ବର୍ଷାଦିନେ ମହିଳାମାନେ କେମିତି ରହିବେ ସୁସ୍ଥ: ଆପଣାନ୍ତୁ ଏହି ଉପାୟ

ସ୍ବାସ୍ଥ୍ୟ ହିଁ ସମ୍ପଦ। ବର୍ଷକ ୧୨ମାସ ଆମକୁ ନିଜ ସ୍ବାସ୍ଥ୍ୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖିବାକୁ ହୋଇଥାଏ। ତାହା ଯେଉଁ ଋତୁ ହେଉ ନା କାହିଁକି ଜଣେ ନିଜକୁ ବିଭିନ୍ନ ରୋଗଠାରୁ ଦୂରେଇ ରଖିବା ହେଉଛି ବଡ଼ କଥା। ଏବେ ତ ବର୍ଷାଦିନ। ଏହି ସମୟରେ ବିଶେଷଭାବରେ ମହିଳାମାନେ ସେମାନଙ୍କର ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବା ନିହାତି ଦରକାର।

ବର୍ଷାଦିନେ ମହିଳାମାନେ ନିଜକୁ କିପରି ସୁସ୍ଥ ରଖିବେ ଏବଂ ତା’ ସହ ଅନ୍ୟାନ୍ୟ ବିଷୟ ପ୍ରତି ସତର୍କ ରହିବେ ସେ ବିଷୟରେ ଉପସ୍ଥାପନା…
ପରିଷ୍କାର ପରିଚ୍ଛନ୍ନତା : ବର୍ଷାଋତୁରେ ମହିଳାମାନେ ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଦରକାର। କେତେକ ସମୟରେ ଆମେ ହାତ ନ ଧୋଇ ସେହି ହାତରେ କିଛି ହାଲ୍‌କା ଖାଦ୍ୟ ଖାଇଦେଉ। ଏହାଦ୍ୱାରା ହାତରେ ଲାଗିଥିବା ଜୀବାଣୁ ଖାଦ୍ୟ ମାଧ୍ୟମରେ ପେଟ ଭିତରକୁ ଯାଇଥାଆନ୍ତି। ଫଳରେ ପରବର୍ତ୍ତୀ ସମୟରେ ଆମେ ଅଯଥାରେ କେତେକ ପେଟଜନିତ ରୋଗର ସମ୍ମୁଖୀନ ହୋଇଥାଉ। ତେଣୁ ବର୍ଷାଦିନେ ହାତକୁ ପରିଷ୍କାର ଭାବରେ ସାବୁନ୍‌ କିମ୍ବା ହ୍ୟାଣ୍ଡଓ୍ବାଶ୍‌ରେ ଧୁଅନ୍ତୁ। ହାତ ଅପରିଷ୍କାର ରହିଲେ ଏବଂ ସେହି ହାତରେ ମୁହଁକୁ ଛୁଇଁଲେ ଚର୍ମଜନିତ ରୋଗ ହେବା ଆଶଙ୍କା ରହିଛି। ଯଦି ଆପଣଙ୍କର ହାତ ଅପରିଷ୍କାର ଅଛି ତେବେ କଦାପି ସେହି ହାତକୁ ମୁହଁରେ ଲଗାନ୍ତୁ ନାହିଁ। କେବଳ ମୁହଁ ନୁହେଁ, ଏହି ହାତ ସଂସ୍ପର୍ଶରେ ଯଦି ନାକ, ଆଖି ଆଦି ଆସନ୍ତି ତେବେ ଏଥିରେ ଥିବା ଜୀବାଣୁ ରୋଗ ସୃଷ୍ଟି କରିପାରନ୍ତି। ତେଣୁ ହାତକୁ ସବୁବେଳେ ପରିଷ୍କାର ରଖନ୍ତୁ।
ଘର ପରିବେଶ : ବର୍ଷାଦିନେ ମ୍ୟାଲେରିଆ,ଡେଙ୍ଗୁ ଏବଂ ଝାଡାବାନ୍ତି ଆଦି ବ୍ୟାପିବାର ଯଥେଷ୍ଟ ଆଶଙ୍କା ଥାଏ। ତେଣୁ ଘରର ଭିତର ଏବଂ ବାହାର ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଘର ଚାରିପଟରେ ଯଦି ଅଦରକାରୀ ଜିନିଷ ଜମା ହୋଇ ରହିଛି ତେବେ ସେଗୁଡ଼ିକୁ ପରିଷ୍କାର କରିଦିଅନ୍ତୁ। ନ ହେଲେ ସେଥିରେ ପାଣି ଜମି ରହିଲେ ମଶା ସେଠାରେ ନିଜର ବଂଶ ବିସ୍ତାର କରିଥାଆନ୍ତି। ତେଣୁ ଏହି ଋତୁରେ ନିଜକୁ ସୁସ୍ଥ ରଖିବା ଲାଗି ଘରର ପରିବେଶ ଯେମିତି ସବୁବେଳେ ପରିଷ୍କାର ରହେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।
ଖାଦ୍ୟପେୟ : ବର୍ଷାଦିନେ ନିଜକୁ ସୁସ୍ଥ ରଖିବା ପଛରେ ଖାଦ୍ୟପେୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ସମୟରେ ଏଭଳି ଖାଦ୍ୟ ଖାଆନ୍ତୁ ନାହିଁ ଯାହା ପେଟଜନିତ ସମସ୍ୟା ସୃଷ୍ଟି କରିବ। ହୁଏତ ଏଥିପାଇଁ ଆପଣଙ୍କୁ ହସ୍ପିଟାଲରେ ଆଡମିଶନ ହୋଇ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ତେଣୁ ବର୍ଷାଦିନେ ବାହାର ଖାଦ୍ୟ ଯେତେ କମ୍‌ ଖାଇବେ ତାହା ସେତେ ଭଲ। ପନିପରିବା କାଟିବା ପୂର୍ବରୁ ଏବଂ ପରେ ତାହାକୁ ଭଲ ଭାବରେ ଧୁଅନ୍ତୁ। ଯଦି ଫଳମୂଳ ଖାଉଛନ୍ତି ତେବେ ସେଗୁଡ଼ିକୁ ମଧ୍ୟ ପରିଷ୍କାର ଭାବରେ ଧୋଇବା ଦରକାର। ଏହି ଋତୁରେ ସବୁବେଳେ ସୁପାଚ୍ୟ ଖାଦ୍ୟ ଖାଆନ୍ତୁ। ମସଲାଯୁକ୍ତ ଖାଦ୍ୟ ଯେତେ କମ୍‌ ଖାଇବେ ତାହା ସେତେ ଭଲ। ଭୋଜିଭାତକୁ ଯେତେ ଆଭୋଏଡ୍‌ କରିବେ ଭଲ। ଆମ ଶରୀରରେ ଜଳୀୟ ଅଂଶ ସବୁବେଳେ ସନ୍ତୁଳିତ ରହିବା ଦରକାର। ଏହି ଋତୁରେ ପାଣିକୁ ଫୁଟାଇ ତାହାକୁ ଥଣ୍ଡାକରି ପିଅନ୍ତୁ। ପାନୀୟ ଜଳକୁ ସବୁବେଳେ ଘୋଡ଼ାଇ ରଖନ୍ତୁ। ଟ୍ୟାପ୍‌ ପାଣି ପିଅନ୍ତୁ ନାହିଁ। କାରଣ ବର୍ଷାଦିନେ ପାଣି ଯୋଗୁ କେତେକ ରୋଗ ସୃଷ୍ଟି ହୋଇଥାଏ। ପ୍ରସ୍ତୁତ ଖାଦ୍ୟଗୁଡ଼ିକୁ ଘୋଡ଼ାଇ ରଖନ୍ତୁ। ବାସିଖାଦ୍ୟ ଖାଆନ୍ତୁ ନାହିଁ। ଖାଦ୍ୟକୁ ଉଷୁମ ଥିବା ସମୟରେ ଖାଆନ୍ତୁ। ଏହି ଋତୁରେ ହର୍ବାଲ ଟି’, ସୁପ୍‌ ଆଦି ପିଇପାରନ୍ତି।
ସ୍ବାସ୍ଥ୍ୟର ଯତ୍ନ : ଯେଉଁ ଋତୁ ହେଉ ନା କାହିଁକି ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିବା ଦରକାର। ବିଶେଷଭାବରେ ବର୍ଷାଦିନେ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ଆଦି ସ୍ବାସ୍ଥ୍ୟ ସମସ୍ୟା ବହୁଳ ଭାବରେ ଦେଖାଦେଇଥାଏ। ତେଣୁ ଏହି ଋତୁରେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ସତର୍କତା ଅବଲମ୍ବନ କରନ୍ତୁ। ଯଦି କୌଣସି ରୋଗର ପ୍ରାକ୍‌ ଲକ୍ଷଣ ଜାଣିପାରିଲେ ତାହାକୁ ଆଦୌ ଅବହେଳା କରନ୍ତୁ ନାହିଁ। ବିଶେଷଭାବରେ ଥଣ୍ଡା, କାଶ, ଜ୍ୱର ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଆନ୍ତୁ। ଏହି ଦିନେ ପିଲାମାନେ ଏଭଳି ସମସ୍ୟାରେ ପୀଡ଼ିତ ହୋଇଥାଆନ୍ତି। ତେଣୁ ସେମାନେ କିପରି ସୁସ୍ଥ ରହିବେ ସେ ନେଇ ନିଜେ ସତର୍କ ରୁହନ୍ତୁ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଘରେ କିଛି ଔଷଧ ମହଜୁଦ ରଖନ୍ତୁ। ବର୍ଷାଦିନେ ସଂକ୍ରମଣଜନିତ ରୋଗ ବ୍ୟାପିବାର ଅଧିକ ଆଶଙ୍କା ଥାଏ। ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ।
ସ୍କ୍ରିନ୍‌ କେୟାର : ବର୍ଷାଦିନେ ମହିଳାମାନେ ନିଜ ସ୍କିନ୍‌ର ଅଧିକ ଯତ୍ନନେବା ଆବଶ୍ୟକ। କାରଣ ଏହି ଋତୁରେ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିବା ଯୋଗୁ ସ୍କିନ୍‌ ନମନୀୟ ହୋଇଯାଏ। ଗୋଡ଼ହାତ ଅଧିକ ସମୟ ଓଦା ରଖନ୍ତୁ ନାହିଁ। କାରଣ ଏହାଦ୍ୱାରା ଚର୍ମଜନିତ ରୋଗ ହେବାର ଆଶଙ୍କା ରହିଛି। ଏଦିନେ କେଉଁ ମେକ୍‌ଅପ୍‌ ନେଲେ ସୁନ୍ଦର ଦେଖାଯିବେ ସେ ନେଇ ବିୟୁଟି ସ୍ପେଶାଲିଷ୍ଟ ସହ ଆଲୋଚନା କରନ୍ତୁ।
ସୁନିଦ୍ରା : ନିଜକୁ ସୁସ୍ଥ ରଖିବା ପଛରେ ସୁନିଦ୍ରାର ଭୂମିକା ମଧ୍ୟ ରହିଛି। ଜଣେ ରାତିରେ ଅତିକମ୍‌ରେ ୭-୮ ଘଣ୍ଟା ଶୋଇବା ଦରକାର। ବର୍ଷାଦିନେ ବେଡ୍‌ ରୁମ୍‌ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଶୋଇବାକୁ ଯିବା ପୂର୍ବରୁ ହାତ ଏବଂ ପାଦ ଉଷୁମ ପାଣିରେ ଧୁଅନ୍ତୁ। ଏହାଦ୍ୱାରା ସ୍କିନ୍‌ ମୁଲାୟମ ରହିଥାଏ ଏବଂ ଭଲ ନିଦ ହୁଏ। ଶୋଇବା ସମୟରେ ନିଜକୁ ଟେନ୍‌ସନଠାରୁ ଦୂରେଇ ରଖନ୍ତୁ। ଯଦି ଠିକ୍‌ ଭାବରେ ନିଦ ହେଉନାହିଁ, ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ଆମେ କେତେ ସୁସ୍ଥ ତଥା ନୀରୋଗ ରହିବା ତାହା ସମ୍ପୂର୍ଣ୍ଣ ଭାବରେ ନିଜ ଉପରେ ହିଁ ନିର୍ଭର କରିଥାଏ। ତେଣୁ ଅନ୍ୟ ଋତୁ ପରି ବର୍ଷାଦିନେ ମହିଳାମାନେ ନିଜ ସ୍ବାସ୍ଥ୍ୟ ସଚେତନତା ପ୍ରତି ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ନ ହେଲେ ଅସାବଧାନତା ଏବଂ ଅଜାଣତରେ ସେମାନେ କେତେକ ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କାକୁ ଏଡ଼ାଇଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟା ନ ପୂରୁଣୁ ମମତାଙ୍କୁ ପୁଣି ବଡ଼ ଝଟକା: ନିର୍ବାଚନରୁ ଓହରିଯିବା ନେଇ ଘୋଷଣା କଲେ…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ଚିତ୍ର ଦ୍ରୁତ ବଦଳୁଛି। ନନ୍ଦୀଗ୍ରାମ ପରେ ଏବେ ରେଜିନଗରରେ ମଧ୍ୟ ମମତା ବାନାର୍ଜୀଙ୍କ ଶିବିରକୁ ଝଟକା ଲାଗିଛି। ରେଜିନଗର…

ହାଇକୋର୍ଟ ବିଚାରପତିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଅବସର ପରେ PM CARES ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିବେ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଅବନୀନ୍ଦ୍ର କୁମାର ସିଂହ ତାଙ୍କ ଅବସର ପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଥିଲେ। ସେ କହିଥିଲେ ଯେ ସେ ତାଙ୍କ…

ପାର୍ବଣ ଭେଟି ଦେଲେ ରାଜ୍ୟ ସରକାର, ୮% ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୯।୯: ରାଜ୍ୟ କର୍ମଚାରୀଙ୍କ ସହ ଦୀର୍ଘ ଦିନରୁ ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟାଇ ଭଗୱନ୍ତ ମାନ ସରକାର ପ୍ରାୟ ଆଠ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କ…

ଆମେରିକୀୟ ଗଣମାଧ୍ୟମ ବିରୋଧରେ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲଗାଇଲେ କଟକଣା

ଓ୍ବାଶିଂଟନ,୧୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ CNN, Politico ଏବଂ MSNBC ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ‘ଟ୍ରୁଥ ସୋସିଆଲ’ (Truth Social)…

ଚାକିରିଆଙ୍କ ପାଇଁ ବଡ଼ ଖବର: କମିଯିବ In-Hand Salary! PF ର ନୂଆ ନିୟମ ଜାଣିରଖନ୍ତୁ

ନୂଆଦିଲ୍ଲୀ,୧୯।୯: କର୍ମଚାରୀଙ୍କ ପାଇଁ PF ସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। EPFOର ବେତନ ସୀମାକୁ ମାସିକ ୧୫,୦୦୦ରୁ ବଢ଼ାଇ ୨୫,୦୦୦ କରାଯାଇଛି। ୧୬ ସେପ୍ଟେମ୍ବର ୨୦୨୪ରେ…

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼: ୮ ଟଙ୍କା ବଢ଼ିପାରେ କ୍ଷୀର ମୂଲ୍ୟ! ରାଜ୍ୟ ସରକାରଙ୍କୁ ୩ ଦିନିର ଅଲ୍ଟିମେଟମ ଦେଲେ…

ନୂଆଦିଲ୍ଲୀ,୧୯।୯: କର୍ନାଟକରେ ପାର୍ୱଣ ଋତୁ ପୂର୍ୱରୁ ଲୋକଙ୍କୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଏଠାରେ ଖୁବ ଶୀଘ୍ର କ୍ଷୀର ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?