Posted inଜାତୀୟ

ଘଟଣା ସମୟରେ ଭାରତରେ ନ ଥିବା ବ୍ୟକ୍ତି କିପରି କରିବେ ବଳାତ୍କାର: ହାଇକୋର୍ଟଙ୍କ ପ୍ରଶ୍ନ…

ଚଣ୍ଡିଗଡ଼,୨୭।୨ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ପୀଡିତାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ପଞ୍ଜୀକୃତ ହୋଇଥିବା ଏଫଆଇଆର୍‌କୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଅଭିଯୁକ୍ତ ଅପରାଧ ଘଟିବା ସମୟରେ ଅଭିଯୁକ୍ତ ଦେଶ ବାହାରେ ଥିଲେ। ଅନୁସନ୍ଧାନକାରୀ ଅଧିକାରୀଙ୍କ ଅନୁଯାୟୀ, ବଳାତ୍କାରର ଅପରାଧ ଘଟିଥିବା ବେଳେ ଅଭିଯୁକ୍ତ ଲଣ୍ଡନରେ ଥିଲେ। ଜଷ୍ଟିସ ଜଗମୋହନ ବଂଶଲଙ୍କ ବେଞ୍ଚ ଏହାକୁ ବ୍ଲାକମେଲ ତଥା ଆଇନ ପ୍ରକ୍ରିୟାର ଅପବ୍ୟବହାର ବୋଲି କହିଛନ୍ତି। ଘଟଣା ସମୟରେ ଭାରତରେ ନ ଥିବା ବ୍ୟକ୍ତି କିପରି ବଳାତ୍କାର କରିବେ ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି।

ସ୍ବୀକାର କରାଯାଇଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଅଭିଯୋଗ ହୋଇଥିବା ଦିନ ଅଭିଯୁକ୍ତ ଦେଶ ବାହାରେ ଥିବାରୁ ସେ ଏହି ଅପରାଧ କରିଛନ୍ତି ବୋଲି ବିଶ୍ୱାସ କରିବା ଅତ୍ୟନ୍ତ ଅସମ୍ଭବ। ଏହା ଦୁର୍ଭାଗ୍ୟଜନକ ଯେ ଅଭିଯୋଗ କରିଥିବା ମହିଳା ଭାରତରେ ଥିବା ସମୟରେ ଅଭିଯୁକ୍ତ ବାହାରେ ଥିଲେ।

ବେଞ୍ଚ କହିଛନ୍ତି ଯେ ଏଭଳି ଅଭିଯୋଗରୁ ପ୍ରକୃତ ପ୍ରସଙ୍ଗ ବୁଝିବା କୋର୍ଟଙ୍କ ପାଇଁ କଷ୍ଟସାଧ୍ୟ ହୋଇଥିବାରୁ ଏହି ଅଭିଯୋଗକୁ ଖାରଜ କରାଯିବା ଆବଶ୍ୟକ। ଏଫଆଇଆର୍‌ ଅନୁଯାୟୀ, ଏହି ଘଟଣା ୨୦୧୯ ଫେବୃୟାରୀ ୧ ତାରିଖ ମଧ୍ୟରାତ୍ରିରେ ଘଟିଥିଲା ଏବଂ ଉକ୍ତ ଦିନ ଅଭିଯୁକ୍ତ ଭାରତ ବାହାରେ ଥିଲେ। ସେ ତଦନ୍ତ ଅଧିକାରୀଙ୍କ ଆଗରେ ମଧ୍ୟ ଆବଶ୍ୟକ ପ୍ରମାଣ ମଧ୍ୟ ଦାଖଲ କରିଥିଲେ। ଯାହା ପ୍ରକାଶ କରିଥିଲା ଯେ ସେ ୨୦୧୯ ଜାନୁୟାରୀ ୨୬ରେ ରେ ଭାରତ ଛାଡିଥିଲେ। ତେଣୁ ଘଟିଥିବା ଅପରାଧରେ ତାଙ୍କର ସମ୍ପୃକ୍ତି ଥିବା ନେଇ ପ୍ରଶ୍ନ ଉଠିଛି।

ଏହାକୁ ଦୃଷ୍ଟିରେ ରଖି ଅତିରିକ୍ତ ଚାର୍ଜ ଡିଏସପି, ଭଟିଣ୍ଡାଙ୍କ ଆଫିଡେଭିଟ ଦ୍ୱାରା ଦାଖଲ ହୋଇଥିବା ଷ୍ଟାଟସ ରିପୋର୍ଟକୁ ଧ୍ୟାନରେ ରଖି କୋର୍ଟ ଏଫଆଇଆର୍‌କୁ ଖାରଜ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍‌ରିଓ୍ବାଲ, ଆତିଶୀଙ୍କ ନାଁରେ ମାନହାନି ମାମଲା

ନୂଆଦିଲ୍ଲୀ,୩୦।୪: ଭାଜପା ଓ ଏହାର ସଦସ୍ୟମାନଙ୍କୁ ଅପମାନିତ କରିଥିବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ମନ୍ତ୍ରୀ ଆତିଶୀଙ୍କ ବିରୋଧରେ ସୋମବାର ଦିଲ୍ଲୀର ଏକ ଅଦାଲତରେ...

ତଳକୋର୍ଟରେ ଜାମିନ ଆବେଦନ କରିନ କାହିଁକି

ନୂଆଦିଲ୍ଲୀ,୩୦ା୪(ପି.ଟି.): ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତଳ କୋର୍ଟରେ ଜାମିନ...

ପନ୍ନୁନଙ୍କୁ ହତ୍ୟା ପାଇଁ ହିଟ୍‌ ଟିମ୍‌କୁ ଲଗାଇଥିଲେ ର’ ଅଫିସର

ନୂଆଦିଲ୍ଲୀ,୩୦ା୪: ଆମେରିକା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁନଙ୍କୁ ହତ୍ୟା କରିବା ପାଇଁ ଭାରତ ଯୋଜନା କରିଥିଲା ବୋଲି ଅଭିଯୋଗ ହୋଇଆସୁଛି। ଆମେରିକା ଗଣମାଧ୍ୟମରେ ନିକଟରେ...

ତୃତୀୟ ପର୍ଯ୍ୟାୟରେ ୯% ମହିଳା ପ୍ରାର୍ଥୀ

ନୂଆଦିଲ୍ଲୀ, ୩୦।୪: ଆସନ୍ତା ମାସ ୭ରେ ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୯୫ଟି ଲୋକ ସଭା ଆସନରେ ୧୩୫୨...

ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ୍‌ର ସମନ

ନୂଆଦିଲ୍ଲୀ,୨୯ା୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ...

ଭାଇରାଲ ହେଉଛି ଶାହାଙ୍କ ଫେକ୍‌ ଭିଡ଼ିଓ, ରେଭନ୍ଥ ରେଡ୍ଡୀଙ୍କୁ ସମନ ପଠାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୯ା୪ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଅମିତ ଶାହଙ୍କ ହେଲିକପ୍ଟର

ନୂଆଦିଲ୍ଲୀ,୨୯।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ବିହାରର ବେଗୁସରାଇକୁ ଉଡ଼ାଣ ଭରୁଥିବାବେଳେ ହେଲିକପ୍ଟରଟି ଭାରସାମ୍ୟ ହରାଇଥିଲା। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri