ବିନା ସିଟିଓ ପ୍ରମାଣପତ୍ରରେ ଚାଲିଛି ହୋଟେଲ, ଲଜ୍‌

କେନ୍ଦୁଝର, ୭।୯ (ସ୍ବ.ପ୍ର): କେନ୍ଦୁଝର ଜିଲାରେ ଦିନକୁ ଦିନ ବୃଦ୍ଧିପାଉଛି ହୋଟେଲ, ଲଜ୍‌ ଶିଳ୍ପ। କେନ୍ଦୁଝର ସହର ସମେତ ଜିଲାର ବିଭିନ୍ନ ସହରରେ ବଡ଼ ବଡ଼ ହୋଟେଲ ଏବଂ ଲଜ୍‌ ଖୋଲୁଛି। କିନ୍ତୁ ଏକାଧିକ ହୋଟେଲ ଓ ଲଜ୍‌ ବିନା ଅନୁମତିରେ ଏବଂ ନିୟମ ଉଲ୍ଲଂଘନ କରି ଚାଲୁଥିତ୍ବା ଅଭିଯୋଗ ହେଉଛି। ହୋଟେଲ ଓ ଲଜ୍‌ ଚଳାଇବା ପାଇଁ ଅନୁମତି ପତ୍ର (କନସେଣ୍ଟ ଟୁ ଅପରେଟ) ପ୍ରଦୂଷଣ ବୋର୍ଡ ନିକଟରୁ ଆଣିବାର ନିୟମ ଥିବା ବେଳେ ଜିଲାରେ ମାତ୍ର ୧୫ଟି ହୋଟେଲ ଓ ଲଜ୍‌ ଏହି ଅନୁମତି ପତ୍ର ନେଇ ଚଳାଉଥିବା ଜଣାପଡ଼ିଛି। ୧୦୦ରୁ ଊର୍ଦ୍ଧ୍ୱ ହୋଟେଲ ଓ ଲଜ୍‌ ନିକଟରେ ଅନୁମତି ପତ୍ର ନାହିଁ। ହୋଟେଲ ଏବଂ ଲଜ୍‌ର ରୁମ, କନଫରେନ୍ସ ହଲ, ଡାଇନିଂ ହଲ, ବସିବା କ୍ଷମତା ଆଧାରରେ ଅନୁମତି ପତ୍ର ଦିଆଯାଇଥାଏ। କେତେକ ହୋଟେଲ ୫ ବର୍ଷ ପାଇଁ ସିଟିଓ ନେଇଥିବା ବେଳେ ଆଉ କିଛି ହୋଟେଲ ଏବଂ ଲଜ୍‌କୁ ୧୦ ବର୍ଷ ପାଇଁ ସିଟିଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଛି, ଯାହାକି ସନ୍ଦେହଜନକ। ହୋଟେଲ ଓ ଲଜ୍‌ର ଭିତ୍ତିଭୂମି ତଦାରଖ କରାନଯାଇ କେମିତି ୫ବର୍ଷ ଓ ୧୦ବର୍ଷ ପାଇଁ ସିଟିଓ ଦିଆଯାଉଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ହୋଟେଲ ଏବଂ ଲଜ୍‌ର ବର୍ଜ୍ୟଜଳ ବିଶୋଧନ କରାନଯାଇ ସିଧାସଳଖ ଡ୍ରେନରେ ଛଡ଼ା ଯାଉଥିବାରୁ ଜଳ ପ୍ରଦୂଷଣ ବଢୁଛି। ଏପରିକି କିଛି ହୋଟେଲ ଏବଂ ଲଜ୍‌ ପାଇଖାନା ଟାଙ୍କି ପାଣି ମଧ୍ୟ ଟ୍ରିଟମେଣ୍ଟ ନ କରି ଡ୍ରେନରେ ଛାଡୁଥିବାରୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ହୋଟେଲ ଏବଂ ଲଜ୍‌ର ବର୍ଜ୍ୟଜଳ ଇଟିପି ମାଧ୍ୟମରେ ଟ୍ରିଟମେଣ୍ଟ ହେବା ପରେ ଡ୍ରେନରେ ଛଡାଯିବାର ନିୟମ ରହିଛି। ମାତ୍ର ତାହା କରାନଯାଇ ସିଧାସଳଖ ଡ୍ରେନରେ ଛଡ଼ାଯାଉଛି। ତେଣୁ ଏହିସବୁ ହୋଟେଲ ଓ ଲଜ୍‌ଗୁଡ଼ିକରେ ସଠିକ୍‌ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧଜୀବୀ ମହଲରେ ଦାବି ହେଉଛି। ସେହିପରି ପାର୍କିଂ ବ୍ୟବସ୍ଥା ନଥାଇ ଏବଂ ଅଗ୍ନି ନିର୍ବାପକ ସୁରକ୍ଷା ବ୍ୟବସ୍ଥା ନଥାଇ ଏହିସବୁ ହୋଟେଲ, ଲଜଗୁଡିକୁ କିପରି ଅନୁମତି ଦିଆଯାଇଛି ସେସବୁର ଜିଲାପାଳ ତଦନ୍ତ କରିବାକୁ ସହରବାସୀ ଦାବି କରିଛନ୍ତି ା ଏନେଇ ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କରଙ୍କୁ ପଚାରିବାରୁ ସେ କହିଛନ୍ତି, ହୋଟେଲ ଲଜ୍‌ଗୁଡ଼ିକୁ ଚିହ୍ନଟ କରାଯାଇ ପ୍ରଦୂଷଣର ମାତ୍ରା ଅନୁସାରେ ତିନି ପ୍ରକାର (ରେଡ, ଅରେଞ୍ଜ, ଗ୍ରୀନ) ଅନୁମତି ପତ୍ର ଦିଆଯାଇଥାଏ ା ତେବେ କେଉଁ ଆଧାରରେ ପ୍ରମାଣପତ୍ର ଦିଆଯାଇଛି ସେନେଇ ଯାଞ୍ଚ କରି ପଦକ୍ଷେପ ନେବେ ା


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri