ଅଧିକ ଲୁଣ ଖାଉଥିଲେ ସାବଧାନ! ଚେତାବନୀ ଦେଲା WHO, ପଢନ୍ତୁ ଦୌନିକ କେତେ ଖାଇବା ଉଚିତ୍‌

ନୂଆଦିଲ୍ଲୀ,୧୪।୮: ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଲୁଣ ଅତ୍ୟନ୍ତ ଜରୁରୀ। କିନ୍ତୁ ଲୁଣର ପରିମାଣ ଉପରେ ନଜର ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ଆବଶ୍ୟକତାଠାରୁ ଅଧିକ ଲୁଣ ଖାଇବାର ଅଭ୍ୟାସ ଧୀରେ ଧୀରେ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁସାରେ, ଜଣେ ବୟସ୍କ ବ୍ୟକ୍ତି ଦିନକୁ ୫ ଗ୍ରାମରୁ କମ୍‌ ଲୁଣ ଖାଇବା ଉଚିତ। ଅର୍ଥାତ୍‌ ପ୍ରାୟ ଏକ ଛୋଟ ଚାମଚରୁ କମ୍‌ ଲୁଣ। ଏହା ପ୍ରାୟ ୨୦୦୦ ମିଲିଗ୍ରାମ ସୋଡିୟମ ସହ ସମାନ। ଲୁଣରେ ଥିବା ସୋଡିୟମ ଶରୀର ପାଇଁ ଆବଶ୍ୟକ। ଏହା ଶରୀରରେ ତରଳ ପଦାର୍ଥର ସନ୍ତୁଳନ ବଜାୟ ରଖିବା ସହ ଶରୀରର ବିଭିନ୍ନ କାର୍ଯ୍ୟକୁ ସଠିକ ଭାବେ ଚାଲିବାରେ ସାହାଯ୍ୟ କରେ। କିନ୍ତୁ ଏହାର ମାତ୍ରା ଆବଶ୍ୟକତାଠାରୁ ବହୁତ ଅଧିକ ହେଲେ ସ୍ବାସ୍ଥ୍ୟ ସମସ୍ୟାର ଆଶଙ୍କା ବଢ଼ିପାରେ।

WHOର ସୂଚନା ଅନୁସାରେ, ବିଶ୍ୱରେ ଲୋକମାନେ ହାରାହାରି ପ୍ରତିଦିନ ପ୍ରାୟ ୪୨୭୮ ମିଲିଗ୍ରାମ ସୋଡିୟମ, ଅର୍ଥାତ୍‌ ପ୍ରାୟ ୧୧ ଗ୍ରାମ ଲୁଣ ଗ୍ରହଣ କରୁଛନ୍ତି। ଏହା WHO ପକ୍ଷରୁ ସୁପାରିସ କରାଯାଇଥିବା ସୀମାଠାରୁ ଦୁଇଗୁଣରୁ ମଧ୍ୟ ଅଧିକ।

ଅଧିକ ଲୁଣ ଖାଇଲେ କ’ଣ ହୁଏ?

ବ୍ଲଡ ପ୍ରେସର ବଢ଼ିପାରେ: ଅଧିକ ଲୁଣ ଖାଇବା ଦ୍ୱାରା ରକ୍ତଚାପ ବଢ଼ିପାରେ। ଦୀର୍ଘ ସମୟ ଧରି ହାଇ ବ୍ଲଡ ପ୍ରେସର ରହିଲେ ହୃଦୟ ଉପରେ ଅଧିକ ଚାପ ପଡ଼ିଥାଏ।

ହୃଦ୍‌ରୋଗର ବିପଦ: ଅଧିକ ସୋଡିୟମ ଗ୍ରହଣ ଓ ଉଚ୍ଚ ରକ୍ତଚାପ ହୃଦ୍ରୋଗର ଆଶଙ୍କା ବଢ଼ାଇପାରେ। ତେଣୁ ହୃଦୟର ସୁସ୍ଥତା ପାଇଁ ଖାଦ୍ୟରେ ଲୁଣର ପରିମାଣ କମ୍‌ ରଖିବା ଜରୁରୀ।

ଷ୍ଟ୍ରୋକ୍‌ର ବିପଦ: ଦୀର୍ଘ ସମୟ ଧରି ଅଧିକ ସୋଡିୟମ ଗ୍ରହଣ କରିବା ଏବଂ ଏଥିରୁ ବଢ଼ୁଥିବା ରକ୍ତଚାପ ଷ୍ଟ୍ରୋକ ଓ ଅନ୍ୟ ହୃଦ୍ରୋଗର ଆଶଙ୍କା ବଢ଼ାଇପାରେ।

କିଡନୀ ଉପରେ ପ୍ରଭାବ: WHO ଅନୁସାରେ, ଅଧିକ ସୋଡିୟମ ଥିବା ଖାଦ୍ୟ କିଡନୀ ରୋଗ ସମେତ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ବିପଦ ବଢ଼ାଇପାରେ।

ଅନ୍ୟ ସମସ୍ୟାର ଆଶଙ୍କା: ଅଧିକ ସୋଡିୟମ ଗ୍ରହଣ ଗ୍ୟାଷ୍ଟ୍ରିକ କ୍ୟାନ୍ସର ଓ ଅଷ୍ଟିଓପୋରୋସସର ବଢ଼ିଥିବା ବିପଦ ସହ ମଧ୍ୟ ଜଡ଼ିତ। ଏହା ବ୍ୟତୀତ ଶରୀରରେ ଫୁଲା ଭଳି ସମସ୍ୟା ମଧ୍ୟ ଦେଖାଦେଇପାରେ।

ଖାଦ୍ୟର ସ୍ବାଦ ପାଇଁ ଲୁଣ ଜରୁରୀ ହେଲେ ମଧ୍ୟ ଏହାର ପରିମାଣ ନିୟନ୍ତ୍ରଣ କରିବା ଦରକାର। ବିଶେଷକରି ଚିପ୍ସ, ନୁଡୁଲ୍ସ, ପ୍ୟାକେଟ ଫୁଡ, ଆଚାର ଓ ଅଧିକ ଲୁଣ ଥିବା ପ୍ରସ୍ତୁତ ଖାଦ୍ୟ କମ ଖାଇବା ଭଲ। ଦିନକୁ ୫ ଗ୍ରାମରୁ କମ୍‌ ଲୁଣ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ବୋଲି WHO ପରାମର୍ଶ ଦେଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ମନ୍ଦିରରୁ ଚୋରି, ଦେଢ଼ଲକ୍ଷ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ

ଭଞ୍ଜନଗର,୧୩ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଜିଲୁଣ୍ଡି ମଳାସପଦର ରାସ୍ତାରେ ଥିବା ହନୁମାନ ମନ୍ଦିରରୁ ଗୁରୁବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ବିଳମ୍ବିତ ରାତିରେ…

ଭାରତୀୟ ବ୍ୟାଟରଙ୍କ ଉପରେ ଗମ୍ଭୀରଙ୍କ ରାଗ: ପରାଜୟର କାରଣ ନେଇ ଖୋଲିଲେ ମୁହଁ, କହିଲେ ଏହାର ପରିଣାମ…

ନୂଆଦିଲ୍ଲୀ, ୧୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର କହିଛନ୍ତି ଯେ, ଅନ୍ତର୍ଜାତୀୟ କ୍ରିକେଟରେ ଏପରି…

ଟିମ୍‌ଇଣ୍ଡିଆ ସହ ହୋଇଛି ବଡ଼ ଧୋକା: ୩୩୩ ରନ ହୋଇଥିବା ପିଚ୍‌ରେ ଭାରତ ୮୯ରେ ଅଲଆଉଟକୁ ନେଇ ମୁହଁ ଖୋଲିଲେ ଶ୍ରେୟସ ଆୟର

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୨: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଟିମ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଯେଉଁ ପିଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୩୩୩ ରନ…

ବରଗଡ଼ ଗସ୍ତରେ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ, ୩୮୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ…

ବରଗଡ଼,୧୩ା୧୧(ପ୍ରେମାନନ୍ଦ ଖମାରୀ): ରାଜ୍ୟ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଶୁକ୍ରବାର ଦିନିକିଆ ବରଗଡ଼ ଗସ୍ତରେ ଆସି ଜିଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ…

ପାଟ୍ରୋଲିଂବେଳେ କାର୍‌ ଅଟକାଇଲା ପୋଲିସ, ଭିତରେ ଏତେ ଗଞ୍ଜେଇ ଦେଖି ଆଶ୍ଚର୍ଯ୍ୟ

ଦିଗପହଣ୍ଡି,୧୩ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଶୁକ୍ରବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବେଗୁନିଆପଡ଼ା ଥାନା ନୂଆଗଡ଼ ସୁମଣ୍ଡଳ ଗ୍ରାମର ବାବୁ ନାୟକ(୨୫)ଙ୍କୁ ବ୍ରହ୍ମପୁର…

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଘର ଲୋକଙ୍କ ଭୟରେ ଜଙ୍ଗଲକୁ ପଳାଇଥିଲେ ୪ ଦଶମ ଶ୍ରେଣୀ ଛାତ୍ର, ଆଉ ତା’ପରେ…

ବଲାଙ୍ଗୀର,୧୩।୧୧: ବଲାଙ୍ଗୀର ସହର ଉପକଣ୍ଠ ଜଙ୍ଗଲରୁ ଶୁକ୍ରବାର ୪ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ସମସ୍ତ ଛାତ୍ର ଲଳିତନଗର ଅଞ୍ଚଳର ବୋଲି ଜଣାପଡିଛି। ମିଳିଥିବା…

ଟିମ୍‌ଇଣ୍ଡିଆକୁ ଦିନରେ ତାରା ଦେଖେଇଦେଲେ ହେନରୀ: କଲେ ରେକର୍ଡ ବର୍ଷା

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଟିମ ଇଣ୍ଡିଆକୁ ୨୪୪ ରନ୍‌ର ବଡ଼…

ମୋ ଫୋନ ଟ୍ୟାପ କରାଯାଉଛି, ସବୁ ପ୍ରମାଣ ଏଥିରେ ଅଛି: ସାଂଘାତିକ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୩।୧୧: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ନିଜ ଫୋନ ଟ୍ୟାପିଂ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ସେ ଦାବି କରିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?