କୋଟିପତି ହେବି କିପରି

ଅନନ୍ତ ଚରଣ ସ୍ବାଇଁ

 

“ମୁଁ ମଧ୍ୟ ଦିନେ କୋଟିପତି ହେବି“- ଏହା ଥିଲା ରାଜଧାନୀରେ ରହୁଥିବା ଜନୈକ ସଫେଇ କର୍ମଚାରୀଙ୍କ ଦୃଢ଼ୋକ୍ତି। ଶୁଣି ବହୁତ ଖୁସିହେଲି। ଅଧିକାଂଶ ଲୋକେ ଏହାକୁ ଅବାସ୍ତବ ଓ ପାଗଳର ପ୍ରଳାପ କହି ଏଡ଼ାଇଦେବେ। ଜଣେ ସ୍ବଳ୍ପ ଆୟକାରୀ ସଫେଇ କର୍ମଚାରୀଙ୍କ ଏପରି ବକ୍ତବ୍ୟ ଦିବାସ୍ବପ୍ନ ଭଳି ଲାଗିବା ସ୍ବାଭାବିକ। ଲଟେରି କିମ୍ବା ଅସତ୍‌ ଉପାୟରେ ଅପ୍ରତ୍ୟାଶିତ ଧନପ୍ରାପ୍ତି ବିନା କୋଟିପତି ହେବା ଅସମ୍ଭବ ମନେହୁଏ। ସ୍ବଳ୍ପ ଓ ସୀମିତ ଆୟରେ ପରିବାର ଚଳାଇବାକୁ ନିଅଣ୍ଟପଡ଼େ। ଅଭାବ ଭିତରେ ବୈଭବର ସ୍ବପ୍ନ ଦେଖିବା ଏବଂ ନିଜର କୋଟିପତି ହେବାର ଇଚ୍ଛାକୁ ସାକାର କରିବା ପାଇଁ ତାଙ୍କର ଉଦ୍ୟମ ସ୍ବାଗତଯୋଗ୍ୟ। କମ୍‌ ଆୟ ସତ୍ତ୍ୱେ କିପରି କୋଟିପତି ହେବାକୁ ଇଚ୍ଛା କଲେ; ସେଥିପାଇଁ କେଉଁଠୁ ପ୍ରେରଣା ପାଇଲେ ଏବଂ କୋଟିପତି ହେବାର ଉପାୟ ବିସ୍ତୃତ ଭାବେ ବର୍ଣ୍ଣନା କରିବାକୁ କହିଲି।
ସେ ଆରମ୍ଭ କଲେ। ତିନି ବର୍ଷ ତଳର କଥା। ଏକ ଆର୍ଥିକ ସଚେତନତା କାର୍ଯ୍ୟକ୍ରମରୁ ମୁଁ ପ୍ରେରଣା ପାଇଥିଲି। ସେଦିନର ଆର୍ଥିକ ବିଶେଷଜ୍ଞଙ୍କ ଉପଦେଶ ମୋ ମନକୁ ପ୍ରଭାବିତ କରିଥିଲା। ସେ କହିଲେ, ଥରେ ଜଣେ ଶିକ୍ଷକ ଶ୍ରେଣୀର ଦୁଇ ମେଧାବୀ ଛାତ୍ରଙ୍କୁ ପାଖକୁ ଡାକି କହିଲେ, ଏ ବର୍ଷ ଗଣିତରେ ଯେପରି ଶହେରୁ ଶହେ ନମ୍ବର ରହେ। ଜଣେ ଛାତ୍ର କହିଲା- ”ଗୁରୁଜୀ! ଗଣିତରେ କେବେ ଷାଠିଏରୁ ଅଧିକ ନମ୍ବର ଆସିନି। ଶହେ ନମ୍ବର ରଖିବା ମୋ ପକ୍ଷରେ ସମ୍ଭବ ନୁହେଁ। ଅଯଥା ଗଣିତରେ ସମୟ ଦେଇ ଲାଭ ନାହିଁ। ଏପରି ଯୁକ୍ତି ଦେଖାଇ ସେ ଗୁରୁଜୀଙ୍କ କଥାକୁ ଏଡ଼ାଇଦେଲା। ଅନ୍ୟ ଛାତ୍ରଟି ପଚାରିଲା- ଗୁରୁଜୀ! ମୁଁ ଗଣିତରେ କେବେ ପଚାଶ ନମ୍ବରରୁ ଅଧିକା ରଖିନାହିଁ। ଶହେ ନମ୍ବର ରଖିବାକୁ କ’ଣ କରିବାକୁ ହେବ? ଏହା ମୋ ପକ୍ଷରେ ସମ୍ଭବ କି ନାହିଁ ଟିକେ ବିସ୍ତୃତ ଭାବେ ବୁଝାଇ କୁହନ୍ତୁ। ଗୁରୁଜୀ ଆଶ୍ୱାସନା ଦେଇ କହିଲେ, ଶହେ ନମ୍ବର ଆଣିବା ପାଇଁ ନିୟମିତ ବିଭିନ୍ନ ପ୍ରକାରର ଗାଣିତିକ ପ୍ରଶ୍ନ ସମାଧାନ କରିବା ଅଭ୍ୟାସ କରିବ। ଏପରି କରିବା ଦ୍ୱାରା ତୁମର ଗଣିତରେ ଜ୍ଞାନ ବଢ଼ିବ। ପରୀକ୍ଷାରେ ଶହେ ନମ୍ବର, ନହେଲେ ଶହେ ପାଖାପାଖି ନମ୍ବର ରଖିପାରିବ। ଗୁରୁଙ୍କ ଉପଦେଶ ମାନିବାରୁ ପିଲାଟି ଗଣିତରେ ୯୯ ନମ୍ବର ଆଣିଲା। ଅନ୍ୟ ପିଲାଟି ଗୁରୁଜୀଙ୍କ କଥାକୁ ଗୁରୁତ୍ୱ ଦେଲା ନାହିଁ। ନିଜ ଜ୍ଞାନର ପରିସୀମା ବଢ଼ାଇବାକୁ ଚେଷ୍ଟା କଲାନି। ଗଣିତରେ ୬୨ ନମ୍ବର ରଖି ପରୀକ୍ଷାରେ କୃତକାର୍ଯ୍ୟ ହେଲା। ପ୍ରଥମ ଛାତ୍ରଟି ରୋକଠୋକ ମନା କରିଦେଲା। ଦ୍ୱିତୀୟ ପିଲା ଅଧିକ ନମ୍ବର ରଖିବାକୁ କ’ଣ କରିବାକୁ ହେବ ତାହା ପଚାରି ବୁଝିବା ସହ ନିରନ୍ତର ସେଥିପାଇଁ ଚେଷ୍ଟା କଲା। ପରିଶେଷରେ ତା’ ଶ୍ରମର ମୂଲ୍ୟ ପାଇଲା। ଗରିବ ଲୋକ କିପରି କୋଟିପତି ହେବାର ଉପାୟ ପ୍ରାଞ୍ଜଳ ଭାବେ ସେ ବୁଝାଇଲେ। ତାଙ୍କ ଉପଦେଶକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିଆସୁଛି। ଏବେ ମୋର କୋଟିପତି ହେବା ନିଶ୍ଚିତ। ଅନେକ ଲୋକ ତାଙ୍କ କଥାକୁ ଅବାସ୍ତବ କହି ଗୁରୁତ୍ୱ ଦେଲେ ନାହିଁ। ଫଳରେ ସେମାନଙ୍କର କୋଟିପତି ହେବାର ରାସ୍ତା ସବୁଦିନ ପାଇଁ ବନ୍ଦ ହୋଇଗଲା।
ଦଶ ବର୍ଷ ତଳର ଏକ ଘଟଣା ମନେପଡ଼େ। ସୀମା ସୁରକ୍ଷା ବଳରେ କିଛି କର୍ମଚାରୀମାନଙ୍କ ସହ ଆର୍ଥିକ ସାକ୍ଷରତା, ଆର୍ଥିକ ପରିଚାଳନା ଏବଂ ନିଜର ଆର୍ଥିକ ଯୋଜନାର ଗୁରୁତ୍ୱ ଓ ଆବଶ୍ୟକତା ନେଇ ଆଲୋଚନା କରୁଥାଏ। ଶେଷରେ ପଚାରିଲି, କେଉଁମାନେ ନିଜକୁ କୋଟିପତି କରିପାରିବେ ବୋଲି ଭାବୁଛନ୍ତି ସେମାନେ ନିଜ ନିଜର ହାତ ଟେକନ୍ତୁ। ଜଣେ ବୟସ୍କ କର୍ମଚାରୀ ହାତ ଉଠାଇଥିବା ଲକ୍ଷ୍ୟ କଲି। ତାଙ୍କୁ ପଚାରିଲି- ସାର୍‌, ଆପଣଙ୍କ ବୟସ କେତେ? ସେ କହିଲେ- ୫୫ ବର୍ଷ। ତାଙ୍କୁ ପଚାରିଲି, ଆପଣ ତ ଆଉ କିଛି ବର୍ଷ ଭିତରେ ଅବସର ନେବେ। କୋଟିପତି ହେବାର ପ୍ରସ୍ତୁତି ବୋଧହୁଏ ପୂର୍ବରୁ ଆରମ୍ଭ କରିଛନ୍ତି। ସେଥିପାଇଁ କୋଟିପତି ହୋଇପାରିବେ ବୋଲି ଦୃଢ଼ ବିଶାସ। ସେ ଯେଉଁ ଉତ୍ତର ଦେଲେ, ସେଥିରେ ଉପସ୍ଥିତ ସମସ୍ତ ବ୍ୟକ୍ତି ସ୍ତମ୍ଭୀଭୂତ ହୋଇଗଲେ। ସେ କହିଲେ, ଦୀର୍ଘ ତିରିଶ ବର୍ଷ ଧରି ରୋଜଗାର କରୁଛି। କେବେ କୋଟିପତି ହେବାର ସ୍ବପ୍ନ ଦେଖିନି। ଆୟର ସଦୁପଯୋଗ, ଖର୍ଚ୍ଚ ନିୟନ୍ତ୍ରଣ, ବିଭିନ୍ନ ଲାଭଦାୟକ ଯୋଜନାରେ ନିବେଶ କରି ସାଧାରଣ ଲୋକଟିଏ କୋଟିପତି ହେବାର ଉପାୟ ଜାଣିବା ପରେ କୋଟିପତି ହେବା ଆଶା ବଢ଼ିଗଲା। ଅବସର ପୂର୍ବରୁ କୋଟିପତି ହେବା ସମ୍ଭବ ନୁହେଁ। କିନ୍ତୁ ଦୃଢ଼ତାର ସହ କହୁଛି, ଯଦି ମୁଁ ୮୫ ବର୍ଷଯାଏ ବଞ୍ଚେ ତେବେ ନିୟମିତ ସଞ୍ଚୟ ଓ ନିବେଶ ଦ୍ୱାରା ମୋ ପୁଅକୁ ସେତେବେଳକୁ କୋଟିପତି କରିପାରିବି। ନିଜେ ନ ହେଲେ ନାହିଁ, ଜଣେ କୋଟିପତିର ବାପା ହିସାବରେ ଗର୍ବ ଅନୁଭବ କରିବି। ଏହି ଭାବନାକୁ ଦୃଷ୍ଟିରେ ରଖି ମୁଁ କୋଟିପତି ହେବାର ଆଶା ରଖିଛି।
ବାସ୍ତବରେ ଜଣେ ଗରିବ ବ୍ୟକ୍ତି ଚେଷ୍ଟାକଲେ କୋଟିପତି ହୋଇପାରିବ। ମାସକୁ ମାତ୍ର ୧୦୦ ଟଙ୍କା ନିୟମିତ ୬୦ ବର୍ଷ ପର୍ଯ୍ୟନ୍ତ ସଞ୍ଚୟ କରିବା ସହ ସଞ୍ଚିତ ରାଶିକୁ ଲାଭଦାୟକ, ସ୍ବୀକୃତିପ୍ରାପ୍ତ ମିଚ୍ୟୁଆଲ ଫଣ୍ତରେ ପଦ୍ଧତିଗତ ଯୋଜନା (Systematic।nvestment Plan) ମାଧ୍ୟମରେ ବିନିଯୋଗ କଲେ କୋଟିପତି ହେବା ସହଜ ହୋଇଥାଏ। ୬୦ ବର୍ଷରେ ସମୁଦାୟ ସଞ୍ଚତ୍ତ ରାଶି ହେଉଛି ୭୨୦୦୦/- ଟଙ୍କା। ଦୀର୍ଘ ଅବଧିର ନିବେଶରୁ ବାର୍ଷିକ ୧୦ ରୁ ୧୫ ପ୍ରତିଶତ ରିଟର୍ନ ମିଳିବାର ଆଶା ଥାଏ। ବାର୍ଷିକ ୧୨ ପ୍ରତିଶତ ରିଟର୍ନ ହିସାବରେ ୬୦ ବର୍ଷରେ ଏଥିରୁ ମିଳିବ ଟ୧ .୩ କୋଟି। ଏହା ଏକ ଗାଣିତିକ ହିସାବ। ସମାଜରେ ଅନେକ ଲୋକ ଏହା ଶୁଣିବା ଓ ବୁଝିବାକୁ ପ୍ରସ୍ତୁତ ନ ଥା’ନ୍ତି। ନିୟମିତ ୧୦୦ ଟଙ୍କା ମାସକୁ ସଞ୍ଚୟ କରିବା ଯେତିକି କଷ୍ଟ ନୁହେଁ, ତା’ଠାରୁ ଅନେକ ଗୁଣ କଷ୍ଟ ହେଉଛି ଦୀର୍ଘ ୬୦ ବର୍ଷର ଅପେକ୍ଷା। ଏଠାରେ ଜାଣିବା ଦରକାର ଯେଉଁମାନଙ୍କର ଅଧିକ ଆୟ ବା ସମ୍ବଳ ଅଛି, ସେମାନେ କମ୍‌ସମୟ ମଧ୍ୟରେ କୋଟିପତି ହୋଇପାରିବେ। ଉଦାହରଣ ସ୍ବରୂପ ଜଣେ ମାସକୁ ୧୦୦୦ ଟଙ୍କା ନିୟମିତ ୪୦ ବର୍ଷ ନିବେଶ କଲେ ବାର୍ଷିକ ୧୨ ପ୍ରତିଶତ ହିସାବରେ ପରିପକ୍ୱ ରାଶି (Maturity Value)ର ମୂଲ୍ୟ ଟ୧ .୨ କୋଟି। ୩୦ ବର୍ଷରେ କୋଟିପତି ହେବାକୁ ହେଲେ ନିୟମିତ ମାସିକ ୩୦୦୦ ଟଙ୍କା ସଞ୍ଚୟ କରିବାକୁ ହେବ। କୋଟିପତି ହେବାର ଅନେକ ଉପାୟ ଅଛି। ସେ ସବୁ ଉପାୟ ଜାଣିଲେ ଆପେ ଆପେ ଜଣେ କୋଟିପତି ହୋଇପାରିବ ନାହିଁ। କୋଟିପତି ହେବା ପାଇଁ ନିରନ୍ତର ପ୍ରଚେଷ୍ଟା ଦରକାର।
ମୋ: ୭୩୮୧୦୪୬୪୭୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri