ଅଦୃଶ୍ୟ ଯୁଦ୍ଧ ଆଉ କେତେ ଦିନ

ଡ. ଅଜୟ କୁମାର ନନ୍ଦ

 

ଜୀବନରେ ସାମ୍ନା କରି ନ ଥିବା ଏକ ଅଦୃଶ୍ୟ ଯୁଦ୍ଧରେ ଆମେ ସମସ୍ତେ ଜଣେ ଜଣେ ଶୃଙ୍ଖଳିତ ଯୋଦ୍ଧା। ଏଇ ଭିତରେ ଆମେ ଅନେକ ପରିବର୍ତ୍ତନ ଓ ପରିସ୍ଥିତି ସହ ଖାପ ଖୁଆଇ ସାରିଲୁଣି। କେଉଁଠି ଜୀବନ ହରାଇାକୁ ପଡୁଛି ତ କେଉଁଠି ଜୀବିକା ବିପନ୍ନ ହେବାରେ ଲାଗିଛି। ସାମ୍ପ୍ରତିକ ପରିସ୍ଥିତିରେ ପିଲାଠାରୁ ବୃଦ୍ଧ, ଗରିବଠାରୁ ଧନୀ, ଶ୍ରମିକଙ୍କଠାରୁ ଶିଳ୍ପପତି ସମସ୍ତେ ପ୍ରଭାବିତ। ଅଦୃଶ୍ୟ ମହାମାରୀ ଭୂତାଣୁରେ ମାନବ ସମାଜ ସଂକ୍ରମିତ ହେବାରେ ଲାଗିଛିି। ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ଭାରତ କିଛିଦିନ ପରେ ବିଶ୍ୱ ସଂକ୍ରମଣ ତାଲିକାର ଶୀର୍ଷ ସ୍ଥାନ ମଣ୍ଡନ କରିବ,ଏଥିରେ ଦ୍ବିମତ ନାହିଁ। ଆଶ୍ୱସ୍ତିର ଖବର ଏୟା ଯେ, ଆମ ଦେଶର ଆରୋଗ୍ୟ ହାର ତୁଳନାତ୍ମକ ଭାବେ ଅନ୍ୟ ଦେଶ ଠାରୁ ଅଧିକ। ସଦ୍ୟ ପ୍ରକାଶିତ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଅଧୀନସ୍ଥ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ ଏସ୍‌)ର ତଥ୍ୟ ଅନୁଯାୟୀ ଗତ ମାର୍ଚ୍ଚ ମାସରୁ ଜୁଲାଇ ମାସ ମଧ୍ୟରେ ସଂଗୃହୀତ ୨୨୫ ଭାଇରାଲ୍‌ ଜୀନୋମ୍‌ ପରୀକ୍ଷଣରୁ ଏହା ପାଞ୍ଚଟି ନୂଆ ରୂପରେ ଆମ ରାଜ୍ୟରେ ଆବିର୍ଭୂତ ହୋଇଛି। ରୂପ ଅନୁଯାୟୀ ତା’ର ଏପରି ନାମକରଣ ୧୯ଏ, ୧୯ବି, ୨୦ଏ, ୨୦ବି ଓ ୨୦ସି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ସେହିପରି ୨୦ଏ ଓ ୨୦ବି ଭାରତରେ ଦ୍ରୁତ ସଂକ୍ରମଣ ବଢାଇବାରେ ସହାୟକ ହେଉଥିଲା ବେଳେ ୨୦ସି ଓଡ଼ିଶାର ଦ୍ରୁତ ସଂକ୍ରମଣର ମଙ୍ଗ ଧରିଛି। ଏହି ନୂତନ ସଂକ୍ରମଣର ତଥ୍ୟ କୋଭିଡ୍‌ ୧୯ ଗବେଷଣା ଦିଗରେ ବିଶେଷ ସହାୟକ ହେବ ବୋଲି ଗବେଷକମାନେ ମତବ୍ୟକ୍ତ କରୁଛନ୍ତି। ଅପରପକ୍ଷେ ଏକ ଆନୁମାନିକ ତଥ୍ୟ ଅନୁସାରେ ସେପ୍ଟେମ୍ବର ମାସରେ କରୋନା କ୍ଲିନ୍‌ ହୋଇଯିବ ବୋଲି ପୂର୍ବାନୁମାନ ଲଗାଇଛି। ଆମେ କେଉଁଟିକୁ ଆଶ୍ୱସ୍ତି ବୋଲି ଧରିନେବା ? ଉଭୟ ଜୀବିକା ଓ ଜୀବନକୁ ନେଇ ଆଗକୁ ବଢ଼ିବାର ଅନିଶ୍ଚିତତା ନେଇ ଅନେକେ ସଂଶୟ ବ୍ୟକ୍ତ କରିଛନ୍ତି। ଦୀର୍ଘଦିନ ଧରି ତାଲାବନ୍ଦର ପ୍ରଭାବରେ ପୁଞ୍ଜି ବଜାରରେ ମାନ୍ଦାବସ୍ଥା ଲାଗି ରହିବା ଦେଶର ଜିଡିପି ଚାରି ପ୍ରତିଶତ ଆଡ଼କୁ ଅଗ୍ରସର ହେବା, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ, ରପ୍ତାନି ବାଣିଜ୍ୟ ବାଧାପ୍ରାପ୍ତ ହେବା ଓ ରାଜସ୍ବ ଆଦାୟ ହ୍ରାସ ଇତ୍ୟାଦି ପ୍ରମୁଖ ଚିନ୍ତାର କାରଣ। ଏପରି କି କ୍ରମାଗତ ଭାବେ ପେଟ୍ରୋଲ ଡିଜେଲ ଦର ବଢ଼ି ଚାଲିବା ଫଳରେ ଦରଦାମ ବୃଦ୍ଧି ଆଉ ଏକ ସମସ୍ୟା ଭାବେ ମୁଣ୍ଡ ଟେକୁଛି। ଏପରି ସ୍ଥିତିରେ ଦେଶ ତଥା ରାଜ୍ୟର ଆର୍ଥିକ ଅବସ୍ଥାରେ ସୁଧାର ନ ଆସିବା, ଦିନକୁ ଦିନ ଋଣଭାର ବୃଦ୍ଧି ଓ ନିମ୍ନଗାମୀ ଅଭିବୃଦ୍ଧି ହାର ଅର୍ଥନୀତି ସୁଧାରିବା ନେଇ ଚ୍ୟାଲେଞ୍ଜ ହେବ।
ପୂର୍ବରୁ ଆମେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଓ ଭୂତାଣୁ ସଂକ୍ରମଣ ସାରସ୍‌ ହେଉ କି ପ୍ଲେଗ ହେଉ ନତୁବା ଇବୋଲା ହେଉ ଏ ସମସ୍ତ ଭୂତାଣୁ ସ୍ବଳ୍ପ ସମୟ ତିଷ୍ଠି ଥିଲେ ମଧ୍ୟ ଜୀବନ ଓ ଜୀବିକା ବିପର୍ଯ୍ୟସ୍ତ ହୋଇ ନ ଥିଲା। କିନ୍ତୁ କୋଭିଡ୍‌ ୧୯ ଭୂତାଣୁ ସମସ୍ତଙ୍କର ନିଦ ହଜାଇ ଦେଇଛି। ତେବେ ବର୍ତ୍ତମାନର ବିପର୍ଯ୍ୟସ୍ତ ଶିକ୍ଷା କ୍ଷେତ୍ରରେ ଅନଲାଇନ୍‌ ଶିକ୍ଷା ବ୍ୟବସ୍ଥାରେ ସହରାଞ୍ଚଳ ପିଲାମାନେ କିଛିଟା ଉପକୃତ ହୋଇଥିଲେ ମଧ୍ୟ ଉପାନ୍ତ ତଥା ଗ୍ରାମାଞ୍ଚଳ ପିଲାମାନେ ପାଠପଢ଼ାରେ ପଛାଇ ଯାଇ ଅବସାଦର ଶିକାର ହେଉଛନ୍ତି। କେଉଁଠି ବିଜୁଳି ସରବରାହ ବିଚ୍ଛିନ୍ନ ତ କେଉଁଠି ନେଟୱର୍କର ଅସୁବିଧା। ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟି ଥିବା ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ସଂଶ୍ଲିଷ୍ଟ ଅନେକ ବ୍ୟବସାୟୀ, ଶ୍ରମିକ, ବସ କର୍ମଚାରୀ, ହୋଟେଲ କର୍ମଚାରୀ ପ୍ରମୁଖ ଦୀର୍ଘଦିନ ଧରି ସମସ୍ୟାରେ ପଡିଛନ୍ତି। ଗର୍ଭବତୀ ମହିଳାମାନେ ଚିନ୍ତାରେ ରହୁଛନ୍ତି। ସେମାନେ ଠିକ୍‌ ସମୟରେ ଡାକ୍ତରଙ୍କ ପରାମର୍ଶ ତଥା ଅନ୍ୟାନ୍ୟ ପରୀକ୍ଷାରୁ ବଞ୍ଚିତ ହେବା ଲକ୍ଷ୍ୟ କରାଯାଉଛି। ଗର୍ଭବତୀମାନଙ୍କୁ ବାରଣ ବାହାରକୁ ଆସିବା ପାଇଁ। ଏସବୁ ଭର୍ଚୁଆଲ୍‌ କେତେ ସମ୍ଭବ।
ବୟୋଜ୍ୟେଷ୍ଠ ଓ ଶିଶୁଙ୍କ ଅବସ୍ଥା ମଧ୍ୟ ତଦ୍ରୂପ। ସେମାନେ ସବୁ ଗୃହବନ୍ଦୀ କାରାଗାରରେ ଜଣେ ଜଣେ ଶୃଙ୍ଖଳିତ ସଦସ୍ୟ। ଏମିତି ଅବସ୍ଥା ଦୀର୍ଘଦିନ କାହା ପାଇଁ ବି ଫଳପ୍ରଦ ହେବ ନାହିଁ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଆମକୁ ଚେତେଇ ସାରିଲାଣି ଯେ ଏପରି ଭୂତାଣୁ ସହିତ ଜଡ଼ିତ ହୋଇ ବଞ୍ଚିବାକୁ ହେବ। ଭବିଷ୍ୟତରେ ଏପରି ଅନେକ ଭୂତାଣୁ ଯେ ଜନ୍ମ ନ ନେବେ ଏକଥା କିଏ କହିବ। ଅନେକ ସ୍ବାସ୍ଥ୍ୟ ଗବେଷକଙ୍କ ମତରେ ସମସ୍ତ ଭୂତାଣୁ ପାଇଁ ନିଜ ନିଜ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ହିଁ ଅପରାଜେୟ ଅସ୍ତ୍ର। ତେବେ ଆମକୁ ଏହା ସ୍ବୀକାର କରିବାକୁ ପଡ଼ିବ ଯେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କିପରି ବଢାଇବା। ଏହାକୁ ଏକ ବ୍ୟକ୍ତିଗତ ଶପଥ ରୂପେ ନେବା ଓ କାର୍ଯ୍ୟକାରୀ କରିବା। ଶରୀରକୁ ଫିଟ୍‌ ରଖିବାକୁ ହେଲେ ମୁନି ଋଷିମାନଙ୍କ ପାରମ୍ପରିକ ପଦ୍ଧତି, ଯୋଗ, ପ୍ରାଣାୟାମ ଇତ୍ୟାଦିକୁ ଆମ ଜୀବନର ଏକ ବାଧ୍ୟତାମୂଳକ ସମୟ ବୋଲି ଧରି ନେବା ଓ ଏହାର ଉପଯୋଗ କରିବା। ନିଜର ଜୀବନଶୈଳୀକୁ ସରଳ ରଖିବା ସହିତ ଖାଦ୍ୟପେୟରେ ପରିବର୍ତ୍ତନ କରିବା। ସ୍କୁଲ ପିଲାଙ୍କ ପାଠପଢା ରୁଟିନ୍‌ ଭଳି ସୁଷମ ଖାଦ୍ୟପେୟର ରୁଟିନ୍‌ ଆମ ସ୍ବାସ୍ଥ୍ୟରେ ଅନେକ ପରିବର୍ତ୍ତନ ଆଣିପାରିବ। ଏହା ସହିତ ନୀରୋଗ ଓ ସୁସ୍ଥ ଜୀବନଯାପନ କରିପାରିବା,ଏପରି ଅନେକ ଭୂତାଣୁ ସହିତ ମିଶି। ବର୍ତ୍ତମାନର ଘୋଷିତ ନିୟମକୁ ଏକ ପ୍ରତିକାର ବୋଲି ଅନେକ ନାପସନ୍ଦ କରୁଛନ୍ତି। ତେବେ ସମୟ ଦେଇଥିବା ଶିକ୍ଷାର ଉପଯୁକ୍ତ ବିନିଯୋଗ ନ କରିପାରିଲେ ଭବିଷ୍ୟତରେ ଆମକୁ ଅନେକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିବ ଏହା ଅବଶ୍ୟମ୍ଭାବୀ।
ବିଶ୍ୱନାଥ କୁଟୀର, ନୀଳକଣ୍ଠପୁର, ପୁରୀ
ajayakumarnanda@gmail.com


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ରଙ୍ଗ ଓ କୁକୁଡ଼ା ଅଣ୍ଡା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ବହୁ ବର୍ଷ ଧରି ଆମେ କେତେକ ଜିନିଷକୁ ପସନ୍ଦ କରିବା ଓ ଅନ୍ୟଗୁଡିକୁ ନାପସନ୍ଦ କରିବାରେ ଅଭ୍ୟସ୍ତ ହୋଇଆସିଛୁ। ବେଳେବେଳେ...

ଅନାହାର, ଖାଦ୍ୟ ଅପଚୟ ଓ ଆମ ଯୋଜନା

ଈପ୍ସିତା ମହାନ୍ତି ଭାରତରେ ପ୍ରତିଦିନ ୧୯କୋଟି ଲୋକ ଅନାହାର ରହୁଛନ୍ତି। ସାରାଦୁନିଆରେ ଏହି ସଂଖ୍ୟା ୮୨କୋଟି ଡେଇଁଯିବ। ଗତ ୨୦୧୯ର ବିଶ୍ବ ଖାଦ୍ୟ ଦିବସ ଅବସରରେ...

ଏଇ ଭାରତରେ

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ସାରା ଦେଶରେ ଟ୍ରାଫିକ ନିୟମକୁ କଡ଼ାକଡି କରାଯାଇ ଜରିମାନା ଆଦାୟ କରାଯାଉଛି। ମାତ୍ର ଟ୍ରାଫିକ ନିୟମ...

ତାଙ୍କ ପ୍ରତିଶ୍ରୁତି, ଆମ ଅଧିକାର

ଘାସିରାମ ପଣ୍ଡା ଫଳାଫଳ ଘୋଷଣା ପରେ ପୁଣି ଥରେ ଲୋକେ ରାଜନୀତିର ଆଲୋଚନାକୁ ଫେରିଛନ୍ତି। ଜିତିବା ଓ ହାରିବାର କାରଣ ଖୋଜିଲା ବେଳେ କିଏ କ’ଣ...

ଏଇ ଭାରତରେ

କୋଭିଡ୍‌ -୧୯ ସଂକ୍ରମଣରେ ପ୍ରବାସୀ ଶ୍ରମିକମାନେ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି। ମୁଖ୍ୟତଃ ସୁରଟରେ ବିଭିନ୍ନ ରାଜ୍ୟର ହଜାର ହଜାର ଶ୍ରମିକ ଭୋକ ଉପାସରେ ରହିବା...

ଗରିବଙ୍କ ଦ୍ୱାରା ଧନୀଙ୍କୁ ଭୋଟ୍‌

ତୁଷାରକାନ୍ତ ଧରିତ୍ରୀ(୪ା୧୧)ରେ ପ୍ରକାଶିତ ମୋ ପ୍ରବନ୍ଧ ‘ମୋ ସରକାର: ଗାନ୍ଧୀରୁ ନବୀନ’ ପଢ଼ି ମୋ ଭଳି ୭୦ ବର୍ଷରୁ ଅଧିକ ବୟସର କେତେଜଣ ଲୋକ ଫୋନ୍‌...

ସମାଲୋଚନା ଓ ଫକୀରମୋହନ

ବିଭୁପ୍ରସାଦ ମହାପାତ୍ର ଯୁକ୍ତରାଷ୍ଟ୍ର ଆମେରିକାର ଲେଖକ ତଥା ଦାର୍ଶନିକ ଏଲ୍‌ବର୍ଟ ଗ୍ରୀନ୍‌ ହବାର୍ଡ (୧୮୫୬-୧୯୧୫) ମାର୍କିନ ମୋଟର ନିର୍ମାତା ଓ ରାଜନେତା ଜନ୍‌ ନର୍ଥ ଓ୍ବିଲିସ୍‌...

ପୁନରୁଦ୍ଧାରରେ ପ୍ରତିବନ୍ଧକ

ସହଦେବ ସାହୁ ଫଣୀ (ଫନୀ) (ଫଣା ଥିବା ସାପ, ବାଂଲାଦେଶ ଦ୍ୱାରା ନାମିତ) ମହାବାତ୍ୟା ପୁରୀ କୂଳରେ ସ୍ଥଳଭାଗକୁ ମାଡ଼ି ଆସି ପୁରୀ-ଭୁବନେଶ୍ୱର-କଟକ ତଥା ଓଡ଼ିଶା...

Coronavirus Update

Archives

Model This Week

Why Dharitri