ଓଡ଼ିଆ ଭାଷା ସମୃଦ୍ଧ ହେବ କେମିତି

ଆମ ଦେଶର ୧୧ ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡ଼ିଆ ୬ଷ୍ଠ ସ୍ଥାନ ପାଇଛି। ୨୦୧୪ ଫେବୃଆରୀ ୨୦ରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା। ଭାଷା ପ୍ରତିଷ୍ଠାନ ଓ ଓଡ଼ିଆ ବିଶ୍ୱବିଦ୍ୟାଳୟ ଖୋଲାଗଲା। ସଂସ୍କୃତି ବିଭାଗକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ବଦଳାଗଲା। ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଭୁବନେଶ୍ୱରରେ ହେଲା। ଓଡ଼ିଆରେ ସରକାରୀ କାଗଜପତ୍ର ସବୁ ଲେଖାଯିବାର ବ୍ୟବସ୍ଥା ସହ ବହୁ କାର୍ଯ୍ୟକ୍ରମ ହାତକୁ ନିଆଗଲା। ସରକାର ଓଡ଼ିଆ ଭାଷାର ଉନ୍ନତି ପାଇଁ ବହୁ ଆଲୋଚନାଚକ୍ର, ପାଠଚକ୍ର ଓ ସମ୍ମିଳନୀ ଆୟୋଜନ କଲେ। ଏହା ପରେ ମଧ୍ୟ ଆମ ମାତୃଭାଷା ସଙ୍କଟରେ କାହିଁକି? କାହିଁକି ଛାତ୍ରୀଛାତ୍ରମାନେ ଓଡ଼ିଆ ଭାଷା ଓ ସାହିତ୍ୟ ପାଠ୍ୟକ୍ରମ ପ୍ରତି ଆଗ୍ରହ ରଖୁନାହାନ୍ତି? କାହିଁକି ଓଡ଼ିଶାରେ ଓଡ଼ିଆ ଶୁଦ୍ଧ ଭାବରେ ଲେଖାହୋଇପାରୁନାହିଁ ? ବହି ପ୍ରତି କାହିଁକି ଯୁବପିଢ଼ିଙ୍କ ଶ୍ରଦ୍ଧା କମି କମି ଯାଉଛି ? ଏମିତି ଅନେକ ପ୍ରଶ୍ନ ଆମକୁ ଆନ୍ଦୋଳିତ କରୁଛି। ବାସ୍ତବରେ କ’ଣ ଆମେ ଆମ ଭାଷା ପ୍ରତି ପ୍ରତିଶ୍ରୁତିବଦ୍ଧ ? ଯଦି ସତ୍ୟ ତେବେ ୮୯ ବର୍ଷ ସ୍ବତନ୍ତ୍ର ଉତ୍କଳ ଗଠନ ପରେ ବି ଏମିତି ଦୁଃସ୍ଥିତି ଦେଖିବାକୁ ପଡ଼ୁଛି କାହିଁକି ? ସବୁଠୁ ବଡ଼ ଉତ୍ତର ହେଉଛି ଓଡ଼ିଆ ଭାଷା ଓ ସାହିତ୍ୟ ଛାତ୍ରୀଛାତ୍ରଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା। ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଯାହା ସବୁ ନିଷ୍ପତ୍ତି ନିଆଯାଇଥିଲା, ତାହା କାର୍ଯ୍ୟକାରୀ ହୋଇଥାଆନ୍ତା କି ନାହିଁ ଆମେ ଜାଣିନୁ, କିନ୍ତୁ ସରକାର ବଦଳିଗଲା। ବର୍ତ୍ତମାନର ସରକାର ଯଦି ଆନ୍ତରିକ ଭାବେ ଚାହିଁବେ ତେବେ ଓଡ଼ିଆ ଭାଷା, ସାହିତ୍ୟର ଉନ୍ନତି ଚରମ ସୋପାନରେ ପହଞ୍ଚିପାରିବ। ଓଡ଼ିଆ ଭାଷା ଓ ସାହିତ୍ୟକୁ ସମ୍ପୂର୍ଣ୍ଣ ସମୃଦ୍ଧି କରିବା ନିମନ୍ତେ ଏ ଲେଖକ କେତୋଟି ଆକଳନ କରିଛି, ଯଦି ସରକାରୀ ସ୍ତରରେ ଅତି ଆନ୍ତରିକତାର ସହ ଏହି ପ୍ରସ୍ତାବଗୁଡ଼ିକୁ ଲାଗୁ କରାଯିବ ତେବେ ଓଡ଼ିଆ ପ୍ରତି ହେଉଥିବା ଚରମ ଅବିଚାର ଲୋପପାଇପାରିବ।
ପ୍ରଥମତଃ, ପ୍ରତ୍ୟେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଂସ୍କୃତ ଶାସ୍ତ୍ରୀୟ ଶିକ୍ଷକଙ୍କ ପରି ଓଡ଼ିଆ ଶାସ୍ତ୍ରୀୟ ଶିକ୍ଷକ ବା ଓଡ଼ିଆ କ୍ଲାସିକାଲ୍‌ ଟିଚର ପଦବୀ ସୃଷ୍ଟିହେଉ। ଫଳରେ ଓଡ଼ିଆ ସ୍ନାତକୋତ୍ତର ପାସ୍‌ କରିଥିବା ଛାତ୍ରୀଛାତ୍ରମାନେ ନିଯୁକ୍ତିର ସୁଯୋଗ ପାଇବେ। ଓଡ଼ିଆ ସାହିତ୍ୟ ପଢ଼ିବାକୁ ଛାତ୍ରୀଛାତ୍ରମାନେ ମନ ବଳାଇବେ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରୁ ଛାତ୍ରୀଛାତ୍ରମାନେ ଶୁଦ୍ଧ ଓଡ଼ିଆ ଶିଖିବେ। ସବୁଠୁ ବଡ଼କଥା ହେବ, ଶାରୀରିକ ପ୍ରଶିକ୍ଷଣ ଶିକ୍ଷକ(ପିଇଟି) ବା ଯେକୌଣସି ଶିକ୍ଷକ ପଢ଼ାଉଥିବା ଓଡ଼ିଆ ପାଠପଢ଼ାରୁ ଛାତ୍ରୀଛାତ୍ରମାନେ ମୁକ୍ତି ପାଇବେ। ଦ୍ୱିତୀୟତଃ, ଓଡ଼ିଆ ଅନୁବାଦ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇ ପୃଥିବୀର ବିଭିନ୍ନ ଭାଷାରୁ ଓଡ଼ିଆ ଭାଷାକୁ ପୁସ୍ତକ ଅନୁବାଦ କରାଯାଉ। ଏହି ପ୍ରତିଷ୍ଠାନ ଖୋଲିବା ପାଇଁ ବର୍ତ୍ତମାନର ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। ତୃତୀୟରେ, ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାରପ୍ରସାର ନିମନ୍ତେ ପ୍ରତି ବ୍ଲକ୍‌ରେ ଗୋଟିଏ ‘ବ୍ଲକ୍‌ ଓଡ଼ିଆ ଭାଷା ପ୍ରବର୍ତ୍ତନ ଅଧିକାରୀ’ ପଦବୀ ବା ବ୍ଲକ୍‌ ଓଡ଼ିଆ ଲାଙ୍ଗୁଏଜ୍‌ ଏନ୍‌ଫୋର୍ସମେଣ୍ଟ ଅଫିସର (ବିଓଏଲ୍‌ଇଓ) ସୃଷ୍ଟି କରାଯାଉ। ଫଳରେ ଏହି ବିଓଏଲ୍‌ଇଓ ବ୍ଲକ୍‌ରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭକରି ଦୋକାନ ବଜାରରେ ଲାଗିଥିବା ନାମଫଳକ, ହୋର୍ଡିଂ ଇତ୍ୟାଦିରେ ଓଡ଼ିଆ ଭାଷା ପ୍ରୟୋଗ ହେଉଛି କି ନାହିଁ ତଦାରଖ କରିବା ସହ ସମସ୍ତ କାର୍ଯ୍ୟାଳୟ ଓ ବିଦ୍ୟାଳୟ, ମହାବିଦ୍ୟାଳୟରେ ଓଡ଼ିଆ ଭାଷାର ଶୁଦ୍ଧ ପ୍ରୟୋଗକୁ ଯାଞ୍ଚ କରିବେ। ଆବଶ୍ୟକ ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଓଡ଼ିଆ ସାହିତ୍ୟରେ ପ୍ରଶିକ୍ଷଣ ଦେଇପାରିବେ ଏବଂ ଓଡ଼ିଆ ଭାଷାର ଉଚିତ ପ୍ରୟୋଗ ପାଇଁ ଆବଶ୍ୟକ ପଦକ୍ଷେପ ନେଇପାରିବେ। ଏହାଦ୍ୱାରା ଓଡ଼ିଆରେ ଉଚ୍ଚଶିକ୍ଷା ପାଇଥିବା ବ୍ୟକ୍ତିକୁ ନିଯୁକ୍ତି ମିଳିବା ସହ ଗାଁରୁ ସହର ଯାଏ ସବୁ ସ୍ଥାନରେ ଶୁଦ୍ଧ ଓଡ଼ିଆ ବ୍ୟବହାର ହୋଇପାରିବ। ଚତୁର୍ଥରେ, ଓଡ଼ିଶାରେ ଅବସ୍ଥିତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ସହ ସମସ୍ତ ବୈଷୟିକ ଓ ଡାକ୍ତରୀ ପାଠ୍ୟକ୍ରମରେ ୧୦୦ ନମ୍ବର ଓଡ଼ିଆ ଭାଷା ଓ ସାହିତ୍ୟ ପଢ଼ିବାକୁ ବାଧ୍ୟତାମୂଳକ କରାଗଲେ ଏହିସବୁ ଅନୁଷ୍ଠାନରେ ଓଡ଼ିଆ ଶିକ୍ଷକ, ଅଧ୍ୟାପକ ପଦବୀ ସୃଷ୍ଟି ହୋଇପାରିବ। ଓଡ଼ିଆ ଭାଷା ସାହିତ୍ୟ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ସୁବିଧା ମିଳିପାରିବ ଏବଂ ସମସ୍ତେ ଓଡ଼ିଆ ଶିଖିବାକୁ ଓ ପଢ଼ିବାକୁ ବାଧ୍ୟ ହେବେ।
ପଞ୍ଚମରେ, ବିଶ୍ୱବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷା ଓ ସାହିତ୍ୟକୁ ପ୍ରାଧାନ୍ୟ ଦିଆଯାଇ ଅଧ୍ୟାପକ ପଦବୀ ବୃଦ୍ଧି ସହ ଗବେଷଣା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇ ଗୁଗଲ୍‌ ଓ ଇଣ୍ଟରନେଟ୍‌ରେ ଇଂରାଜୀ ଭଳି ଓଡ଼ିଆ ଶବ୍ଦକୋଷ ସହ ଓଡ଼ିଆ ଭାଷା ଓ ସାହିତ୍ୟକୁ ଅପ୍‌ଲୋଡ୍‌ କରାଯିବା ସମୟର ଆବଶ୍ୟକତା। ଷଷ୍ଠରେ, ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ଓଡ଼ିଶାର ପ୍ରତି ବ୍ଲକ୍‌ ମୁଖ୍ୟାଳୟ, ଜିଲା ମୁଖ୍ୟାଳୟ ଓ ପ୍ରତି ପଞ୍ଚାୟତରେ ପାଠାଗାର ପ୍ରତିଷ୍ଠା କରାଯିବା ଉଚିତ। ଫଳରେ ସରକାର ସାହିତ୍ୟ ପତ୍ରପତ୍ରିକା, ସମ୍ବାଦପତ୍ର ଓ ଅନ୍ୟାନ୍ୟ ଉପାଦେୟ ପୁସ୍ତକ କ୍ରୟ କରିବେ ଏବଂ ପଢ଼ିବା ପାଇଁ ଗ୍ରାମାଞ୍ଚଳରେ ଛାତ୍ରୀଛାତ୍ରମାନେ ସୁଯୋଗ ପାଇବେ। ଏହାଦ୍ୱାରା ସାହିତ୍ୟ ପତ୍ରପତ୍ରିକା ଓ ବହି ବଞ୍ଚତ୍ବ। ବହି ପ୍ରତି ଆନମନା ଯୁବତୀଯୁବକମାନଙ୍କୁ ପଢ଼ିବା ପାଇଁ ପ୍ରେରଣା ମିଳିବ। ସପ୍ତମରେ, ଓଡ଼ିଶା ସାହିତ୍ୟ ଏକାଡେମୀକୁ ଅଧିକ ଅନୁଦାନ ପ୍ରଦାନକରି ପ୍ରତିବର୍ଷ ପ୍ରତିଷ୍ଠିତ ଲେଖକଙ୍କ ବହି ଛାପିବା, ଗରିବ ଲେଖକଙ୍କୁ ସହାୟତା ପ୍ରଦାନ କରିବା ସହ ତାଙ୍କ ବହି ପ୍ରକାଶ କରିବାକୁ ତ୍ୱରାନ୍ବିତ କରାଯିବା ଆବଶ୍ୟକ। ଅଷ୍ଟମରେ, ଓଡ଼ିଆ ସାହିତ୍ୟ ଏକାଡେମୀରେ ଅବସ୍ଥିତ ଛୋଟିଆ ପୁସ୍ତକ ଦୋକାନ ଅତି ନଗଣ୍ୟ ଓ ଓଡ଼ିଆ ସାହିତ୍ୟ ପ୍ରତି ହୀନମାନ୍ୟତା ପ୍ରଦର୍ଶିତ ହେଉଛି। ଏହି ଦୋକାନଟିର ଦୟନୀୟ ଅବସ୍ଥା ଦେଖିଲେ ସ୍ବାଭିମାନୀ ଓଡ଼ିଆଟି କାନ୍ଦି ପକେଇବ। ତେଣୁ ଏକାଡେମୀ ପକ୍ଷରୁ ଏକ ବିଶାଳ ପୁସ୍ତକ ଭବନ ନିର୍ମାଣକରି ଦେଶର ସବୁ ଭାଷାର ଯୋଗ୍ୟ ପୁସ୍ତକଗୁଡ଼ିକୁ ରଖାଯାଇ ବିକ୍ରି କରାଯାଉ। ନବମରେ, ଓଡ଼ିଶା ସାହିତ୍ୟ ଏକାଡେମୀ ଅଧୀନରେ ଏକ ୩ତାଲା ବିଶିଷ୍ଟ ଓଡ଼ିଆ ଭାଷା ସାହିତ୍ୟ ଭବନ ନିର୍ମାଣ କରାଯାଉ ; ଯେଉଁଠି ୧୦୦, ୨୦୦, ୫୦୦, ୧୦୦୦ ଓ ୩୦୦୦ ଆସନ ଥିବା ସଭାକକ୍ଷ ରହୁ ଯାହାଦ୍ୱାରା ସାହିତି୍ୟକମାନେ ସୁଲଭ ମୂଲ୍ୟରେ ସାହିତ୍ୟ ସଭା, ସାହିତ୍ୟ ଆଲୋଚନା ଓ ସମ୍ମିଳନୀ କରିପାରିବେ। ଯାହାର ଚତୁଃପାର୍ଶ୍ୱରେ ପୁସ୍ତକ ପ୍ରକାଶକମାନଙ୍କୁ ବୁକ୍‌ ଷ୍ଟଲ୍‌ କରି ସୁଲଭ ମୂଲ୍ୟରେ ଭଡ଼ାରେ ଦିଆଯାଇପାରିବ। ଏହାଦ୍ୱାରା ଜଣେ ବ୍ୟକ୍ତିକୁ ବହିଟିଏ କିଣିବାକୁ ସହର/ବଜାର ଓ ଏ ଗଳି ସେଗଳି ବୁଲିବାରୁ ମୁକ୍ତି ମିଳିବ। ଏହାକୁ ‘ସାହିତ୍ୟ ଚକ୍ରନାଭି’ ବା ‘ଲିଟେରାରି ହବ୍‌’ରେ ନାମିତ କରାଯାଇପାରିବ। ଉକ୍ତ ‘ସାହିତ୍ୟ ଚକ୍ରନାଭି’ ସମସ୍ତ ଜିଲା ମହକୁମାରେ ଛୋଟ ହେଉ ବରଂ କିନ୍ତୁ କରାଯିବାର ଆବଶ୍ୟକତା ରହିଛି। ଦଶମରେ, ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିବର୍ଷ ଜାତୀୟ ସାହିତ୍ୟ ସମ୍ମିଳନୀ ଆୟୋଜନକରି ପ୍ରତି ରାଜ୍ୟର ସାହିତ୍ୟ ଏକାଡେମୀର ସଭାପତି, ଉପସଭାପତି, ସଚିବ ଓ ଉପ ସଚିବମାନଙ୍କୁ ନିମନ୍ତ୍ରଣ କରାଯାଇ ଓଡ଼ିଶାରେ ବିଭିନ୍ନ ଭାଷା ଓ ସାହିତ୍ୟ ବିଷୟରେ ଆଲୋଚନା କରାଗଲେ ଦେଶରେ ପାରସ୍ପରିକ ଭାଷା ସମ୍ପର୍କ ବୃଦ୍ଧି ହେବ ଏବଂ ଆମ ସାହିତି୍ୟକମାନଙ୍କ ଭିତରେ ଥିବା କୂପମଣ୍ଡୁକତା ଦୂରହେବ। ସାହିତି୍ୟକମାନଙ୍କୁ ଦେଶର ବିଭିନ୍ନ ରାଜ୍ୟ ତଥା ବିଶ୍ୱର ବିଭିନ୍ନ ଦେଶକୁ ସାହିତ୍ୟ ସମ୍ମିଳନୀରେ ଅଂଶ ଗ୍ରହଣ କରିବାକୁ ସରକାରୀ ସ୍ତରରୁ ସମସ୍ତ ଖର୍ଚ୍ଚ ବହନକରି ପଠାଯାଉ, ଯାହାଦ୍ୱାରା ଆମ ସାହିତି୍ୟକମାନେ ନିଜକୁ ଅନ୍ୟମାନଙ୍କ ତୁଳନାରେ ନୂ୍ୟନ ମନେକରିବେ ନାହିଁ। ଏକାଦଶରେ, ପ୍ରତିବର୍ଷ ବାଧ୍ୟତାମୂଳକ ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ସ୍ତରୀୟ କ୍ଷୁଦ୍ରଗଳ୍ପ, କବିତା, ପ୍ରବନ୍ଧ, ନାଟକ, ଉପନ୍ୟାସ ଓ ବିତର୍କ ପ୍ରତିଯୋଗିତା କରାଯାଇ ରାଜ୍ୟସ୍ତରକୁ ଉନ୍ନୀତ, ଅତିକମ୍‌ରେ ପ୍ରତି ବିଷୟରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ରଙ୍କୁ ସାର୍ଟିଫିକେଟ୍‌ ସହ ଆର୍ଥିକ ସହାୟତା ପ୍ରଦାନ କରାଯାଉ ଏବଂ ପ୍ରତି ବିଭାଗରେ ୫ଜଣ ଲେଖାଏଁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ ପୂର୍ବକ ପ୍ରମାଣପତ୍ର ପ୍ରଦାନ କରାଯାଉ। ଦ୍ୱାଦଶରେ, ଦେଶର ରାଜଧାନୀ ନୂଆଦିଲ୍ଲୀରେ ଓଡ଼ିଶା ସରକାର ଏକ ବହୁତଳ ବିଶିଷ୍ଟ ଓଡ଼ିଶା ସଂସ୍କୃତି ଭବନ ନିର୍ମାଣ କରନ୍ତୁ ,ଯାହାଦ୍ୱାରା ସାହିତି୍ୟକ, ସଙ୍ଗୀତଜ୍ଞ, ଚିତ୍ରକର, କଳାକାରମାନେ ସୁଲଭ ମୂଲ୍ୟରେ ରହିବାର ସୁଯୋଗ ପାଇବା ସହ ଓଡ଼ିଆ ଭାଷା ସୁରକ୍ଷା ଓ ପ୍ରସାର ପାଇଁ କାର୍ଯ୍ୟ କରିପାରିବେ ଏବଂ ତ୍ରୟୋଦଶରେ, ଓଡ଼ିଶା ସରକାର ଶ୍ରଦ୍ଧା ଓ ସମ୍ମାନର ସହ ଜଣେ ଲୋକପ୍ରିୟ ବୟୋଜ୍ୟେଷ୍ଠ ଓ ସର୍ବୋଚ୍ଚ ସମ୍ମାନର ଅଧିକାରୀ ସାହିତି୍ୟକ ଓ ସାହିତି୍ୟକାଙ୍କୁ ରାଜ୍ୟ ସଭାକୁ ମନୋନୀତ କରିବା ଉଚିତ। ଫଳରେ ଅନ୍ୟ ରାଜ୍ୟଗୁଡ଼ିକ ଅନୁପ୍ରାଣିତ ହେବେ। ଏହାଦ୍ୱାରା ଦେଶରେ ସାହିତି୍ୟକମାନଙ୍କ ସମସ୍ୟା, ସାହିତ୍ୟର ସୁରକ୍ଷା ଓ ଉନ୍ନତି ପାଇଁ ସେମାନେ ସଂସଦରେ ମତାମତ ଉତ୍‌ଥାପନ କରିପାରିବେ। ଏହା ହେବ ସାହିତି୍ୟକମାନଙ୍କ ପ୍ରତି ରାଷ୍ଟ୍ରର ଉଚ୍ଚତମ ସମ୍ମାନ।

ନିରାକାର ଦାସ
ରଘୁନାଥପୁର, ଭୁବନେଶ୍ୱର
ମୋ: ୯୪୩୭୦୧୩୧୩୯


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଆରମ୍ଭ ୬ ହଜାରରୁ ହେଲେ ଏବେ ୧୩ ପ୍ଲଟ୍‌, ଲକ୍‌ରରେ କୋଟି କୋଟି ଟଙ୍କା ; ଆଇଟିଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି…

ଭୁବନେଶ୍ୱର/ବାଲିଗୁଡ଼ା,୬।୬(ତ୍ରିନାଥ ମହାନ୍ତି/ ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ…

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri