯୋଗୁ ଜରପଡା ଥାନା ତୁକୁଡା ଗ୍ରାମର ଅନେକଙ୍କ ଘରେ...

ଜମିରେ ଏନ୍‌ଟିପିସି ପାଉଁଶ ପାଣି

କଣିହାଁ, ୧୩ା୯(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ଆଶପଣ୍ଡ ପାଉଁଶ ପାଣି ଯୋଗୁ ଅଞ୍ଚଳବାସୀ ନାନା ସମସ୍ୟା ଭୋଗୁଛନ୍ତି। ମଙ୍ଗଳବାର ରାତିରେ ଆଶପଣ୍ଡରୁ...

ସୁବର୍ଣ୍ଣରେଖା ବାଲିସୈରାତ ଅନୁଧ୍ୟାନ କଲେ ଏନଜିଟି, ଇଏନଭି ଟିମ୍‌

ଜଳେଶ୍ୱର, ୪।୧୨(ଡି.ଏନ.ଏ./ସ୍ବ.ପ୍ର)-ଓଡ଼ିଶା ଓ ପଶ୍ଚିମବଙ୍ଗର ସୀମାରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଲୁଟ୍‌ ଘଟଣା ଥମିବାର ନାଁ ଧରୁ ନାହିଁ। ପଶ୍ଚିମବଙ୍ଗ ମାଫିଆମାନେ...

ପେଟ୍ରୋଲ ପମ୍ପ୍‌ରେ ଡକାୟତି ଯୋଜନା, ୬ ଗିରଫ

ବ୍ରହ୍ମପୁର ଅଫିସ,୨୨ା୫: ବଡବଜାର ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ସୋମବାର ଥାନାଧିକାରୀ ପ୍ରଶାନ୍ତ ଭୂପତି ଏବଂ ତାଙ୍କ ଟିମ୍‌ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା...

କଟକ ସନ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

କଟକ ଅଫିସ,୧।୨: କଟକ ତୁଳସୀପୁରର ଘରୋଇ ହସ୍ପିଟାଲ ‘ସନ୍‌’ରେ ସୋମବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ଉପର ମହଲାରେ ଏହି ନିଆଁ ଲାଗିଥିଲା। ଖବରପାଇ ଅଗ୍ନିଶମ...

ପୁତୁଲପାଣି ଛକରେ ପଛକୁ ପଛ ପିଟିହେଲେ ୩ ଟ୍ରକ୍‌

କେନ୍ଦୁଝର,୧୯ା୨(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଏନ୍‌ଏଚ୍‌ ୪୯ ପୁତୁଲପାଣି ଛକ ନିକଟରେ ପଛକୁ ପଛ ପିଟି ହୋଇ ୩ ଟ୍ରକ୍‌ ନଷ୍ଟ ହୋଇଥିବା ବେଳେ...

ସୁନା ଚେନ୍‌ ଚୋରି ଅଭିଯୋଗ, ଦମ୍ପତି ଗିରଫ

ଛତ୍ରପୁର,୧୩ା୩(ଡି.ଏନ.ଏ)- ଛତ୍ରପୁରଠାରେ ଦୋଳଯାତ୍ରା ଚାଲିଥିବାବେଳେ ଜଣେ ମହିଳାଙ୍କ ବେକରୁ ସୁନାଚେନ୍‌ ଛିଣ୍ଡାଇ ନେଇଥିବା ଅଭିଯୋଗରେ ଗୁରୁବାର ଏକ ଦମ୍ପତିଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ...

ବାଲିଅନ୍ତା ଗାନ୍ଧୀ ସ୍ମୃତି ପୀଠରେ ଗାନ୍ଧୀଜୟନ୍ତି ପାଳିତ

ବାଲିଅନ୍ତା, ୨।୧୦(ଡି.ଏନ୍‌.ଏ.): ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଭୁବନେଶ୍ୱର ବାଲିଅନ୍ତାସ୍ଥିତ ପବିତ୍ର ଗାନ୍ଧି ସ୍ମୃତି ପୀଠରେ ପାଳିତ ହୋଇଯାଇଛି। ଗାନ୍ଧୀ ପଦଯାତ୍ରା ସ୍ମୃତି...

Advertisement
Archives

Model This Week