କେତେ ମୁଖ୍ୟମନ୍ତ୍ରୀ ବଦଳିବେ

ଭାରତୀୟ ଜନତା ପାର୍ଟି (ଭାଜପା) ୧୨ ସେପ୍ଟେମ୍ବରରେ ଭୂପେନ୍ଦ୍ର ପଟେଲଙ୍କୁ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛି। ଘାଟଲୋଡିଆରୁ ବିଧାୟକ ଥିବା ଭୂପେନ୍ଦ୍ର ପଟିଦାର ସଙ୍ଗଠନର ଟ୍ରଷ୍ଟି ଅଛନ୍ତି। ବିଜୟ ରୂପାନୀ ଇସ୍ତଫା ଦେବା ପରେ ଉପମୁଖ୍ୟମନ୍ତ୍ରୀ ଥିବା ନୀତିନ ପଟେଲ, ରାଜ୍ୟ କୃଷି ମନ୍ତ୍ରୀ ଆର୍‌. ସି. ଫାଲ୍‌ଡୁ, କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଓ ମନସୁଖ ଲାଲ ମାଣ୍ଡବ୍ୟଙ୍କ ନାମ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲଙ୍କ ଅତି ଘନିଷ୍ଠ ଭୂପେନ୍ଦ୍ରଙ୍କୁ ଶେଷରେ ମୁଖ୍ୟମନ୍ତ୍ରୀ ଭାବେ ଦଳ ଅବସ୍ଥାପିତ କରିଛି। ଉଲ୍ଲେଖ କରାଯାଇପାରେ ଯେ, ୨୦୨୨ ଡିସେମ୍ବରରେ ଗୁଜରାଟ ବିଧାନସଭା ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରାଯିବା ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି। ଏଥିସହିତ ଭୂପେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ବାଛିବା ପଛରେ ପଟେଲ ସମ୍ପ୍ରଦାୟକୁ ହାତେଇବା ଉଦ୍ୟମ ଥାଇପାରେ। କାରଣ ଆସନ୍ତା ନିର୍ବାଚନ ପାଇଁ ଭାଜପା ନେତୃତ୍ୱ ଗୁଜୁରାଟରେ ତାହାର ସ୍ଥିତିକୁ ସୁଦୃଢ଼ ଭାବୁ ନାହିଁ।
ରାଜନୈତିକ ବିଶ୍ଳେଷକଙ୍କ ମତରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଗୁରୁତ୍ୱ ଗୁଜରାଟରେ ବୃଦ୍ଧି ପାଉଥିବାରୁ ଏକ ନୂଆ ମୁହଁ ଦେଖାଇ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଭାଜପା ଏପରି କରିଛି। ତେବେ ଗତ ୬ ମାସରେ ଭାଜପା ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ବଦଳିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଉତ୍ତରାଖଣ୍ଡରେ ସ୍ବଳ୍ପ ମାସ ବ୍ୟବଧାନରେ ଭାଜପା ଦୁଇ ଥର ତା’ର ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇଥିଲା। ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କ ସ୍ଥାନରେ ମାର୍ଚ୍ଚ ୨୦୨୧ରେ ତୀରଥ ସିଂ ରାଓ୍ବତ ଦାୟିତ୍ୱ ଗ୍ରହଣ କରିଥିଲେ। ୪ ଜୁଲାଇରେ ତାଙ୍କ ସ୍ଥାନରେ ପୁଷ୍କର ସିଂ ଧାମିଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଥିଲା ଦଳ। ସେହିପରି କର୍ନାଟକରେ ବି. ଏସ୍‌. ୟେଦୁରପ୍ପାଙ୍କୁ ହଟାଯାଇ ବାସବରାଜ ବୋମାଇଙ୍କୁ ଅବସ୍ଥାପିତ କରାଯାଇଛି।
ଭାଜପାର କ୍ରମାଗତ ମୁଖ୍ୟମନ୍ତ୍ରୀ ବଦଳାଇବା ପ୍ରକ୍ରିୟାକୁ ଦେଖିଲେ ମନେ ହେଉଛି ଯେପରି ଏହି ଦଳ ପରବର୍ତ୍ତୀ ସମୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଜିତିବା ଆଉ ସହଜ ନୁହେଁ ବୋଲି ହିସାବ କରିସାରିଲାଣି। ସେଥିପାଇଁ ନୂଆ ଚେହେରା ଦେଖାଇଦେଲେ କାଳେ କିଛି ଆଶ୍ଚର୍ଯ୍ୟ ଘଟିଯିବ, ସେହି ଆଶାରେ ମୁଖ୍ୟମନ୍ତ୍ରୀଙ୍କ ସିଟ୍‌କୁ ନେଇ ରାଜନୈତିକ ଖେଳ ଆରମ୍ଭ କରିଛି ଭାଜପା। ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ, ରାମମନ୍ଦିର ପ୍ରତିଷ୍ଠା ଆଦି ଲକ୍ଷ୍ୟ ପୂରଣ ହେବା ପରେ ଭାଜପାର ଅନ୍ୟ କୌଣସି ନୂତନ ପ୍ରସଙ୍ଗ ଥିଲା ଭଳି ମନେହେଉ ନାହିଁ। ଜନସାଧାରଣ ବି ବୁଝିଲେଣି ଯେ ମଠ, ମନ୍ଦିରରେ ପେଟ ପୂରିବ ନାହିଁ। ଦେଶରେ ତୀବ୍ର ଅର୍ଥନୈତିକ ଦୁରବସ୍ଥା ଲୋକଙ୍କୁ ହନ୍ତସନ୍ତ କରିଦେଉଛି। ଏଥିସହିତ ବୈଦେଶିକ ନୀତିରେ ବିଫଳତା ଯୋଗୁ ବାହ୍ୟ ଅନୁପ୍ରବେଶ ଭାରତକୁ ପ୍ରାୟ ୧,୦୦୦ ବର୍ଗ କିଲୋମିଟର ଜମି ହରାଇବାକୁ ବାଧ୍ୟ କରିଛି। ଏହାର ଦୋଷ କୌଣସି ପୂର୍ବ ସରକାର ଉପରେ ଲଦି ହେବ ନାହିଁ ବୋଲି ଜନସାଧାରଣ ବୁଝିଲେଣି। ଅର୍ଥନୀତିରେ ବିଫଳତାର ସର୍ବୋଚ୍ଚ ପ୍ରତୀକ ହେଉଛି ମନିଟାଇଜେଶନ ପାଇପ୍‌ଲାଇନ। ସହଜ ଭାଷାରେ କହିବାକୁ ଗଲେ ସରକାରୀ ସମ୍ପତ୍ତି, ଯାହାକି କରଦାତାଙ୍କ ଅର୍ଥରେ ଗଢ଼ି ଉଠିଥିଲା, ସେସବୁକୁ ବିକ୍ରିକରି ଏବେ ଖର୍ଚ୍ଚ ତୁଲାଉଛନ୍ତି। ବିମୁଦ୍ରୀକରଣ ଯୋଗୁ ସ୍ଥାଣୁ ପାଲଟି ଯାଇଥିବା ଅର୍ଥନୀତିକୁ କରୋନା ଭୂତାଣୁ ଆକ୍ରାନ୍ତ କରିବା ପରେ ସ୍ଥିତି ଅସମ୍ଭାଳ। ବ୍ୟବସ୍ଥାରେ ପରିବର୍ତ୍ତନ ନ ଆଣି କେବଳ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଦେଲେ ଭାଜପା ଲୋକଙ୍କ ଆସ୍ଥାଭାଜନ ହେବ ବୋଲି ଭାବି ହେଉ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri