ଫୋନ୍‌ର ଇଣ୍ଟରନେଟ୍‌ ଡାଟା ଶୀଘ୍ର ଖର୍ଚ୍ଚ ହେଉଛି କି? ଆଜି ହିଁ ବଦଳାନ୍ତୁ ଏସବୁ ସେଟିଂ

କରୋନା କାଳରେ ବଢ଼ିଛି ଇଣ୍ଟରନେଟ ଖର୍ଚ୍ଚ। ଏଣୁ ଡାଟା ଶେଷ ହେବା ପ୍ରମୁଖ ଚିନ୍ତାର କାରଣ ସାଜେ। ଆଜିକାଲି ସବୁକିଛି ପାଇଁ ଇଣ୍ଟରନେଟ୍‌ ଡାଟା ଆବଶ୍ୟକ। କିନ୍ତୁ ଫୋନରେ ଅତିରିକ୍ତ ଜିନିଷ ହେତୁ ଡାଟା ଖର୍ଚ୍ଚ ହୋଇଯାଇଥାଏ। ଫଳରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମୟରେ ଏହା ଶେଷ ହୋଇଯାଏ। ଆସନ୍ତୁ ଫୋନର ଡାଟା ସଞ୍ଚୟ କରିବାକୁ ନେଇ କିଛି ଟିପ୍ସ ଜାଣିବା..

ଓଟିଟି ଆପ୍‌କୁ ବନ୍ଦ ରଖନ୍ତୁ:
ଆଜିକା ସମୟରେ ଆମାଜନ ପ୍ରାଇମ୍‌, ନେଟଫିକ୍ସ ଆଦି ଓଟିଟି ଆପ୍‌ର ଟ୍ରେଣ୍ଡ ବଢ଼ିଯାଇଛି। ଅନେକ ସମୟରେ ଫୋନ୍‌ର ବ୍ୟାକ୍‌ଗ୍ରାଉଣ୍ଡରେ ଏହି ଆପ୍‌ ଅନ୍‌ ରହିଥାଏ। ଫଳରେ ଏହା ଡାଟା ନଷ୍ଟ ହୋଇଥାଏ। ଏଥିଯୋଗୁ ଆପ୍‌କୁ ବ୍ୟବହାର କରି ସାରିବା ପରେ ବ୍ୟାକ୍‌ଗ୍ରାଉଣ୍ଡରୁ ବାହାର କରିଦିଅନ୍ତୁ।

ଅଫଲାଇନ୍‌ ମ୍ୟାପ୍‌ର ବ୍ୟବହାର କରନ୍ତୁ:
ଗୁଗୁଲ ମ୍ୟାପ୍‌ ଏକ ଲୋକପ୍ରିୟ ସେବା। ଏହାକୁ ବ୍ୟବହାର କରିବା ସମୟରେ ଖର୍ଚ୍ଚ ହେଉଥିବା ଡାଟା ସଞ୍ଚୟ କରିବା ଲାଗି ଆପଣ ମ୍ୟାପ୍‌କୁ ସେଭ କରି ରଖନ୍ତୁ। ମ୍ୟାପ୍‌ ଡାଉନ୍‌ଲୋଡ ହେବା ପରେ ଆପଣ ଜିପିଏସ୍‌ ବ୍ୟବହାର କରି ଏହାର ଅଫ୍‌ଲାଇନ୍‌ ବ୍ୟବହାର କରିପାରିବେ।

ସୋସିଆଲ ନେଟଓ୍ବାର୍କିଂ ପୃଷ୍ଠାର ବ୍ୟବହାର:
ଯଦି ଆପଣ ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ ନେଟଓ୍ବାର୍କିଂ ପ୍ଲାଟଫର୍ମକୁ କାମ କରିବା ସମୟରେ ଖୋଲା ରଖିବା ଦ୍ୱାରା ଡାଟା ଅଧିକ ଶେଷ ହୋଇଥାଏ। ଏଣୁ ସୋସିଆଲ ମିଡିଆ ଆକାଉଣ୍ଟର ଅଟୋ-ପ୍ଲେ ଭିଡିଓକୁ ବନ୍ଦ ରଖନ୍ତୁ। ଏହାଦ୍ୱାରା ଅଧିକ ଡାଟା ଖର୍ଚ୍ଚ ହୋଇଥାଏ।

ସିଷ୍ଟମରେ ଅପ୍‌ଡେଟ୍‌କୁ ବନ୍ଦ ରଖନ୍ତୁ:
ଫୋନ୍‌ରେ କିଛି ଆପ୍‌ ଆପେଆପେ ଅପ୍‌ଡେଟ୍‌ ହୋଇଥାଏ। ଏହାଦ୍ୱାରା ଫୋନର ଡାଟା ଖର୍ଚ୍ଚ ହୋଇଥାଏ। ଏଥିରୁ ବଞ୍ଚିବା ପାଇଁ ଆପଣ ସେଟିଙ୍ଗ୍ସକୁ ଯାଇ ଅଟୋ ଅପ୍‌ଡେଟ୍‌କୁ ବନ୍ଦ କରିଦିଅନ୍ତୁ। ଏହାଦ୍ୱାରା ନିଜ ହିସାବରେ ଆପ୍‌କୁ ଅପ୍‌ଡେଟ୍‌ କରିହେବ ଏବଂ ଡାଟା ସଞ୍ଚୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ପାଗଳ କଲା ପରକୀୟା ପ୍ରୀତି, ସ୍ବାମୀଙ୍କୁ ବିଦ୍ୟୁତ୍‌ ଶକ୍‌ ଦେଇ ମାରିଲେ ସ୍ତ୍ରୀ

ବରେଲି,୨୬।୫: ଉତ୍ତରପ୍ରଦେଶର ବରେଲିରେ ଜଣେ ମହିଳାଙ୍କ ପରକୀୟା ପ୍ରୀତିକୁ ସ୍ବାମୀ ବିରୋଧ କରିବାରୁ ସେ ପ୍ରେମିକ, ଭଉଣୀ ଓ ଭଉଣୀଙ୍କ ପୁରୁଷ ବନ୍ଧୁ ସହ ମିଶି ସ୍ବାମୀଙ୍କୁ…

ଆଉ ଏକ ଝଟକା….ପୁଣି ଥରେ ବଢ଼ିଲା CNG ଦର, ୧୨ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ବୃଦ୍ଧି

ନୂଆଦିଲ୍ଲୀ,୨୬।୫:  ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ସହିତ ଜଡ଼ିତ ସାଧାରଣ ଲୋକଙ୍କୁ ପୁଣି ମହଙ୍ଗା ମାଡ଼ । CNG ମଧ୍ୟ କ୍ରମଶଃ ମହଙ୍ଗା ହେଉଛି। ମଙ୍ଗଳବାର…

ବିଳମ୍ବିତ ରାତିରେ ପୁଣି ୨ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସର ଏନ୍‌କାଉଣ୍ଟର

ଵ୍ରହ୍ମପୁର, ୨୬।୫:(ସୁବାସ ଚନ୍ଦ୍ର ପାଢ଼ୀ): ଆଉ ଅପରାଧୀଙ୍କୁ ତ୍ରାହି ନାହିଁ । ଵ୍ରହ୍ମପୁର ପୋଲିସ ବିଗତ କିଛି ଦିନ ହେବ ଅପରାଧୀଙ୍କୁ ଏନକାଉଣ୍ଟର ଜାରି ରଖିଛି ।…

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri