କେମିତି ଚାଲିଛି ଆଇଏମ୍‌ଏଫ୍‌

ଜୟତି ଘୋଷ

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଏବଂ ବିଶ୍ୱ ବ୍ୟାଙ୍କ୍‌ ବିରୋଧରେ ଆଲୋଚନା କରିବାର ଅନେକ କାରଣ ରହିଛି। କିନ୍ତୁ ଏବେ ଏହି ଦୁଇଟି ସଂସ୍ଥା ସାମ୍‌ନା କରୁଥିବା ବୈଧାନିକ ସଙ୍କଟ ଏହି ସବୁ ଆଲୋଚ୍ୟ ବିଷୟ ପରିସରଭୁକ୍ତ ନୁହେଁ। ଏହା କିଛି ଭିନ୍ନ ସମସ୍ୟା। ଏହା ଭୁଲ୍‌ ପଦକ୍ଷେପ ଯୋଗୁ ସୃଷ୍ଟି ହୋଇଛି ଏବଂ ବାସ୍ତବ ସମସ୍ୟାଗୁଡ଼ିକୁ ବଢ଼େଇଦେଇଛି। ଉକ୍ତ ସମସ୍ୟାଗୁଡ଼ିକ ଆଇଏମ୍‌ଏଫ୍‌ ଏବଂ ବିଶ୍ୱ ବ୍ୟାଙ୍କ୍‌ କାର୍ଯ୍ୟଧାରାରେ ଲଗାତର ଚିନ୍ତାର କାରଣ ହୋଇ ରହିଛିି। ଚାଇନା ଓ ସାଉଦି ଆରବ ର଼୍ୟାକିଂରେ ଉନ୍ନତି ଆଣିବା ଲାଗି ବିଶ୍ୱ ବ୍ୟାଙ୍କ୍‌ର ବାର୍ଷିକ ଡୁଇଂ ବିଜନେସ୍‌ ଇଣ୍ଡେକ୍ସରେ ହୋଇଥିବା ହେର୍‌ଫେର ଅଭିଯୋଗକୁ କେନ୍ଦ୍ର କରି ଏବେ ବିବାଦ ସୃଷ୍ଟି ହୋଇଛି। ଏହି ସମସ୍ୟା ଲାଗି ଆଇଏମ୍‌ଏଫ୍‌ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜୋର୍ଜିଭା ବିପଦରେ ପଡ଼ିବେ ବୋଲି କୁହାଯାଉଛି। କାରଣ ଏଭଳି ଅନିୟମିତତା ଅଭିଯୋଗ ଆସିବା ବେଳେ ଜୋର୍ଜିଭା ବିଶ୍ୱ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧକାରୀ ଥିଲେ। ଉକ୍ତ ଘଟଣାର ତଦନ୍ତ ପାଇଁ ବିଶ୍ୱ ବ୍ୟାଙ୍କ୍‌ ଓ୍ବିଲମର ହାଲେ ନାମକ ଏକ ଫାର୍ମକୁ ଦାୟିତ୍ୱ ଦେଇଥିଲା। କିନ୍ତୁ ପ୍ରମାଣ ଯୋଗାଡ଼ କରିବା ବଦଳରେ ଏହାର ରିପୋର୍ଟ ବାସ୍ତବ ତଥ୍ୟକୁ ଉପେକ୍ଷା କରି ପରୋକ୍ଷ ସୂଚନା ଦେଇଛି। ଫଳରେ ଏହି ତଦନ୍ତର କାର୍ଯ୍ୟଧାରା ଉପରେ ନୋବୋଲ ବିଜେତା ତଥା ବିଶ୍ୱବ୍ୟାଙ୍କର ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ ଜୋଶେଫ୍‌ ଇ. ଷ୍ଟିଗ୍‌ଲାଇଜ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ମଧ୍ୟ କହିଛନ୍ତି ଯେ, ଜୋର୍ଜିଭାଙ୍କ ବିରୋଧୀ ସ୍ବରକୁ ଦବାଇଦେବାକୁ ଏହା ବାଟ ଖୋଲିଦେଲା। ଏହି ତଦନ୍ତ ମୁଖ୍ୟତଃ ଚାଇନା ଉପରେ ପ୍ରାଧାନ୍ୟ ଦେଇଥିବାରୁ ସାଉଦି ଆରବ ର଼୍ୟାକିଂ ପାଇଁ ପ୍ରଭାବ ପକାଇଥିବା ବିଶ୍ୱ ବ୍ୟାଙ୍କ୍‌ ଅଧ୍ୟକ୍ଷ ଡାଭିଡ ମାଲପାସ୍‌ଙ୍କ ସମ୍ଭାବ୍ୟ ଭୂମିକାକୁ ଗୁରୁତ୍ୱ ଦେଇ ନ ଥିଲା। ସାଉଦି ଆରବକୁ ୨୦୨୦ ଡୁଇଂ ବିଜ୍‌ନେସ ରିପୋର୍ଟରେ ଶୀର୍ଷ ରିଫର୍ମର ଭାବେ ଘୋଷଣା କରାଯିବା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ଥିଲା।
ଓ୍ବିଲ୍‌ମର ହାଲେ ରିପୋର୍ଟ ଆମେରିକା କଂଗ୍ରେସରେ ରିପବ୍ଲିକାନଙ୍କ ପାଇଁ ସ୍ବର୍ଗରୁ ପ୍ରାପ୍ତି ଏକ ଅଲୌକିକ ଖାଦ୍ୟ ଭଳି କାମ କରିଛି। ସେମାନେ ଏବେ ଜୋର୍ଜିଭାଙ୍କ ଇସ୍ତଫା ଦାବି କରୁଛନ୍ତି। ହେଲେ ଆରମ୍ଭରୁ ତ୍ରୁଟିପୂର୍ଣ୍ଣ ଏବଂ ରାଜନୈତିକ ପ୍ରଭାବରେ ରହିଥିବା ଡୁଇଂ ବିଜ୍‌ନେସ ଇଣ୍ଡେକ୍ସ ବିଷୟକୁ ଅଣଦେଖା କରାଯିବା ଲକ୍ଷ୍ୟ କରାଯାଉଛି। ଏବେ ଏହାକୁ ବନ୍ଦ କରିଦିଆଯାଇଛି। ଓ୍ବାଶିଂଟନ ଡିସି ସ୍ଥିତ ଆଇଏମ୍‌ଏଫ୍‌, ବିଶ୍ୱ ବ୍ୟାଙ୍କ୍‌ ଏବଂ ୟୁନାଇଟେଡ ଷ୍ଟେଟ୍‌ସ ଡିପାର୍ଟମେଣ୍ଟ ଅଫ୍‌ ଟ୍ରେଜେରିରୁ ସିଧାସଳଖ ସୃଷ୍ଟ ଆର୍ଥିକ ନୀତିର ମାନକକୁ ଷ୍ଟାର୍ଟରମାନଙ୍କ ପାଇଁ ଏହା ବ୍ୟବହାର କଲା। ଏପରିକି ବିଭିନ୍ନ କ୍ଷେତ୍ରରେ ଉପଯୋଗିତା ଏବଂ ମୂଲ୍ୟବୋଧତାକୁ ବିଚାରକୁ ନ ନେଇ ଏହା କରାଗଲା। କଲମ୍ବିଆ ୟୁନିଭର୍ସିଟିର ଏ୍ୟତିହାସିକ ଆଦାମ ଟୋଜେ ମନ୍ତବ୍ୟ ଦେଇଛନ୍ତି, ବିକଳ୍ପ ଓ ଜଟିଳ ନିର୍ଣ୍ଣୟର ଧାରା ମଧ୍ୟରେ ଡୁଇଂ ବିଜ୍‌ନେସ ସବୁବେଳେ ଏକ ଅସ୍ଥିର ବା ଅସୁରକ୍ଷିତ ଏବଂ ଅପ୍ରତ୍ୟାଶିତ ଅର୍ଥକୁ ସୂଚିତ କରୁଥିଲା। ୨୦୧୮ରେ ବିଶ୍ୱ ବ୍ୟାଙ୍କ୍‌ର ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ ପଲ୍‌ ରୋମର୍‌ କହିଥିଲେ, ଦକ୍ଷିଣପନ୍ଥୀ ବିଚାରଧାରା ବ୍ୟାଙ୍କ୍‌ର ପଦ୍ଧତିଗତ ପରିବର୍ତ୍ତନଗୁଡ଼ିକରେ ଏକ ପ୍ରମୁଖ ଭୂମିକା ନେଲା ଯେଉଁଥିତ୍ପାଇଁ ଦେଶଗୁଡ଼ିକର ର଼୍ୟାକିଂ ବଦଳିଗଲା। ଏପରି କି ଚିଲିର ର଼୍ୟାକିଂ କମାଇବା ଯୋଗୁ ସେଠାକାର ବାମପନ୍ଥୀ ସରକାରଙ୍କୁ କ୍ଷମା ମାଗିବାକୁ ପଡ଼ିଲା। ନିକଟରେ ବିଶେଷଜ୍ଞଙ୍କ ଦ୍ୱାରା ସ୍ବତନ୍ତ୍ର ଭାବେ କରାଯାଇଥିବା ଏକ ଅନୁଧ୍ୟାନ ଦର୍ଶାଇଛି ଯେ, ଇଣ୍ଡେକ୍ସ ଏବକାର ବାସ୍ତବ ସ୍ଥିତିକୁ ବିଚାରକୁ ନ ନେଇ ବ୍ୟାପକ ସାମାଜିକ ଲକ୍ଷ୍ୟକୁ ଅଣଦେଖା କରି ବ୍ୟବସାୟ ଲାଭ ଲାଗି ନୀତିଗୁଡ଼ିକୁ ଅଗ୍ରାଧିକାର ଦେଇଛି।
ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ଆଇଏମ୍‌ଏଫ୍‌ର ବାର୍ଷିକ ବୈଠକରେ ଜୋର୍ଜିଆଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମେରିକାର ଅତ୍ୟଧିକ କ୍ଷମତା ଥିବା ଆଇଏମ୍‌ଏଫ୍‌ ଓ ବିଶ୍ୱ ବ୍ୟାଙ୍କ ଭଳି ସଂସ୍ଥାର କାର୍ଯ୍ୟ ଧାରାରେ ଥିବା ବାସ୍ତବ ସମସ୍ୟାଗୁଡ଼ିକ ଯେମିତି ଏହି ଅଧ୍ୟାୟର ଅନ୍ଧାରରେ ହଜି ନ ଯାଆନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ହେବ। ଆଇଏମ୍‌ଏଫ୍‌ ବିଜ୍‌ନେସ ପ୍ରକ୍ରିୟାରେ ସବୁବେଳେ ଆମେରିକାର ସହଯୋଗ ଚାହଁୁଛି। ଏହା ସଂସ୍ଥାର ମୂଳ ଅଧିକାର ବିରୋଧୀ ନୀତି। ଏହି କାରଣରୁ ଜି୭ ଭଳି ବିକଶିତ ଅର୍ଥ ବ୍ୟବସ୍ଥାଗୁଡ଼ିକ ବୈଶ୍ୱିକ ସମସ୍ୟାଗୁଡ଼ିକର ସମାଧାନ କରିବା ଲାଗି ଆଇଏମ୍‌ଏଫ୍‌କୁ ଏକ ବହୁପକ୍ଷୀୟ ସଂସ୍ଥା ଭାବେ ଗଢି ତୋଳିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି।
୧୯୪୪ରେ ଆଇଏମ୍‌ଏଫ୍‌ ଗଠନ କରାଯାଇଥିଲା। ଏହି ସମୟରେ ଏହା ବିଶ୍‌ିଷ୍ଟ ଅର୍ଥନୀତିଜ୍ଞ ମେନାର୍ଡ କିନେସଙ୍କ ଦର୍ଶନ (ଯାହା ଏକ ଅନ୍ତର୍ରାଷ୍ଟ୍ରୀୟ ସଂଗଠନ ଭାବେ ସବୁ ଦେଶକୁ ସମାନ ଭାବେ ଦେଖିତ୍ବା ବିଚାର)ରୁ ଏହା ଦୂରେଇ ଗଲା। ଏହାବଦଳରେ, ଆଶ୍ଚର୍ଯ୍ୟଜନକ ଭାବେ ଉକ୍ତ ସଂସ୍ଥା କେତେକ ଦେଶର କ୍ଷମତାକୁ ପ୍ରକଟ କଲା। ଆମେରିକା ଓ ପଶ୍ଚିମ ୟୁରୋପୀୟ ଦେଶଗୁଡ଼ିକ ଭୋଟିଂ ଅଧିକାର ଏବଂ କୋଟାର ନିର୍ଣ୍ଣାୟକ ଅଂଶ ହାସଲ କଲେ। ଏମାନେ ଆଇଏମ୍‌ଏଫ୍‌ର ନୀତି ନିର୍ଦ୍ଧାରଣ. କାର୍ଯ୍ୟକ୍ରମ ଏବଂ ପାଣ୍ଠି ଆବଣ୍ଟନ ସମ୍ପର୍କରେ ନିଷ୍ପତ୍ତି ନେବାକୁ ସକ୍ଷମ ହେଲେ। ସେବେଠାରୁ ବିଶ୍ୱ ଅର୍ଥନୀତିରେ ଆଖିଦୃଶିଆ ପରିବର୍ତ୍ତନ ଆସିଥିବା ସତ୍ତ୍ୱେ ଏହାର ଆଭ୍ୟନ୍ତରୀଣ କ୍ଷମତାର ଢାଞ୍ଚାରେ ଆବଶ୍ୟକ ପରିବର୍ତ୍ତନ ହୋଇପାରି ନାହିଁ। ଏପରି କି ନିକଟରେ ୨୦୧୬ରେ ପୁନଃ ଆବଣ୍ଟନ ପରେ ଆମେରିକା ୧୬.୭୩% ଭୋଟିଂ ଶେୟାର ପାଇଥିବାବେଳେ ଓଇସିଡି ଦେଶଗୁଡ଼ିକ ମିଳିତ ଭାବେ ୬୦%ରୁ ଅଧିକ ଶେୟାର ପାଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଥିବାବେଳେ ଆମେରିକା ଏକ ନୂଆ କୋଟା ଆବଣ୍ଟନକୁ ବନ୍ଦ କରିଦେଲା। ଆମେରିକା ଏବଂ ୟୁରୋପୀୟ ସଂଘ ଆଇଏମ୍‌ଏଫ୍‌ର ନିଷ୍ପତ୍ତି ଉପରେ ଭିଟୋ ପାଓ୍ବାର ଲଗାଇବାର କ୍ଷମତା ଅଛି। ପୁରୁଣା ‘ଜେଣ୍ଟିଲ୍‌ମ୍ୟାନ୍‌ସ ଏଗ୍ରିମେଣ୍ଟ୍‌’ ଅନୁଯାୟୀ ବିଶ୍ୱବ୍ୟାଙ୍କ୍‌ର ମୁଖ୍ୟ ଆମେରିକା ଦ୍ୱାରା ଓ ଆଇଏମ୍‌ଏଫ୍‌ର ମୁଖ୍ୟ ୟୁରୋପିଆନ ଦେଶ ଦ୍ୱାରା ନିଯୁକ୍ତ ହୋଇଥାଆନ୍ତି। ଆଇଏମ୍‌ଏଫ୍‌ର କାର୍ଯ୍ୟକ୍ରମଗୁଡ଼ିକ କିପରି ଚାଲୁଛି ତାହା ମଧ୍ୟ ସମାଲୋଚନାର ବିଷୟ। ବାଲାନ୍ସ ଅଫ୍‌ ପେମେଣ୍ଟ ସମସ୍ୟାକୁ ସାମ୍‌ନା କରୁଥିବା ଦେଶଗୁଡ଼ିକ ପାଇଁ ପାଣ୍ଠିରୁ ଉପଲବ୍ଧ ଋଣଗୁଡ଼ିକ ପର୍ଯ୍ୟାପ୍ତ ନୁହେଁ ଓ ଏହା ପାଇଁ ଅନେକ ପ୍ରତିକୂଳ ସ୍ଥିତି ମଧ୍ୟ ଉପୁଜିଛି। ବଜେଟକୁ ଅତ୍ୟଧିକ ହ୍ରାସ କରାଯାଉଛି। ଏହାବ୍ୟତୀତ ଫାଣ୍ଠିରୁ ଦୀର୍ଘସମୟ ଧରି ଅଧିକ ଋଣ ନେବାକୁ ବାଧ୍ୟ ହେଉଥିବା ଦେଶଗୁଡ଼ିକ ଉପରେ ଆଇଏମ୍‌ଏଫ୍‌ ଅତିରିକ୍ତ ସୁଧ ଲଗାଉଛି। ଏଥିପାଇଁ ଆର୍ଥିକ ପରିଣାମ ଆହୁରି ଖରାପ ହେବାରେ ଲାଗିଛି।
ଆଇଏମ୍‌ଏଫ୍‌ ମଧ୍ୟ କଠୋର ବିତ୍ତୀୟ ନିୟମାବଳୀ ପାଇଁ ନିଜ ଅର୍ଥନୀତିଜ୍ଞଙ୍କ ଦ୍ୱାରା ସମାଲୋଚିତ ହେଉଛି। କୋଭିଡ୍‌-୧୯ ସଙ୍କଟରେ ବି ତାହାକୁ ଦୃଢଭାବେ ଧରି ରଖିତ୍ଛି। ଏହି ସଙ୍କଟରେ ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଦୁର୍ବଳ ଥିବା ସମୟରେ ଅର୍ଥ ଯୋଗାଇ ଦେଇ ଆର୍ଥିକ ଅବସ୍ଥାରେ ସୁଧାର ଆଣିବାରେ ବିଫଳ ହୋଇଛି। ତେବେ ଶ୍ରେୟ ନେବାକୁ ଜୋର୍ଜିଭା ନୂତନ ଭାବେ ୬୫୦ ବିଲିୟନ ଡଲାର ଆବଣ୍ଟନ ମାଧ୍ୟମରେ ବିନା ଚୁକ୍ତିରେ ଆଇଏମ୍‌ଏଫ୍‌ର ଅର୍ଥ ଯୋଗାଣ ବଢ଼ାଇବାକୁ ଚାହିଁଛନ୍ତି। ଏଣୁ ସେ ରିକଭରି ପ୍ୟାକେଜରେ ନିୟମ କୋହଳ କରିବାକୁ ଏବଂ ଅନ୍ତର୍ରାଷ୍ଟ୍ରୀୟ ଋଣପ୍ରଦାନ ନୀତିରେ ସୁଧାର ଆଣିବା ଲାଗି ବୈଠକ ଡାକିଛନ୍ତି। ସମ୍ଭବତଃ ଏଥିପାଇଁ ଯେଉର୍ଁମାନେ ତାଙ୍କୁ ହଟାଇବାକୁ ଚାହଁୁଛନ୍ତି ସେମାନେ କୌଣସି ପ୍ରଗତିଶୀଳ ପରିବର୍ତ୍ତନକୁ ଆଇଏମ୍‌ଏଫ୍‌ ଓ ବିଶ୍ୱବ୍ୟାଙ୍କରେ ବିରୋଧ କରିଛନ୍ତି। ଏଭଳି ଉଦ୍ୟମ କେବଳ ଅନ୍ୟାୟ ନୁହେଁ, ବରଂ ଦୂରଦୃଷ୍ଟିହୀନତାକୁ ପ୍ରତିପାଦିତ କରୁଛି। ଯଦି ଆଇଏମ୍‌ଏଫ୍‌ ଭଳି ଏକ ଅନ୍ତର୍ଜାତୀୟ ସଂସ୍ଥା ବିଶ୍ୱ ସ୍ତରରେ ଲୋକଙ୍କ ଆବଶ୍ୟକତା ପୂରଣ କରି ପରିବ ନାହିଁ କିମ୍ବା ମହାମାରୀ ଏବଂ ଜଳବାୟୁ ସଙ୍କଟ ସମାଧାନ କରିବାରେ ଅଣ୍ଟା ଭିଡ଼ିବ ନାହିଁ, ତେବେ ଏହା ଯେଉଁ ଉଦ୍ଦେଶ୍ୟରେ ଗଠନ କରାଯାଇଥିଲା ତାହାର ମୂଲ୍ୟ କିଛି ରହିବ ନାହିଁ। ଜି୭ ନେତୃବର୍ଗ ଆମେ ସମ୍ମୁଖୀନ ହେଉଥିବା ଅନ୍ତର୍ରାଷ୍ଟ୍ରୀୟ ଆହ୍ବାନଗୁଡ଼ିକର ସମାଧାନା କରିବା ଲାଗି ଉଦ୍ଦିଷ୍ଟ ବହୁପକ୍ଷୀୟ ସଂସ୍ଥାଗୁଡ଼ିକୁ ନଷ୍ଟ କରିଦେବାକୁ ଚେଷ୍ଟା କରୁଛନ୍ତି। କାହିଁକି ଧନୀ ରାଷ୍ଟ୍ରଗୁଡ଼ିକ ଏଭଳି ନିଜ ଗୋଡ଼ରେ ନିଜେ କୁରାଢି ମାରୁଛନ୍ତି ତାହାକୁ ନେଇ ଭବିଷ୍ୟତରେ ଏ୍ୟତିହାସିକ ମାନେ ଆଶ୍ଚର୍ଯ୍ୟ ପ୍ରକଟ କରିବେ।
ଏକ୍‌ଜିକ୍ୟୁଟିଭ ସେକ୍ରେଟାରି, ଇଣ୍ଟର୍‌ନ୍ୟାଶନାଲ ଡେଭଲପମେଣ୍ଟ ଇକୋନୋମିକ୍ସ ଆସୋସିଏଟସ୍‌


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri