Posted inଫୁରସତ

ଭାରତର ରାଷ୍ଟ୍ରପତିଙ୍କ ମାସିକ ଦରମା କେତେ ଜାଣନ୍ତି: ଅବସର ପରେ ମିଳେ ଅନେକ କିଛି ସୁବିଧା

ଭାରତର ରାଷ୍ଟ୍ରପତି ଦେଶର ମୁଖ୍ୟ ହେବା ସହିତ ପ୍ରଥମ ନାଗରିକ ମଧ୍ୟ ଅଟନ୍ତି। ରାଷ୍ଟ୍ରପତି ମଧ୍ୟ ଭାରତୀୟ ସଶସ୍ତ୍ର ବାହିନୀର ସେନାଧ୍ୟକ୍ଷ ଅଟନ୍ତି। ଭାରତରେ ରାଷ୍ଟ୍ରପତି ନିର୍ବାଚକ ମଣ୍ଡଳ ସଦସ୍ୟମାନଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି, ଯେଉଁଥିରେ ଉଭୟ ସଂସଦର ଗୃହ, ରାଜ୍ୟ ସଭାଗୁଡ଼ିକ ଏବଂ ୟୁନିୟନ ଅଞ୍ଚଳର ନିର୍ବାଚିତ ସଦସ୍ୟ ଅନ୍ତର୍ଭୁକ୍ତ ଥାନ୍ତି। ରାମ ନାଥ କୋବିନ୍ଦ ଏବେ ଭାରତର ରାଷ୍ଟ୍ରପତି । କୋବିନ୍ଦ ବିଶ୍ୱର ସର୍ବବୃହତ ରାଷ୍ଟ୍ରପତି ଭବନରେ ରୁହନ୍ତି। ଭାରତ ରାଷ୍ଟ୍ରପତିଙ୍କ ଦରମା ଏବଂ ଭତ୍ତା ଭାରତ ସଂସଦ ଦ୍ୱାରା ସ୍ଥିର ହୋଇଛି।
ଭାରତ ରାଷ୍ଟ୍ରପତିଙ୍କ ଦରମା ୫ ଲକ୍ଷ ଟଙ୍କା। ଏହାସହ ତାଙ୍କ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିଥାଏ।
ବାସସ୍ଥାନ: ରାଷ୍ଟ୍ରପତି ଭବନ ହେଉଛି ଭାରତ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ। ନୂଆଦିଲ୍ଲୀରେ ଅବସ୍ଥିତ ରାଷ୍ଟ୍ରପତି ଭବନରେ ୩୪୦ ରୁମ ଏବଂ ଚଟାଣ କ୍ଷେତ୍ର ୨,୦୦,୦୦୦ ବର୍ଗଫୁଟ।
ଚିକିତ୍ସା ସୁବିଧା: ଭାରତର ରାଷ୍ଟ୍ରପତି ସାରା ଜୀବନ ପାଇଁ ମାଗଣା ଚିକିତ୍ସା ସେବା ପାଇବାକୁ ହକଦାର।
ସୁରକ୍ଷା: ଭାରତର ରାଷ୍ଟ୍ରପତି ଏକ କଳା ମର୍ସିଡିଜ ବେଞ୍ଜ ଏସ୍‌୬୦୦ (ଡବ୍ଲ୍ୟୁ୨୨୧) ପୁଲମାନ ଗାର୍ଡ ପାଇବାକୁ ହକଦାର ଥାନ୍ତି। ରାଷ୍ଟ୍ରପତିଙ୍କ ଅଫିସିଆଲ ଗସ୍ତ ପାଇଁ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ ଏକ ଲମ୍ବା ଲିମୋଜାସିନ ମଧ୍ୟ ଅଛି।

ଅବସର ପରେ ରାଷ୍ଟ୍ରପତି:
ଅବସର ପରେ ଭାରତର ରାଷ୍ଟ୍ରପତି ଅନେକ ଭତ୍ତା ପାଇଥାନ୍ତି। ଯେପରିକି…
– ପେନସନ ଭାବରେ ମାସକୁ ୧.୫ ଲକ୍ଷ
– ଏକ ସୁସଜ୍ଜିତ ମାଗଣା ବଙ୍ଗଳା
– ଦୁଇଟି ମାଗଣା ଲ୍ୟାଣ୍ଡଲାଇନ ଏବଂ ଏକ ମୋବାଇଲ ଫୋନ
– ପାଞ୍ଚ ଜଣ ବେସରକାରୀ କର୍ମଚାରୀ – କର୍ମଚାରୀଙ୍କ ଖର୍ଚ୍ଚ ବାର୍ଷିକ ୬୦.୦୦୦ ଟଙ୍କା
– ଟ୍ରେନ କିମ୍ବା ବିମାନରେ ସାଥୀଙ୍କ ସହିତ ମାଗଣା ଯାତ୍ରା।


Enter your email to get our daily news in your inbox.

All Right Reserved By Dharitri.Com

ମେରୁ ଯାତ୍ରା ଦେଖିବାକୁ ଯାଉଥିବାବେଳେ ଅଘଟଣ: ଗଛକୁ ପିଟିଲା ବାଇକ, ଘଟଣାସ୍ଥଳରେ…

ବୌଦ୍ଧ,୧୫।୪( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବଡବନ୍ଧଠରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…

ପୁଣି ଇରାନ ଆଗରେ ୨ଟି ବଡ଼ ସର୍ତ୍ତ ରଖିଲା ଆମେରିକା, ଜାଣନ୍ତୁ କ’ଣ…

ଓ୍ବାଶିଂଟନ୍‌,୧୫।୪: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସପ୍ତାହରେ ଆମେରିକା…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ଏକା ହୋଇଗଲା ଆମେରିକା, ଟ୍ରମ୍ପଙ୍କ ହାତ ଛାଡିଦେଲେ ଏହି ସବୁ ନିକଟତମ ବନ୍ଧୁ ଦେଶ

ଓ୍ବାଶିଂଟନ୍‌,୧୫।୪: ଇରାନ ସହିତ ଯୁଦ୍ଧରେ ଗଭୀର ଭାବରେ ଜଡିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ଏହି ଆଘାତ ତାଙ୍କ ନିଜ…

ଚାଇନାକୁ ଲାଗିବ ବଡ଼ ଝଟ୍‌କା: ଜୀବନରେଖା ଶେଷ କରିଦେବେ ଟ୍ରମ୍ପ! ଆମେରିକାର ସାଥ୍‌ ଦେବ ଭାରତ

ଓ୍ବାଶିଂଟନ୍‌,୧୫।୪: ମଧ୍ୟପ୍ରାଚ୍ୟରେ ହର୍ମୁଜ ପ୍ରଣାଳୀକୁ ନେଇ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏକ ନୂତନ ପ୍ରସଙ୍ଗ ଉଭା ହୋଇଛି ଯାହା ବିଶ୍ୱ ଦୃଷ୍ଟି ଆକର୍ଷଣ କରିଛି। ଆମେରିକା ଇରାନ…

ଅନୁ ଗର୍ଗଙ୍କ ବଡ଼ ଘୋଷଣା: ଓଡ଼ିଶା ହେବ ‘ଏସିଆ’ର….

ଭୁବନେଶ୍ୱର,୧୫ା୪(ରବିନାରାୟଣ ଜେନା):ଓଡ଼ିଶାରେ ସମୃଦ୍ଧ ଐତିହ୍ୟ, ବିବିଧ ସଂସ୍କୃତି ଓ ପ୍ରାକୃତିକ ମନୋରମ୍ୟ ରହିଛି। ଏହାକୁ ନେଇ ବିଶ୍ୱସ୍ତରୀୟ ପର୍ଯ୍ୟଟକମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେନେଇ ପର୍ଯ୍ୟଟନ…

୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା

ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri