Posted inଖେଳ

ବାୟୋ- ବବଲରେ ଦୀର୍ଘ ସମୟଧରି ରହିବା କଷ୍ଟକର: ଷ୍ଟାର୍କ

ମେଲବୋର୍ନ,୧୦।୧୧(ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏବେ ବାୟୋ- ବବଲ ତଥା ଜୈବ ସୁରକ୍ଷିତ ପରିବେଶ ନେଇ ପ୍ରଶ୍ନ ଉଠାଇଛନ୍ତି। ଏଥିରେ ଖେଳାଳିଙ୍କ ମାନସିକ ସ୍ବାସ୍ଥ୍ୟ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ବାୟୋ- ବବଲରେ ବିଭିନ୍ନ ନିୟମ କାନୁନ ଥିବାରୁ ଏଥିରେ ଦୀର୍ଘଦିନ ଧରି ରହିବା ବ୍ୟବହାରିକ ନୁହେଁ।
ସାରା ବିଶ୍ୱରେ କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଛି। ଏପରିସ୍ଥଳେ କ୍ରିକେଟ ଜୈବ ସୁରକ୍ଷିତ ପରିବେଶ ତଥା ବାୟୋ- ବବଲରେ ଖେଳାଯାଉଛି। ନିକଟ ଭବିଷ୍ୟତରେ ଏଥିରେ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ବାୟୋ- ବବଲ୍‌ରେ ରହିବା ଏକ ସ୍ଥାୟୀ ଜୀବନ ଶୈଳୀ ନୁହେଁ ବୋଲି ‘କ୍ରିକେଟ.କମ. ଏୟୁ’କୁ ସାକ୍ଷାତକାର ଦେଇ ସେ କହିଛନ୍ତି। ଖେଳାଳିମାନେ ହେଟେଲ ରୁମ୍‌ରେ ରହୁଛନ୍ତି ଓ ବାହ୍ୟଜଗତ ସହ ସେମାନଙ୍କର ଆଦୌ କୌଣସି ସମ୍ପର୍କ ନାହିଁ। ଆଇପିଏଲ୍‌ ଖେଳୁଥିବା କେତେଜଣ ଖେଳାଳି ଦୀର୍ଘଦିନ ହେବ ସେମାନଙ୍କ ପିଲାମାନଙ୍କୁ ଦେଖି ନାହାନ୍ତି। ଗତ ଅଗଷ୍ଟରୁ ଖେଳାଳିମାନେ ବାୟୋ- ବବଲରେ ରହୁଛନ୍ତି। ପୁଣି ଏହି ଖେଳାଳିମାନେ ଅଗାମୀ ସିରିଜରେ ସେମାନଙ୍କ ଦେଶ ତରଫରୁ ପ୍ରତିନିଧିତ୍ୱ କରିବେ ଓ ସେମାନଙ୍କୁ ପୁଣି ବାୟୋ-ବବଲରେ ରହିବାକୁ ହେବ। ତେଣୁ ଏଥିରେ ରହିବା ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ଷ୍ଟାର୍କ କହିଛନ୍ତି।
ଆଇପିଏଲ୍‌ ଫାଇନାଲ ପରେ ଭାରତୀୟ ଦଳ ଏକ ଦୀର୍ଘ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ଆଇପିଏଲ୍‌ ଖେଳୁଥିବା ଅଷ୍ଟ୍ରେଲିଆ ଖେଳାଳି ଯଥା ଷ୍ଟିଭ ସ୍ମିଥ୍‌, ପ୍ୟାଟ କୁମିନ୍ସ, ଜୋଶ ହାଜେଲଉଡ ଓ ଡେଭିଡ୍‌ ଓ୍ବାର୍ନର ମଧ୍ୟ ଭାରତ ବିପକ୍ଷରେ ସିରିଜ ଖେଳିବେ। ସେହିପରି ଆଇପିଏଲ୍‌ ଖେଳୁଥିବା ଇଂଲଣ୍ଡ ଖେଳାଳି ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ଓ ଓ୍ବେଷ୍ଟଇଣ୍ଡିଜ ଖେଳାଳି ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ତେଣୁ କେବଳ ଖେଳାଳି ନୁହେଁ, ସପୋର୍ଟ ଷ୍ଟାଫ୍‌, ଅଫିସିଆଲ ମଧ୍ୟ ସମାନ ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ପୁଣି ଆଇପିଏଲ୍‌ର ପରବର୍ତ୍ତୀ ସଂସ୍କରଣ ଆସନ୍ତା ୨୦୨୧ ଏପ୍ରିଲ ଓ ମେ’ରେ ଖେଳାଯିବ। ଆଇପିଏଲ ପୂର୍ବରୁ ମଧ୍ୟ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜର କେତେକ ଖେଳାଳି ସିରିଜ ଖେଳିବା ପାଇଁ ବାୟୋ- ବବଲରେ ରହୁଥିଲେ। ତେଣୁ ଏପରିସ୍ଥଳେ ଖେଳାଳିଙ୍କ ମାନସିକ ବିଷାଦ ସୃଷ୍ଟି ହେବା ନିଶ୍ଚିତ। ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ୩ ଟି୨୦, ୩ ଦିନିକିଆ ଓ ୪ଟି ଟେଷ୍ଟ ଖେଳିବ। ଏହାପରେ ଅଷ୍ଟ୍ରେଲିଆରୁ ଫେରିବା ପରେ ଭାରତ ବାୟୋ- ବବଲ୍‌ରେ ଇଂଲଣ୍ଡ ବିପକ୍ଷରେ ଘରୋଇ ସିରିଜ ଖେଳିବ। ପରିବାରଠାରୁ ଦୂରରେ ରହି, ଏଭଳି ନିୟମ କାନୁନ୍‌ ମଧ୍ୟରେ ରହିବା କଷ୍ଟକର ବୋଲି ବୋଲି ଷ୍ଟାର୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିନା ଦର୍ଶକରେ ଚାମ୍ପିୟନ୍ସ ଲିଗ୍‌ ମ୍ୟାଚ୍‌ ଖେଳିବ ବାର୍ସିଲୋନା

ମାଡ୍ରିଡ୍‌,୧୦।୩- ଆସନ୍ତା ୧୮ ତାରିଖରେ ବାର୍ସିଲୋନା କ୍ଲବ ତା’ର ଚାମ୍ପିୟନ୍ସ ଲିଗ୍‌ର ପ୍ରିକ୍ୱାର୍ଟର ଫାଇନାଲରେ ନାପୋଲିକୁ ଭେଟିବ। ଏହି ମ୍ୟାଚ୍‌ ବନ୍ଦ ଇନ୍‌ଡୋର ଷ୍ଟାଡିୟମରେ ଖେଳାଯିବ।...

କୋହଲିଙ୍କୁ ନେଇ ଗାଭାସ୍କରଙ୍କ ଭବିଷ୍ୟବାଣୀ

ମୋହାଲି,୧।୩: ମାର୍ଚ୍ଚ ୪ରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ କରିବାକୁ ଯାଉଛି। ଟି -୨୦ ସିରିଜ ପରେ ଟିମ ଇଣ୍ଡିଆ ଏବେ...

ଏହି ମହାନ କ୍ରିକେଟରଙ୍କ ଭଳି ହେବାକୁ ଚାହୁଁଥିଲେ ଧୋନୀ; ହେଲେ ପୂରଣ ହୋଇପାରିଲାନି ଇଚ୍ଛା…

ନୂଆଦିଲ୍ଲୀ,୧୪।୧୦: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଅନେକଙ୍କ ପାଇଁ ଆଜି ବି ପ୍ରେରଣା ହୋଇ ରହିଛନ୍ତି। କ୍ରିକେଟରୁ ସନ୍ନାସ ନେଇଥିଲେ ବି ତାଙ୍କୁ ନେଇ...

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦: ଭାଙ୍ଗିଲା ପୁରୁଣା ରେକର୍ଡ

ଲକ୍ଷ୍ନୌ,୩୦।୧: ଲକ୍ଷ୍ନୌରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆ ୬ ଉଇକେଟରେ ଜିତିଛି। ପ୍ରଥମେ ନ୍ୟୁଜିଲାଣ୍ଡ...

କ୍ରିକେଟରୁ ବିଦାୟ ନେଲେ ଦୁର୍ଦ୍ଧର୍ଷ ବୋଲର

ଜୋହାନ୍ସବର୍ଗ,୩୧।୮: ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ପେସର ଡେଲ ଷ୍ଟେଇନ ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ୨୦୧୯ରେ ଟେଷ୍ଟ କ୍ରିକେଟରୁ ବିଦାୟ ନେଇଥିବା...

ଭାବପ୍ରବଣ ହେଲେ ପନ୍ତ

ନୂଆଦିଲ୍ଲୀ,୧୫।୨: ଆଇପିଏଲ ୨୦୨୨ ମେଗା ନିଲାମରେ ଅଧିକାଂଶ ଫ୍ରାଞ୍ଚାଇଜ ସେମାନଙ୍କର ପୁରୁଣା ଖେଳାଳି କିଣିବାକୁ ଚେଷ୍ଟା କରିଥିଲେ। ଅନେକ ଦଳ ଏଥିରେ ସଫଳ ହୋଇଥିଲେ ଏବଂ...

ଆଇପିଏଲରୁ ଡାଇରେକ୍ଟ ବିଶ୍ୱକପ୍‌

ନୂଆଦିଲ୍ଲୀ,୧୦।୧୦: ଚଳିତ ଆଇପିଏଲରେ ୧୫୦ରୁ ଅଧିକ ବେଗରେ ବୋଲିଂ କରି ଚର୍ଚ୍ଚକୁ ଆସିଥିଲେ ଉମରାନ ମଲିକ। ଆଗାମୀ ଟି୨୦ ବିଶ୍ୱକପ୍‌ ଲାଗି ତାଙ୍କୁ ଭାରତୀୟ ଦଳରେ...

ଟିଭି ଉପସ୍ଥାପକ ହେଲେ କୋହଲି

ଆଣ୍ଟିଗୁଆ, ୨୨।୮: ଏକ ଭିନ୍ନ ଅନ୍ଦାଜ୍‌ରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। କ୍ରିକେଟ ଛାଡି ତାଙ୍କୁ ଏବେ ଟିଭି ଉପସ୍ଥାପକ ଭୂମିକାରେ ଦେଖିବାକୁ...

Advertisement
Archives

Model This Week