ପିଲା କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଉପାୟ

କିଏ ଅଧିକ ମୋଟା ତ କିଏ ଆବଶ୍ୟକରୁ ଅଧିକ ପତଳା, ଆଉ ପୁଣି କାହାଠାରେ ଆଖିଠାରୁ ଆରମ୍ଭ କରି ଦେଖାଯାଉଛି ଅନେକ ସ୍ବାସ୍ଥ୍ୟ ସମସ୍ୟା। ଅଧିକାଂଶ ପିଲାଙ୍କଠାରେ ଏଭଳି ଲକ୍ଷଣ ବର୍ତ୍ତମାନ ଅଭିଭାବକଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ। ଏମିତିରେ କେତେକ ଦିଗ ପ୍ରତି ବିଶେଷ ସଜାଗ ରହିଲେ ପିଲାମାନେ ଫିଟ୍‌ ରହିପାରିବେ…

ଆପଣଙ୍କ ପିଲା ଗୁଲୁଗୁଲିଆ ମୋଟା ହୋଇଛି କହିଲେ ଅନେକ ଅଭିଭାବକ ଭାରି ଖୁସି ହୋଇଯାଆନ୍ତି। ଆଉ କାହାର ପିଲା ସାମାନ୍ୟ ପତଳା ଦେଖାଯାଉଛି କହିଲେ ଅନେକଙ୍କର ଚିନ୍ତା ବଢ଼ିଯାଏ ଏବଂ କ’ଣ ଖୁଆଇଲେ ପିଲା ମୋଟା ହେବେ ସେଥିପାଇଁ ଲାଗିପଡ଼ନ୍ତି। ହେଲେ ଆପଣ ଜାଣନ୍ତି କି, ମେଦବହୁଳତା ପିଲାଙ୍କଠାରେ ମଧ୍ୟ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। କେବଳ ଏତିକି ନୁହେଁ ପିଲାଙ୍କ ଜୀବନଶୈଳୀରେ କେତେକ ପରିବର୍ତ୍ତନ ମଧ୍ୟ ସେମାନଙ୍କ ପାଇଁ ଅନେକ ବିପଦ ଡାକି ଆଣୁଛି। ତେଣୁ ପିଲାଙ୍କୁ ଫିଟ୍‌ ରଖିବା ଲାଗି କେତେକ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ…

ଖାଦ୍ୟପେୟ ପ୍ରତି ରୁହନ୍ତୁ ସଜାଗ: ବର୍ତ୍ତମାନ ଘରୋଇ ଖାଦ୍ୟ ବଦଳରେ ମାର୍କେଟ୍‌ରେ ମିଳୁଥିବା ଫାଷ୍ଟଫୁଡ୍‌, ଫ୍ରୋଜେନ୍‌ ଫୁଡ୍‌, ରେଡି ଟୁ ଇଟ୍‌ ଜାତୀୟ ଖାଦ୍ୟ ପ୍ରତି ଅଧିକାଂଶ ପିଲା ଆଗ୍ରହୀ ହେଉଛନ୍ତି। ତା’ଛଡା ଅନେକ ଅଭିଭାବକ ପିଲା ଖୁସି ହେଉଥିବାରୁ ହେଉ ଅବା ସହଜରେ ଉପଲବ୍ଧ ହେଉଥିବାରୁ ଏଭଳି ଖାଦ୍ୟ ପିଲାଙ୍କୁ ସବୁବେଳେ ଦେଉଛନ୍ତି। ହେଲେ ଏଥିରେ ଥିବା ତେଲ, ମସଲା, ରଙ୍ଗ, ମଇଦା ଇତ୍ୟାଦି ଯୋଗୁ ସେମାନଙ୍କ ଶରୀରରେ ଚର୍ବି ପରିମାଣ ବଢୁଛି। ଫଳରେ ଅଳ୍ପ ବୟସରୁ ମେଦବହୁଳତା ପାଇଁ କେତେକଙ୍କଠାରେ ଡାଇବେଟିସ୍‌ ଏବଂ ହୃଦ୍‌ରୋଗ ଭଳି ସମସ୍ୟା ସୃଷ୍ଟି କରୁଛି। ତେଣୁ ପିଲାଙ୍କୁ ଏଭଳି ଖାଦ୍ୟ ଯଥା ସମ୍ଭବ କମ୍‌ ଦିଅନ୍ତୁ। ପିଲାଙ୍କୁ ଫିଟ୍‌ ରଖିବା ଲାଗି ସେମାନଙ୍କୁ ସନ୍ତୁଳିତ ଖାଦ୍ୟାଭ୍ୟାସ କରାନ୍ତୁ। ସବୁବେଳେ ଅଧିକ ପନିପରିବାଯୁକ୍ତ ଘରେ ରନ୍ଧା ଖାଦ୍ୟ ଦିଅନ୍ତୁ ଏବଂ ଠିକ୍‌ ସମୟରେ ଖାଇବାର ଅଭ୍ୟାସ କରାନ୍ତୁ।

ମିଠା ଅଧିକ ନ ଖାଇବା ଭଲ: ଚକୋଲେଟ୍‌, ଆଇସ୍‌କ୍ରିମ୍‌, କେକ୍‌ ଏବଂ ବିଭିନ୍ନ ମିଠା ଜାତୀୟ ଖାଦ୍ୟ ଅଧିକାଂଶ ପିଲାଙ୍କୁ ପସନ୍ଦ। ଏମିତିକି ଜଳିଖିଆରେ ସୁଜି, ସିମେଇ ଏବଂ ଗାଜର ହାଲୁଆ ଭଳି ମିଠା ଖାଦ୍ୟ ପିଲା ଖୁସିରେ ଖାଉଥିବାରୁ ଅଧିକାଂଶ ଅଭିଭାବକ ପିଲାଙ୍କୁ ଏଭଳି ଖାଦ୍ୟ ଦେଇଥାନ୍ତି। ହେଲେ ଆପଣ ଜାଣନ୍ତିକି, ପ୍ରତିଦିନ ଏଭଳି ଖାଦ୍ୟ ଖାଇଲେ ଏହା ଧୀରେ ଧୀରେ ପିଲାଙ୍କଠାରେ ମେଦବହୁଳତାର କାରଣ ସାଜିଥାଏ। ବିଶେଷ କରି ମୋଟା ବା ଅଧିକ ଓଜନ ଥିବା ପିଲାଙ୍କୁ ଏଭଳି ଖାଦ୍ୟ କମ୍‌ ଦେବା ଭଲ। ତେଣୁ ପିଲାଙ୍କୁ ସବୁପ୍ରକାରର ପୁଷ୍ଟିକର ଖାଦ୍ୟ ଖୁଆଇବାର ଅଭ୍ୟାସ କରାନ୍ତୁ ଦେଖିବେ ପିଲା ଫିଟ୍‌ ଏବଂ ଏନର୍ଜେଟିକ୍‌ ରହିବେ।
ସକାଳ ରୁଟିନ୍‌ ରଖନ୍ତୁ ଠିକ୍‌: ସ୍କୁଲ ଦିନଗୁଡ଼ିକରେ ଶୀଘ୍ର ଏବଂ ସ୍କୁଲ ଛୁଟି ଥିଲେ ଅଧିକାଂଶ ମା’ ପିଲାଙ୍କୁ ସକାଳୁ ବିଳମ୍ବରେ ଉଠାଇ ଥାଆନ୍ତି। ଫଳରେ ପିଲାଙ୍କ ଉଠିବା ଅଭ୍ୟାସ ବିଗିଡ଼ି ଯାଇଥାଏ, ତା’ଛଡା ଅଧିକ ସମୟ ଶୋଇବା ଏବଂ ଜଳଖିଆ ଠିକ୍‌ ସମୟରେ ନ ଖାଇବା ଯୋଗୁ ସ୍ବାସ୍ଥ୍ୟ ଖରାପ ହୋଇଥାଏ। ତେଣୁ ପିଲାଙ୍କର ସକାଳ ରୁଟିନ୍‌ ଠିକ୍‌ ରଖନ୍ତୁ। ନିତ୍ୟକର୍ମ ଯଥା ସମୟରେ ସାରି ଖାଇବାର ଅଭ୍ୟାସ କରାନ୍ତୁ।

ଜୀବନଶୈଳୀ ଠିକ୍‌ ରଖନ୍ତୁ: ପିଲାଙ୍କ ଉଠିବା ଏବଂ ରାତିରେ ଶୋଇବା ସମୟ ଠିକ୍‌ ରଖନ୍ତୁ। ପିଲା ଯେପରି ପ୍ରତିଦିନ ପର୍ଯ୍ୟାପ୍ତ ନିଦ୍ରା ନେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। କାରଣ ଏହା ସେମାନଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଫିଟ୍‌ ରଖିବା ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପିଲାଙ୍କୁ ପ୍ରତିଦିନ କିଛି ସମୟ ଯୋଗ, ବ୍ୟାୟାମ କରାନ୍ତୁ। କେବଳ ଏତିକି ନୁହେଁ ପ୍ରତିଦିନ କିଛି ସମୟ ଆଉଟ୍‌ଡୋର୍‌ ଗେମ୍‌ ଖେଳିବା, ସାଇକେଲ୍‌ ଚଲାଇବାର ଅଭ୍ୟାସ କରାଇ ପାରିଲେ ପିଲାଙ୍କ ପାଇଁ ଏହା ଖୁବ୍‌ ଉପକାରୀ ହୋଇପାରିବ।

କମାନ୍ତୁ ଡିଜିଟାଲ୍‌ ଗ୍ୟାଜେଟ୍‌ ଟାଇମ୍‌: ବର୍ତ୍ତମାନ ମୋବାଇଲ୍‌ ଦେଖିବା ଅଧିକାଂଶ ପିଲାଙ୍କର ଏକ ନିଶା ହୋଇଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ । କେହି କେହି ଖାଇବା ସମୟରେ ଟିଭି, ମୋବାଇଲ୍‌ ଆଦି ନ ଦେଖିଲେ ଖାଉ ନାହାନ୍ତି। ତେବେ ଅଧିକ ସମୟ ଏଭଳି ଇଲେକ୍ଟ୍ରୋନିକ୍‌ ଗ୍ୟାଜେଟ୍‌ ବ୍ୟବହାର କରିବା ଦ୍ୱାରା ଆଖି ଖରାପ ହେବା ସହ ପିଠି, ବେକ, ଅଣ୍ଟା ଯନ୍ତ୍ରଣା ଭଳି ସମସ୍ୟା ଅଳ୍ପ ବୟସରୁ ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ ଏହାକୁ ଅଧିକ ବ୍ୟବହାର କରିବା ଯୋଗୁ ଫିଜିକାଲ୍‌ ଏକ୍ସରସାଇଜ୍‌ ନ ହେବା ଦ୍ୱାରା ମେଦବହୁଳତା ବି ଉପୁଜୁଛି। ଏମିତିକି କେତେକଙ୍କଠାରେ ଏହି ଆଡିକ୍ସନ ଧୀରେ ଧୀରେ ଏତେ ବଢିଯାଉଛି ଯେ, କିଛି ସମୟ ଏଥିରେ ପିଲାଙ୍କୁ ନିବୃତ୍ତ ରଖିଲେ କ୍ରୋଧ, ରାଗ, ଡିପ୍ରେଶନ୍‌ ଭଳି ଲକ୍ଷଣ ବି ଦେଖିବାକୁ ମିଳୁଛି। ତେଣୁ ପିଲାଙ୍କୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଫିଟ୍‌ ରଖିବାକୁ ହେଲେ ଆରମ୍ଭରୁ ହିଁ ଡିଜିଟାଲ୍‌ ଗ୍ୟାଜେଟ୍‌ ଟାଇମ୍‌ କମ୍‌ ରଖନ୍ତୁ।

ଦିଅନ୍ତୁନି ଅଧିକ ଚାପ: ନିଜ ପିଲା ଭଲ ପାଠ ପଢୁ ଏକଥା କିଏ ବା ନ ଚାହେଁ। ହେଲେ ଅଧିକାଂଶ ଅଭିଭାବକ ପିଲା ଭଲ ପଢିବେ ବୋଲି ସ୍କୁଲ ପରେ ଅନେକ ସ୍ଥାନରେ ଟ୍ୟୁଶନ୍‌ କରାଇବା ସହ ଡ୍ୟାନ୍ସ, ମ୍ୟୁଜିକ୍‌, ଆର୍ଟ, ସ୍ପୋଟର୍‌ସ ଭଳି ବିଭିନ୍ନ କ୍ଲାସ୍‌ କରାଇଥାନ୍ତି। ହେଲେ କେବେ କେବେ ପିଲାଙ୍କ ଉପରେ ଅଧିକ ଚାପ ପକାଇଥାଏ ଏବଂ ସେମାନଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ପିଲାର କ୍ଷମତା ଅନୁଯାୟୀ ଏସବୁ କରାନ୍ତୁ, ଆଦୌ ଅଧିକ ଚାପ ପକାନ୍ତୁ ନାହିଁ। କାରଣ ମଝିରେ ମଝିରେ କିଛି ସମୟ ରେଷ୍ଟ କରିବା ଦ୍ୱାରା ପିଲା ଅଧିକ ଫିଟ୍‌ ରହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?