ଅଦୃଶ୍ୟ ଯୁଦ୍ଧ ଆଉ କେତେ ଦିନ

ଡ. ଅଜୟ କୁମାର ନନ୍ଦ

 

ଜୀବନରେ ସାମ୍ନା କରି ନ ଥିବା ଏକ ଅଦୃଶ୍ୟ ଯୁଦ୍ଧରେ ଆମେ ସମସ୍ତେ ଜଣେ ଜଣେ ଶୃଙ୍ଖଳିତ ଯୋଦ୍ଧା। ଏଇ ଭିତରେ ଆମେ ଅନେକ ପରିବର୍ତ୍ତନ ଓ ପରିସ୍ଥିତି ସହ ଖାପ ଖୁଆଇ ସାରିଲୁଣି। କେଉଁଠି ଜୀବନ ହରାଇାକୁ ପଡୁଛି ତ କେଉଁଠି ଜୀବିକା ବିପନ୍ନ ହେବାରେ ଲାଗିଛି। ସାମ୍ପ୍ରତିକ ପରିସ୍ଥିତିରେ ପିଲାଠାରୁ ବୃଦ୍ଧ, ଗରିବଠାରୁ ଧନୀ, ଶ୍ରମିକଙ୍କଠାରୁ ଶିଳ୍ପପତି ସମସ୍ତେ ପ୍ରଭାବିତ। ଅଦୃଶ୍ୟ ମହାମାରୀ ଭୂତାଣୁରେ ମାନବ ସମାଜ ସଂକ୍ରମିତ ହେବାରେ ଲାଗିଛିି। ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ଭାରତ କିଛିଦିନ ପରେ ବିଶ୍ୱ ସଂକ୍ରମଣ ତାଲିକାର ଶୀର୍ଷ ସ୍ଥାନ ମଣ୍ଡନ କରିବ,ଏଥିରେ ଦ୍ବିମତ ନାହିଁ। ଆଶ୍ୱସ୍ତିର ଖବର ଏୟା ଯେ, ଆମ ଦେଶର ଆରୋଗ୍ୟ ହାର ତୁଳନାତ୍ମକ ଭାବେ ଅନ୍ୟ ଦେଶ ଠାରୁ ଅଧିକ। ସଦ୍ୟ ପ୍ରକାଶିତ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଅଧୀନସ୍ଥ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ ଏସ୍‌)ର ତଥ୍ୟ ଅନୁଯାୟୀ ଗତ ମାର୍ଚ୍ଚ ମାସରୁ ଜୁଲାଇ ମାସ ମଧ୍ୟରେ ସଂଗୃହୀତ ୨୨୫ ଭାଇରାଲ୍‌ ଜୀନୋମ୍‌ ପରୀକ୍ଷଣରୁ ଏହା ପାଞ୍ଚଟି ନୂଆ ରୂପରେ ଆମ ରାଜ୍ୟରେ ଆବିର୍ଭୂତ ହୋଇଛି। ରୂପ ଅନୁଯାୟୀ ତା’ର ଏପରି ନାମକରଣ ୧୯ଏ, ୧୯ବି, ୨୦ଏ, ୨୦ବି ଓ ୨୦ସି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ସେହିପରି ୨୦ଏ ଓ ୨୦ବି ଭାରତରେ ଦ୍ରୁତ ସଂକ୍ରମଣ ବଢାଇବାରେ ସହାୟକ ହେଉଥିଲା ବେଳେ ୨୦ସି ଓଡ଼ିଶାର ଦ୍ରୁତ ସଂକ୍ରମଣର ମଙ୍ଗ ଧରିଛି। ଏହି ନୂତନ ସଂକ୍ରମଣର ତଥ୍ୟ କୋଭିଡ୍‌ ୧୯ ଗବେଷଣା ଦିଗରେ ବିଶେଷ ସହାୟକ ହେବ ବୋଲି ଗବେଷକମାନେ ମତବ୍ୟକ୍ତ କରୁଛନ୍ତି। ଅପରପକ୍ଷେ ଏକ ଆନୁମାନିକ ତଥ୍ୟ ଅନୁସାରେ ସେପ୍ଟେମ୍ବର ମାସରେ କରୋନା କ୍ଲିନ୍‌ ହୋଇଯିବ ବୋଲି ପୂର୍ବାନୁମାନ ଲଗାଇଛି। ଆମେ କେଉଁଟିକୁ ଆଶ୍ୱସ୍ତି ବୋଲି ଧରିନେବା ? ଉଭୟ ଜୀବିକା ଓ ଜୀବନକୁ ନେଇ ଆଗକୁ ବଢ଼ିବାର ଅନିଶ୍ଚିତତା ନେଇ ଅନେକେ ସଂଶୟ ବ୍ୟକ୍ତ କରିଛନ୍ତି। ଦୀର୍ଘଦିନ ଧରି ତାଲାବନ୍ଦର ପ୍ରଭାବରେ ପୁଞ୍ଜି ବଜାରରେ ମାନ୍ଦାବସ୍ଥା ଲାଗି ରହିବା ଦେଶର ଜିଡିପି ଚାରି ପ୍ରତିଶତ ଆଡ଼କୁ ଅଗ୍ରସର ହେବା, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ, ରପ୍ତାନି ବାଣିଜ୍ୟ ବାଧାପ୍ରାପ୍ତ ହେବା ଓ ରାଜସ୍ବ ଆଦାୟ ହ୍ରାସ ଇତ୍ୟାଦି ପ୍ରମୁଖ ଚିନ୍ତାର କାରଣ। ଏପରି କି କ୍ରମାଗତ ଭାବେ ପେଟ୍ରୋଲ ଡିଜେଲ ଦର ବଢ଼ି ଚାଲିବା ଫଳରେ ଦରଦାମ ବୃଦ୍ଧି ଆଉ ଏକ ସମସ୍ୟା ଭାବେ ମୁଣ୍ଡ ଟେକୁଛି। ଏପରି ସ୍ଥିତିରେ ଦେଶ ତଥା ରାଜ୍ୟର ଆର୍ଥିକ ଅବସ୍ଥାରେ ସୁଧାର ନ ଆସିବା, ଦିନକୁ ଦିନ ଋଣଭାର ବୃଦ୍ଧି ଓ ନିମ୍ନଗାମୀ ଅଭିବୃଦ୍ଧି ହାର ଅର୍ଥନୀତି ସୁଧାରିବା ନେଇ ଚ୍ୟାଲେଞ୍ଜ ହେବ।
ପୂର୍ବରୁ ଆମେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଓ ଭୂତାଣୁ ସଂକ୍ରମଣ ସାରସ୍‌ ହେଉ କି ପ୍ଲେଗ ହେଉ ନତୁବା ଇବୋଲା ହେଉ ଏ ସମସ୍ତ ଭୂତାଣୁ ସ୍ବଳ୍ପ ସମୟ ତିଷ୍ଠି ଥିଲେ ମଧ୍ୟ ଜୀବନ ଓ ଜୀବିକା ବିପର୍ଯ୍ୟସ୍ତ ହୋଇ ନ ଥିଲା। କିନ୍ତୁ କୋଭିଡ୍‌ ୧୯ ଭୂତାଣୁ ସମସ୍ତଙ୍କର ନିଦ ହଜାଇ ଦେଇଛି। ତେବେ ବର୍ତ୍ତମାନର ବିପର୍ଯ୍ୟସ୍ତ ଶିକ୍ଷା କ୍ଷେତ୍ରରେ ଅନଲାଇନ୍‌ ଶିକ୍ଷା ବ୍ୟବସ୍ଥାରେ ସହରାଞ୍ଚଳ ପିଲାମାନେ କିଛିଟା ଉପକୃତ ହୋଇଥିଲେ ମଧ୍ୟ ଉପାନ୍ତ ତଥା ଗ୍ରାମାଞ୍ଚଳ ପିଲାମାନେ ପାଠପଢ଼ାରେ ପଛାଇ ଯାଇ ଅବସାଦର ଶିକାର ହେଉଛନ୍ତି। କେଉଁଠି ବିଜୁଳି ସରବରାହ ବିଚ୍ଛିନ୍ନ ତ କେଉଁଠି ନେଟୱର୍କର ଅସୁବିଧା। ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟି ଥିବା ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ସଂଶ୍ଲିଷ୍ଟ ଅନେକ ବ୍ୟବସାୟୀ, ଶ୍ରମିକ, ବସ କର୍ମଚାରୀ, ହୋଟେଲ କର୍ମଚାରୀ ପ୍ରମୁଖ ଦୀର୍ଘଦିନ ଧରି ସମସ୍ୟାରେ ପଡିଛନ୍ତି। ଗର୍ଭବତୀ ମହିଳାମାନେ ଚିନ୍ତାରେ ରହୁଛନ୍ତି। ସେମାନେ ଠିକ୍‌ ସମୟରେ ଡାକ୍ତରଙ୍କ ପରାମର୍ଶ ତଥା ଅନ୍ୟାନ୍ୟ ପରୀକ୍ଷାରୁ ବଞ୍ଚିତ ହେବା ଲକ୍ଷ୍ୟ କରାଯାଉଛି। ଗର୍ଭବତୀମାନଙ୍କୁ ବାରଣ ବାହାରକୁ ଆସିବା ପାଇଁ। ଏସବୁ ଭର୍ଚୁଆଲ୍‌ କେତେ ସମ୍ଭବ।
ବୟୋଜ୍ୟେଷ୍ଠ ଓ ଶିଶୁଙ୍କ ଅବସ୍ଥା ମଧ୍ୟ ତଦ୍ରୂପ। ସେମାନେ ସବୁ ଗୃହବନ୍ଦୀ କାରାଗାରରେ ଜଣେ ଜଣେ ଶୃଙ୍ଖଳିତ ସଦସ୍ୟ। ଏମିତି ଅବସ୍ଥା ଦୀର୍ଘଦିନ କାହା ପାଇଁ ବି ଫଳପ୍ରଦ ହେବ ନାହିଁ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଆମକୁ ଚେତେଇ ସାରିଲାଣି ଯେ ଏପରି ଭୂତାଣୁ ସହିତ ଜଡ଼ିତ ହୋଇ ବଞ୍ଚିବାକୁ ହେବ। ଭବିଷ୍ୟତରେ ଏପରି ଅନେକ ଭୂତାଣୁ ଯେ ଜନ୍ମ ନ ନେବେ ଏକଥା କିଏ କହିବ। ଅନେକ ସ୍ବାସ୍ଥ୍ୟ ଗବେଷକଙ୍କ ମତରେ ସମସ୍ତ ଭୂତାଣୁ ପାଇଁ ନିଜ ନିଜ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ହିଁ ଅପରାଜେୟ ଅସ୍ତ୍ର। ତେବେ ଆମକୁ ଏହା ସ୍ବୀକାର କରିବାକୁ ପଡ଼ିବ ଯେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କିପରି ବଢାଇବା। ଏହାକୁ ଏକ ବ୍ୟକ୍ତିଗତ ଶପଥ ରୂପେ ନେବା ଓ କାର୍ଯ୍ୟକାରୀ କରିବା। ଶରୀରକୁ ଫିଟ୍‌ ରଖିବାକୁ ହେଲେ ମୁନି ଋଷିମାନଙ୍କ ପାରମ୍ପରିକ ପଦ୍ଧତି, ଯୋଗ, ପ୍ରାଣାୟାମ ଇତ୍ୟାଦିକୁ ଆମ ଜୀବନର ଏକ ବାଧ୍ୟତାମୂଳକ ସମୟ ବୋଲି ଧରି ନେବା ଓ ଏହାର ଉପଯୋଗ କରିବା। ନିଜର ଜୀବନଶୈଳୀକୁ ସରଳ ରଖିବା ସହିତ ଖାଦ୍ୟପେୟରେ ପରିବର୍ତ୍ତନ କରିବା। ସ୍କୁଲ ପିଲାଙ୍କ ପାଠପଢା ରୁଟିନ୍‌ ଭଳି ସୁଷମ ଖାଦ୍ୟପେୟର ରୁଟିନ୍‌ ଆମ ସ୍ବାସ୍ଥ୍ୟରେ ଅନେକ ପରିବର୍ତ୍ତନ ଆଣିପାରିବ। ଏହା ସହିତ ନୀରୋଗ ଓ ସୁସ୍ଥ ଜୀବନଯାପନ କରିପାରିବା,ଏପରି ଅନେକ ଭୂତାଣୁ ସହିତ ମିଶି। ବର୍ତ୍ତମାନର ଘୋଷିତ ନିୟମକୁ ଏକ ପ୍ରତିକାର ବୋଲି ଅନେକ ନାପସନ୍ଦ କରୁଛନ୍ତି। ତେବେ ସମୟ ଦେଇଥିବା ଶିକ୍ଷାର ଉପଯୁକ୍ତ ବିନିଯୋଗ ନ କରିପାରିଲେ ଭବିଷ୍ୟତରେ ଆମକୁ ଅନେକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିବ ଏହା ଅବଶ୍ୟମ୍ଭାବୀ।
ବିଶ୍ୱନାଥ କୁଟୀର, ନୀଳକଣ୍ଠପୁର, ପୁରୀ
ajayakumarnanda@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri