ପ୍ରଳୟ କେତେ ଦୂର

ଅଲେଖ ଚନ୍ଦ୍ର ମିଶ୍ର

ଜୀବଜଗତର ସୃଷ୍ଟି, ସ୍ଥିତି ଓ ବିଲୟ ସହିତ ପ୍ରକୃତି ଓତପ୍ରୋତ ଭାବେ ଜଡିତ। ପ୍ରକୃତିର ଭାରସାମ୍ୟରେ ତା’ର ସୃଷ୍ଟି ହୁଏ। ସାମାନ୍ୟ କୋଡମାଡ଼ (ଦୁର୍ବିପାକ)ରେ ତା’ର ସ୍ଥିତି ବିପନ୍ନ ହୁଏ ଏବଂ କିଞ୍ଚିତ୍‌ ବିଶୃଙ୍ଖଳାରେ ତା’ର ବିଲୟ ଘଟେ। ପ୍ରାକୃତିକ ଦୁର୍ବିପାକ ଜୀବଜଗତ ପାଇଁ ସତର୍କ ଘଣ୍ଟି ହେଲେ ପ୍ରାକୃତିକ ଊର୍ଜାରେ ଅସନ୍ତୁଳନ ତା’ପାଇଁ ମୃତ୍ୟୁଘଣ୍ଟି ସଦୃଶ I ଅଧୁନା ଜୀବଜଗତ ଏହି ଦୁଇଟି ବିଭାବ ଦ୍ୱାରା ସୃଷ୍ଟ ଘୋର ଘଡ଼ିସନ୍ଧି ଦେଇ ଗତି କରୁଛି ଯାହାର ସମ୍ୟକ ସୂଚନା ଅଳ୍ପ ବହୁତେ ସମସ୍ତେ ଜାଣୁଥିବେ। ବିଶ୍ୱତାପନ, ପ୍ରବାଳ ପ୍ରାଚୀରର ଅବକ୍ଷୟ, ଆଣ୍ଟାର୍କଟିକାରେ ବରଫ ତରଳିବା, ଆଗ୍ନେୟଗିରିର ଅସ୍ବାଭାବିକ ଉଦ୍‌ଗିରଣ, ଫ୍ଲାସ ଫ୍ଲଡ, ସାମୁଦ୍ରିକ ଝଡ଼, ଋ଼ତୁଚକ୍ରରେ ଅନିୟମିତତା, ପରିବେଶରେ ପରିବର୍ତ୍ତନ, ଜୈବବିବିଧତାରେ ବିବର୍ତ୍ତନ, ଉର୍ବର ଭୂମି ଅନୁର୍ବର ପାଲଟିଯିବା ଇତ୍ୟାଦି ପ୍ରାକୃତିକ ବିଭବର ବିଘଟନ ଜୀବଜଗତକୁ ଧ୍ୱଂସମୁଖକୁ ଟାଣି ନେଉଥିବାର ସଂକେତ। ବିଶେଷଜ୍ଞମାନଙ୍କ ମତରେ ଏସବୁର ମୂଳ କାରଣ ଜଳବାୟୁ ପରିବର୍ତ୍ତନ ଏବଂ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ବିଶ୍ୱର କ୍ରମବର୍ଦ୍ଧିଷ୍ଣୁ ତାପମାନ ଯାହାର ପ୍ରାଥମିକ ସୂଚନା ପ୍ରାୟ ଦୁଇଶହ ବର୍ଷ ପୂର୍ବେ ମିଳିଥିଲା। ୧୮୫୦ରୁ ୧୯୦୦ ମଧ୍ୟରେ ବିଶ୍ୱର ତାପମାତ୍ରା ୧ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ପାଇଥିଲା, ଯାହାର ପରିଣାମ ସ୍ବରୂପ ସେବେଠାରୁ ଉଲ୍ଲିଖିତ ଅଘଟଣମାନ ଘଟି ଚାଲିଛି। ଉଦ୍‌ବେଗର କାରଣ ହେଲା ତାପମାତ୍ରାରେ ଏପରି ବୃଦ୍ଧି ହେଲେ ବାୟୁମଣ୍ଡଳରେ ଓଜୋନ ସ୍ତରର ସାନ୍ଧ୍ରତା ହ୍ରାସ ପାଇଯିବ ଏବଂ ସୂର୍ଯ୍ୟଙ୍କର ବିଷାକ୍ତ ୟୁଭି-ବି ରଶ୍ମି ସିଧାସଳଖ ଭୂପୃଷ୍ଠରେ ପ୍ରବେଶ କରିବ। ମଣିଷ ନାନା ପ୍ରକାରର ଅଜଣା ରୋଗର ଶିକାର ହେବେ, କୃଷି ଉତ୍ପାଦନ କମି ଯିବ, ବୃକ୍ଷଲତାର ପତ୍ର, ଫୁଲ, ଫଳ କ୍ଷୁଦ୍ର, ଶୁଷ୍କ ବା ବିକୃତ ହୋଇଯିବ, ମାଛ ଯାଆଁଳ ବଢ଼ିପାରିବେ ନାହିଁ, ଭୂମିର ଉର୍ବରତା ହ୍ରାସ ପାଇବ ଇତ୍ୟାଦି। ଅତଏବ ତାପମାତ୍ରା ଯଦି ଅଧିକ ବୃଦ୍ଧିପାଏ ଅବସ୍ଥା କେତେ ଅସମ୍ଭାଳ ହେବ ତା’ର ଭୟାବହତା ଉପଲବ୍ଧି କରି ତାକୁ ରୋକିବାକୁ ବିଗତ କିଛିବର୍ଷ ହେଲା ଆନୁଷ୍ଠାନିକ ସ୍ତରରେ ଧାରାବାହିକ ପ୍ରଚେଷ୍ଟା ଜାରି ରହିଛି। ସେଥିରୁ କେତେକ ହେଲା ଷ୍ଟକ୍‌ ହୋମ କନ୍‌ଫରେନ୍ସ (୧୯୭୨), ମଣ୍ଟରିଲ ଆକର୍ଡ (୧୯୮୭), ରିଓ କନ୍‌ଫରେନ୍ସ (୧୯୯୨), ବର୍ଲିନ କନ୍‌ଫରେନ୍ସ (୧୯୯୫), କ୍ୱେଟୋ ପ୍ରୋଟୋକଲ (୧୯୯୭), କୋପେନ ହାଗେନ ଆକର୍ଡ (୨୦୦୯) ଏବଂ ପ୍ୟାରିସ ଏଗ୍ରିମେଣ୍ଟ (୨୦୧୫)। ମାତ୍ର ଆବଶ୍ୟକ ସହମତି ଅଭାବରୁ ଦିଆଯାଇଥିବା ପ୍ରସ୍ତାବ ଆଗେଇ ପାରିଲା ନାହିଁ।
ଏବେ ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବିଶ୍ୱର ଶତାଧିକ ବୈଜ୍ଞାନିକ,ବିଶେଷଜ୍ଞ ଓ ପରିବେଶବିତ୍‌ମାନଙ୍କୁ ନେଇ ମିଳିତ ଜାତିସଂଘ ଦ୍ୱାରା ଗଠିତ ଆଇପିସିସି(ଇଣ୍ଟର ଗଭର୍ନମେଣ୍ଟାଲ ପ୍ୟାନେଲ ଅନ୍‌ କ୍ଲାଇମେଟ ଚେଞ୍ଜ)। ଯିଏ ପରିସ୍ଥିତିକୁ ଅନୁଧ୍ୟାନ କରି ପ୍ରତି ୬-୭ ବର୍ଷରେ ଥରେ ଆସେସ୍‌ମେଣ୍ଟ ରିପୋର୍ଟ ପ୍ରଦାନ କରୁଛି । ଅଗଷ୍ଟ୨୦୨୧ରେ ଏହି କମିଟି ୧୩୦୦ ପୃଷ୍ଟା ସମ୍ବଳିତ ଏହାର ଷଷ୍ଠ ରିପୋର୍ଟ ପ୍ରଦାନ କରିଛି , ଯାହାର ମୁଖ୍ୟାଂଶ (ଏସିଆ ମହାଦେଶ ସମ୍ବନ୍ଧରେ) ହେଲା;
-ଚଳିତ ଶତାବ୍ଦୀରେ ଦକ୍ଷିଣ ପଶ୍ଚିମ ଏସିଆରେ ଉଷ୍ମଲହରି ଓ ଗ୍ରୀଷ୍ମ ପ୍ରବାହ ବଢି ଚାଲିବ। ଏହାର ବିଶେଷ ପ୍ରଭାବ ଭାରତ ଉପରେ ପଡ଼ିବ। ବାର୍ଷିକ ଓ ଗ୍ରୀଷ୍ମକାଳୀନ ମୌସୁମୀ ପ୍ରବାହ କମିଯିବ ଏବଂ ତାହା ଅନିୟମିତ ହେବ। ଆଗାମୀ ଦଶନ୍ଧିରେ ଉତ୍ତାପର ପ୍ରକୋପ ବଢ଼ିବ ଓ ଶୀତ କମିବ। ଏହି ରିପୋର୍ଟରେ ସ୍ପଷ୍ଟ କରିଦିଆଯାଇଛି ଯେ ତାପମାତ୍ରା ବୃଦ୍ଧିକୁ ଯଦି ସମ୍ପୂର୍ଣ୍ଣ ଭାବରେ ରୋକା ନ ଯାଏ ତେବେ ଚଳିତ ଶତାବ୍ଦୀର ଶେଷ ବେଳକୁ ଜୀବଜଗତ ଲୋପ ପାଇଯିବ। ବିଶେଷ କରି ସବୁଜ ଗୃହରୁ ନିର୍ଗତ ବାଷ୍ପ (ଗ୍ରୀନ୍‌ ହାଉସ ଏମିସନ୍ସ) ପୃଥିବୀ ପାଇଁ ମୃତ୍ୟୁଦୂତ ସାଜିବ। ୧୭ା୯ା୨୦୨୧ରେ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ ବର୍ଲିନଠାରେ ଚେତାବନୀ ଦେଇଛନ୍ତି ଯେମିତି ହେଲେ ସବୁଜଗୃହରୁ ବାଷ୍ପ ନିର୍ଗମନକୁ ୨୦୩୦ ଭିତରେ ୪୫% କମେଇବାକୁ ପଡିବ I ନଚେତ୍‌ ଏହା ଯୋଗୁ ତାପମାନ ୨.୭୦ ସେଲ୍‌ସିୟସ ବଢ଼ି ପୃଥିବୀ ପାଇଁ ଧ୍ୱଂସର କାରଣ ହେବ।
ଅକ୍ଟୋବର ୨୦୨୧ରେ ଭାଟିକାନ ସିଟିସ୍ଥିତ ପୋପ୍‌ଙ୍କ ବାସଭବନ ଅପୋଷ୍ଟୋଲିକ ପ୍ୟାଲେସ୍‌ରେ ପୋପ୍‌ ଫ୍ରାନ୍ସିସ୍‌ଙ୍କ ଦ୍ୱାରା ଆୟୋଜିତ ବିଶ୍ୱର ବିଭିନ୍ନ ଧର୍ମଗୁରୁଙ୍କ ସମ୍ମିଳନୀରେ ଏହି ସମସ୍ୟାକୁ ସୁଧାରିବା ପାଇଁ ଏକ ସ୍ମାରକପତ୍ର ମିଳିତ ଜାତିସଂଘକୁ ଦିଆଯାଇଛି। ଶହ ଶହ ବର୍ଷ ପୂର୍ବେ ଆମର ମୁନି ଋଷିମାନେ କରିଯାଇଥିବା ଭବିଷ୍ୟବାଣୀ ତଥା ମାଳିକାରେ ପରିକଳ୍ପିତ ‘ପ୍ରଳୟ’ ଏବେ ସତ୍ୟରେ ପରିଣତ ହେବାକୁ ଯାଉନି ତ !
ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri