Posted inଜାତୀୟ

ସିଡିଏସ୍‌ ବିପିନ୍‌ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣା କିପରି ହେଲା ? ରିପୋର୍ଟ ରାଜନାଥଙ୍କୁ ପ୍ରଦାନ…

ନୂଆଦିଲ୍ଲୀ, ୫।୧ : ଦେଶର ପ୍ରଥମ ସିଡିଏସ୍‌ ବିପିନ୍‌ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣା ରିପୋର୍ଟ ସମ୍ପର୍କରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ଅବଗତ କରାଯାଇଛି। ୮ ଡିସେମ୍ବର ୨୦୨୧ ରେ ରାୱତଙ୍କ ହେଲିକପ୍ଟର କିପରି ଦୁର୍ଘଟଣାଗ୍ରସ୍ତ ହେଲା? ଏହି ପ୍ରଶ୍ନର ଉତ୍ତର ସେନାର ଅନୁସନ୍ଧାନ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ବୁଧବାର ଯାଞ୍ଚ୍‌ର ରିପୋର୍ଟ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଜଣାଇ ଦିଆଯାଇଛି। ତିନି ବାହିନୀର ଅନୁସନ୍ଧାନର ୪୫ ମିନିଟର ଏକ ଉପସ୍ଥାପନା ପ୍ରତିରକ୍ଷାମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।

ତଦନ୍ତ ରିପୋର୍ଟରେ ଖରାପ ପାଣିପାଗକୁ ହେଲିକପ୍ଟର ଦୁର୍ଘଟଣାର ସବୁଠାରୁ ବଡ କାରଣ ବୋଲି ବିବେଚନା କରାଯାଇଛି। ଅନୁସନ୍ଧାନକାରୀ ଦଳର ସୂଚନାନୁସାରେ, ଏମ୍‌ଆଇ-୧୭ ହେଲିକପ୍ଟରର ପାଇଲଟ ୱିଙ୍ଗ କମାଣ୍ଡର ପୃଥ୍ବୀ ସିଂ ଚୌହାନ ଦୁର୍ଘଟଣାର ୮ ମିନିଟ ପୂର୍ବରୁ ସେ ହେଲିକପ୍ଟରକୁ ଅବତରଣ କରୁଛନ୍ତି ବୋଲି ସୂଚନା ପ୍ରଦାନ କରିଥିଲେ। ସେ ଶେଷ ଥର ପାଇଁ କରିଥିବା ଯୋଗାଯୋଗ ରେକର୍ଡ ହୋଇଥିଲା।

ପାଇଲଟ ହେଲିକପ୍ଟରକୁ ବହୁତ କମ ଉଚ୍ଚତାରେ ଉଡାଉଥିଲେ। ଭୂମିଠାରୁ ପ୍ରାୟ ୫୦୦-୬୦୦ ମିଟର ଉଚ୍ଚତାରେ, ହେଲିକପ୍ଟରଟି ଥିଲା। ହେଲିକପ୍ଟର ଚାରିପଟେ ଘନ ବାଦଲ ଘେରି ରହିଥିଲା। ଫଳରେ ଦୃଶ୍ୟତା ମାନ ହ୍ରାସ ପାଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ପାଇଲଟ୍‌ ହେଲିକପ୍ଟରଟି ରେଲୱେ ଟ୍ରାକକୁ ଅନୁସରଣ କରି ଉଡ଼ାଉଥିଲେ। ହେଲିକପ୍ଟରକଚ ୱେଲିଙ୍ଗଟନ ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜଠାରେ ଅବତରଣ କରିବାକୁ ଯାଉଥିଲେ, ଯେଉଁଠାରେ ଜେନେରାଲ ରାୱତ ଏକ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା।

ଏୟାର ମାର୍ଶଲ ମାନବେନ୍ଦ୍ର ସିଂ ଏହି ଦୁର୍ଘଟଣାରେ ’କୋର୍ଟ ଅଫ ଇନକ୍ୱାରୀ’ର ନେତୃତ୍ୱ ନେଇଛନ୍ତି। ତାମିଲନାଡୁର କୁନୁର ନିକଟରେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୪ଜଣଙ୍କ ମଧ୍ୟରେ ଜେନେରାଲ ରାୱତ, ତାଙ୍କ ପତ୍ନୀ ମଧୁଲିକା, ସେମାନଙ୍କର ପ୍ରତିରକ୍ଷା ପରାମର୍ଶଦାତା ବ୍ରିଗେଡିୟର୍‌ ଏଲ .ଏସ. ଲିଡର୍‌, ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌ା ଷ୍ଟାଫ୍‌ ଅଫିସର ଲ୍ୟୁଟନାଟ୍‌ କଲୋନେଲ୍‌ ହରିଜିନ୍ଦର ସିଂ ଏବଂ ଗ୍ରୁପ କ୍ୟାପଟେନ ବରୁଣ ସିଂ ପ୍ରମୁଖ ଥିଲେ।

ହେଲିକପ୍ଟର ଅବତରଣ ପାଇଁ ପ୍ରସ୍ତୁତି ବେଳେ ମାନବିକ ତ୍ରୁଟି କିମ୍ବା କ୍ରୁ ସଦସ୍ୟଙ୍କ ବିଭ୍ରାନ୍ତ ହେବାର ସମ୍ଭାବନା ସମେତ ଦୁର୍ଘଟଣାର ସମସ୍ତ ସମ୍ଭାବ୍ୟ ଦିଗକୁ ପୋଲିସ ଟିମ ସମୀକ୍ଷା କରିଛନ୍ତି। ଏୟାର ମାର୍ଶଲ ମାନବେନ୍ଦ୍ର ବିମାନ ଦୁର୍ଘଟଣାର ଅନୁସନ୍ଧାନ କରୁଥିବା ଦେଶର ସର୍ବୋତ୍ତମ ଅନୁସନ୍ଧାନକାରୀଙ୍କ ମଧ୍ୟରେ ବେଶ୍‌ ଜଣାଶୁଣା। ସେ ବର୍ତ୍ତମାନ ବେଙ୍ଗାଲୁରୁରେ ଅବସ୍ଥିତ ଭାରତୀୟ ବାୟୁସେନାର ଟ୍ରେନିଂ କମାଣ୍ଡର ନେତୃତ୍ୱ ନେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

SIRକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ଭାଜପାର ବଡ଼ ବିଜୟ, ବିରୋଧୀଙ୍କୁ ଲାଗିଲା ଝଟ୍‌କା

ଗାନ୍ଧୀନଗର,୧୩।୧୦: ଗୁଜରାଟରେ ସ୍ଥାନୀୟ ନିକାୟ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ, ଓଖା ଓ ଥାରାରେ ଭାଜପା ଚମତ୍କାର ବିଜୟ ହାସଲ…

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?