Posted inଫୁରସତ

ବିରଜାଇ ଜଙ୍ଗଲର କୃଷ୍ଣାପଲ୍ଲୀରୁ ଆସିଥିଲା କାଠକଡ଼ି

କୋଣାର୍କଠାରେ ମନ୍ଦିର ତୋଳା ଅବସରରେ ନିର୍ମିତ ବୟାଳିଶ ବାଟିର ଦେବୀ ଗଙ୍ଗେଶ୍ୱରୀ ମନ୍ଦିର ଐତିହ୍ୟ ଅନୁଶୀଳନ କାର୍ଯ୍ୟ ଓଡ଼ିଶା ଐତିହ୍ୟ ପରିଷଦ, କୋଣାର୍କ ଐତିହ୍ୟ ପରିଷଦ ଓ ବ୍ରହ୍ମଗିରି ଐତିହ୍ୟ ପରିଷଦ ପକ୍ଷରୁ ମିଳିତ ଭାବରେ କରାଯାଇଥିଲା। ୨୦୧୮ ଜୁନ୍‌ ୩ରେ ଦିନସାରା ଆମେ ସେଇ ପରିସରରେ ରହିଥିଲୁ। ରାଜ୍ୟ ପ୍ରତ୍ନତତ୍ତ୍ୱ ସଂସ୍ଥାର ୨୧୮ଟି ସଂରକ୍ଷିତ କୀର୍ତ୍ତିରାଜି ତାଲିକାରେ ଏହା ସ୍ଥାନ ପାଇଛି। ଭାସ୍କର୍ଯ୍ୟମୟ ମନ୍ଦିର ଉପରେ ୭୧ଟି ଗଛ ଉଠିଥିବା ଦେଖି ଯେତିକି ଦୁଃଖ ଅନୁଭବ ହେଲା ଏହାର ମୁଖଶାଳାରେ କମନୀୟ ବିଗ୍ରହମାନେ ଅନ୍ଧାରୁଆ କୋଣରେ ନାରଖାର ହୋଇ ପଡ଼ିଥିବା ଦେଖି ମନରେ ଭାବାନ୍ତର ସୃଷ୍ଟି ହେଲା। ସତରେ ଗୌରବମୟ ଐତିହ୍ୟକୁ ସାଇତିବାରେ ଆମେ ଆନମନା ହୋଇଛେ!
ଶିଳ୍ପୀମାନେ ରହୁଥିବା ଶିବିର ଦାଢ଼ଦେଇ ବହିଯାଇଥିଲା ପଥରବୁହା ନଦୀ; ଯେଉଁ ନଦୀପଥରେ ପଥର ଆସୁଥିଲା ଶ୍ରୀପଦ୍ମକେଶର ମନ୍ଦିର ପାଇଁ। ଶ୍ରୀ ବୀର ସମର୍ଥାଙ୍କ ତତ୍ତ୍ୱାବଧାନରେ ନିର୍ମିତ ୭୨୦ ଚାପ ଦିନେ ଏଇ ନଦୀପଥରେ ଚଳଚଞ୍ଚଳ ଥିଲା। ଏଥିମଧ୍ୟରୁ ୨୨ ହାତ ଲମ୍ବର ୪ଟି ନୌକା, ତିନିହାତ ଓସାରର ୧୨୧ ଚାପ ଦିନ ରାତି ପଥରବୁହାରେ ଲାଗିଥିଲେ (ବାୟାଚକଡ଼ା)। କେବଳ ପଥର ନୁହେଁ ବିରଜାଇ ଜଙ୍ଗଲର କୃଷ୍ଣାପଲ୍ଲୀରୁ ୧୪୦୧ ଖଣ୍ଡ ଶାଳକାଠର କଡ଼ି ଦଶରଥପୁର ବିଶୋଇଙ୍କ ମାଧ୍ୟମରେ ଆସି ପହଞ୍ଚିଥିଲା।
ଆମେ ଜାଣୁ ବିରଜାଇ ଜଙ୍ଗଲ କୁହାଯାଉଥିଲା କଙ୍ଗୋଦ ସାମ୍ରାଜ୍ୟର ରାଜଧାନୀ ବଙ୍କାଡ଼ଗଡ଼ର ଉତ୍ତରପାର୍ଶ୍ୱ ଅଞ୍ଚଳକୁ। ବଙ୍କାଡ଼ଗଡ଼ ବାଣପୁରର ଉତ୍ତର ଦିଗକୁ ୨୨/୨୩ କି.ମି. ଦୂରରେ ଥିଲା। ଭଗ୍ନାବଶେଷ ଅଛି। ରାଜଧାନୀର ଭବ୍ୟ ଶିବ ମନ୍ଦିର ଅଧା ଭାଙ୍ଗିଯାଇଛି। ଏଣେ ତେଣେ ପଡ଼ିରହିଛି ବିଶାଳ ବିଶାଳ ଶିଳାଲେଖ ଥିବା ପଥର। ଆମେ ୨୦୦୭ ମସିହାରେ ଅନୁସନ୍ଧାନରେ ଗଲାବେଳକୁ ପଥର ଦାଢ଼ରେ ମଳତ୍ୟାଗର ନମୁନା ଦେଖି ବିସ୍ମିତ ହେଲୁ। ଶିବ ମନ୍ଦିରରେ ଲିଙ୍ଗ ଅପୂଜା। ବିଶାଳକାୟ ଶିବଲିଙ୍ଗ, ସୂକ୍ଷ୍ମ ଭାସ୍କର୍ଯ୍ୟର ଧ୍ୱଂସସ୍ତୂପ ଯେମିତି ବାହୁନେଇ କାନ୍ଦୁଛି ତା’ର ପୂର୍ବ ଐତିହ୍ୟକୁ ନେଇ। ଏଇଠି ରହିଥିଲେ ହୁଏନ୍‌ସାଂ ମାସାଧିକ କାଳ।
ଶିବ ମନ୍ଦିରର ଅନତି ଦୂରରେ ରହିଛନ୍ତି ମା’ ବିରଜାଇ। ଷଷ୍ଠ/ସପ୍ତମ ଶତାବ୍ଦୀ କଥା ଇୟେ। ପଶ୍ଚିମପଟକୁ ବହିଯାଇଛି ଶାଳିଆ ନଦୀ। କଟୁଆଳପୁର ସମତଳ ଅଞ୍ଚଳରୁ ବିରଜାଇ ପାହାଡ଼ ପଶ୍ଚିମ ଓ ଉତ୍ତର ଦିଗକୁ ଘେରି ରହିଛି। ବର୍ତ୍ତମାନ ଏହା ‘ବାଣପୁର ମାଳ ଅଞ୍ଚଳ’ ଭାବରେ ପ୍ରସିଦ୍ଧ। ଏଠି ବିରଜାଇଙ୍କ ପୂଜକ ହେଉଛନ୍ତି ‘ଜାନି’ ବନବାସୀମାନେ। ଶୈଳୋଦ୍ଭବବଂଶର ରାଜଧାନୀ ବିରଜାଇ ଜଙ୍ଗଲରୁ ଆସିଥିଲା ଶାଳକାଠର କଡ଼ି କୋଣାର୍କକୁ।
ବୈୟାଳିଶ ବାଟି ଦେଇ ବହିଯାଇଥିବା ପଥରବୁହା ନଦୀକୁ ବି ଆମେ ସଂରକ୍ଷିତ କଲାଭଳି ମନେହୁଏ ନାହିଁ। ବିରାଟ ପୁଷ୍କରିଣୀ (ଲମ୍ବା ଆକାରରେ) କେବଳ ଦୃଶ୍ୟ ହେଉଛି। ଆଗପଛ ପୋତି ହୋଇଗଲାଣି। ଗଜପତି ନରସିଂହଦେବ ଏହାକୁ ଖୋଳାଇଥିଲେ ବୋଲି ଐତିହ୍ୟ ଅଛି। ଓଡ଼ିଆ ଜାତି ନଦୀ ଖୋଳି, ୭୨୦ଟି ଚାପ ଓ ନୌକା ତିଆରି ଅଗନାଅଗନି ବନସ୍ତ ଭିତରୁ କେଉଁଠୁ ପଥର ତ କେଉଁଠୁ କାଠ ଓ କେଉଁଠୁ ବାଉଁଶ ଆଣି ଦେଉଳ ଗଢ଼ିଥିବାର ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ହେଉଛି ପଥରବୁହା ନଈ। ଆମେ ସେଇ ବାହାରିଆ ପଣ୍ଡିତ ପାଇଁ ସାଇତି ରଖିଛେ। ନିଜ ଡାହାଣହାତ ବାମକାନ୍ଧରେ ବାଡ଼େଇ କହିପାରିବା ତ ଦେଖ! ଆମର ମନ୍ଦିର ତୋଳିବାର ଅନ୍ୟତମ ପ୍ରମାଣ!
ଗଙ୍ଗେଶ୍ୱରୀ ମନ୍ଦିରରେ ଦୁଇଟି ବିଗ୍ରହ ସବୁଠାରୁ ନିଆରା। ସାବିତ୍ରୀ ସତ୍ୟବାନଙ୍କର କମନୀୟ ବିଗ୍ରହ, ଯାହା ସବୁଠାରେ ପରିଦୃଶ୍ୟ ହୁଏନାହିଁ, ସିୟେ ସନ୍ତସନ୍ତିଆ ପଥରଘରର ଅନ୍ଧାରୁଆ କୋଣରେ ବାହୁନେଇ ହୋଇ ପଡ଼ିଛନ୍ତି ଯେମିତି! ଆଉ ଗୋଟିଏ ଅଶ୍ୱ ଉପରେ ଯୁଦ୍ଧମୁଦ୍ରାରେ ଗଜପତି ଲାଙ୍ଗୁଳା ନରସିଂହଦେବ ଖଣ୍ଡା ଧରି ବସିଥିବା ବିଗ୍ରହ। ଗଜପତିଙ୍କର ଏଇ ବିଗ୍ରହ ଏଠାରେ ହୋଇଯାଇଛନ୍ତି ମନ୍ଦିରର ପୂର୍ବ ପାର୍ଶ୍ୱର ପାର୍ଶ୍ୱଦେବତା! ଆଗରୁ ପୂର୍ବ ପାର୍ଶ୍ୱରେ ବାରାହୀଙ୍କର ଦଣ୍ଡାୟମାନ ମୂର୍ତ୍ତି ପାର୍ଶ୍ୱଦେବୀ ଭାବରେ ଥିଲେ ବୋଲି ଦୁର୍ଗା ଚରଣ ପଣ୍ଡା ମତ ଦେଇଛନ୍ତି। ସମ୍ଭାବନା ହୁଏ ମୂର୍ତ୍ତି ନଷ୍ଟ ହୋଇଯିବା ପରେ ଗଜପତିଙ୍କ ଏଇ ଯୁଦ୍ଧମୁଦ୍ରାର ମୂର୍ତ୍ତି ଏଠାରେ ସ୍ଥାନିତ ହୋଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ଆଜି ମେଷ-ସିଂହ ରାଶି ଉପରେ ବର୍ଷିବ କୃପା: ଧନଲାଭ ସହ ମିଳିବ ବଡ଼ ଖୁସି ଖବର

୩୦ ଅଗଷ୍ଟ, ରବିବାର ଦିନ ଗ୍ରହ-ନକ୍ଷତ୍ରମାନଙ୍କର ଚାଲ ଦୃଷ୍ଟିରୁ ଅନେକ ରାଶି ପାଇଁ ବିଶେଷ ରହିବାକୁ ଯାଉଛି। ଆଜି କିଛି ଜାତକଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତିର…

ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri