Posted inଫୁରସତ

ସାଇଡ୍‌ ଇନ୍‌କମ୍‌

ଛାତ୍ରୀଛାତ୍ର ହୁଅନ୍ତୁ ବା କର୍ମଜୀବୀ ପରିବାର ଉପରେ ନିର୍ଭର ନ କରି ପଢ଼ା, ବାହାରେ ରହିବା, ଗାଡ଼ି ସହ ନିଜର ବିଭିନ୍ନ ସାମଗ୍ରୀ କିଣିବା ତଥା ଅନ୍ୟାନ୍ୟ ଖର୍ଚ୍ଚ ନିଜେ ତୁଲାଇବା ସହ କିଛି ଅର୍ଥ ସଞ୍ଚୟ କରିବା ଏବଂ ପରିବାରକୁ ଆର୍ଥିକ ସହଯୋଗ ଲକ୍ଷ୍ୟରେ ଅନେକ ଯୁବପିଢ଼ି ସାଇଡ୍‌ ଇନ୍‌କମ୍‌ ପ୍ରତି ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି। ତେବେ ଏଥିପାଇଁ କେଉଁସବୁ କ୍ଷେତ୍ର ରହିଛି, ଜାଣିରଖନ୍ତୁ ସେ ସମ୍ପର୍କରେ…
ଅନ୍‌ଲାଇନ୍‌ ଟ୍ୟୁଟର- ନିଜେ ପଢ଼ନ୍ତୁ କିମ୍ବା ଜବ୍‌ କରୁଥା’ନ୍ତୁ, ଯଦି ପଢ଼ାଇବାରେ ଆଗ୍ରହ ଅଛି; ତେବେ ଆଜିର ଦିନରେ ଅନ୍‌ଲାଇନ୍‌ ଟ୍ୟୁଟରଙ୍କ ଡିମାଣ୍ଡ ବହୁତ। ତେଣୁ ଦିନକୁ ଦୁଇ- ତିନି ଘଣ୍ଟା ସମୟ ବାହାର କରି ଘରେ ବସି ମଧ୍ୟ ଅନ୍‌ଲାଇନ୍‌ରେ ଟ୍ୟୁଶନ୍‌ କରିପାରିବେ। ଏହା ଆଜିର ଦିନରେ ସାଇଡ୍‌ ଇନ୍‌କମ୍‌ର ଏକ ଭଲ ମାଧ୍ୟମ ପାଲଟିଛି।

ୟୁଟ୍ୟୁବର୍‌: ବର୍ତ୍ତମାନ ଡିଜିଟାଲ୍‌ ଯୁଗରେ ୟୁଟ୍ୟୁବ୍‌ ଏକ ଏମିତି ପ୍ଲାଟଫର୍ମ, ଯାହା ପାଲଟିଛି ଅନେକଙ୍କ ପାଇଁ ରୋଜଗାରର ବେଷ୍ଟ ମାଧ୍ୟମ। ଏଥିରେ ଜଣେ ଫୁଲ୍‌ ଟାଇମ୍‌ ହେଉ ଅବା କିଛି ସମୟ ପାଇଁ କାର୍ଯ୍ୟ କରି ଇନ୍‌କମ୍‌ କରିବା ସହ ନିଜର ଏକ ପରିଚୟ ମଧ୍ୟ ସୃଷ୍ଟି କରିପାରିବେ।

କଣ୍ଟେଣ୍ଟ କ୍ରିଏଟର୍‌: ବର୍ତ୍ତମାନ କେବଳ ୟୁଟୁବ୍‌ ନୁହେଁ, ଅନ୍ୟ ସୋସିଆଲ୍‌ ମିଡିଆ ସାଇଟ୍‌ରେ ମଧ୍ୟ କଣ୍ଟେଣ୍ଟ କ୍ରିଏଟର ଭାବେ କାର୍ଯ୍ୟ କରି ଅନେକେ ଭଲ ଅର୍ଥ ରୋଜଗାର କରୁଛନ୍ତି। ଯଦି ଆପଣଙ୍କ କୌଣସି କ୍ଷେତ୍ରରେ ରୁଚି ଅଛି, ତେବେ ଏଥିରେ ବିଭିନ୍ନ ଭିଡିଓ କରି ଇନ୍‌କମ୍‌ କରିପାରିବେ।

ବ୍ଲଗ୍‌ ରାଇଟର: ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ସବୁଠୁ ଅଧିକ ଆକ୍ଟିଭ୍‌ ରଖୁଥିବା ଯୁବପିଢ଼ି ବ୍ଲଗିଂ କରିବାରେ ରୁଚି ରଖୁଛନ୍ତି। କେହି କେହି ଏହାକୁ ପଢ଼ା କିମ୍ବା ଜବ୍‌ ସହିତ ପାର୍ଟଟାଇମ୍‌ ରୋଜଗାରର ମାଧ୍ୟମ ଭାବେ ବାଛି ନେଉଛନ୍ତି। ଏହାଦ୍ୱାରା ବିଭିନ୍ନ ସୋସିଆଲ୍‌ ମିଡିଆ ଜରିଆରେ ନା କେବଳ ରୁଚି ପୂରଣ ହୋଇପାରୁଛି ବରଂ ଭଲ ଇନ୍‌କମ୍‌ ବି ହୋଇପାରୁଛି।

ଆର୍ଟ ଆଣ୍ଡ କ୍ରାଫ୍ଟ: ଚିତ୍ର ଆଙ୍କିବା ହେଉ ଅବା ବିଭିନ୍ନ କଳାକୃତି ପ୍ରସ୍ତୁତ କରିବା ଏଭଳି ଏକ କଳା, ଯାହା ମଣିଷର ସୃଜନଶୀଳତା, ଏକାଗ୍ରତା ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି କରିଥାଏ। ତେବେ ଏହି କଳା ବି ଆଜିର ଦିନରେ ଅନେକଙ୍କୁ ରୋଜଗାରକ୍ଷମ କରାଇପାରିଛି। ତେଣୁ ଏଥିପ୍ରତି ରୁଚି ଥିଲେ କିଛି ସମୟ ବାହାର କରି ଆର୍ଟ ଆଣ୍ଡ କ୍ରାଫ୍ଟ ପ୍ରସ୍ତୁତ କରି ଅନ୍‌ଲାଇନ୍‌ରେ ସେଲ୍‌ କରି ଅବା ଏହାକୁ କରିବା ସମୟର ଭିଡିଓ ସୋସିଆଲ୍‌ ସାଇଟ୍‌ରେ ପୋଷ୍ଟ କରି ଭଲ ସାଇଡ୍‌ ଇନ୍‌କମ୍‌ କରିପାରିବେ।

ଫଟୋଗ୍ରାଫି: ବର୍ତ୍ତମାନ ଯୁବପିଢ଼ିଙ୍କଠାରେ ଫଟୋଗ୍ରାଫି କ୍ରେଜ୍‌ ବଢ଼ିବାରେ ଲାଗିଛି। ସୋସିଆଲ୍‌ ମିଡିଆରେ ବିଭିନ୍ନ ଫଟୋ ଏବଂ ଭିଡିଓ ପୋଷ୍ଟ କରିବା ଯେମିତି ସେମାନଙ୍କ ପାଇଁ ଏକ ନିଶା ପାଲଟିଛି।
ଭଏସ୍‌ ଓଭର ଆର୍ଟିଷ୍ଟ: ବର୍ତ୍ତମାନ ଭଏସ୍‌ ଓଭର ଆର୍ଟିଷ୍ଟ, ଡବିଂ ଆର୍ଟିଷ୍ଟଙ୍କ ଡିମାଣ୍ଡ ବିଭିନ୍ନ କ୍ଷେତ୍ରରେ ବଢ଼ିବାରେ ଲାଗିଛି। ଯଦି ଏଥିପ୍ରତି ଆଗ୍ରହ ରହିଛି ତେବେ ଟିଭି, ସିରିଏଲ୍‌, ସରକାରୀ ପ୍ରୋଜେକ୍ଟ, କାର୍ଟୁନ୍‌ ଭିଡିଓ, ବିଜ୍ଞାପନ ଭଳି ବିଭିନ୍ନ କ୍ଷେତ୍ରରେ ଅଳ୍ପ ସମୟ ପାଇଁ କାର୍ଯ୍ୟ କରି ମଧ୍ୟ ଭଲ ସାଇଡ୍‌ ଇନ୍‌କମ୍‌ କରିପାରିବେ।

ଆକ୍ଟିଂ, ଡ୍ୟାନ୍ସିଂ, ସିଙ୍ଗିଙ୍ଗ୍‌ ଓ ମଡେଲିଂ: ବର୍ତ୍ତମାନର ମଡର୍ନ ଜମାନାରେ ଅଧିକାଂଶ ଯୁବପିଢ଼ି ଗ୍ଲାମର ଦୁନିଆ ସହ ଯୋଡ଼ି ହୋଇ ରହିବାକୁ ଚାହୁଁଛନ୍ତି। ତେଣୁ ଅନେକେ ମଡେଲିଂ, ଆକ୍ଟିଂ, ଡ୍ୟାନ୍ସିଂ ହେଉ ଅବା ସିଙ୍ଗିଙ୍ଗ୍‌ ଭଳି ବିଭିନ୍ନ କ୍ଷେତ୍ରରେ ଅଧିକ ଫୋକସ୍‌ କରୁଛନ୍ତି। ଏମିତିକି ଏଥିପାଇଁ ବିଧିବଦ୍ଧ ତାଲିମ ମଧ୍ୟ ନେଉଛନ୍ତି ଓ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରୋଜଗାର ବି କରୁଥିବା ଦେଖିବାକୁ ମିଳୁଛି।

ଅନ୍ୟାନ୍ୟ କ୍ଷେତ୍ର: ଏସବୁ ବ୍ୟତୀତ ବର୍ତ୍ତମାନ ଡିଟିପି କରିବା, ଭିଡିଓ ଏଡିଟ୍‌ କରିବା, ମାର୍କେଟିଂ, ଟ୍ରେଡିଂ, ବୁକ୍‌ ରାଇଟିଂ, ଫିଟ୍‌ନେସ୍‌ ଟ୍ରେନର୍‌ ଭଳି ବିଭିନ୍ନ କ୍ଷେତ୍ର ମଧ୍ୟ ସାଇଡ୍‌ ଇନ୍‌କମ୍‌ ପାଇଁ ଭଲ ଅପ୍ସନ ପାଲଟିଛି।

ମନେରଖନ୍ତୁ…
– ନିଜ ସ୍କିଲ୍‌ ଏବଂ ଆବଶ୍ୟକତାକୁ ଆଖିଆଗରେ ରଖି ସାଇଡ୍‌ ଇନ୍‌କମ୍‌ ସୋର୍ସ ବାଛନ୍ତୁ। ନଚେତ୍‌ ରୋଜଗାର ନିଶାରେ ଜାଣି ନ ଥିବା କାର୍ଯ୍ୟରେ ହାତ ଦେଲେ ଟଙ୍କା ନ ମିଳିବା ସହ ଅଯଥା ସମୟ ନଷ୍ଟ ହେବ।
– ଯଦି ପୂର୍ବରୁ ଫୁଲ୍‌ଟାଇମ୍‌ ଜବ୍‌ କରୁଛନ୍ତି ଏବଂ ସାଇଡ୍‌ ଇନ୍‌କମ୍‌ ପାଇଁ ଅଳ୍ପ ସମୟ ଅନ୍ୟ କାର୍ଯ୍ୟ ବି କରୁଛନ୍ତି, ତେବେ ଏହାର ପ୍ରଭାବ ଯେପରି ମୁଖ୍ୟ ଜବ୍‌ ଉପରେ ନ ପଡ଼େ ସେଥିପ୍ରତି ବିଶେଷ ଯତ୍ନବାନ ରୁହନ୍ତୁ।
– ସେହିପରି ଯଦି ଆପଣ ପାଠ ପଢ଼ିବା ସହ ସାଇଡ୍‌ ଇନ୍‌କମ୍‌ କରୁଛନ୍ତି ଏବଂ ଧୀରେ ଧୀରେ ଭଲ ଇନ୍‌କମ୍‌ ହେବାରୁ ସେଥିପ୍ରତି ଅଧିକ ଧ୍ୟାନ ଦେଉଛନ୍ତି, ତେବେ ସଚେତନ ହୋଇଯାଆନ୍ତୁ। କାରଣ ଏଥିପାଇଁ ପାଠପଢ଼ାରେ ଅବହେଳା ହେଲେ ତାହାର ନକାରାତ୍ମକ ପ୍ରଭାବ କ୍ୟାରିୟର ଉପରେ ପଡ଼ିପାରେ। ତେଣୁ ପାଠପଢ଼ାକୁ ପ୍ରାଥମିକତା ଦେବା ପରେ ଅନ୍ୟ ଯେକୌଣସି କାର୍ଯ୍ୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri