Posted inଫୁରସତ

ଭୂକମ୍ପକୁ ନ ଡରି ତୁରନ୍ତ କରନ୍ତୁ ଏପରି, ହୋଇଯିବ ଜୀବନ ରକ୍ଷା

ଭୂକମ୍ପ ନାଁ ଶୁଣିଲେ ମନରେ ଅଜଣା ଭୟ ଜାଗିଉଠେ। ଭୂକମ୍ପ ଆସିଲେ ଲୋକେ ହଡ଼ବଡ଼େଇ ଯାଇଥାନ୍ତି। ତେଣୁ ଏହି ସମୟରେ ଲୋକେ କ’ଣ କରିବେ ନ କରିବେ ଚିନ୍ତା କରିପାରନ୍ତି ନାହିଁ। ବିଳମ୍ବ ଯୋଗୁ ଅନେକ ଜୀବନ ହାନି ହୋଇଥାଏ। କିନ୍ତୁ ଭୂକମ୍ପ ସମୟରେ କିଛି ସାବଧାନତା ଅବଲମ୍ବନ କଲେ ନିଜର ଜୀବନ ରକ୍ଷା ହେବା ସହ ଅନ୍ୟମାନଙ୍କର ମଧ୍ୟ ଜୀବନ ରକ୍ଷା ହୋଇପାରବ।

– ଭୂକମ୍ପ ଅନୁଭୂତ ହେଲେ ସବୁଠୁ ଭଲ ଘରୁ ବାହାରକୁ ଚାଲିଯିବା ବା ଖୋଲା ପଡ଼ିଆକୁ ଚାଲିଯିବା। ମାତ୍ର ବହୁ କୋଠା ବିଶିଷ୍ଟ ଘରୁ ତ ଶ୍ରୀଘ୍ର ବାହାରି ହେବନି। ତେଣୁ ଘର ଭିତରେ ଥିବା ଯେକୌଣସି ମଜଭୁତ ଆସବାବପତ୍ର ତଳେ ହିଁ ପଶିଯାନ୍ତୁ। ଏହାଦ୍ୱାରା ମୁଣ୍ଡ ରକ୍ଷା ପାଇବା ସହ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ମଧ୍ୟ ସୁରକ୍ଷିତ ରହିପାରିବ।

– ଘରୁ ବାହାରି କେବେ ବି ବିଜୁଳି ଖୁଣ୍ଟ, ଟେଲିଫୋନ୍‌ ଖୁଣ୍ଟ କିମ୍ବା ଗଛ ତଳେ ଆଦୌ ଠିଆ ହୁଅନ୍ତୁ ନାହିଁ।

– ଭୂକମ୍ପ ହେବା କ୍ଷଣି ସଙ୍ଗେ ସଙ୍ଗେ ଟିଭି, ଫ୍ରିଜ୍‌ ଆଦି ବୈଦ୍ୟୁତିକ ଉପକରଣରୁ ପ୍ଲଗ୍‌ କାଢ଼ି ଦିଅନ୍ତୁ।

– ଥରେ ଭୂକମ୍ପ ଆସିଲେ କିଛି ଘଣ୍ଟା ପର୍ଯ୍ୟନ୍ତ ଏହା ପୁଣି ହେବାର ସମ୍ଭାବନା ରହିଥାଏ। ତେଣୁ ଯେଉଁ ସୁରକ୍ଷିତ ସ୍ଥାନରେ ରହିଥିବେ ସେଠାରେ ହିଁ କିଛି ସମୟ ରୁହନ୍ତୁ।

ସୂଚନାଯୋଗ୍ୟ, ବୁଧବାର ସକାଳେ ଆସାମର ରାଜଧାନୀ ଗୌହାଟୀରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ଥିଲା। ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ଧରଣର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri