
କୁହାଯାଏ, ସ୍ବାସ୍ଥ୍ୟ ହିଁ ସମ୍ପଦ। ସ୍ବାସ୍ଥ୍ୟକୁ ସୁସ୍ଥ ତଥା ନୀରୋଗ ରଖିବା ପାଇଁ ଆମେ ସବୁବେଳେ ଭିଟାମିନ୍ଯୁକ୍ତ ଖାଦ୍ୟ ଖାଇବା ଦରକାର। ତେଣୁ ଶରୀରକୁ ଶକ୍ତ ଓ ମଜଭୁତ ରଖିବା ପାଇଁ ଆମକୁ ନିଜର ଦୈନନ୍ଦିନ ଖାଦ୍ୟପଦାର୍ଥ ପ୍ରତି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। କାରଣ ଏଭଳି ଖାଦ୍ୟରେ ଥିବା ଉପକାରୀ ତତ୍ତ୍ୱ ଆମ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ଶକ୍ତି ଯୋଗାଇଥାଏ। ତା’ ସହ ଆମର ପାଚନକ୍ରିୟା ମଧ୍ୟ ଠିକ୍ ରହିଥାଏ। ଏହା ସହ ଶରୀରରେ ହେଉଥିବା ରାସାୟନିକ ପ୍ରକ୍ରିୟାକୁ ମଧ୍ୟ ସନ୍ତୁଳିତ ରଖିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆମେ ଠିକ୍ ସମୟରେ ଖାଇବା ଦରକାର। ଏକାଥରେ ପୁଳାଏ ଖାଦ୍ୟ ନ ଖାଇ ନିର୍ବ୍ଦିଷ୍ଟ ସମୟ ବ୍ୟବଧାନରେ ଅଳ୍ପ ଅଳ୍ପ ଖାଦ୍ୟ ଖାଇଲେ ଭଲ। ସେହି ମୁତାବକ ପାଣି ମଧ୍ୟ ପିଇବା ଦରକାର। ସନ୍ତୁଳିତ ଖାଦ୍ୟ ବ୍ୟତୀତ ନିମୟିତ ବ୍ୟାୟାମ କରନ୍ତୁ। ତା’ ସହ ନିର୍ବ୍ଦିଷ୍ଟ ସମୟ ଅନ୍ତରାଳରେ ଅଭିଜ୍ଞ ଡାକ୍ତରଙ୍କ ନିକଟରେ ଶରୀରର ରୁଟିନ୍ ଚେକ୍ଅପ୍ କରାଇ ନିଅନ୍ତୁ।