କେମିତି ନେବେ ପ୍ରି-ୱେଡିଂ ସ୍କିନ୍‌ କେୟାର

ବିବାହ ଦିନ ସୁନ୍ଦର ଦେଖାଯିବା ପାଇଁ ହେଲେ ତ୍ୱଚାଠାରୁ ଆରମ୍ଭକରି କେଶ ପର୍ଯ୍ୟନ୍ତ ସବୁକିଛିର ବହୁ ପୂର୍ବରୁ ଯତ୍ନନେବାକୁ ହେବ। ଏଥିପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ଜାଣିରଖନ୍ତୁ।

ଫିଟ୍‌ନେସ୍‌କୁ ଠିକ୍‌ ରଖିବା ପାଇଁ ପ୍ରତିଦିନ ହାଲ୍‌କା ବ୍ୟାୟାମ କରନ୍ତୁ। ଏହା ସହ ଅଧିକ ଫଳ ଓ ସାଲାଡ, ଗଜା ହୋଇଥିବା ବିଭିନ୍ନ ଶସ୍ୟ, ଦହି, ପନିର ଆଦି ଅଧିକ ଖାଆନ୍ତୁ। ମାନସିକ ଚାପ କମ୍‌ କରିବା ପାଇଁ ମଧ୍ୟ ଯୋଗ କିମ୍ବା ମେଡିଟେଶନ କରନ୍ତୁ।
ନିୟମିତଭାବେ ତ୍ୱଚାର କ୍ଲିଂଜିଂ, ଟୋନିଂ ଏବଂ ମଶ୍ଚରାଇଜିଂ କରନ୍ତୁ।
ବିବାହର କିଛିଦିନ ପୂର୍ବରୁ ହଳଦୀ ଲଗାଇବା ବନ୍ଦ କରିଦିଅନ୍ତୁ। କାରଣ ତ୍ୱଚାରୁ ହଳଦୀ ରଙ୍ଗ ସହଜରେ ଛାଡ଼ି ନ ଥାଏ। ଫଳରେ ମେକ୍‌ଅପ୍‌ ସମୟରେ ଅସୁବିଧା ହୁଏ।
ସପ୍ତାହକୁ ଅତିକମ୍‌ରେ ୩ଥର ରାତିରେ ଶୋଇବା ପୂର୍ବରୁ ଲେମ୍ବୁରସ ଓ କଞ୍ଚାକ୍ଷୀର ଲଗାନ୍ତୁ। ଏହା ପ୍ରାକୃତିକ କ୍ଲିଜର ଓ ଆଷ୍ଟ୍ରିଜେଣ୍ଟ ଭଳି କାମ ଦିଏ ଓ ସ୍କିନ୍‌ର ଚମକ ବଢ଼ାଏ।
ଆଳୁକୁ ପତଳା କରି କାଟି ମୁହଁରେ ଘଷନ୍ତୁ, ତାହା ସ୍କ୍ରବ୍‌ ଭଳି କାମ ଦେବ।
ସପ୍ତାହକୁ ଅତିକମ୍‌ରେ ଥରେ ସ୍କ୍ରବ୍‌ କରନ୍ତୁ।
ଠିକ୍‌ ସମୟରେ ଏବଂ ଅତିକମ୍‌ରେ ୮ ଘଣ୍ଟା ଶୁଅନ୍ତୁ। ଫଳରେ ଆଖି ତଳେ ଡାର୍କ ସର୍କଲ ହେବ ନାହିଁ।
ମେକ୍‌ଅପ୍‌ ସାମଗ୍ରୀ ସବୁ ଆଗରୁ କିଣି ବ୍ୟବହାର କରନ୍ତୁ। ତ୍ୱଚାକୁ ତାହା ସୁଟ୍‌ କରୁଛି କି ନା ଜଣାପଡ଼ିଯିବ।
ବାହାରକୁ ଯାଉଥିଲେ ସନ୍‌ସ୍କ୍ରିନ୍‌ ଲୋସନ ନିଶ୍ଚିତ ଲଗାନ୍ତୁ। ମେନିକିଓର ଓ ପେଡିକିଓର ମଧ୍ୟ କରନ୍ତୁ।
କେଶ ଯଦି ଡ୍ରାଏ ହୋଇଥାଏ ତେବେ ପ୍ରତି ୩ଦିନରେ ଥରେ ତେଲ ଗରମ କରି ଲଗାନ୍ତୁ। ମାସକୁ ଥରେ କିମ୍ବା ୨ ଥର ହେୟାର ସ୍ପା ମଧ୍ୟ କରନ୍ତୁ।
ଫେସିଆଲ କରିବାର ୨ଦିନ ପରେ ସ୍କିନ୍‌ରେ ଗ୍ଲୋ ଆସିଥାଏ। ତେଣୁ ବିବାହର ୨ଦିନ ଆଗରୁ ହିଁ ଫେସିଆଲ କରନ୍ତୁ। ସ୍କିନ୍‌ ଅନୁସାରେ ଫ୍ରୁଟ୍‌, ଅରୋମା, ପର୍ଲ, ଗୋଲ୍ଡ କିମ୍ବା ଡାଏମଣ୍ଡ ଆଦି ଯେକୌଣସି ପ୍ରକାର ଫେସିଆଲ କରନ୍ତୁ।
ବିବାହର ସପ୍ତାହେ ପୂର୍ବରୁ କୌଣସି ପ୍ରକାର ନୂଆ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

ଲଘୁଚାପଜନିତ ଲଗାଣ ବର୍ଷା: ଘର ଉପରେ ପଡ଼ିଲା ଗଛ

ମହାକାଳପଡ଼ା,୨୫।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ମହାକାଳପଡ଼ା ବ୍ଲକରେ ଏକ ଅଘଟଣ ଘଟିଛି। ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ତନ୍ତିଆପାଳ-ଭୋପାଳ ଗ୍ରାମର…

ସୂର୍ଯ୍ୟ-ଶୁକ୍ରଙ୍କ ଶୁକ୍ରାଦିତ୍ୟ ରାଜଯୋଗ: ୨୦୨୭ ପୂର୍ବରୁ ମାଲାମାଲ ହେବେ ୪ ରାଶି, ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ଶୁକ୍ରଙ୍କ ଯୁତିରୁ ଶୁକ୍ରାଦିତ୍ୟ ରାଜଯୋଗ ଗଠନ ହେବ। ଏହି ଯୋଗ ୪ଟି ରାଶି ପାଇଁ ଶୁଭ ଫଳ ଆଣିପାରେ। ମେଷ,…

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?