କିପରି ଦେଖାଯିବେ ଷ୍ଟାଇଲିଶ୍‌, ଟ୍ରେଣ୍ଡି

ଆଲମାରୀରେ ବହୁ ଡ୍ରେସ୍‌ ରହିଥାଏ। କିନ୍ତୁ ଯେତେବେଳେ ଏହାକୁ ପିନ୍ଧିବାକୁ ପାଳି ପଡ଼େ ଏହିସବୁ କପଡ଼ା ଦେଖି ମନ ହୁଏନି ପିନ୍ଧିବାକୁ। ଯଦି ଆପଣ ଏହି ସମସ୍ୟାରୁ ରକ୍ଷାପାଇବାକୁ ଚାହାନ୍ତି , ଦିଆଯାଇଥିବା ଟିପ୍ସକୁ ଫଲୋ କରି ଷ୍ଟାଇଲିଶ୍‌ ଏବଂ ଟ୍ରେଣ୍ଡି ଦେଖାଯିବେ…
ଆଜିର ସମୟରେ ସମସ୍ତେ ଅଲଗା ଏବଂ ଷ୍ଟାଇଲିଶ୍‌ ଦେଖାଯିବାକୁ ଚାହାନ୍ତି। ଷ୍ଟାଇଲିଶ୍‌ ଦେଖାଯିବାକୁ ଲୋକମାନେ ନୂଆ ନୂଆ ଟ୍ରେଣ୍ଡି ଆଉଟ୍‌ଫିଟ୍‌ ଲୁକ୍‌କୁ ଫଲୋ କରିଥାନ୍ତି। ଏହାପରେ ତାଙ୍କୁ ବୁଝାପଡ଼େନି ଯେ ନିଜକୁ କିପରି ପର୍‌ଫେକ୍ଟ ଲୁକ୍‌ ଦେବେ, ଯଦି ଆପଣ ନିଜ ଲୁକ୍‌କୁ ନେଇ ଚିନ୍ତିତ ରହୁଥାନ୍ତି ତେବେ କେତୋଟି ଟିପ୍ସକୁ ଆପଣାଇ ସବୁଠୁ ଅଲଗା ଦେଖାଯାଇପାରିବେ…
ଠିକ୍‌ କପଡ଼ା ଚୟନ କରନ୍ତୁ
ଢିଲା ଡ୍ରେସ୍‌ ପିନ୍ଧିବା ଦ୍ୱାରା ଆପଣଙ୍କ ଫ୍ୟାଶନକୁ ଟିକେ ଫିକା ପଡ଼ିଲା ଭଳି ମନେହୁଏ। ଏଥିଲାଗି ଆପଣ ରେଡିମେଡ୍‌ ଡ୍ରେସ୍‌ କିଣୁଛନ୍ତି ତେବେ ନିଜକୁ ଫିଟ୍‌ ହେଲା ଭଳି ଡ୍ରେସ୍‌ କିଣନ୍ତୁ।
ମ୍ୟାଚିଂ ଆଉଟ୍‌ ଫିଟ୍‌
ଆପଣ ଯାହା କିଛି ବି ପିନ୍ଧୁଛନ୍ତି ତାକୁ ମ୍ୟାଚ୍‌ କଲା ଭଳି ଜୁଏଲେରି ,ପର୍ସ ଆଦିର ଧ୍ୟାନ ରଖନ୍ତୁ। କପଡ଼ା,ବ୍ୟାଗ୍‌,ମେକ୍‌ଅପ୍‌ ଏବଂ ଜୁଏଲେରି କମ୍ବିନେଶନ ଆପଣଙ୍କ ଲୁକ୍‌କୁ ମାନିବା ଦରକାର।
ନିଜର ବ୍ୟକ୍ତିଗତ ଶୈଳୀକୁ ଖୋଜନ୍ତୁ
ନିଜର ଷ୍ଟାଇଲ୍‌କୁ ପରିପ୍ରକାଶ କରିବାକୁ ହେଲେ ବେଳେବେଳେ ସମୟ ଲାଗିଯାଏ। କିନ୍ତୁ ଏଥିପାଇଁ କ’ଣ ପିନ୍ଧିବେ ତାହା ପସନ୍ଦ କରିବା ପରେ ପିନ୍ଧନ୍ତୁ। ଆପଣ ଯାହା ପିନ୍ଧୁଛନ୍ତି ସେହି ଜିନିଷ କିଣନ୍ତୁ। ଏମିତିରେ ଅଯଥା ଡ୍ରେସ୍‌ କିଣି ତାକୁ କେବଳ ସାଇତି ରଖିଲେ କିଛି ଲାଭ ନାହିଁ। ତେଣୁ ସବୁବେଳେ ଯାହାକୁ ପିନ୍ଧିଲେ ଆପଣ ଷ୍ଟାଇଲିଷ୍ଟ ଦେଖାଯିବେ ସେପରି ଡ୍ରେସ୍‌ କିଣନ୍ତୁ।
ଡ୍ରେସ୍‌ ସହ ବେଲ୍ଟ ଆଡ୍‌ କରନ୍ତୁ
ନିଜ ଲୁକ୍‌ରେ ବେଲ୍ଟ ଆଡ୍‌ କରିବାକୁ ଭୁଲନ୍ତୁ ନାହିଁ। ଏହା କୌଣସି ଆଉଟ୍‌ଫିଟ୍‌ ଓ ଅଧିକ ଆକର୍ଷକ ଲାଗିଥାନ୍ତି।
ରଙ୍ଗର ମଧ୍ୟ ଧ୍ୟାନରଖନ୍ତୁ
ଆପଣ କେଉଁ ରଙ୍ଗର ଡ୍ରେସ୍‌ ପିନ୍ଧିବେ ତାହା ଚୟନ କରିପାରୁ ନାହାନ୍ତି ତେବେ ପ୍ରଥମେ ଏକ କଲରଫୁଲ୍‌ ଡ୍ରେସ୍‌ ଚୟନକରି ଏହାକୁ ଟ୍ରାଏ କରନ୍ତୁ, ତା’ ପରେ କେଉଁ ରଙ୍ଗର ଡ୍ରେସ ପିନ୍ଧିଲେ ଆପଣ ଅଧିକ ଆଟ୍ରାକ୍ଟିଭ୍‌ ଦେଖାଯିବେ ତାହା ନିଷ୍ପତ୍ତି ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

୬ରୁ ହବିଷିଆଳି ବ୍ରତ ପାଇଁ ଅନ୍‌ଲାଇନ ପଞ୍ଜୀକରଣ

ପୁରୀ,୩ା୧୦(ଅଜିତ୍‌ କୁମାର ମହାନ୍ତି) ଚଳିତ ବର୍ଷ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୨୪ରେ ଶେଷହେବ। କେବଳ ଅନ୍‌ଲାଇନ ମାଧ୍ୟମରେ…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

ଗଠନ ହେଲା ୩ ବଡ଼ ରାଜଯୋଗ: କେବଳ ଏହି ୩ ରାଶିଙ୍କର ଫାଇଦା ହିଁ ଫାଇଦା, ଭାଗ୍ୟରେ ଲାଗିଲା ଲଟେରୀ

ଅକ୍ଟୋବର ମାସ ଆରମ୍ଭ ହେବା ସହିତ ଗ୍ରହ-ନକ୍ଷତ୍ରଙ୍କ ଚଳନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି…

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ୩ ରାଶି ପାଇଁ ଶୁଭ ସଙ୍କେତ, ପ୍ରବଳ ଧନ ଯୋଗ ସହ ବ୍ୟବସାୟରେ ହେବେ ମାଲାମାଲ

ଭୁବନେଶ୍ୱର: ଶାରଦୀୟ ନବରାତ୍ରି ଚାଲିଥିବା ସମୟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଦୃଷ୍ଟିରୁ ଏହି ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ୧୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?