ଇମ୍ୟୁନୁ କେତେ ସବଳ

ଡା. ପ୍ରଫୁଲ୍ଲ କୁମାର ଦାସ

 

ଆପଣ କ’ଣ ସବୁବେଳେ ଥଣ୍ଡା ଜ୍ୱର ଅଥବା ସର୍ଦ୍ଦିରେ ପୀଡ଼ିତ ହେଉଛନ୍ତି? ଋତୁ ବଦଳିବା ସଙ୍ଗେ ସଙ୍ଗେ ଆପଣଙ୍କର ଶରୀରର ଅବସ୍ଥା ବଦଳିଯାଉଛି? କାମ ଆରମ୍ଭ କରୁ କରୁ ଆପଣ ଥକି ପଡ଼ୁଛନ୍ତି? ଯଦି ଏସବୁର ଉତ୍ତର ‘ହଁ’ ତା’ହେଲେ ଆପଣ ଏକଥା ଜାଣି ରଖନ୍ତୁ ଯେ, ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥା ବା ଇମ୍ୟୁନୁ ସିଷ୍ଟମ ଦୁର୍ବଳ ହୋଇଗଲାଣି।
ଏକଥା ଗବେଷଣାରୁ ପ୍ରମାଣିତ ହୋଇଛି ଯେ, ଶରୀରର ଇମ୍ୟୁନୁ ସିଷ୍ଟମ ଦୁର୍ବଳ ହେବା ଦ୍ୱାରା ଶରୀରକୁ ନାନାଦି ରୋଗ ଖୁବ୍‌ ସହଜରେ ଆକ୍ରାନ୍ତ କରି ପାରିଥାଏ। ଏକଥା ସ୍ବୀକାର୍ଯ୍ୟ ଯେ, ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଗଲେ ଲୋକମାନେ ରୋଗରେ ପଡ଼ନ୍ତି। ଏକଥା ସମସ୍ତେ ସ୍ବୀକାର କରିବେ, ଶରୀରର ଇମ୍ୟୁନୁ ସିଷ୍ଟମ ହେଉଛି ମଣିଷ ପାଇଁ ଏକ ବରଦାନ ସଦୃଶ, ଯାହାକୁ ଅତି ଯତ୍ନ ସହକାରେ ସବଳ ରଖିବା ଆମ ସମସ୍ତଙ୍କ ଏକ ପ୍ରାଥମିକ ତଥା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ।
ଏକଥା କୁହାଯାଏ ଯେ, ମଣିଷର ଜୀବନ ଖାଲି ସଂଘର୍ଷ ଆଉ ସଂଘର୍ଷ । ମଣିଷ ଯେ ଖାଲି ବାହ୍ୟ ଶକ୍ତି ଅଥବା ଦେଖିପାରୁଥିବା ଶକ୍ତିଗୁଡ଼ିକ ବିରୋଧରେ ସଂଘର୍ଷ କରେ ତା’ନୁହେଁ ଅଧିକନ୍ତୁ ଅନେକ ଅଦୃଶ୍ୟ ଶକ୍ତିକୁ ବି ସାମ୍ନା କରିବାକୁ ପଡ଼ିଥାଏ। ବାସ୍ତବରେ ପ୍ରତ୍ୟେକ ଦିନ ଆମେ ନିୟୁତ ନିୟୁତ କୀଟାଣୁ, ଭୂତାଣୁଙ୍କର ସାମ୍ନା କରିଥାଉ। କିନ୍ତୁ ଆମ ଭିତରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏମାନଙ୍କର ସାମ୍ନା କରିବା ସତ୍ତ୍ୱେ ସୁସ୍ଥ ସବଳ ରହିଥାନ୍ତି। କିନ୍ତୁ ଅନେକ ଅସୁସ୍ଥ ହେବାର କାରଣ ହେଉଛି ଦୁର୍ବଳ ଇମ୍ୟୁନୁ ସିଷ୍ଟମ। ଯେଉଁମାନେ କୀଟାଣୁ, ଭୂତାଣୁଙ୍କର ସାମ୍ନା କରି ବି ସୁସ୍ଥ ରହିପାରନ୍ତି ସେମାନଙ୍କର ଇମ୍ୟୁନୁ ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି ସୁସ୍ଥ, ସବଳ ଥିବାବେଳେ ଯେଉଁମାନେ ଅଳ୍ପକେ ରୋଗରେ ପଡ଼ନ୍ତି ସେମାନଙ୍କ ଇମ୍ୟୁନୁ ସିଷ୍ଟମ ଦୁର୍ବଳ ହୋଇପଡ଼ିଥାଏ। ଏତେ ସବୁ ଆଲୋଚନା ପରେ ଏଭଳି ପ୍ରଶ୍ନଟିଏ ମନରେ ଉଠିବା ସ୍ବାଭାବିକ ଯେ, ଏହି ଇମ୍ୟୁନୁ ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି କ’ଣ। ବୈଜ୍ଞାନିକ ତଥ୍ୟ ଅନୁଯାୟୀ ଏହା ହେଉଛି ଶରୀରର ଏକ ପ୍ରତିରୋଧୀ ବ୍ୟବସ୍ଥା, ଯାହା ଆମକୁ ସକଳ ରୋଗବ୍ୟାଧି ଦାଉରୁ ସୁରକ୍ଷିତ ରଖେ । ଆମ ଶରୀରକୁ ପ୍ରବେଶ କରୁଥିବା ଅନିଷ୍ଟକାରୀ ଶକ୍ତିଗୁଡ଼ିକୁ ଏହି ବ୍ୟବସ୍ଥା କାବୁ କରିନିଏ। ଫଳରେ ଆମେ ସୁସ୍ଥ ରହିପାରୁ । ନିକଟରେ ମହାମାରୀ କରୋନା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ମୁଖ୍ୟ କାରଣ ଦୁର୍ବଳ ଇମ୍ୟୁନୁ ସିଷ୍ଟମ ବୋଲି କୁହାଯାଉଛି। ଗବେଷକଙ୍କ ମତରେ କରୋନା, ସ୍ବାଇନ୍‌ଫ୍ଲୁ ଠୁ ଆରମ୍ଭ କରି ଦୁରାରୋଗ୍ୟ କର୍କଟ ବ୍ୟାଧି ପର୍ଯ୍ୟନ୍ତ ସବୁକିଛିର ମୂଳ କାରଣ ଦୁର୍ବଳ ଇମ୍ୟୁନୁ ସିଷ୍ଟମ୍‌। ଇମ୍ୟୁନୁ ସିଷ୍ଟମ୍‌ ଦୁର୍ବଳ ହେବା ପଛରେ ରହିଛି ଅନେକ କାରଣ। ଏ ସବୁ ପଛରେ ରହିଛି ମଣିଷର ବେପରୁଆ ଭାବ। ଏକ ଗବେଷଣାରୁ ଜାଣିବାକୁ ମିଳିଛି, ବିଶ୍ୱର ପ୍ରାୟ ୭୫ ପ୍ରତିଶତ ଲୋକଙ୍କର ଇମ୍ୟୁନୁ ସିଷ୍ଟମ ଦୁର୍ବଳ। ବିଶେଷ କରି କମ୍‌ ଶୋଇବା, ଖାଇବା, ପିଇବା, ବଦଭ୍ୟାସ, ଅତ୍ୟଧିକ ମାନସିକ ଚାପ, ଆଣ୍ଟିବାୟୋଟିକ୍‌ ସେବନ, ମଦ୍ୟପାନ ଆଦି ଅଭ୍ୟାସ ଦ୍ୱାରା ଶରୀର ଇମ୍ୟୁନୁ ସିଷ୍ଟମ ଅତିମାତ୍ରାରେ ପ୍ରଭାବିତ ହୋଇଥାଏ ।
ଯଦି ମଣିଷ ନୀରୋଗ ରହିବା ପାଇଁ ଚାହୁଁଛି ତା’ହେଲେ ତାକୁ ସର୍ବପ୍ରଥମେ ନିଜର ଇମ୍ୟୁନୁ ସିଷ୍ଟମକୁ ସୁସ୍ଥ ତଥା ସବଳ ରଖିବାକୁ ପଡ଼ିବ। ସେଥିପାଇଁ ଆମକୁ ପ୍ରଥମେ ବ୍ୟବସ୍ଥିତ ହେବାକୁ ପଡ଼ିବ ତଥା ପରେ ଶୃଙ୍ଖଳିତ ଜୀବନଚର୍ଯ୍ୟା ଆପଣାଇବାକୁ ହେବ। ଯେତେଦୂର ସମ୍ଭବ ରିଲାକ୍ସ ରୁହନ୍ତୁ ଏବଂ ଭରପୂର ନିଦରେ ଶୁଅନ୍ତୁ । ଦିନରେ ଅନ୍ତତଃ କିଛି ସମୟ ଆରାମ କରନ୍ତୁ। ଏହାଦ୍ୱାରା ଦିନ ସାରା ଖର୍ଚ୍ଚ ହୋଇଥିବା ଶକ୍ତି ପୁନଃ ସଞ୍ଚତ୍ତ ହୋଇଥାଏ।
ଖାଦ୍ୟ ପଦାର୍ଥରେ ପୋଷକ ତତ୍ତ୍ୱ ସାମିଲ କରିବା ନିତାନ୍ତ ପ୍ରୟୋଜନ। ଏହାଦ୍ୱାରା ଶରୀରକୁ କେବଳ ଶକ୍ତି ମିଳେନାହିଁ, ଅଧିକନ୍ତୁ ଶରୀରରେ ଅଧିକରୁ ଅଧିକ ହ୍ବାଇଟ୍‌ ବ୍ଲଡ୍‌ ସେଲ୍‌ ବା ଶ୍ୱେତ ରକ୍ତକଣିକା ସୃଷ୍ଟି ହୋଇଥାଏ। ଉଲ୍ଲେଖ ପ୍ରୟୋଜନ ଯେ, ଏହି ଶ୍ୱେତ ରକ୍ତ କଣିକାଗୁଡ଼ିକ ହେଉଛନ୍ତି ଶରୀରର ଇମ୍ୟୁନୁ ସିଷ୍ଟମ। ମାଛ, ମାଂସ, ଫଳ, ପନିପରିବା, କ୍ଷୀର, ଛେନା ଆଦି ଆବଶ୍ୟକ ପରିମାଣରେ ଖାଆନ୍ତୁ। ଏହାଦ୍ୱାରା ଶରୀର ସୁସ୍ଥ ରହେ। ଅର୍ଗାନିକ ଫୁଡ୍‌ ଖାଇବା ଉପରେ ପ୍ରାଥମିକତା ଦିଅନ୍ତୁ। ହାର୍ଭାର୍ଡ ମେଡିକାଲ ସ୍କୁଲର ଅଧ୍ୟୟନରୁ ଜାଣିବାକୁ ମିଳିଛି ଯେ, ଚା’ରେ ରହିଥିବା ରାସାୟନିକ ତତ୍ତ୍ୱ ସଂକ୍ରମଣରେ ଲଢ଼ିବା ପାଇଁ ଶକ୍ତି ପ୍ରଦାନ କରିଥାଏ। ସେହିଭଳି ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ ।
ତେବେ ଗ୍ରୀନ୍‌ ଟି’ ହେଲେ ସବୁଠୁ ଭଲ। ଖାଦ୍ୟରେ ନିୟମିତ ରସୁଣ, ଅଦା, ହଳଦୀ ଆଦି ସାମିଲ କରିବା ଆବଶ୍ୟକ। ଏଗୁଡ଼ିକର ରୋଗପ୍ରତିରୋଧକ ଶକ୍ତି ରହିଛି। ଅତ୍ୟଧିକ ମାନସିକ ଚାପରେ ରୁହନ୍ତୁ ନାହିଁ କିମ୍ବା ହତାଶ ହୁଅନ୍ତୁ ନାହିଁ । ଚାପରେ ରହିବା କିମ୍ବା ହତାଶବୋଧ ଦ୍ୱାରା ଶରୀରର ଇମ୍ୟୁନୁ ସିଷ୍ଟମ ଦୁର୍ବଳ ହୋଇଥାଏ। ଏହିସବୁ ବିଷୟକୁ ଗୁରୁତ୍ୱ ଦେଲେ ଜଣେ ସୁସ୍ଥ, ସବଳ ଜୀବନ ଯାପନ କରିପାରିବ।
କନ୍‌ସଲଟାଣ୍ଟ ରେଡିଓଲୋଜିଷ୍ଟ, ଏମ୍‌ଆରଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ:୯୪୩୭୦୨୩୪୪୩


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri