ଜୟ ଢୋଲକିଆଙ୍କୁ ଆଜିଠୁ ମିଳିବ ଏତେଟଙ୍କା ଦରମା, ସାଙ୍ଗରେ ମିଳିବ କାର୍‌…

ଭୁବନେଶ୍ୱର,୨୦ା୧୧: ନୂଆପଡା ଉପନିର୍ବାଚନରେ ଭାଜପା ପାର୍ଥୀ ଜୟ ଢୋଲକିଆ ବିପୁଳ ଭୋଟରେ ଜୟଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ସେ ବିଧାୟକ ଭାବେ ଶପଥ ଗ୍ରହଣ କରିବେ। ତେବେ ଜାଣିଛନ୍ତି କି ତାଙ୍କୁ ବିଧାୟକ ଭାବେ କେତେ ଟଙ୍କା ଦରମା ମିଳିବ?

ଜଣେ ସାଧାରଣ ବିଧାୟକ ଭାବେ ଜୟଙ୍କୁ ମାସିକ ଦରମାରେ ତାଙ୍କ ବେତନ ସହ ଅନ୍ୟାନ୍ୟ ଆନୁଷାଙ୍ଗିକ ଭତ୍ତା ମିଳିବ। ଓଡ଼ିଶାରେ ବିଧାୟକଙ୍କ ମୂଳ ଦରମା ୩୫,୦୦୦ ଟଙ୍କା ରହିଛି। ତେବେ ଅନ୍ୟାନ୍ୟ ଭତ୍ତା (ବିଧାନ ମଣ୍ଡଳ ଭତ୍ତା, ଅଫିସ ଖର୍ଚ୍ଚ, ଫୋନ-ଇଣ୍ଟରନେଟ ଭତ୍ତା) ବାବଦକୁ ମାସକୁ ଆହୁରି ଅତିରିକ୍ତ ୬୫,୦୦୦ ଟଙ୍କା ସହାୟତା ରାଶି ମିଳିଥାଏ ।

ଏହା ବ୍ୟତୀତ ବିଧାନସଭା ସେସନ ସମୟରେ ବିଧାୟକଙ୍କୁ ପ୍ରତିଦିନ ୧୫୦୦ ଟଙ୍କା ଡେଲି ଆଲାଉନ୍ସ ମିଳିଥାଏ। ଏହାଛଡା ବିଧାୟକଙ୍କ ପାଇଁ ରାଜ୍ୟ ଭିତରେ ଯାତ୍ରା ଖର୍ଚ୍ଚ ଓ ମେଡିକାଲ ସୁବିଧା ମଧ୍ୟ ଉପଲବ୍ଧ ରହିଛି।

ପ୍ରତି ବିଧାୟକଙ୍କୁ ପ୍ରତିବର୍ଷ ୩ କୋଟି ଟଙ୍କାର ଏମଏଲଏ ଲୋକାଲ ଏରିଆ ଡେଭଲପମେଣ୍ଟ (LAD) ପାଣ୍ଠି ମିଳିଥାଏ। ଏହି ପାଣ୍ଠିକୁ ବିଧାୟରମାନେ ନିଜ ନିର୍ବାଚନମଣ୍ଡଳୀର ଉନ୍ନତୀମୂଳକ କାର୍ଯ୍ୟରେ ବିନିଯୋଗ କରିଥାନ୍ତି। ଏହାଛଡା ପୂର୍ବତନ ବିଧାୟକମାନଙ୍କୁ ମାସିକ ୩୫,୦୦୦ ଟଙ୍କା ପେନସନ ମଧ୍ୟ ପ୍ରଦାନ କରାଯାଇଥାଏ। ଅର୍ଥାତ ନୂଆପଡା ବିଧାୟକ ଜୟ ଢୋଲକିଆ ବର୍ତ୍ତମାନ ମାସକୁ ୧ ଲକ୍ଷ ଟଙ୍କା ଦରମା ପାଇବେ।

 

Dharitri – Odisha’s No.1 Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri