Posted inଜାତୀୟ

ସିଡିଏସ୍‌ ବିପିନ୍‌ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣା କିପରି ହେଲା ? ରିପୋର୍ଟ ରାଜନାଥଙ୍କୁ ପ୍ରଦାନ…

ନୂଆଦିଲ୍ଲୀ, ୫।୧ : ଦେଶର ପ୍ରଥମ ସିଡିଏସ୍‌ ବିପିନ୍‌ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣା ରିପୋର୍ଟ ସମ୍ପର୍କରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ଅବଗତ କରାଯାଇଛି। ୮ ଡିସେମ୍ବର ୨୦୨୧ ରେ ରାୱତଙ୍କ ହେଲିକପ୍ଟର କିପରି ଦୁର୍ଘଟଣାଗ୍ରସ୍ତ ହେଲା? ଏହି ପ୍ରଶ୍ନର ଉତ୍ତର ସେନାର ଅନୁସନ୍ଧାନ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ବୁଧବାର ଯାଞ୍ଚ୍‌ର ରିପୋର୍ଟ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଜଣାଇ ଦିଆଯାଇଛି। ତିନି ବାହିନୀର ଅନୁସନ୍ଧାନର ୪୫ ମିନିଟର ଏକ ଉପସ୍ଥାପନା ପ୍ରତିରକ୍ଷାମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।

ତଦନ୍ତ ରିପୋର୍ଟରେ ଖରାପ ପାଣିପାଗକୁ ହେଲିକପ୍ଟର ଦୁର୍ଘଟଣାର ସବୁଠାରୁ ବଡ କାରଣ ବୋଲି ବିବେଚନା କରାଯାଇଛି। ଅନୁସନ୍ଧାନକାରୀ ଦଳର ସୂଚନାନୁସାରେ, ଏମ୍‌ଆଇ-୧୭ ହେଲିକପ୍ଟରର ପାଇଲଟ ୱିଙ୍ଗ କମାଣ୍ଡର ପୃଥ୍ବୀ ସିଂ ଚୌହାନ ଦୁର୍ଘଟଣାର ୮ ମିନିଟ ପୂର୍ବରୁ ସେ ହେଲିକପ୍ଟରକୁ ଅବତରଣ କରୁଛନ୍ତି ବୋଲି ସୂଚନା ପ୍ରଦାନ କରିଥିଲେ। ସେ ଶେଷ ଥର ପାଇଁ କରିଥିବା ଯୋଗାଯୋଗ ରେକର୍ଡ ହୋଇଥିଲା।

ପାଇଲଟ ହେଲିକପ୍ଟରକୁ ବହୁତ କମ ଉଚ୍ଚତାରେ ଉଡାଉଥିଲେ। ଭୂମିଠାରୁ ପ୍ରାୟ ୫୦୦-୬୦୦ ମିଟର ଉଚ୍ଚତାରେ, ହେଲିକପ୍ଟରଟି ଥିଲା। ହେଲିକପ୍ଟର ଚାରିପଟେ ଘନ ବାଦଲ ଘେରି ରହିଥିଲା। ଫଳରେ ଦୃଶ୍ୟତା ମାନ ହ୍ରାସ ପାଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ପାଇଲଟ୍‌ ହେଲିକପ୍ଟରଟି ରେଲୱେ ଟ୍ରାକକୁ ଅନୁସରଣ କରି ଉଡ଼ାଉଥିଲେ। ହେଲିକପ୍ଟରକଚ ୱେଲିଙ୍ଗଟନ ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜଠାରେ ଅବତରଣ କରିବାକୁ ଯାଉଥିଲେ, ଯେଉଁଠାରେ ଜେନେରାଲ ରାୱତ ଏକ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା।

ଏୟାର ମାର୍ଶଲ ମାନବେନ୍ଦ୍ର ସିଂ ଏହି ଦୁର୍ଘଟଣାରେ ’କୋର୍ଟ ଅଫ ଇନକ୍ୱାରୀ’ର ନେତୃତ୍ୱ ନେଇଛନ୍ତି। ତାମିଲନାଡୁର କୁନୁର ନିକଟରେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୪ଜଣଙ୍କ ମଧ୍ୟରେ ଜେନେରାଲ ରାୱତ, ତାଙ୍କ ପତ୍ନୀ ମଧୁଲିକା, ସେମାନଙ୍କର ପ୍ରତିରକ୍ଷା ପରାମର୍ଶଦାତା ବ୍ରିଗେଡିୟର୍‌ ଏଲ .ଏସ. ଲିଡର୍‌, ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌ା ଷ୍ଟାଫ୍‌ ଅଫିସର ଲ୍ୟୁଟନାଟ୍‌ କଲୋନେଲ୍‌ ହରିଜିନ୍ଦର ସିଂ ଏବଂ ଗ୍ରୁପ କ୍ୟାପଟେନ ବରୁଣ ସିଂ ପ୍ରମୁଖ ଥିଲେ।

ହେଲିକପ୍ଟର ଅବତରଣ ପାଇଁ ପ୍ରସ୍ତୁତି ବେଳେ ମାନବିକ ତ୍ରୁଟି କିମ୍ବା କ୍ରୁ ସଦସ୍ୟଙ୍କ ବିଭ୍ରାନ୍ତ ହେବାର ସମ୍ଭାବନା ସମେତ ଦୁର୍ଘଟଣାର ସମସ୍ତ ସମ୍ଭାବ୍ୟ ଦିଗକୁ ପୋଲିସ ଟିମ ସମୀକ୍ଷା କରିଛନ୍ତି। ଏୟାର ମାର୍ଶଲ ମାନବେନ୍ଦ୍ର ବିମାନ ଦୁର୍ଘଟଣାର ଅନୁସନ୍ଧାନ କରୁଥିବା ଦେଶର ସର୍ବୋତ୍ତମ ଅନୁସନ୍ଧାନକାରୀଙ୍କ ମଧ୍ୟରେ ବେଶ୍‌ ଜଣାଶୁଣା। ସେ ବର୍ତ୍ତମାନ ବେଙ୍ଗାଲୁରୁରେ ଅବସ୍ଥିତ ଭାରତୀୟ ବାୟୁସେନାର ଟ୍ରେନିଂ କମାଣ୍ଡର ନେତୃତ୍ୱ ନେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ-ଚାଇନା ସୀମାରେ ପ୍ରବଳ ବର୍ଷା, ଭୂସ୍ଖଳନରେ ଧୋଇଗଲା ରାଜପଥ

ଇଟାନଗର,୨୫ା୪: ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ ଲଗାତର ବର୍ଷା...

କ୍ରାସ୍‌ ହେଲା ବାୟୁସେନା ବିମାନ: ଉଡିଗଲା ପଙ୍ଖା

ନୂଆଦିଲ୍ଲୀ,୨୫।୪: ରାଜସ୍ଥାନର ଜୈସଲମେର ନିକଟରେ ବିମାନ ଉଡ଼ାଣ ସମୟରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟର ବିଷୟ ହେଉଛି ଏହି ଦୁର୍ଘଟଣାରେ ଜୀବନହାନୀ...

ଭୋଟ ଦେଇଥିବା ପ୍ରମାଣ କଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ବିଅର

ନୂଆଦିଲ୍ଲୀ,୨୫।୪: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ତେବେ...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୨୫।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରେନାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ...

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍‌, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍‌

ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍‌। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri