ଫୋପାଡି ଥିଲେ ଗରମପାଣି, ହେଲେ ନିଲମ୍ବିତ

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ବାଙ୍ଗିରିପୋଷି (ସଞ୍ଜୟ କୁମାର ଅଗ୍ରଓ୍ବାଲା), ୨୭।୮: ବିଳମ୍ବରେ ଅଫିସ ଆସିଲେ ବୋଲି ଅଗ୍ନିଶମ ବିଭାଗର ହାବିଲଦାର ଜଣେ ତଳିଆ କର୍ମଚାରୀଙ୍କ ଉପରକୁ ଗରମ ପାଣି ଫିଙ୍ଗିବା ଆଲୋଚ୍ୟର ବିଷୟ ପାଲଟିଛି। ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ରବିବାର ରାତିରେ ଏହି ଘଟଣା ଘଟିଛି। ଗୁରୁତର ଅଗ୍ନିଶମ କର୍ମଚାରୀ ଦୁଷ୍ମନ୍ତ କୁମାର ଦେହୁରୀଙ୍କୁ ଚିକିତ୍ସା ପାଇଁ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧିକାରୀ ହାବିଲଦାର ନୂତନ ମଲ୍ଲିକଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଅତିରିକ୍ତ ଫାୟାର ଅଫିସର ବିଶ୍ୱନାଥ ମୁଣ୍ଡା ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ଅଗ୍ନିଶମ କର୍ମଚାରୀ ଦେହୁରୀ ରବିବାର ରାତିରେ ବିଳମ୍ବରେ କାର୍ଯ୍ୟାଳୟକୁ ଆସିବାରୁ ଉପରିସ୍ଥ ଅଧିକାରୀ ହାବିଲଦାର ମଲ୍ଲିକ ତାଙ୍କୁ ତାଗିଦା କରିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ହାବିଲଦାର ମଲ୍ଲିକ ଫୁଟୁଥିବା ଗରମପାଣିକୁ ଆଣି ଦେହୁରୀଙ୍କ ଉପରକୁ ଛାଟିଥିଲେ। ତାଙ୍କ ଜଙ୍ଘ ଏବଂ ଗୋଡ଼ରେ ଗରମପାଣି ପଡ଼ିବାରୁ ସେ ଗୁରୁତର ହୋଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ସୋମବାର ସକାଳେ ତାଙ୍କୁ ପିଆର୍‌ଏମ୍‌ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷରେ ୫୦୦ରୁ ଅଧିକ ସାପ ଉଦ୍ଧାର କଲେଣି ଲୋକନାଥ, ସ୍ଥାନୀୟ ଅଞ୍ଚଳବାସୀଙ୍କ ପ୍ରଶଂସା

ଅମରପାଲି,୨୦।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ପୁଲେଶ୍ୱର ଗ୍ରାମର ଲୋକନାଥ ଜଗଦଲା (୩୩) ବର୍ତ୍ତମାନ ଅଞ୍ଚଳରେ ଜଣେ ପରିଚିତ ସାପ ଉଦ୍ଧାରକାରୀ…

ପାଷ୍ଟିକୁଡି ଜମି ଉଚ୍ଛେଦ: ପ୍ରଶାସନ-ସ୍ଥାୟୀ ବାସିନ୍ଦା ମୁହାଁମୁହିଁ, ବିଧାୟକ କହିଲେ…

କେସିଙ୍ଗା,୨୦।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ଦେଇ ଜାତୀୟ ରାଜପଥ-୨୬ ଭବାନୀପାଟଣା ଅଭିମୁଖେ ଯାଇଛି। ଏହି ପାଷ୍ଟିକୁଡ଼ି ଗ୍ରାମର ଚାରିଛକ ଠାରେ…

ଡିଜେ ଗାଡିର ସାଉଣ୍ଡରେ ମହିଳା ମୃତ: ଶବ ରଖି ରାସ୍ତା ଅବରୋଧ କଲେ ପରିବାର ଲୋକେ

ପାଟଣାଗଡ଼ ୨୦।୬ (ସଚ୍ଚିଦାନନ୍ଦ ମହାକୁର) ବଲାଙ୍ଗୀର ଜିଲା ପାଟଣାଗଡ ଥାନା ଏନଏସି ବ୍ରାହ୍ମପୁରା ସ୍ଥିତ ସଅଁରା ପଡ଼ାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।…

ଲଣ୍ଡନରେ ଚମକିଲା ‘ଚିଲିକା’, ବିଶ୍ୱ ଦରବାରରେ ଓଡ଼ିଶାର ସଂସ୍କୃତି

ବାଲିପାଟଣା , ୨୦।୬(ଅଭିମନ୍ୟୁ ନାୟକ ): ଲଣ୍ଡନର ବେକ୍ସଲେହିଥ୍‌ରେ ଥିବା ଓଡ଼ିଆ ପ୍ରତିଷ୍ଠାତାଙ୍କ ରେଷ୍ଟୁରାଣ୍ଟ ‘ଚିଲିକା’ ୨୦୨୬ ପାଇଁ ରେଷ୍ଟୁରାଣ୍ଟ ଗୁରୁ ଦ୍ୱାରା ସବୁଠୁ ଅଧିକରେ କମେଣ୍ଡସନ…

ବହୁଚର୍ଚ୍ଚିତ ତୋଫାନ ବିନ୍ଧାଣୀ ହତ୍ୟାକାଣ୍ଡ: ୨ ଅଭିଯୁକ୍ତଙ୍କୁ ଏନକାଉଣ୍ଟର

ରାଉରକେଲା,୨୦।୬(ସଙ୍ଗୀତା ଜେନା): ରାଉରକେଲାର ବହୁଚର୍ଚ୍ଚିତ ତୋଫାନ ବିନ୍ଧାଣୀ ହତ୍ୟାକାଣ୍ଡ ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଶନିବାର ଭୋର ସମୟରେ ଝିରପାଣି ଥାନା ଅଞ୍ଚଳରେ ପୋଲିସ ଓ…

ଅନିଲଙ୍କ ଅକାଳ ବିୟୋଗ: ରୋଜଗାରିଆ ପୁଅକୁ ହରାଇ କାନ୍ଧୁଛନ୍ତି ମା’ ବାପା

ଗଞ୍ଜାମ,୨୦।୬(ବିଦ୍ୟାଧର ସାହୁ ): ଅଜଣା ଗାଡି ଧକ୍କାରେ ଚାଲିଗଲା ଜୀବନ । ରୋଜଗାରିଆ ପୁଅକୁ ହରାଇ ଚିନ୍ତାରେ ମା’ ବାପା । ଏଭଳି ଏକ ସମ୍ବେଦନଶୀଳ ଘଟଣା…

ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା: ବଢ଼ିଲା ଜନ ଅସନ୍ତୋଷ

ବରଗଡ଼,୨୦।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବରଡ଼ୋଲସ୍ଥିତ ଏସିସି ଲିମିଟେଡ୍‌ ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ବନ୍ଦ ହୋଇଯିବ। ଆସନ୍ତା ଅଗଷ୍ଟ ୧୯ରୁ ଏହାକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରି…

କାମ କରିବାକୁ ଯାଇ ସ୍ବାମୀ ନିଖୋଜ, ଖୋଜି ଆଣିବାକୁ ଜିଲା ପ୍ରଶାସନ ନିକଟରେ ଗୁହାରୀ କଲେ ସ୍ତ୍ରୀ

ଛତ୍ରପୁର,୨୦।୬(ଦିଲ୍ଲୀପି ସାମଲ): ଗଞ୍ଜାମ ଜିଲା ବେଗୁନିଆପଡା ଥାନା ଅନ୍ତର୍ଗତ ପି. ନୂଆଗାଁ ଗ୍ରାମର ମହେନ୍ଦ୍ର ଦାସ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଫେରିନଥିବାରୁ ତାଙ୍କୁ ଖୋଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri