ଘରେ ପ୍ରଭୁ ହନୁମାନଙ୍କ ଫଟୋ ଲଗାଉଥିଲେ…

ବିଶ୍ୱାସ ରହିଛି ଯେ, ପ୍ରଭୁ ହନୁମାନଙ୍କୁ ଯେଉଁ ବ୍ୟକ୍ତି ଭକ୍ତିର ସହ ଉପାସନା କରିଥାନ୍ତି, ତାଙ୍କୁ ସୁଖ, ଶାନ୍ତି, ଐଶ୍ୱର୍ଯ୍ୟ ତଥା ଆରୋଗ୍ୟ ପ୍ରାପ୍ତି ହୋଇଥାଏ। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ପ୍ରଭୁ ହନୁମାନଙ୍କର କେଉଁଭଳି ଫଟୋ ଲଗାଇଲେ ଶୁଭଫଳ ମିଳେ, ଜାଣନ୍ତୁ ସେ ସମ୍ପର୍କରେ…

* ପ୍ରଭୁ ଶ୍ରୀରାମଙ୍କ ଚରଣ ତଳେ ପ୍ରଣାମ ମୁଦ୍ରାରେ ବସିଥିବା ହନୁମାନଙ୍କ ଫଟୋକୁ ଡ୍ରଇଂ ରୁମ୍‌ରେ ଲଗାଇଲେ ପରିବାର ସଦସ୍ୟଙ୍କ ଭିତରେ ସ୍ନେହ, ପ୍ରେମ, ବିଶ୍ୱାସ ଓ ଏକତା ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ କରାଯାଏ।

* ପରିବାର ଲୋକଙ୍କ ଭିତରେ ଧାର୍ମିକ ଭାବନା ଜାଗ୍ରତ କରିବାକୁ ଚାହୁଁଥିଲେ, ପ୍ରଭୁ ଶ୍ରୀରାମଙ୍କ ନାମକୁ ଜପ କରି କୀର୍ତ୍ତନ କରୁଥିବା ହନୁମାନଙ୍କର ଫଟୋକୁ ବି ଘରେ ଲଗାଇବା ଶୁଭ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

* ମନ ଭିତରେ ସାହସ ଓ ଆତ୍ମବିଶ୍ୱାସ ବଢାଇବା ପାଇଁ ଚାହୁଁଥିଲେ ପ୍ରଭୁ ହନୁମାନଙ୍କର ଉଡୁଥିବାର ଫଟୋ ଘରେ ଲଗାଇବା ଶୁଭ ହୋଇଥାଏ।

* ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ମୁଖ୍ୟ ଦ୍ୱାର ନିକଟରେ ପଞ୍ଚମୁଖୀ ହନୁମାନଙ୍କ ଫଟୋ ଲଗାଇଲେ ଘର ମଧ୍ୟକୁ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ।

* ରୋଷେଇ ଓ ଶିଡି ଘରେ ହନୁମାନଙ୍କର ଫଟୋ ଲଗାନ୍ତୁ ନାହିଁ। ବରଂ ଘରର ଦକ୍ଷିଣ ଦିଗ କାନ୍ଥରେ ନାଲି ରଙ୍ଗର ହନୁମାନଙ୍କର ବସିବା ଫଟୋ ଲଗାଇଲେ ଘରକୁ କୌଣସି ଦୁଷ୍ଟଶକ୍ତି ପ୍ରବେଶ କରିପାରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ରେ ଏହି ୪ ରାଶି ହେବେ ମାଲାମାଲ: ଚାରିଆଡ଼ୁ ମିଳିବ ଶୁଭ ଫଳ

ସନାତନ ଧର୍ମରେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ, ଯାହା ଏହାର…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

୨୯ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଏହି ରାଶିରେ ହେବ ଧନ ବର୍ଷା, ମିଳିବ ସଫଳତା

ଶ୍ରାବଣ ମାସ ଜୁଲାଇ ୩୦ରେ ଆରମ୍ଭ ହେବ । ଏହି ମାସ ଭଗବାନ ଶିବଙ୍କ ପ୍ରତି ଭକ୍ତି ପାଇଁ ଉତ୍ସର୍ଗୀକୃତ । ଏହି ସମୟ ମଧ୍ୟରେ ଭକ୍ତମାନେ…

ଓଜନ ବଢ଼ିବାର କାରଣ କହିଲେ ବିଶେଷଜ୍ଞ, ଆବଶ୍ୟକତାଠାରୁ ଅଧିକ…

ବର୍ତ୍ତମାନ ପରିସ୍ଥିତିରେ ମେଦବହୁଳତା ସମସ୍ତଙ୍କ ଚିନ୍ତାର କାରଣ ସାଜିଛି। ସାଧାରଣତଃ ଅଧିକ ଖାଇବା ଓ କୌଣସି କାମ ନ କରିବା ଦ୍ୱାରା ଆମ ଶରୀରର ଓଜନ ବଢ଼ିଯାଏ।…

ଅଧିକ ଶୋଉଥିଲେ ହୋଇପାରେ ଏହି ରୋଗ, ବିଶେଷଜ୍ଞ କୁହନ୍ତି…

ଜଣେ ବ୍ୟକ୍ତି ରାତିରେ ଅତିକମ୍‌ରେ ୭-୮ ଘଣ୍ଟା ଶୋଇବା ନିହାତି ଦରକାର। କେତେକ ବ୍ୟକ୍ତି ବିଳମ୍ବିତ ରାତିରେ ଶୋଇବାକୁ ଯାଆନ୍ତି ଆଉ ଡେରିରେ ବିଛଣା ତ୍ୟାଗ କରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri