ରାମନବମୀରେ ସମ୍ବଲପୁରରେ ବିଶାଳ ଶୋଭାଯାତ୍ରା

ସମ୍ବଲପୁର,୬।୪(ଭବାନୀ ଶଙ୍କର ଭୋଇ): ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ରବିବାର ସମ୍ବଲପୁରରେ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ସମନ୍ବ୍ବୟ ସମିତି ପକ୍ଷରୁ ହନୁମାନ ଜୟନ୍ତୀର କିଛିଦିନ ପୂର୍ବରୁ ବାଇକ ଶୋଭାଯାତ୍ରା ଆୟୋଜନ କରାଯାଇଥାଏ। ତେବେ ଚଳିତ ବର୍ଷ ରାମନବମୀ ଅବସରରେ ବିଶାଳ ବାଇକ ଶୋଭାଯାତ୍ରା ଆୟୋଜନ କରାଯାଇ ସହର ପରିକ୍ରମା କରିଥିଲା। ଶ୍ରୀରାମ ନବମୀ ଅବସରରେ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ପରେ ଅପରାହ୍ନରେ ବାଇକ ଶୋଭାଯାତ୍ରା ହୋଇଥିଲା।

ସହରର ଗୋବିନ୍ଦତୋଲା ଏବଂ କ୍ଷେତରାଜପୁରରୁ ଦୁଇଟି ବାଇକ ଶୋଭାଯାତ୍ରା ବାହାରି ଜେଲଛକ ନିକଟରେ ସମ୍ମିଳିତ ହୋଇଥିଲା। ଜୟ ହନୁମାନ, ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପୁରା ସହର। ହନୁମାନ ଜୟନ୍ତୀ ସମନ୍ବୟ ସମିତି ସଭାପତି ଜୟନାରାୟଣ ମିଶ୍ର ବାଇକ ଶେଭାଯାତ୍ରାର ନେତୃତ୍ୱ ନେଇଥିବା ବେଳେ ଭୂତାପଡା ଛକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ସମ୍ବଲପୁର ଜିଲାର ବିଭିନ୍ନ ଅଞ୍ଚଳରୁ ଭକ୍ତ ମାନେ ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବାଇକ ଶୋଭାଯାତ୍ରାରେ ଦୁର୍ଗା ବାହିନୀର ମହିଳାମାନେ ସବୁଠାରୁ ଆଗରେ ରହିଥିଲେ। ଏହାସହ ବୁର୍ଲା, ହୀରାକୁଦ, ରେମେଡ, ବରାଇପାଲି, କ୍ଷେତରାଜପୁର, ବଡବଜାର, ଅଇଁଠାପାଲି, ବୁଢ଼ାରଜା, ପୁରୁଣା ବସ୍ତି, ଧନୁପାଲି, ମୁଦିପଡା, ଧନକଉଡା, ସାକ୍ଷୀ ପଡା ହନୁମାନ ଜୟନ୍ତୀ କମିଟି ସମେତ ବଜରଙ୍ଗ ଦଳ ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ଗୋବିନ୍ଦତୋଲା, ଭୂତାପଡ଼ାଛକ, ମୋତିଝରନ, ସୁନାପାଲି, ଧନକଉଡ଼ା, ଅଇଁଠାପାଲି, ମୁଦିପଡ଼ା, ଜିଲା ସ୍କୁଲ ଛକ, ସେନ ପାର୍କ, ଶକ୍ତି ଛକ, ଗୋଲ ବଜାର ଛକ, କୁଞ୍ଜେଲପଡ଼ା, ଝାରୁଆପଡ଼ା, ଦଲେଇପଡ଼ା ଦେଇ ନଗର ପରିକ୍ରମା କରି ପୁରୁଣା ମ୍ୟୁନିସିପାଲିଟି ଛକରେ ପହଞ୍ଚିବା ପରେ ଗଙ୍ଗାଧର ମଣ୍ଡପଠାରେ ସଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

ବାଇକ ଶେଭାଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଏବଂ ଏସ୍‌ପି ମୁକେଶ କୁମାର ଭାମୂ ନେତୃତ୍ୱ ନେଇଥିଲେ। ୨୦୨୩ ମସିହାରେ ହନୁମାନ ଜୟନ୍ତୀ ବାଇକ ଶୋଭାଯାତ୍ରା ଉପରେ ଆକ୍ରମଣ ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସୁନାପାଲି ମୋତିଝରନ ଅଞ୍ଚଳ ପୋଲିସ ଛାଉଣୀରେ ପରିଣତ ହୋଇଥିଲା।

ବାଇକ ଶେଭାଯାତ୍ରାକୁ ସତ୍ୟ ନାରାୟଣ ପଣ୍ଡା, ଦାମୋଦର କର, ଶୁଭଶ୍ରୀ ମିଶ୍ର, ରାଜୀବ ଶତପଥୀ, ଗୋବିନ୍ଦ ଅଗ୍ରୱାଲ, ବିପିନ ଭାଟିଆ, ଜୟବ୍ରତ ଦେ, ସୁଶାନ୍ତ ପୁରୋହିତ, ସମୀର ରଞ୍ଜନ ବାବୁ, ମାନସ ରଞ୍ଜନ ବକ୍ସି, ରାମଚନ୍ଦ୍ର ମେହେର, ସୁଧୀର ବହିଦାର, କାହ୍ନୁରାମ ଶର୍ମା, ଶିବ ଦିୱାନ ପ୍ରମୁଖ ଉପସ୍ଥିତ ଶୃଙ୍ଖଳିତ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?