ମଣିଷକୁ ଚିହ୍ନିବେ କେମିତି : ଗୀତାରୁ ଶିକ୍ଷା

କଥାରେ ଅଛି, ଯାହା ନାହିଁ ଭାରତେ ତାହା ନାହିଁ ଭାରତେ-ଅର୍ଥାତ୍‌ ଏମିତି କିଛି କଥା ନାହିଁ ଯାହା ମହାଭାରତରେ ନାହିଁ। ଯେହେତୁ ଶ୍ରୀମଦ୍‌ ଭଗବଦ୍‌ ଗୀତା ହେଉଛି ମହାଭାରତର ଏକ ସଂକ୍ଷିପ୍ତ ସଂସ୍କରଣ, ସେଇ ଦୃଷ୍ଟିରୁ ମଣିଷର ଏପରି କିଛି ଆବଶ୍ୟକ ବସ୍ତୁ ନାହିଁ କହିଲେ ଚଳେ, ଯାହା ଗୀତାରେ ନାହିଁ।
ଦୁନିଆରେ ସବୁଠୁଁ କାଠିକର ପାଠ ହେଲା ମଣିଷକୁ ଚିହ୍ନିବା। ମଣିଷକୁ ଠିକ୍‌ ଭାବରେ ଚିହ୍ନି ନ ପାରିଲେ ସବୁ କାମ ବିଗିଡ଼ିଯାଏ- ଚିହ୍ନିବା ଅର୍ଥ ଖାଲି ବାହାରର ଭେକକୁ ଦେଖିବା ନୁହେଁ, ଅଭିନୟପ୍ରବଣ ମଣିଷ ନିଜକୁ ଏମିତି ପେସ୍‌ କରିପାରେ ଯେ ତାକୁ ଠିକଣା ଭାବରେ ବୁଝିବା କଷ୍ଟ। ଅଥଚ ଠିକ୍‌ ଲୋକ ପାଖରେ ପହଞ୍ଚତ୍ ନ ପାରିଲେ, ଠକ୍‌ ପାଖରେ ଅଜାଣତରେ ପହଞ୍ଚତ୍ଥାଉ ଆମେ; ଆଉ ଫଳ ହୁଏ ବିଫଳତା। ଷୋଡ଼ଶ ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ଲୋକମାନଙ୍କୁ ସେମାନଙ୍କ ଗୁଣଭେଦରେ ୨ ଭାଗରେ ବିଭକ୍ତ କରିଛନ୍ତି- କିଛି ଲୋକ ଅଛନ୍ତି, ଯେଉଁମାନେ ଦୈବୀଗୁଣସମ୍ପନ୍ନ ବା ଯାହାଙ୍କୁ ଆମେ କହିପାରିବା ସଦ୍‌ଗୁଣ ବିଶିଷ୍ଟ। ଆଉ ଯେଉଁମାନେ ରହିଲେ ସେମାନେ ହେଲେ ଅସୁର ଗୁଣ ସମ୍ପନ୍ନ, ଯେଉଁମାନେ ଅସଦ୍‌ ଗୁଣରେ ପରିପୂର୍ଣ୍ଣ। ଭଲ ଲୋକମାନେ ଯେଉଁ କାମରେ ଆଗ୍ରହ ଦେଖାନ୍ତି ସେଠାରୁ ଦୂରେଇ ରହନ୍ତି ତାଙ୍କର ପ୍ରତିପକ୍ଷମାନେ। ଏପରି ଦ୍ୱିତୀୟ ଅଧ୍ୟାୟରେ ଶ୍ରୀକୃଷ୍ଣଙ୍କ ଭାଷାରେ ଓ କଣ୍ଠରେ କୁହାଯାଇଛି –
ଯା ନିଶା ସର୍ବଭୂତାନାଂ ତସ୍ୟାଂ ଜାଗର୍ତ୍ତି ସଂଯମୀ
ଯସ୍ୟାଂ ଜାଗ୍ରତି ଭୂତାନି, ସା ନିଶା ପଶ୍ୟ ତୋ ମୁନେଃ।
ଅର୍ଥାତ୍‌ ବିବେକୀ ପ୍ରାଣୀ ଓ ଅବିବେକୀ ପ୍ରାଣୀ ସମାନ ପରିସ୍ଥିତିକୁ ଭିନ୍ନ ଭାବରେ ଦେଖିଥାନ୍ତି। ଅବିବେକୀ ପ୍ରାଣୀମାନେ ଯେତେବେଳେ ଜାଗ୍ରତ ରହନ୍ତି ସେଇ ସମୟକୁ ବିବେକୀମାନେ ରାତ୍ରି ଭଳି ଦେଖନ୍ତି ଏବଂ ଅନୁରୂପ ଭାବରେ ବିବେକୀମାନଙ୍କର ଦିନ (ଜାଗ୍ରତ ରହିବାର ବେଳ) ହିଁ ଅବିବେକୀମାନଙ୍କ ପାଇଁ ରାତ୍ରି ପରି ବିଳାସମୟ ଏବଂ ଶୟନର ସମୟ। ଅବିବେକୀ ପ୍ରାଣୀମାନେ ଯେ ଖାଲି ତମେ ଆମେ ପରି ସାଧାରଣ ଲୋକଙ୍କୁ ଖରାପ ବ୍ୟବହାର କରନ୍ତି ତା’ ନୁହେଁ, ନବମ ଅଧ୍ୟାୟରେ ଶ୍ରୀକୃଷ୍ଣ କହିଛନ୍ତି, ସେମାନେ ତାଙ୍କୁ ବି ସେଇଭଳି ଅବମୂଲ୍ୟାୟନ କରନ୍ତି ଏବଂ ଅବଜ୍ଞାସୂଚକ ବ୍ୟବହାର କରନ୍ତି। ଅର୍ଥାତ୍‌ ଅନ୍ୟକୁ ହୀନଦୃଷ୍ଟିରେ ଦେଖିବା, ଅନ୍ୟର ଅମର୍ଯ୍ୟାଦା କରିବା ଯେଉଁମାନଙ୍କର ଅସ୍ଥିମଜ୍ଜାଗତ ସେଇ ଲୋକମାନେ ପ୍ରକୃତରେ ଅମଣିଷ, ସେମାନଙ୍କଠାରେ ଆସୁରିକ ପ୍ରକୃତି ପ୍ରତିଫଳିତ ହୋଇଥାଏ। ସଦ୍‌ମଣିଷର ବହୁଗୁଣ ବଖାଣିଛନ୍ତି ଭଗବାନ ଶ୍ରୀକୃଷ୍ଣ; ମଣିଷର ଗୁଣଗୁଡ଼ିକ ତାଙ୍କର ଲକ୍ଷଣରୁ ହିଁ ଜଣାଯାଏ। ତାଙ୍କର କାମ ଭିତରୁ ବାରି ହୋଇପଡ଼େ ସେଇ ଲକ୍ଷଣ ସବୁ। ଦୈବୀସମ୍ପନ୍ନ ବ୍ୟକ୍ତିମାନେ ଭୟଯୁକ୍ତ ହୋଇ ନ ଥାନ୍ତି, ମାତ୍ର ସେମାନେ ଅଯଥା ଦମ୍ଭ ଦେଖାନ୍ତି ନାହିଁ। ଜ୍ଞାନ ଓ ଯୋଗରେ ସେମାନଙ୍କର ନିଷ୍ଠା ଥାଏ। ସେମାନେ ସ୍ବଅର୍ଜିତ ଧନରୁ କିଛି ସତ୍‌ପାତ୍ରରେ ଦାନକରନ୍ତି, ଇନ୍ଦ୍ରିୟମାନଙ୍କୁ ସଂଯମ କରନ୍ତି, ଆଧ୍ୟାତ୍ମିକ ପୁସ୍ତକ ଅଧ୍ୟୟନରେ ବ୍ରତୀ ରହନ୍ତି। ସବୁବେଳେ ସତ୍‌ ଚିନ୍ତାରେ ନିମଗ୍ନ ରହିବା ସହ ସରଳତା ସବୁବେଳେ ସେମାନଙ୍କଠାରେ ବାରି ହୋଇପଡ଼େ।
ସଦ୍‌ଗୁଣ ବିଶିଷ୍ଟ ମଣିଷମାନେ ହିଂସାରେ ବିଶ୍ୱାସ କରନ୍ତି ନାହିଁ। ସେମାନେ ସତ୍ୟର ଆଶ୍ରୟରେ ଥାଆନ୍ତି ଏବଂ କ୍ରୋଧଠାରୁ ନିଜକୁ ବିରତ ରଖନ୍ତି, ସେମାନେ କାହାରି ନିନ୍ଦା କରନ୍ତି ନାହିଁ ମାତ୍ର ସମସ୍ତଙ୍କ ପ୍ରତି ସହାନୁଭୂତି ପ୍ରକାଶ କରନ୍ତି। ସେମାନଙ୍କର ସ୍ବଭାବରେ କୋମଳତା ଫୁଟିଉଠେ, ସେମାନେ ମନ୍ଦ କାମରେ ନିଜକୁ ନିୟୋଜିତ କରନ୍ତି ନାହିଁ। ସେମାନଙ୍କଠାରେ ଧୈର୍ଯ୍ୟ ଓ କ୍ଷମା ପରି ସଦ୍‌ଗୁଣଗୁଡ଼ିକର ବିକାଶ ଘଟିଥାଏ।
ଆସୁରିକ ଚରିତ୍ର ଓ ସ୍ବଭାବସମ୍ପନ୍ନ ବ୍ୟକ୍ତିମାନଙ୍କର ସବିଶେଷ ବର୍ଣ୍ଣନା ମଧ୍ୟ ଷୋଡ଼ଶ ଅଧ୍ୟାୟରେ ରହିଛି। ସେମାନେ ନିଜର ବଡ଼ପଣିଆ ଦେଖେଇବାରେ ବ୍ୟଗ୍ର – ଟିକିଏ ଟିକିଏ କଥାରେ କ୍ରୋଧିତ ହୁଅନ୍ତି। ନିଷ୍ଠୁରତା ସେମାନଙ୍କ ପ୍ରତିଟି କର୍ମରୁ ବାରିହୋଇପଡ଼େ, ସେମାନେ ଆସୁରିକ ଭାବଯୁକ୍ତ ବୋଲି ଜାଣିବା ଭାରି ସହଜ। ଆସୁରିକ ପ୍ରକୃତିର ଲୋକମାନେ ଅଧର୍ମ କାମରେ ସବୁବେଳେ ବୁଡ଼ି ରହିଥାନ୍ତି ଏବଂ ତାଙ୍କ ଇଚ୍ଛା ଅନୁସାରେ ସଂସାରକୁ ପ୍ରତିପାଦନ କରିବାକୁ ଚେଷ୍ଟା କରନ୍ତି ତଥା ସବୁରି ମୂଳରେ କାମନା ଓ ବାସନା ବୋଲି ଘୋଷଣା କରନ୍ତି। ଏହି ଦୁଷ୍ଟଲୋକମାନେ ସବୁବେଳେ ଭଲଲୋକଙ୍କର ଶତ୍ରୁ ଭାବାପନ୍ନ ହୋଇଥାନ୍ତି ଏବଂ ଶାସ୍ତ୍ରରେ ଯେଉଁ ସତ୍‌କର୍ମର କଥା ସବୁ କୁହାଯାଇଛି ତାକୁ ଯତ୍‌ ପରୋନାସ୍ତି ବିରୋଧ କରନ୍ତି; ସେମାନଙ୍କ ମତରେ ଦୁନିଆ ହେଉଛି ଉପଭୋଗର ଏକମାତ୍ର ମାଧ୍ୟମ। ଏଥିପାଇଁ ସର୍ବଦା ବ୍ୟସ୍ତ ରହି ନିଜକୁ ନ୍ୟସ୍ତ କରିଥାନ୍ତି ସେମାନେ। ନିଜର ଧନ କିପରି ବୃଦ୍ଧିହେବ ସେଥିରେ ସେମାନେ ସବୁ ଶ୍ରମ ଓ ସମୟ ବିନିଯୋଗ କରନ୍ତି ଏବଂ ନିଜକୁ ସବୁଠାରୁ ସୁଖୀ ବଳବାନ ଏବଂ ନିଜ ଇଚ୍ଛାରେ ସବୁ ସମ୍ଭବ ବୋଲି ପ୍ରତିପାଦିତ କରିବାକୁ ଚାହାନ୍ତି। ନୀତିନିୟମ ବିବର୍ଜିତ ଏଇ ପାଷାଣ୍ଡମାନେ କାମନା ବାସନାରେ ପରିଚାଳିତ ହୋଇ ସବୁବେଳେ ନିଜର ଅହଂକାରକୁ ବଢ଼ାଇ ଚାଲନ୍ତି। ଏମାନଙ୍କୁ ଭଗବାନ ନରାଧମ ଆଖ୍ୟା ଦେଇ ପରଜନ୍ମରେ ଏମାନେ ବ୍ୟାଘ୍ର ବା ସର୍ପଜାତୀୟ ନିଚ୍ଚ ଯୋନିରେ ଜନ୍ମ ପାଆନ୍ତି ବୋଲି ପ୍ରକାଶ କରିଛନ୍ତି।
ଷଡ଼ରିପୁ ବୋଲି ଯାହାକୁ କୁହାଯାଏ ସେଗୁଡ଼ିକ ହେଲା କାମ, ଲୋଭ, କ୍ରୋଧ, ମୋହ, ମଦ ଏବଂ ମାତ୍ସର୍ଯ୍ୟ। ଏହାକୁ ସଂକ୍ଷିପ୍ତକରି ତିନୋଟି ମୁଖ୍ୟ ରିପୁ ଭାବରେ କହିଛନ୍ତି ଭଗବାନ ଯାହାକି ହେଉଛି ନରକର ଦ୍ୱାର। ତାହା ହେଲା କାମ, କ୍ରୋଧ ଏବଂ ଲୋଭ। ଏହି ଶତ୍ରୁମାନଙ୍କ ଦ୍ୱାରା ପରିଚାଳିତ ମଣିଷ ଅଧଃପତିତ ହେବାକୁ ବାଧ୍ୟ। ସପ୍ତଦଶ ଅଧ୍ୟାୟରେ ମଣିଷର ପ୍ରକୃତି ଉପରେ ଯେଉଁ ବର୍ଣ୍ଣନା କରାଯାଇଛି ତାହା ୩ପ୍ରକାର – ଯଥା ସତ୍ତ୍ୱ, ରଜ, ତମ। ଏହି ଭେଦରେ ମଣିଷମାନଙ୍କୁ ସାତ୍ତ୍ୱିକ, ରାଜସିକ ଓ ତାମସିକ ଭାବରେ ବିଭକ୍ତ କରାଯାଏ। ପରୀକ୍ଷାରେ ଯେଉଁ ଫାଷ୍ଟ, ସେକେଣ୍ଡ ଓ ଥାର୍ଡ ଡିଭିଜନ ପରି ସଫଳତାର ତିନିସ୍ତର ଅଛି, ଯଦି ସତ୍ତ୍ୱ ରଜ ତମକୁ ତା’ର ସମତୁଲ ବୋଲି ଆପଣ ଆପେ ଆପେ ଭାବି ନିଅନ୍ତି ତା’ହେଲେ ଆପଣ ଏକ ପାଖାପାଖି ଆକଳନ କରୁଛନ୍ତି। ସାତ୍ତ୍ୱିକ ଲୋକେ ଦୈବୀ ଗୁଣ ସମ୍ପନ୍ନ ଏହା ସତ, ରାଜସିକ ଲୋକଙ୍କର କିଛି ଗୁଣ ଦେଶାଚାର ଦୃଷ୍ଟିରୁ ଗ୍ରହଣୀୟ ହୋଇପାରେ ମାତ୍ର ସେମାନେ ଫଳାକାଂକ୍ଷୀ, ସେମାନେ ଉଦ୍ଦେଶ୍ୟମୂଳକ ଭାବରେ ଯଜ୍ଞର ବିଧାନ କରନ୍ତି। ରାଜସିକ ବ୍ୟକ୍ତି ତପସ୍ୟା ବି କରିପାରନ୍ତ ମାତ୍ର ସେମାନଙ୍କର ଲକ୍ଷ୍ୟ ଥାଏ ପ୍ରଶଂସାପ୍ରାପ୍ତି ବା ପ୍ରତିଷ୍ଠା ଅର୍ଜନ। ନିଜକୁ ଗୌରବ ମଣ୍ଡିତ କରିବା ପାଇଁ ସେମାନେ ଦାନ କରନ୍ତି ମାତ୍ର ଉଦ୍ଦେଶ୍ୟ ପ୍ରଣୋଦିତ ସେହି ଦାନ ଉତ୍କୃଷ୍ଟ ଦାନ ପର୍ଯ୍ୟାୟଭୁକ୍ତ ନୁହେଁ, ଅର୍ଥାତ୍‌ କିଞ୍ଚତ୍ତ ରୂପେ ମଣିଷମାନଙ୍କର ପ୍ରକୃତି ଓ ଲକ୍ଷଣକୁ ଲକ୍ଷ୍ୟକରି ଏହି ଅଧ୍ୟାୟରେ ଉତ୍ତମ, ମଧ୍ୟମ ଓ ଅଧମକୁ ସାତ୍ତ୍ୱିକ, ରାଜସିକ ଏବଂ ତାମସିକ ଚରିତ୍ରର ବ୍ୟକ୍ତି ଭାବରେ ଅବିହିତ କରାଯାଇଛି।
ଏହି ଲକ୍ଷଣଗୁଡ଼ିକର ସମ୍ୟକ୍‌ ଅନୁଧ୍ୟାନ ଓ ଅଧ୍ୟୟନରୁ କିଏ ଲୋକ କେଉଁ ପରି ଆମେ ଜାଣିପାରିବା- ସତ୍‌ ଲୋକଙ୍କର ବନ୍ଧୁତା ଓ ସାନ୍ନିଧ୍ୟ ପାଇଲେ ଜୀବନ ଧନ୍ୟ ହୁଏ, ସେମାନେ ଆପଣଙ୍କର ଭଲ ମନ୍ଦ ଉଭୟରେ ସାଥୀ ହୋଇଥାନ୍ତି। ମାତ୍ର ଆସୁରିକ ଚରିତ୍ରର ବ୍ୟକ୍ତିମାନେ ଆପଣଙ୍କଠାରେ କିଛି ଲାଭ ହେବାର ନାହିଁ ଠଉରେଇଲା ମାତ୍ରେ ଆପଣଙ୍କ ଠାରୁ ଦୂରେଇ ଯାଆନ୍ତି, ଯିଏ ଦୁଷ୍ଟ ବ୍ୟକ୍ତିଙ୍କ ସହ ମିତ୍ରତା କରନ୍ତି ତାଙ୍କର ନିଧନ ଅବଶ୍ୟମ୍ଭାବୀ। ଅତଏବ ସଂସାରୀମାନଙ୍କ ପାଇଁ ଗୀତାର ଏଇ ଶିକ୍ଷା ଅତ୍ୟନ୍ତ ଉପଯୋଗୀ ଏବଂ ଜୀବନର ମାର୍ଗ ଉନ୍ମୁକ୍ତ କଲା ପରି।

ନିରଞ୍ଜନ ସାହୁ
ଭାରତୀୟ ପ୍ରଶାସନିକ ସେବାର
ପୂର୍ବତନ ଅଧିକାରୀ
ମୋ: ୯୪୩୮୪୮୨୯୧୧


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri