ଫୋନ୍‌ର ଇଣ୍ଟରନେଟ୍‌ ଡାଟା ଶୀଘ୍ର ଖର୍ଚ୍ଚ ହେଉଛି କି? ଆଜି ହିଁ ବଦଳାନ୍ତୁ ଏସବୁ ସେଟିଂ

କରୋନା କାଳରେ ବଢ଼ିଛି ଇଣ୍ଟରନେଟ ଖର୍ଚ୍ଚ। ଏଣୁ ଡାଟା ଶେଷ ହେବା ପ୍ରମୁଖ ଚିନ୍ତାର କାରଣ ସାଜେ। ଆଜିକାଲି ସବୁକିଛି ପାଇଁ ଇଣ୍ଟରନେଟ୍‌ ଡାଟା ଆବଶ୍ୟକ। କିନ୍ତୁ ଫୋନରେ ଅତିରିକ୍ତ ଜିନିଷ ହେତୁ ଡାଟା ଖର୍ଚ୍ଚ ହୋଇଯାଇଥାଏ। ଫଳରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମୟରେ ଏହା ଶେଷ ହୋଇଯାଏ। ଆସନ୍ତୁ ଫୋନର ଡାଟା ସଞ୍ଚୟ କରିବାକୁ ନେଇ କିଛି ଟିପ୍ସ ଜାଣିବା..

ଓଟିଟି ଆପ୍‌କୁ ବନ୍ଦ ରଖନ୍ତୁ:
ଆଜିକା ସମୟରେ ଆମାଜନ ପ୍ରାଇମ୍‌, ନେଟଫିକ୍ସ ଆଦି ଓଟିଟି ଆପ୍‌ର ଟ୍ରେଣ୍ଡ ବଢ଼ିଯାଇଛି। ଅନେକ ସମୟରେ ଫୋନ୍‌ର ବ୍ୟାକ୍‌ଗ୍ରାଉଣ୍ଡରେ ଏହି ଆପ୍‌ ଅନ୍‌ ରହିଥାଏ। ଫଳରେ ଏହା ଡାଟା ନଷ୍ଟ ହୋଇଥାଏ। ଏଥିଯୋଗୁ ଆପ୍‌କୁ ବ୍ୟବହାର କରି ସାରିବା ପରେ ବ୍ୟାକ୍‌ଗ୍ରାଉଣ୍ଡରୁ ବାହାର କରିଦିଅନ୍ତୁ।

ଅଫଲାଇନ୍‌ ମ୍ୟାପ୍‌ର ବ୍ୟବହାର କରନ୍ତୁ:
ଗୁଗୁଲ ମ୍ୟାପ୍‌ ଏକ ଲୋକପ୍ରିୟ ସେବା। ଏହାକୁ ବ୍ୟବହାର କରିବା ସମୟରେ ଖର୍ଚ୍ଚ ହେଉଥିବା ଡାଟା ସଞ୍ଚୟ କରିବା ଲାଗି ଆପଣ ମ୍ୟାପ୍‌କୁ ସେଭ କରି ରଖନ୍ତୁ। ମ୍ୟାପ୍‌ ଡାଉନ୍‌ଲୋଡ ହେବା ପରେ ଆପଣ ଜିପିଏସ୍‌ ବ୍ୟବହାର କରି ଏହାର ଅଫ୍‌ଲାଇନ୍‌ ବ୍ୟବହାର କରିପାରିବେ।

ସୋସିଆଲ ନେଟଓ୍ବାର୍କିଂ ପୃଷ୍ଠାର ବ୍ୟବହାର:
ଯଦି ଆପଣ ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ ନେଟଓ୍ବାର୍କିଂ ପ୍ଲାଟଫର୍ମକୁ କାମ କରିବା ସମୟରେ ଖୋଲା ରଖିବା ଦ୍ୱାରା ଡାଟା ଅଧିକ ଶେଷ ହୋଇଥାଏ। ଏଣୁ ସୋସିଆଲ ମିଡିଆ ଆକାଉଣ୍ଟର ଅଟୋ-ପ୍ଲେ ଭିଡିଓକୁ ବନ୍ଦ ରଖନ୍ତୁ। ଏହାଦ୍ୱାରା ଅଧିକ ଡାଟା ଖର୍ଚ୍ଚ ହୋଇଥାଏ।

ସିଷ୍ଟମରେ ଅପ୍‌ଡେଟ୍‌କୁ ବନ୍ଦ ରଖନ୍ତୁ:
ଫୋନ୍‌ରେ କିଛି ଆପ୍‌ ଆପେଆପେ ଅପ୍‌ଡେଟ୍‌ ହୋଇଥାଏ। ଏହାଦ୍ୱାରା ଫୋନର ଡାଟା ଖର୍ଚ୍ଚ ହୋଇଥାଏ। ଏଥିରୁ ବଞ୍ଚିବା ପାଇଁ ଆପଣ ସେଟିଙ୍ଗ୍ସକୁ ଯାଇ ଅଟୋ ଅପ୍‌ଡେଟ୍‌କୁ ବନ୍ଦ କରିଦିଅନ୍ତୁ। ଏହାଦ୍ୱାରା ନିଜ ହିସାବରେ ଆପ୍‌କୁ ଅପ୍‌ଡେଟ୍‌ କରିହେବ ଏବଂ ଡାଟା ସଞ୍ଚୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri