ଇମ୍ୟୁନୁ କେତେ ସବଳ

ଡା. ପ୍ରଫୁଲ୍ଲ କୁମାର ଦାସ

 

ଆପଣ କ’ଣ ସବୁବେଳେ ଥଣ୍ଡା ଜ୍ୱର ଅଥବା ସର୍ଦ୍ଦିରେ ପୀଡ଼ିତ ହେଉଛନ୍ତି? ଋତୁ ବଦଳିବା ସଙ୍ଗେ ସଙ୍ଗେ ଆପଣଙ୍କର ଶରୀରର ଅବସ୍ଥା ବଦଳିଯାଉଛି? କାମ ଆରମ୍ଭ କରୁ କରୁ ଆପଣ ଥକି ପଡ଼ୁଛନ୍ତି? ଯଦି ଏସବୁର ଉତ୍ତର ‘ହଁ’ ତା’ହେଲେ ଆପଣ ଏକଥା ଜାଣି ରଖନ୍ତୁ ଯେ, ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥା ବା ଇମ୍ୟୁନୁ ସିଷ୍ଟମ ଦୁର୍ବଳ ହୋଇଗଲାଣି।
ଏକଥା ଗବେଷଣାରୁ ପ୍ରମାଣିତ ହୋଇଛି ଯେ, ଶରୀରର ଇମ୍ୟୁନୁ ସିଷ୍ଟମ ଦୁର୍ବଳ ହେବା ଦ୍ୱାରା ଶରୀରକୁ ନାନାଦି ରୋଗ ଖୁବ୍‌ ସହଜରେ ଆକ୍ରାନ୍ତ କରି ପାରିଥାଏ। ଏକଥା ସ୍ବୀକାର୍ଯ୍ୟ ଯେ, ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଗଲେ ଲୋକମାନେ ରୋଗରେ ପଡ଼ନ୍ତି। ଏକଥା ସମସ୍ତେ ସ୍ବୀକାର କରିବେ, ଶରୀରର ଇମ୍ୟୁନୁ ସିଷ୍ଟମ ହେଉଛି ମଣିଷ ପାଇଁ ଏକ ବରଦାନ ସଦୃଶ, ଯାହାକୁ ଅତି ଯତ୍ନ ସହକାରେ ସବଳ ରଖିବା ଆମ ସମସ୍ତଙ୍କ ଏକ ପ୍ରାଥମିକ ତଥା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ।
ଏକଥା କୁହାଯାଏ ଯେ, ମଣିଷର ଜୀବନ ଖାଲି ସଂଘର୍ଷ ଆଉ ସଂଘର୍ଷ । ମଣିଷ ଯେ ଖାଲି ବାହ୍ୟ ଶକ୍ତି ଅଥବା ଦେଖିପାରୁଥିବା ଶକ୍ତିଗୁଡ଼ିକ ବିରୋଧରେ ସଂଘର୍ଷ କରେ ତା’ନୁହେଁ ଅଧିକନ୍ତୁ ଅନେକ ଅଦୃଶ୍ୟ ଶକ୍ତିକୁ ବି ସାମ୍ନା କରିବାକୁ ପଡ଼ିଥାଏ। ବାସ୍ତବରେ ପ୍ରତ୍ୟେକ ଦିନ ଆମେ ନିୟୁତ ନିୟୁତ କୀଟାଣୁ, ଭୂତାଣୁଙ୍କର ସାମ୍ନା କରିଥାଉ। କିନ୍ତୁ ଆମ ଭିତରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏମାନଙ୍କର ସାମ୍ନା କରିବା ସତ୍ତ୍ୱେ ସୁସ୍ଥ ସବଳ ରହିଥାନ୍ତି। କିନ୍ତୁ ଅନେକ ଅସୁସ୍ଥ ହେବାର କାରଣ ହେଉଛି ଦୁର୍ବଳ ଇମ୍ୟୁନୁ ସିଷ୍ଟମ। ଯେଉଁମାନେ କୀଟାଣୁ, ଭୂତାଣୁଙ୍କର ସାମ୍ନା କରି ବି ସୁସ୍ଥ ରହିପାରନ୍ତି ସେମାନଙ୍କର ଇମ୍ୟୁନୁ ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି ସୁସ୍ଥ, ସବଳ ଥିବାବେଳେ ଯେଉଁମାନେ ଅଳ୍ପକେ ରୋଗରେ ପଡ଼ନ୍ତି ସେମାନଙ୍କ ଇମ୍ୟୁନୁ ସିଷ୍ଟମ ଦୁର୍ବଳ ହୋଇପଡ଼ିଥାଏ। ଏତେ ସବୁ ଆଲୋଚନା ପରେ ଏଭଳି ପ୍ରଶ୍ନଟିଏ ମନରେ ଉଠିବା ସ୍ବାଭାବିକ ଯେ, ଏହି ଇମ୍ୟୁନୁ ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି କ’ଣ। ବୈଜ୍ଞାନିକ ତଥ୍ୟ ଅନୁଯାୟୀ ଏହା ହେଉଛି ଶରୀରର ଏକ ପ୍ରତିରୋଧୀ ବ୍ୟବସ୍ଥା, ଯାହା ଆମକୁ ସକଳ ରୋଗବ୍ୟାଧି ଦାଉରୁ ସୁରକ୍ଷିତ ରଖେ । ଆମ ଶରୀରକୁ ପ୍ରବେଶ କରୁଥିବା ଅନିଷ୍ଟକାରୀ ଶକ୍ତିଗୁଡ଼ିକୁ ଏହି ବ୍ୟବସ୍ଥା କାବୁ କରିନିଏ। ଫଳରେ ଆମେ ସୁସ୍ଥ ରହିପାରୁ । ନିକଟରେ ମହାମାରୀ କରୋନା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ମୁଖ୍ୟ କାରଣ ଦୁର୍ବଳ ଇମ୍ୟୁନୁ ସିଷ୍ଟମ ବୋଲି କୁହାଯାଉଛି। ଗବେଷକଙ୍କ ମତରେ କରୋନା, ସ୍ବାଇନ୍‌ଫ୍ଲୁ ଠୁ ଆରମ୍ଭ କରି ଦୁରାରୋଗ୍ୟ କର୍କଟ ବ୍ୟାଧି ପର୍ଯ୍ୟନ୍ତ ସବୁକିଛିର ମୂଳ କାରଣ ଦୁର୍ବଳ ଇମ୍ୟୁନୁ ସିଷ୍ଟମ୍‌। ଇମ୍ୟୁନୁ ସିଷ୍ଟମ୍‌ ଦୁର୍ବଳ ହେବା ପଛରେ ରହିଛି ଅନେକ କାରଣ। ଏ ସବୁ ପଛରେ ରହିଛି ମଣିଷର ବେପରୁଆ ଭାବ। ଏକ ଗବେଷଣାରୁ ଜାଣିବାକୁ ମିଳିଛି, ବିଶ୍ୱର ପ୍ରାୟ ୭୫ ପ୍ରତିଶତ ଲୋକଙ୍କର ଇମ୍ୟୁନୁ ସିଷ୍ଟମ ଦୁର୍ବଳ। ବିଶେଷ କରି କମ୍‌ ଶୋଇବା, ଖାଇବା, ପିଇବା, ବଦଭ୍ୟାସ, ଅତ୍ୟଧିକ ମାନସିକ ଚାପ, ଆଣ୍ଟିବାୟୋଟିକ୍‌ ସେବନ, ମଦ୍ୟପାନ ଆଦି ଅଭ୍ୟାସ ଦ୍ୱାରା ଶରୀର ଇମ୍ୟୁନୁ ସିଷ୍ଟମ ଅତିମାତ୍ରାରେ ପ୍ରଭାବିତ ହୋଇଥାଏ ।
ଯଦି ମଣିଷ ନୀରୋଗ ରହିବା ପାଇଁ ଚାହୁଁଛି ତା’ହେଲେ ତାକୁ ସର୍ବପ୍ରଥମେ ନିଜର ଇମ୍ୟୁନୁ ସିଷ୍ଟମକୁ ସୁସ୍ଥ ତଥା ସବଳ ରଖିବାକୁ ପଡ଼ିବ। ସେଥିପାଇଁ ଆମକୁ ପ୍ରଥମେ ବ୍ୟବସ୍ଥିତ ହେବାକୁ ପଡ଼ିବ ତଥା ପରେ ଶୃଙ୍ଖଳିତ ଜୀବନଚର୍ଯ୍ୟା ଆପଣାଇବାକୁ ହେବ। ଯେତେଦୂର ସମ୍ଭବ ରିଲାକ୍ସ ରୁହନ୍ତୁ ଏବଂ ଭରପୂର ନିଦରେ ଶୁଅନ୍ତୁ । ଦିନରେ ଅନ୍ତତଃ କିଛି ସମୟ ଆରାମ କରନ୍ତୁ। ଏହାଦ୍ୱାରା ଦିନ ସାରା ଖର୍ଚ୍ଚ ହୋଇଥିବା ଶକ୍ତି ପୁନଃ ସଞ୍ଚତ୍ତ ହୋଇଥାଏ।
ଖାଦ୍ୟ ପଦାର୍ଥରେ ପୋଷକ ତତ୍ତ୍ୱ ସାମିଲ କରିବା ନିତାନ୍ତ ପ୍ରୟୋଜନ। ଏହାଦ୍ୱାରା ଶରୀରକୁ କେବଳ ଶକ୍ତି ମିଳେନାହିଁ, ଅଧିକନ୍ତୁ ଶରୀରରେ ଅଧିକରୁ ଅଧିକ ହ୍ବାଇଟ୍‌ ବ୍ଲଡ୍‌ ସେଲ୍‌ ବା ଶ୍ୱେତ ରକ୍ତକଣିକା ସୃଷ୍ଟି ହୋଇଥାଏ। ଉଲ୍ଲେଖ ପ୍ରୟୋଜନ ଯେ, ଏହି ଶ୍ୱେତ ରକ୍ତ କଣିକାଗୁଡ଼ିକ ହେଉଛନ୍ତି ଶରୀରର ଇମ୍ୟୁନୁ ସିଷ୍ଟମ। ମାଛ, ମାଂସ, ଫଳ, ପନିପରିବା, କ୍ଷୀର, ଛେନା ଆଦି ଆବଶ୍ୟକ ପରିମାଣରେ ଖାଆନ୍ତୁ। ଏହାଦ୍ୱାରା ଶରୀର ସୁସ୍ଥ ରହେ। ଅର୍ଗାନିକ ଫୁଡ୍‌ ଖାଇବା ଉପରେ ପ୍ରାଥମିକତା ଦିଅନ୍ତୁ। ହାର୍ଭାର୍ଡ ମେଡିକାଲ ସ୍କୁଲର ଅଧ୍ୟୟନରୁ ଜାଣିବାକୁ ମିଳିଛି ଯେ, ଚା’ରେ ରହିଥିବା ରାସାୟନିକ ତତ୍ତ୍ୱ ସଂକ୍ରମଣରେ ଲଢ଼ିବା ପାଇଁ ଶକ୍ତି ପ୍ରଦାନ କରିଥାଏ। ସେହିଭଳି ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ ।
ତେବେ ଗ୍ରୀନ୍‌ ଟି’ ହେଲେ ସବୁଠୁ ଭଲ। ଖାଦ୍ୟରେ ନିୟମିତ ରସୁଣ, ଅଦା, ହଳଦୀ ଆଦି ସାମିଲ କରିବା ଆବଶ୍ୟକ। ଏଗୁଡ଼ିକର ରୋଗପ୍ରତିରୋଧକ ଶକ୍ତି ରହିଛି। ଅତ୍ୟଧିକ ମାନସିକ ଚାପରେ ରୁହନ୍ତୁ ନାହିଁ କିମ୍ବା ହତାଶ ହୁଅନ୍ତୁ ନାହିଁ । ଚାପରେ ରହିବା କିମ୍ବା ହତାଶବୋଧ ଦ୍ୱାରା ଶରୀରର ଇମ୍ୟୁନୁ ସିଷ୍ଟମ ଦୁର୍ବଳ ହୋଇଥାଏ। ଏହିସବୁ ବିଷୟକୁ ଗୁରୁତ୍ୱ ଦେଲେ ଜଣେ ସୁସ୍ଥ, ସବଳ ଜୀବନ ଯାପନ କରିପାରିବ।
କନ୍‌ସଲଟାଣ୍ଟ ରେଡିଓଲୋଜିଷ୍ଟ, ଏମ୍‌ଆରଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ:୯୪୩୭୦୨୩୪୪୩


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?