Posted inଫୁରସତ

ଭୂକମ୍ପକୁ ନ ଡରି ତୁରନ୍ତ କରନ୍ତୁ ଏପରି, ହୋଇଯିବ ଜୀବନ ରକ୍ଷା

ଭୂକମ୍ପ ନାଁ ଶୁଣିଲେ ମନରେ ଅଜଣା ଭୟ ଜାଗିଉଠେ। ଭୂକମ୍ପ ଆସିଲେ ଲୋକେ ହଡ଼ବଡ଼େଇ ଯାଇଥାନ୍ତି। ତେଣୁ ଏହି ସମୟରେ ଲୋକେ କ’ଣ କରିବେ ନ କରିବେ ଚିନ୍ତା କରିପାରନ୍ତି ନାହିଁ। ବିଳମ୍ବ ଯୋଗୁ ଅନେକ ଜୀବନ ହାନି ହୋଇଥାଏ। କିନ୍ତୁ ଭୂକମ୍ପ ସମୟରେ କିଛି ସାବଧାନତା ଅବଲମ୍ବନ କଲେ ନିଜର ଜୀବନ ରକ୍ଷା ହେବା ସହ ଅନ୍ୟମାନଙ୍କର ମଧ୍ୟ ଜୀବନ ରକ୍ଷା ହୋଇପାରବ।

– ଭୂକମ୍ପ ଅନୁଭୂତ ହେଲେ ସବୁଠୁ ଭଲ ଘରୁ ବାହାରକୁ ଚାଲିଯିବା ବା ଖୋଲା ପଡ଼ିଆକୁ ଚାଲିଯିବା। ମାତ୍ର ବହୁ କୋଠା ବିଶିଷ୍ଟ ଘରୁ ତ ଶ୍ରୀଘ୍ର ବାହାରି ହେବନି। ତେଣୁ ଘର ଭିତରେ ଥିବା ଯେକୌଣସି ମଜଭୁତ ଆସବାବପତ୍ର ତଳେ ହିଁ ପଶିଯାନ୍ତୁ। ଏହାଦ୍ୱାରା ମୁଣ୍ଡ ରକ୍ଷା ପାଇବା ସହ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ମଧ୍ୟ ସୁରକ୍ଷିତ ରହିପାରିବ।

– ଘରୁ ବାହାରି କେବେ ବି ବିଜୁଳି ଖୁଣ୍ଟ, ଟେଲିଫୋନ୍‌ ଖୁଣ୍ଟ କିମ୍ବା ଗଛ ତଳେ ଆଦୌ ଠିଆ ହୁଅନ୍ତୁ ନାହିଁ।

– ଭୂକମ୍ପ ହେବା କ୍ଷଣି ସଙ୍ଗେ ସଙ୍ଗେ ଟିଭି, ଫ୍ରିଜ୍‌ ଆଦି ବୈଦ୍ୟୁତିକ ଉପକରଣରୁ ପ୍ଲଗ୍‌ କାଢ଼ି ଦିଅନ୍ତୁ।

– ଥରେ ଭୂକମ୍ପ ଆସିଲେ କିଛି ଘଣ୍ଟା ପର୍ଯ୍ୟନ୍ତ ଏହା ପୁଣି ହେବାର ସମ୍ଭାବନା ରହିଥାଏ। ତେଣୁ ଯେଉଁ ସୁରକ୍ଷିତ ସ୍ଥାନରେ ରହିଥିବେ ସେଠାରେ ହିଁ କିଛି ସମୟ ରୁହନ୍ତୁ।

ସୂଚନାଯୋଗ୍ୟ, ବୁଧବାର ସକାଳେ ଆସାମର ରାଜଧାନୀ ଗୌହାଟୀରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ଥିଲା। ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ଧରଣର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri