ମୁକୁଳା ଡ୍ରେନ: ଆଉ କେତେ ମୁଣ୍ଡ ଗଡ଼ିବ

ଭୁବନେଶ୍ୱର,୨୦ା୯(ବ୍ୟୁରୋ): କୌଣସି ପରିସ୍ଥିତିରେ ଡ୍ରେନ ମୁକୁଳା ରହିପାରିବ ନାହିଁ। ସମସ୍ତ ଡ୍ରେନ ଉପରେ ସ୍ଲାବ ପକାଇବା ବାଧ୍ୟତାମୂଳକ ବୋଲି ପୂର୍ବରୁ ସୁପ୍ରିମ୍‌କୋର୍ଟ ଏକ ରାୟରେ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅନୁପାଳନ କରିପାରିନାହିଁ। ଦେଶର ୧ନଂ. ସ୍ମାର୍ଟସିଟିରେ ଏଭଳି ସ୍ଥିତି ଓ ବାରମ୍ବାର ଜୀବନ ଯିବା ଘଟଣା ବିଏମ୍‌ସି ଅଧିକାରୀଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଉଥିବାବେଳେ ରାଜ୍ୟ ସରକାରଙ୍କ ବିକାଶଧାରାକୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ଡ୍ରେନରେ ପଡ଼ି ଲୋକଙ୍କ ଜୀବନ ଯାଉଛି। ଏଥିପାଇଁ ସହରବାସୀ ବିକାଶମୂଳକ କାର୍ଯ୍ୟରେ ଦୁର୍ନୀତି ଓ ପରିଚାଳନାଗତ ତ୍ରୁଟିକୁ ଦାୟୀ କରୁଛନ୍ତି। ଅନ୍ୟପକ୍ଷରେ ଅବଧି ଶେଷ ହେବାର ୩ବର୍ଷ ବିତିଯାଇଥିଲେ ବି ପୌର ନିର୍ବାଚନ ହୋଇନାହିଁ। ଜନତାଙ୍କ ସମସ୍ୟାକୁ ପ୍ରଶାସନ ଓ ସରକାରଙ୍କ ନିକଟରେ ଉପସ୍ଥାପିତ କରୁଥିବା କର୍ପୋରେଟରମାନଙ୍କ କାର୍ଯ୍ୟକାଳ ନ ଥିବାରୁ ସବୁ କ୍ଷମତା ଏବେ ଅଫିସରମାନଙ୍କ ହାତରେ। ସହରର ଅବ୍ୟବସ୍ଥିତ ଡ୍ରେନେଜ ସମସ୍ୟା ଏବେ ବଡ଼ ବିପଦ ପାଲଟିଛି। ଡ୍ରେନ୍‌ ନିର୍ମାଣ ଓ ମରାମତିରେ ମନମୁଖି କାର୍ଯ୍ୟ ଚାଲୁଥିଲେ ମଧ୍ୟ କହିବାକୁ କେହିନାହାନ୍ତି। ଅଭିଯୋଗ ଆସିଲେ କିମ୍ବା ଗଣମାଧ୍ୟମରେ ସମସ୍ୟା ନେଇ ଖବର ପ୍ରକାଶ ପାଇଲେ, ଅଧିକାରୀ କିଛି ସମୟ ପାଇଁ ତତ୍ପରତା ଦେଖାଇ ପୁଣି ଚୁପ୍‌ ରହିଯାଉଛନ୍ତି। ଫଳରେ ସ୍ମାର୍ଟସିଟିରେ ଡ୍ରେନେଜ ସମସ୍ୟା ବଢ଼ି ଚାଲିଛି।
ସହରରେ ୧୦ଟି ମୁଖ୍ୟ ଡ୍ରେନ୍‌ ରହିଥିବାବେଳେ ଏକାଧିକ ଶାଖା ନାଳ ରହିଛି। ପ୍ରତିବର୍ଷ ନୂଆ ଡ୍ରେନ୍‌ ନିର୍ମାଣ, ପୁନରୁଦ୍ଧାର ଓ ମରାମତି ବାବଦକୁ ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଖରା କିମ୍ବା ଶୀତ ଦିନେ ଡ୍ରେନ୍‌ କାମ ନ ହୋଇ ବର୍ଷା ଆରମ୍ଭରୁ ହିଁ ଅଧିକ କାମ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ବର୍ଷା ଆଳରେ ଅଧିକାଂଶ ଡ୍ରେନ ଅଧାପନ୍ତରିଆ ସହ ମୁକୁଳା ପକାଇ ଠିକାଦାର ଚାଲିଯାଉଛନ୍ତି। ପୁଣି ନିର୍ମାଣ ସାମଗ୍ରୀ ଉଠାଯାଉ ନ ଥିବାରୁ ନିଷ୍କାସନ ବାଟ ବନ୍ଦ ହେଉଛି। ଅସରାଏ ବର୍ଷା ହେଲେ ଡ୍ରେନ, ରାସ୍ତା ସବୁ ଏକାକାର ହୋଇ ପଡୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ଏନେଇ ବିଏମ୍‌ସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, ଟେଣ୍ଡର ପ୍ରକ୍ରିୟା ସରି ଏବେ ସହରରେ ଡ୍ରେନ୍‌ କାମ ଚାଲିଛି। କେଉଁ ଡ୍ରେନ୍‌ର କାମ କେତେ ତାରିଖ ସୁଦ୍ଧା ସରିବ ତାହାର ତାଲିକା ଡ୍ରେନେଜ୍‌ ମୁଖ୍ୟଙ୍କ ପାଖରେ ରହିଛି। ବର୍ଷାଦିନରେ ଡ୍ରେନ୍‌ କାମ କାହିଁକି ହେଉଛି ତାହା ଇଞ୍ଜିନିୟରିଂ ବିଭାଗରୁ ତଥ୍ୟ ନେଲେ ଜଣାପଡିବ। ମୋ ପାଖରେ ସେପରି କୌଣସି ତଥ୍ୟ ନାହିଁ ବୋଲି ଅତିରିକ୍ତ କମିଶନର କହିଛନ୍ତି।

ମା’ ହାତରୁ ଖସି ଭାସିଯାଇଥିଲା ପୁଅ
୨୦୧୫ ଅଗଷ୍ଟ ୨୫ରେ ନୟାପଲ୍ଲୀ ଥାନା ମମ୍‌ତାଜ୍‌ ଅଲ୍ଲୀ ସ୍କୁଲରେ ପଢ଼ୁଥିବା ୪ର୍ଥ ଶ୍ରେଣୀର ଛାତ୍ର ପୁପୁନ ବିଶ୍ୱାଳ ଟ୍ୟୁଶନ ଯାଇଥିଲେ। ପ୍ରବଳ ବର୍ଷା ହେବା ପରେ ପୁପୁନଙ୍କୁ ଆଣିବା ଲାଗି ତାଙ୍କ ମା’ ରାଣୀ ଅପରାହ୍ନରେ ଟ୍ୟୁଶନ ସାରଙ୍କ ଘରକୁ ଯାଇଥିଲେ। ପ୍ରବଳ ବର୍ଷା ଯୋଗୁ ମମ୍‌ତାଜ ସ୍କୁଲ ନିକଟ ରାସ୍ତା ପାର୍ଶ୍ୱରେ ଯାଇଥିବା ମୁକୁଳା ଡ୍ରେନ୍‌ ସମ୍ପୂର୍ଣ୍ଣ ଭାବେ ବୁଡ଼ିଯାଇଥିଲା। ଉଭୟେ ଡ୍ରେନ୍‌ ପାର ହେବାବେଳେ ପୁପୁନଙ୍କ ହାତ ତାଙ୍କ ମା’ଙ୍କ ହାତରୁ ଖସି ଯାଇଥିଲା। ଫଳରେ ସେ ଡ୍ରେନର ସ୍ରୋତରେ ଭାସିଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନେବାପରେ ଡାକ୍ତର ପୁପୁନଙ୍କୁ ମୃତ ଘୋଷଣା କରିଥିଲେ।

ସ୍ତ୍ରୀଙ୍କ ଆଗରେ ଭାସିଯାଇଥିଲେ ସ୍ବାମୀ

୨୦୧୮ ଅଗଷ୍ଟ ୧୩ରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବା ଫଳରେ ଡ୍ରେନରେ ପ୍ରଖର ସ୍ରୋତରେ ପାଣି ବୋହୁଥିଲା। ୟୁନିଟ-୬ ପିଚୁକୋଳି ବସ୍ତିର ହରିହର ପଟ୍ଟନାୟକ(୫୫) ବନଦୁର୍ଗା ମନ୍ଦିର ଛକରେ ତାଙ୍କ ସ୍ତ୍ରୀଙ୍କ ସହ ଠିଆ ହୋଇଥିଲେ। ଏହି ସମୟରେ ହରିହରଙ୍କ ଗୋଡ ଖସିଯିବାରୁ ସ୍ତ୍ରୀଙ୍କ ଆଗରେ ସେ ଡ୍ରେନରେ ଭାସି ଯାଇଥିଲେ। ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ ଖୋଜାଖୋଜି କରି ତାଙ୍କୁ ଗଙ୍ଗନଗର ଛକ ନିକଟ ଡ୍ରେନରୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା।

ବୃଦ୍ଧାଙ୍କୁ ୨୦୦ ମିଟର ଟାଣି ନେଇଥିଲା ମୁକୁଳା ଡ୍ରେନ୍‌ର ପାଣି
୨୦୧୯ ଜୁଲାଇ ୨୫ ଅପରାହ୍ନରେ ନୟାପଲ୍ଲୀ ଥାନା ସାଲିଆ ସାହିରେ ରହୁଥିବା ଟି. ଆକାମ୍ମା(୬୦) ସ୍ବାମୀଙ୍କ ସହ ରାଶନ ଚାଉଳ ଆଣିବାକୁ ଡିଲର ପାଖକୁ ଯାଇଥିଲେ। ପ୍ରବଳ ବର୍ଷା ହେବାରୁ ସେମାନେ ଏକ ଦୋକାନରେ ରହି ରାତି ୮ଟା ୧୫ରେ ଘରକୁ ଫେରୁଥିଲେ। ଜୟଦେବ ବିହାର ଭିଲ୍ଲା ଛକରେ ବର୍ଷା ପାଣିର ସ୍ରୋତ ମୁକୁଳା ଡ୍ରେନକୁ ଚାଲୁଥିଲା। ଟି. ଆକାମ୍ମା ଭାରସାମ୍ୟ ହରାଇ ପଡ଼ିଯିବାରୁ ପାଣି ସୁଅରେ ଭାସି ଡ୍ରେନ ଭିତରକୁ ପଶି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଖୋଜା ଖୋଜି କରି ତାଙ୍କୁ ପାଇ ନ ଥିଲେ। ଏକ ଘଣ୍ଟା ପରେ ପାଣି କମିଯିବା ପରେ ଘଟଣାସ୍ଥଳଠାରୁ ୨୦୦ ମିଟର ଦୂରରେ ଡ୍ରେନ୍‌ ଭିତରେ ଏକ ସ୍ଥାନରେ ଟି. ଆକାମ୍ମାଙ୍କୁ ମୃତଦେହ ଠାବ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri