Odisha Elections 2024

LPG Gas Subsidy Check: ଘରେ ବସି ଗୋଟିଏ କ୍ଲିକ୍‌ରେ ଜାଣନ୍ତୁ Gas Subsidy ଟଙ୍କା ଆସିଛି କି ନାହିଁ? ଏମିତି କରନ୍ତୁ…

ନୂଆଦିଲ୍ଲୀ,୧୭।୨: LPG ଗ୍ୟାସ କନେକ୍ସନ କରିଥିବା ସବୁ ଲୋକଙ୍କ ପାଇଁ ଜରୁରୀ ଖବର। ବର୍ତ୍ତମାନ ଆପଣ ଆପଣଙ୍କର ଏଲପିଜି ଗ୍ୟାସ ସବସିଡି ସହଜରେ ଯାଞ୍ଚ କରିପାରିବେ। ଏଥିସହ ଆପଣଙ୍କ ପାଖକୁ ସବସିଡି ଟଙ୍କା ଆସିଛି କି ନାହିଁ ତାହା ବି ଘରେ ବସି ଗୋଟିଏ କ୍ଲିକରେ ଜାଣିପାରିବେ। ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଏହି ସବସିଡି ଦିଆଯାଏ । ଯେତେବେଳେ ଜଣେ ଗ୍ରାହକ ଏଲପିଜି ଗ୍ୟାସ ସିଲିଣ୍ଡର କିଣିବାକୁ ଚାହାଁନ୍ତି, ସେତେବେଳେ ତାଙ୍କୁ ଗ୍ୟାସ ସିଲିଣ୍ଡର ଯୋଗାଉଥିବା ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ରାଶି ଦେବାକୁ ପଡିବ ଓ ଏହା ପରେ ସବସିଡି ଟଙ୍କା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ । ତେବେ ଏହି ଟଙ୍କା ଖାତାକୁ ଆସିଛି କି ନାହିଁ ଆପଣ ଉଭୟ ଅନଲାଇନ୍‌ ଓ ଅଫଲାଇନରେ ଯାଞ୍ଚ କରିପାରିବେ। ଆସନ୍ତୁ ଜାଣିବା।

LPG subsidy jumps 60% as government maintains prices to help consumers, ET  EnergyWorld

ବର୍ତ୍ତମାନ ଅନେକ ନାଗରିକ ଗ୍ୟାସ ସବସିଡିର ଲାଭ ଉଠାଉଛନ୍ତି। ଯେଉଁ ନାଗରିକମାନେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ମାଧ୍ୟମରେ ଗ୍ୟାସ ସଂଯୋଗ ପାଇଛନ୍ତି, ସେମାନଙ୍କ ପାଇଁ KYC କରିବା ବାଧ୍ୟତାମୂଳକ। ଯଦି ଆପଣ KYC କରି ନାହାନ୍ତି ତେବେ ଆପଣଙ୍କୁ ସବସିଡି ମିଳିପାରିବ ନାହିଁ। ତେଣୁ ଯାଥାଶୀଘ୍ର KYC ଅପଡେଟ କରନ୍ତୁ।

Has Modi govt stopped LPG subsidy? Here's the truth

ଅନଲାଇନ୍‌ ପଦ୍ଧତି ଅନୁଯାୟୀ, ଆପଣ ନିଜ ମୋବାଇଲରେ ଅଫିସିଆଲ ଓ୍ବେବସାଇଟ୍‌ ଭିଜିଟ୍‌ କରି ଏଲପିଜି ଗ୍ୟାସର ସବସିଡି ଯାଞ୍ଚ କରିପାରିବେ। ଏହା ବ୍ୟତୀତ ଆପଣ ସବସିଡି ପାଇଛନ୍ତି କି ନାହିଁ ତାହା ବି ଦେଖିପାରିବେ। ଯଦି ଅଫଲାଇନରେ ଦେଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ନିକଟତମ ସାଧାରଣ ସେବା କେନ୍ଦ୍ରକୁ ଯିବାକୁ ପଡିବ। ସେଠାକୁ ଯାଇ ଆପଣଙ୍କ ବ୍ୟାଙ୍କ ବାଲାନ୍ସ ଯାଞ୍ଚ କରିବାକୁ ପଡିବ। ଏଥିରୁ ଆପଣ ସବସିଡି ପାଇଚନ୍ତି କି ନାହିଁ ଜାଣିପାରିବେ।

LPG Gas Subsidy Status How to check online Subsidy Status know step by step  | LPG Subsidy: आपको गैस सिलेंडर पर सब्सिडी मिल रही है या नहीं? इस तरह घर  बैठे करें

ଅନଲାଇନ୍‌ରେ ଗ୍ୟାସ ସବସିଡି ଯାଞ୍ଚ କରିବାକୁ, ଆପଣଙ୍କୁ ପ୍ରଥମେ ଆପଣଙ୍କର ସ୍ମାର୍ଟଫୋନ ମାଧ୍ୟମରେ My LPG ର ଅଫିସିଆଲ ୱେବସାଇଟ ଖୋଲିବାକୁ ପଡିବ । ବର୍ତ୍ତମାନ ଆପଣ ଏଠାରେ ଗ୍ୟାସ କମ୍ପାନୀଗୁଡିକର ନାଁ ସହ ଫୋଟ ଦେଖିବାକୁ ପାଇବେ । ଆପଣ କେଉଁ କମ୍ପାନୀର ଗ୍ୟାସ ବ୍ୟବହାର କରନ୍ତି ତାହା ଉପରେ କ୍ଲିକ କରିବାକୁ ପଡିବ । ଯଦି ଆପଣ ଏହି ୱେବସାଇଟରେ କେବେ ପଞ୍ଜୀକୃତ କରିନାହାନ୍ତି ତେବେ ସର୍ବପ୍ରଥମେ ଆପଣଙ୍କୁ ଏହି ୱେବସାଇଟରେ ପଞ୍ଜିକରଣ କରିବାକୁ ପଡିବ । ଏହା ପରେ ହିଁ ଆପଣ ସାଇନ ଇନ କରିବାର ବିକଳ୍ପ ପାଇବେ । ବର୍ତ୍ତମାନ ଆପଣଙ୍କୁ ସିଲିଣ୍ଡର ବୁକିଂ ହିଷ୍ଟ୍ରିର ବିକଳ୍ପକୁ ଯିବାକୁ ପଡିବ । ଏପର୍ଯ୍ୟନ୍ତ କେତେଥର ସବସିଡି ପାଇଛନ୍ତି କିମ୍ବା କେତେ ସବସିଡି ପ୍ରଦାନ ହୋଇଛି ତା’ର ପୁରା ଲିଷ୍ଟ ଜାଣିପାରିବେ। ଏହି ଉପାୟରେ ଘରେ ବସି ମାତ୍ର ୨ମିନିଟ୍‌ରେ ସବସିଡି ଯାଞ୍ଚ କରିପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

୮୮୮୯ କୋଟି ଟଙ୍କା ଜବତ କଲାଣି ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୮ା୫: ଲୋକ ସଭା ନିର୍ବାଚନ ପଞ୍ଚମ ପର୍ଯ୍ୟାୟ ଏବଂ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ୨୦୨୪ ର ପାଇଁ ୨ ଦିନ ବାକି ଅଛି।...

ଚାର୍ ଧାମ ମନ୍ଦିର ନିକଟରେ ରିଲ୍ ଶୁଟିଂ କରିବା ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ନୂଆଦିଲ୍ଲୀ,୧୮।୫: ଚାର୍ ଧାମ ମନ୍ଦିର ନିକଟରେ ଭିଡିଓ ଏବଂ ରିଲ୍ ଶୁଟିଂ କରିବା ଉପରେ ଉତ୍ତରାଖଣ୍ଡ ପୋଲିସ ପ୍ରତିବନ୍ଧକ ଲଗାଇଛି। ଚାର ଧାମ ତୀର୍ଥସ୍ଥାନ ଅବସ୍ଥିତ...

”ଜ୍ୟୋତିଷ ହାତ ଦେଖି କହିଥିଲେ ତୁମେ ପ୍ରଧାନମନ୍ତ୍ରୀ ହେବ”: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୮।୫: ଦେଶର ଏବେ ଲୋକ ସଭା ନିର୍ବାଚନର ପରିବେଶ ବେଶ ସରଗରମ ରହିଛି। ସାତଟି ପର୍ଯ୍ୟାୟ ମଧ୍ୟରୁ ଚାରିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହାରି...

POK ଭାରତର ଅଛି ଆଉ ରହିବ, ଆମେ ତାକୁ ଛଡ଼ାଇ ଆଣିବୁ; ପାକିସ୍ତାନକୁ ନେଇ ଗର୍ଜିଲେ ଶାହା…

ଝାନ୍‌ସୀ,୧୮।୫: ଲୋକ ସଭା ନିର୍ବାଚନ ମଧ୍ୟରେ ପୁଣିଥରେ ପାକିସ୍ତାନ ଅଧିକୃତ କଶ୍ମୀରକୁ ନେଇ ବଡ଼ ବୟାନ ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ପିଓକେ ଭାରତର...

ଆପଣ ‘ଜେଲ୍‌ର ଖେଳ’ ଖେଳୁଛନ୍ତି; କାଲି ସବୁ ନେତାଙ୍କୁ ନେଇ ଭାଜପା ମୁଖ୍ୟାଳୟ ଘେରିବାକୁ ଆସୁଛି: ମୋଦିଙ୍କୁ କହିଲେ କେଜ୍‌ରିଓ୍ବାଲ…

ନୂଆଦିଲ୍ଲୀ,୧୮।୫: ଏଏପି ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କୁ ମାରପିଟ୍‌ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପିଏ ବିଭବ କୁମାରଙ୍କୁ ଗିରଫ କରାଯାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ...

ଚା’ ବାଲାର ପୁଅ ପ୍ରଧାନମନ୍ତ୍ରୀ ହୋଇଥିବାରୁ ମୁଁ ଗର୍ବିତ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୮।୫: ଲୋକ ସଭା ନିର୍ବାଚନ ମଧ୍ୟରେ ​​କଂଗ୍ରେସର ବରିଷ୍ଠ ନେତା ପ୍ରିୟଙ୍କା ଗାନ୍ଧୀ ବଡ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ ଉପରେ ସେ ପ୍ରତିକ୍ରିୟା...

ଲଗାତାର ୬ ମାସ ପାଇଁ ଓଡ଼ିଶାରେ ଦରଦାମ୍ ସବୁଠୁ ଅଧିକ

ଭୁବନେଶ୍ୱର,୧୮।୫: ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ଓଡ଼ିଶା ଲଗାତାର ୬ ମାସ ହେଲା ଦେଶର ସବୁଠାରୁ ମହଙ୍ଗା ପାଲଟିଛି। ଓଡ଼ିଶାରେ ଗତ ୬ ମାସ...

ହୁଗୁଳି ଆସନରୁ ମମତାଙ୍କ ବଡ଼ କାର୍ଡ; ଭାଜପାକୁ ଟକ୍କର ଦେବେ ରଚନା ବାନାର୍ଜୀ 

କୋଲକାତା,୧୮।୫: ପଶ୍ଚିମବଙ୍ଗର ହୁଗୁଳି ଆସନରେ ହେବ ଜୋରଦାର ଲଢ଼େଇ। ଲୋକ ସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ବଙ୍ଗାଳୀ ଫିଲ୍ମଜଗତର ଦୁଇ ଲୋକପ୍ରିୟ ଅଭିନେତ୍ରୀ ମୁହାଁମୁହିଁ ହେବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri