Posted inଜାତୀୟ

Baba Vanga: ପାକିସ୍ତାନକୁ କେମିତି ଆଟାକ୍‌ କରିବ ଭାରତ, ଭୟଙ୍କର ଭବିଷ୍ୟବାଣୀରେ ବାବା ଭେଙ୍ଗା କହିଦେଲେ ରଣନୀତି

ନୂଆଦିଲ୍ଲୀ, ୬।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣରେ ଅନେକ ନିରୀହ ନାଗରିକ ଓ ସୁରକ୍ଷା କର୍ମୀ ପ୍ରାଣ ହରାଇଥିଲେ। ଏହି ପରିପ୍ରେକ୍ଷୀରେ ବୁଲଗେରିଆର ପ୍ର୍ରଖ୍ୟାତ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ପୁଣି ଭାରତ-ପାକିସ୍ତାନ ଯୁଦ୍ଧ ନେଇ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି। ପୂର୍ବଥର ବାବା ଭେଙ୍ଗା ଭାରତ-ପାକ୍‌ ଯୁଦ୍ଧ ନେଇ କହିଥିବାବେଳେ ଏଥର ଯୁଦ୍ଧ ହେଲେ ଭାରତ ପାକିସ୍ତାନ ଉପରେ କେମିତି ଆଟାକ୍‌ କରିବ ସେନେଇ ରଣନୀତିର ସେ ଖୋଦ୍‌ ଖୁଲାସା କରିଛନ୍ତି।

Baba Vanga: ବାବା ଭେଙ୍ଗା, ଯିଏ ‘ବାଲକାନର ନଷ୍ଟ୍ରାଡାମସ’ ଭାବେ ପରିଚିତ, ୨୦୨୫ରେ ଏକ ବିନାଶକାରୀ ଯୁଦ୍ଧର ସମ୍ଭାବନା ବିଷୟରେ ଭବିଷ୍ୟବାଣୀ କରିଥିଲେ। ସେ କୌଣସି ଦେଶର ନାମ ଉଲ୍ଲେଖ କରି ନ ଥିଲେ, କିନ୍ତୁ ତାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ଏହି ଯୁଦ୍ଧ ୟୁରୋପର ମୂଳଦୁଆକୁ ହଲେଇ ଦେବ। ତେବେ, ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ଦେଖି ଅନେକେ ତାଙ୍କ ଭବିଷ୍ୟବାଣୀକୁ ଏହି ପରିସ୍ଥିତି ସହ ଯୋଡିଛନ୍ତି।

Baba Vanga: ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ, ଯେପରିକି ଆମେରିକାରେ ୯/୧୧ ଆକ୍ରମଣ, ରାଜକୁମାରୀ ଡାୟାନାଙ୍କ ମୃତ୍ୟୁ, ଚେର୍ନୋବିଲ ଦୁର୍ଘଟନା ଓ ବ୍ରେକ୍ସିଟ ଆଦି ସତ ହୋଇଥିବା ଦାବି କରାଯାଏ। ତେଣୁ ତାଙ୍କ ଏହି ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଆହୁରି କହିଥିଲେ ଯେ ୨୦୪୩ ସୁଦ୍ଧା ୟୁରୋପରେ ମୁସଲିମ ଶାସନ ପ୍ରତିଷ୍ଠା ହେବ ଏବଂ ୨୦୭୬ ସୁଦ୍ଧା ବିଶ୍ୱରେ କମ୍ୟୁନିଜମ ଫେରିବ।

Baba Vanga: ତେବେ, ଅନେକ ବିଶେଷଜ୍ଞ ସମାଲୋଚକ କହୁଛନ୍ତି ଯେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅସ୍ପଷ୍ଟ ଏବଂ ଏହାର ବ୍ୟାଖ୍ୟା ଘଟଣା ଘଟିବା ପରେ କରାଯାଏ। ସେମାନେ ଏହାକୁ ମାନବୀୟ ଭୟ ଓ ଆଶଙ୍କାର ପ୍ରତିଫଳନ ବୋଲି କହୁଛନ୍ତି। ତଥାପି, ତାଙ୍କ ଭବିଷ୍ୟବାଣୀ ଜନମାନସରେ କୌତୂହଳ ଓ ଆଲୋଚନାର ବିଷୟ ହୋଇଛି।

Baba Vanga: ଏକ ରିପୋର୍ଟ ଅନୁଯାୟୀ, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ମଧ୍ୟରେ ୨୦୨୫ରେ ଏକ ନୂତନ ଶକ୍ତି ଉତ୍ସର ଆବିଷ୍କାର ଏବଂ ବଡ଼ ଇଭେଣ୍ଟରେ ଏଲିଏନ ସହ ସାକ୍ଷାତର ସମ୍ଭାବନା ମଧ୍ୟ ରହିଛି। ଏହି ଭବିଷ୍ୟବାଣୀ ସତ ହେବ କି ନାହିଁ, ତାହା ସମୟ ହିଁ କହିବ। ବର୍ତ୍ତମାନ ଭାରତ ସରକାର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ କରିବା ସହ ସିଭିଲ ଡିଫେନ୍ସ ମକ ଡ୍ରିଲ ଆୟୋଜନ କରୁଛନ୍ତି। ଜନସାଧାରଣଙ୍କୁ ଏହି ପରିସ୍ଥିତିରେ ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?