ଅଲ କାଏଦା ମୁଖ୍ୟଙ୍କ ମୃତ୍ୟୁ ସମ୍ପର୍କରେ ଭାରତ ପାଖରେ ରହିଥିଲା ସୂଚନା!

ନୂଆଦିଲ୍ଲୀ/ୱାଶିଂଟନ,୨ ।୮: କାବୁଲରେ ଆମେରିକାର ଡ୍ରୋନ ଆକ୍ରମଣରେ ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା ମୁଖ୍ୟ ଅଲ-ଜବାହିରିଙ୍କ ମୃତ୍ୟୁ ହୋଇଛି । ଗୋଟିଏ ପଟେ ଏହି ଅପରେଶନରେ ଆମରିକାରକୁ ଆତଙ୍କବାଦ ବିରୋଧରେ ବଡ ସଫଳତା ମିଳିଥିବା ବେଳେ ଅନ୍ୟପଟେ ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛିକି ଏହି ଅପରେଶନ ସମ୍ପର୍କରେ ପୂର୍ବରୁ ଭାରତକୁ ସୂଚନା ମିଳିଥିଲା । ମିଳିଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣ ସମ୍ପର୍କରେ ୩୧ ଜୁଲାଇରୁ ଭାରତ ନିକଟରେ ସୂଚନା ରହିଥିଲା । ହେଲେ ଏହା ଘୋଷଣା କରିବା ଲାଗି ଭାରତ ଆମେରିକା ପକ୍ଷରୁ ଔପଚାରିକ ଘୋଷଣାକୁ ଅପେକ୍ଷା କରିଥିଲା ।
ସୂଚନାଯୋଗ୍ୟ. ଅଗଷ୍ଟ ୧ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦାବି କରିଥିଲେ କି ଆଫଗାନିସ୍ତାନର ରାଜଧାନୀ କାବୁଲରେ ରବିବାର ସକାଳ ୬ଟା ୧୮ ମିନିଟରେ ଏକ ଏୟାର ଷ୍ଟ୍ରାଇକ ସମୟରେ ଅଲ କାଏଦା ମୁଖ୍ୟ ଅଲ-ଜବାହିରିଙ୍କ ମୃତ୍ୟୁ ହୋଇଛି । ଟେଲିଭିଜନରେ ସମ୍ବୋଧନ ଦେବା ଅବସରରେ ବାଇଡେନ କହିଥିଲେ, ନ୍ୟାୟ ହୋଇଛି ଓ ଆତଙ୍କବାଦୀ ଆଉ ଜୀବିତ ନାହାନ୍ତି ।
ଅନ୍ୟପଟେ ଆମେରିକାର ଏହି ଆକ୍ରମଣକୁ ଆଫଗାନିସ୍ତାନର ତାଲିବାନ ସରକାର କଡା ନିନ୍ଦା କରିଛନ୍ତି । ଆଫଗାନିସ୍ତାନର ତାଲିବାନ ସରକାରଙ୍କ ପ୍ରବକ୍ତା ଜବିଉଲ୍ଲାହ ମୁଜାହିଦ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ ଆମେରିକା ଆକ୍ରମଣର ଆଲୋଚନା କରିଛନ୍ତି । ଏହାସହ ଆମେରିକା ଅନ୍ତରାଷ୍ଟ୍ରୀୟ ମାନଦଣ୍ଡ ଓ ଦୋହା ଚୁକ୍ତିର ଉଲ୍ଲଂଘନ କରିଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ଅଭାବରୁ ପ୍ରାଣ ହରାଇଲେ କରୋନା ସଂକ୍ରମିତ

ପାଟନା,୧୪।୪: କରୋନା କାଳରେ ସରକାର ଭଲ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବିହାରର...

ରିଭ୍ୟୁ ପିଟିଶନ ଦାଏର ନେଇ ୧୭ରେ ନିଷ୍ପତ୍ତି ନେବ ଏଆଇଏମ୍‌ପିଏଲ୍‌ବି: ଜମି ଗ୍ରହଣ ପ୍ରସ୍ତାବକୁ ଅଯୋଧ୍ୟା ମୁସଲମାନଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୧୨ା୧୧(ପି.ଟି./ଆଇଏଏନ୍‌ଏସ୍‌): ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ବିରୋଧରେ ରିଭ୍ୟୁ ପିଟିଶନ ଦାଏର ଲାଗି ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ଆସନ୍ତା...

କ୍ୟାଟେରିନା ଗ୍ରୀସ୍‌ର ପ୍ରଥମ ମହିଳା ରାଷ୍ଟ୍ରପତି

ଏଥେନ୍ସ,୧୪ା୩(ଏ.ପି.): ଗ୍ରୀସ୍‌ର ପୂର୍ବତନ ହାଇକୋର୍ଟ ବିଚାରପତି କ୍ୟାଟେରିନା ସାକେଲାରୋପୋଲୋଉ ଶୁକ୍ରବାର ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ଗ୍ରୀସ୍‌ ପାର୍ଲାମେଣ୍ଟରେ ବିପୁଳ ଭୋଟ...

ବଢ଼ିଛି ଭାରତୀୟଙ୍କ ଆୟୁଷ

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ହିଁ ସମ୍ପଦ। ଶରୀର ସୁସ୍ଥ ରହିଲେ ଜଣେ ମଣିଷ ମାନସିକସ୍ତରରେ ମଧ୍ୟ ସୁସ୍ଥ ରହିଥାଏ। ଯୋଗ, ପ୍ରାଣାୟମ ଆଦି କରି ଲୋକମାନେ ଶରୀର...

ହସ୍ପିଟାଲରେ ଥିବା କରୋନା ସଂକ୍ରମିତଙ୍କର ହେବ ଜିନୋମ ସିକ୍ୱେଂସିଂଗ

ନୂଆଦିଲ୍ଲୀ,୨୮ ।୬: ଦେଶରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ଭାଇରସର ନୂଆ ଭାରିଏଣ୍ଟକୁ ଚିହ୍ନିବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି...

ମୋବାଇଲ ଡାଟା ସ୍ପିଡରେ ରୁଷିଆ, ଆର୍ଜେଣ୍ଟିନାଠାରୁ ଆଗରେ ଭାରତ

ନୂଆଦିଲ୍ଲୀ,୨।୩: ଭାରତରେ ମୋବାଇଲ ଡାଟା ଡାଉନଲୋଡ ସ୍ପିଡ ୧୧୫% ବୃଦ୍ଧି ପାଇଛି। ଗତ ବର୍ଷ ସେପ୍ଟେମ୍ବରରେ ଏହା ୧୩.୮୭ ଏମ୍‌ବିପିଏସ୍‌ ଥିଲା, ଯାହା ଜାନୁଆରୀରେ ୨୯.୮୫...

ହିଂସା ଯୋଗୁ ପରୀକ୍ଷା ଦେଇ ପାରି ନ ଥିବା ଛାତ୍ରୀଛାତ୍ର ମାର୍ଚ୍ଚ ୭ ପର୍ଯ୍ୟନ୍ତ ଦେବେ ପରୀକ୍ଷା: ସିବିଏସ୍‌ଇ

ନୂଆଦିଲ୍ଲୀ,୧।୩: ଦିଲ୍ଲୀରେ ଘଟିଥିବା ହିଂସା ଯୋଗୁ ପରୀକ୍ଷା ଦେଇପାରି ନ ଥିବା ଛାତ୍ରୀଛାତ୍ର ମାର୍ଚ୍ଚ ୭ ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା...

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖରଙ୍କୁ ଲାଗିଲା ଝଟ୍‌କା

ମୁମ୍ବାଇ,୧୮।୨: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଲାଗିଛି ବଡ ଝଟ୍‌କା। ଫେବୃୟାରୀ ୨୧ରେ ମୁମ୍ବାଇର ଆଜାଦ ମଇଦାନରେ ସିଏଏ, ଏନ୍‌ପିଆର୍‌, ଏନ୍‌ଆର୍‌ସି ବିରୋଧରେ ରାଲି...

Advertisement
Archives

Model This Week