Posted inଫୁରସତ

ବିରଜାଇ ଜଙ୍ଗଲର କୃଷ୍ଣାପଲ୍ଲୀରୁ ଆସିଥିଲା କାଠକଡ଼ି

କୋଣାର୍କଠାରେ ମନ୍ଦିର ତୋଳା ଅବସରରେ ନିର୍ମିତ ବୟାଳିଶ ବାଟିର ଦେବୀ ଗଙ୍ଗେଶ୍ୱରୀ ମନ୍ଦିର ଐତିହ୍ୟ ଅନୁଶୀଳନ କାର୍ଯ୍ୟ ଓଡ଼ିଶା ଐତିହ୍ୟ ପରିଷଦ, କୋଣାର୍କ ଐତିହ୍ୟ ପରିଷଦ ଓ ବ୍ରହ୍ମଗିରି ଐତିହ୍ୟ ପରିଷଦ ପକ୍ଷରୁ ମିଳିତ ଭାବରେ କରାଯାଇଥିଲା। ୨୦୧୮ ଜୁନ୍‌ ୩ରେ ଦିନସାରା ଆମେ ସେଇ ପରିସରରେ ରହିଥିଲୁ। ରାଜ୍ୟ ପ୍ରତ୍ନତତ୍ତ୍ୱ ସଂସ୍ଥାର ୨୧୮ଟି ସଂରକ୍ଷିତ କୀର୍ତ୍ତିରାଜି ତାଲିକାରେ ଏହା ସ୍ଥାନ ପାଇଛି। ଭାସ୍କର୍ଯ୍ୟମୟ ମନ୍ଦିର ଉପରେ ୭୧ଟି ଗଛ ଉଠିଥିବା ଦେଖି ଯେତିକି ଦୁଃଖ ଅନୁଭବ ହେଲା ଏହାର ମୁଖଶାଳାରେ କମନୀୟ ବିଗ୍ରହମାନେ ଅନ୍ଧାରୁଆ କୋଣରେ ନାରଖାର ହୋଇ ପଡ଼ିଥିବା ଦେଖି ମନରେ ଭାବାନ୍ତର ସୃଷ୍ଟି ହେଲା। ସତରେ ଗୌରବମୟ ଐତିହ୍ୟକୁ ସାଇତିବାରେ ଆମେ ଆନମନା ହୋଇଛେ!
ଶିଳ୍ପୀମାନେ ରହୁଥିବା ଶିବିର ଦାଢ଼ଦେଇ ବହିଯାଇଥିଲା ପଥରବୁହା ନଦୀ; ଯେଉଁ ନଦୀପଥରେ ପଥର ଆସୁଥିଲା ଶ୍ରୀପଦ୍ମକେଶର ମନ୍ଦିର ପାଇଁ। ଶ୍ରୀ ବୀର ସମର୍ଥାଙ୍କ ତତ୍ତ୍ୱାବଧାନରେ ନିର୍ମିତ ୭୨୦ ଚାପ ଦିନେ ଏଇ ନଦୀପଥରେ ଚଳଚଞ୍ଚଳ ଥିଲା। ଏଥିମଧ୍ୟରୁ ୨୨ ହାତ ଲମ୍ବର ୪ଟି ନୌକା, ତିନିହାତ ଓସାରର ୧୨୧ ଚାପ ଦିନ ରାତି ପଥରବୁହାରେ ଲାଗିଥିଲେ (ବାୟାଚକଡ଼ା)। କେବଳ ପଥର ନୁହେଁ ବିରଜାଇ ଜଙ୍ଗଲର କୃଷ୍ଣାପଲ୍ଲୀରୁ ୧୪୦୧ ଖଣ୍ଡ ଶାଳକାଠର କଡ଼ି ଦଶରଥପୁର ବିଶୋଇଙ୍କ ମାଧ୍ୟମରେ ଆସି ପହଞ୍ଚିଥିଲା।
ଆମେ ଜାଣୁ ବିରଜାଇ ଜଙ୍ଗଲ କୁହାଯାଉଥିଲା କଙ୍ଗୋଦ ସାମ୍ରାଜ୍ୟର ରାଜଧାନୀ ବଙ୍କାଡ଼ଗଡ଼ର ଉତ୍ତରପାର୍ଶ୍ୱ ଅଞ୍ଚଳକୁ। ବଙ୍କାଡ଼ଗଡ଼ ବାଣପୁରର ଉତ୍ତର ଦିଗକୁ ୨୨/୨୩ କି.ମି. ଦୂରରେ ଥିଲା। ଭଗ୍ନାବଶେଷ ଅଛି। ରାଜଧାନୀର ଭବ୍ୟ ଶିବ ମନ୍ଦିର ଅଧା ଭାଙ୍ଗିଯାଇଛି। ଏଣେ ତେଣେ ପଡ଼ିରହିଛି ବିଶାଳ ବିଶାଳ ଶିଳାଲେଖ ଥିବା ପଥର। ଆମେ ୨୦୦୭ ମସିହାରେ ଅନୁସନ୍ଧାନରେ ଗଲାବେଳକୁ ପଥର ଦାଢ଼ରେ ମଳତ୍ୟାଗର ନମୁନା ଦେଖି ବିସ୍ମିତ ହେଲୁ। ଶିବ ମନ୍ଦିରରେ ଲିଙ୍ଗ ଅପୂଜା। ବିଶାଳକାୟ ଶିବଲିଙ୍ଗ, ସୂକ୍ଷ୍ମ ଭାସ୍କର୍ଯ୍ୟର ଧ୍ୱଂସସ୍ତୂପ ଯେମିତି ବାହୁନେଇ କାନ୍ଦୁଛି ତା’ର ପୂର୍ବ ଐତିହ୍ୟକୁ ନେଇ। ଏଇଠି ରହିଥିଲେ ହୁଏନ୍‌ସାଂ ମାସାଧିକ କାଳ।
ଶିବ ମନ୍ଦିରର ଅନତି ଦୂରରେ ରହିଛନ୍ତି ମା’ ବିରଜାଇ। ଷଷ୍ଠ/ସପ୍ତମ ଶତାବ୍ଦୀ କଥା ଇୟେ। ପଶ୍ଚିମପଟକୁ ବହିଯାଇଛି ଶାଳିଆ ନଦୀ। କଟୁଆଳପୁର ସମତଳ ଅଞ୍ଚଳରୁ ବିରଜାଇ ପାହାଡ଼ ପଶ୍ଚିମ ଓ ଉତ୍ତର ଦିଗକୁ ଘେରି ରହିଛି। ବର୍ତ୍ତମାନ ଏହା ‘ବାଣପୁର ମାଳ ଅଞ୍ଚଳ’ ଭାବରେ ପ୍ରସିଦ୍ଧ। ଏଠି ବିରଜାଇଙ୍କ ପୂଜକ ହେଉଛନ୍ତି ‘ଜାନି’ ବନବାସୀମାନେ। ଶୈଳୋଦ୍ଭବବଂଶର ରାଜଧାନୀ ବିରଜାଇ ଜଙ୍ଗଲରୁ ଆସିଥିଲା ଶାଳକାଠର କଡ଼ି କୋଣାର୍କକୁ।
ବୈୟାଳିଶ ବାଟି ଦେଇ ବହିଯାଇଥିବା ପଥରବୁହା ନଦୀକୁ ବି ଆମେ ସଂରକ୍ଷିତ କଲାଭଳି ମନେହୁଏ ନାହିଁ। ବିରାଟ ପୁଷ୍କରିଣୀ (ଲମ୍ବା ଆକାରରେ) କେବଳ ଦୃଶ୍ୟ ହେଉଛି। ଆଗପଛ ପୋତି ହୋଇଗଲାଣି। ଗଜପତି ନରସିଂହଦେବ ଏହାକୁ ଖୋଳାଇଥିଲେ ବୋଲି ଐତିହ୍ୟ ଅଛି। ଓଡ଼ିଆ ଜାତି ନଦୀ ଖୋଳି, ୭୨୦ଟି ଚାପ ଓ ନୌକା ତିଆରି ଅଗନାଅଗନି ବନସ୍ତ ଭିତରୁ କେଉଁଠୁ ପଥର ତ କେଉଁଠୁ କାଠ ଓ କେଉଁଠୁ ବାଉଁଶ ଆଣି ଦେଉଳ ଗଢ଼ିଥିବାର ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ହେଉଛି ପଥରବୁହା ନଈ। ଆମେ ସେଇ ବାହାରିଆ ପଣ୍ଡିତ ପାଇଁ ସାଇତି ରଖିଛେ। ନିଜ ଡାହାଣହାତ ବାମକାନ୍ଧରେ ବାଡ଼େଇ କହିପାରିବା ତ ଦେଖ! ଆମର ମନ୍ଦିର ତୋଳିବାର ଅନ୍ୟତମ ପ୍ରମାଣ!
ଗଙ୍ଗେଶ୍ୱରୀ ମନ୍ଦିରରେ ଦୁଇଟି ବିଗ୍ରହ ସବୁଠାରୁ ନିଆରା। ସାବିତ୍ରୀ ସତ୍ୟବାନଙ୍କର କମନୀୟ ବିଗ୍ରହ, ଯାହା ସବୁଠାରେ ପରିଦୃଶ୍ୟ ହୁଏନାହିଁ, ସିୟେ ସନ୍ତସନ୍ତିଆ ପଥରଘରର ଅନ୍ଧାରୁଆ କୋଣରେ ବାହୁନେଇ ହୋଇ ପଡ଼ିଛନ୍ତି ଯେମିତି! ଆଉ ଗୋଟିଏ ଅଶ୍ୱ ଉପରେ ଯୁଦ୍ଧମୁଦ୍ରାରେ ଗଜପତି ଲାଙ୍ଗୁଳା ନରସିଂହଦେବ ଖଣ୍ଡା ଧରି ବସିଥିବା ବିଗ୍ରହ। ଗଜପତିଙ୍କର ଏଇ ବିଗ୍ରହ ଏଠାରେ ହୋଇଯାଇଛନ୍ତି ମନ୍ଦିରର ପୂର୍ବ ପାର୍ଶ୍ୱର ପାର୍ଶ୍ୱଦେବତା! ଆଗରୁ ପୂର୍ବ ପାର୍ଶ୍ୱରେ ବାରାହୀଙ୍କର ଦଣ୍ଡାୟମାନ ମୂର୍ତ୍ତି ପାର୍ଶ୍ୱଦେବୀ ଭାବରେ ଥିଲେ ବୋଲି ଦୁର୍ଗା ଚରଣ ପଣ୍ଡା ମତ ଦେଇଛନ୍ତି। ସମ୍ଭାବନା ହୁଏ ମୂର୍ତ୍ତି ନଷ୍ଟ ହୋଇଯିବା ପରେ ଗଜପତିଙ୍କ ଏଇ ଯୁଦ୍ଧମୁଦ୍ରାର ମୂର୍ତ୍ତି ଏଠାରେ ସ୍ଥାନିତ ହୋଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri