Posted inଫୁରସତ

ଟ୍ରାକ୍ଟରରେ ଉଦ୍ଧାର ହେଲେ ସିଇଓଙ୍କ ପରିବାର

ବେଙ୍ଗାଲୁରୁ,୭।୯: ବେଙ୍ଗାଲୁରୁରେ ଗତ ୭୫ ବର୍ଷ ମଧ୍ୟରେ ତୃତୀୟ ସର୍ବାଧିକ ବର୍ଷା ହୋଇଛି। ତିନିଦିନର ଲଗାଣ ବର୍ଷାରେ ସହର ଜଳାର୍ଣ୍ଣବ ହୋଇଯିବାରୁ ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଛି। ବର୍ଷା ସାଙ୍ଗକୁ ବିଦ୍ୟୁତ୍‌ କାଟ, ଟ୍ରାଫିକ୍‌ ଜାମ ସମସ୍ୟାକୁ ଦ୍ୱିଗୁଣିତ କରିଛି। ରାସ୍ତା ପାଣିରେ ବୁଡ଼ି ରହିଥିବାବେଳେ ଜଣେ ସିଇଓଙ୍କ ପରିବାର ଓ ତାଙ୍କ ପୋଷା କୁକୁରଙ୍କୁ ଏକ ଟ୍ରାକ୍ଟର ଯୋଗେ ଉଦ୍ଧାର କରାଯାଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶିକ୍ଷାପ୍ରଯୁକ୍ତି ପ୍ଲାଟଫର୍ମର ଅନ୍‌ଏକାଡେମି ସିଇଓ ଗୌରବ ମୁଞ୍ଜଲ ନିଜେ ଏହି ଭିଡିଓ ଶେୟାର କରିଛନ୍ତି। ତାଙ୍କ ରେସିଡେନ୍ସିଆଲ ସୋସାଇଟ୍‌ ଜଳମଗ୍ନ ହୋଇଯାଇଛି। କେବଳ ତାଙ୍କ ସୋସାଇଟି ନୁହେଁ, ଅଧିକାଂଶ ବସ୍ତୀ ଅଞ୍ଚଳ ପାଣିଘେରରେ ରହିଥିବାରୁ ଲୋକେ ଟ୍ରାକ୍ଟର ଯୋଗେ ନିରାପଦ ସ୍ଥାନକୁ ଯାଉଥିବା ଦେଖାଯାଇଛି। ସିଲିକନ୍‌ ଭାଲିର ଅନେକ ଆଇଟି କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି।
ପ୍ରବଳ ବର୍ଷାଜନିତ ବନ୍ୟା ଯୋଗୁ ସହରର ସ୍ଥିତି ବେହାଲ ହୋଇଯାଇଛି। ଅନେକ ବିଳାସପୂର୍ଣ୍ଣ ବଙ୍ଗଳା ପାଣିଘେରରେ ଥିବାବେଳେ ଦାମୀ କାରଗୁଡ଼ିକ ପାଣିରେ ବୁଡ଼ିରହିଛି। କର୍ନାଟକ କଂଗ୍ରେସ ନେତା ରକ୍ସିଥ ଶିବରାମ ଏଭଳି ଏକ ଭିଡିଓ ପୋଷ୍ଟ କରିଛନ୍ତି। ଲୋକେ ଟ୍ରାକ୍ଟର ଓ କ୍ରେନ୍‌ ଯୋଗେ ଏପ୍‌ସିଲୋନ ଅତିକ୍ରମ କରୁଥିବା ଦେଖାଯାଇଛି। ଏହି ଅଞ୍ଚଳରେ ଘରଗୁଡ଼ିକର ଦାମ୍‌ ୩୦ କୋଟି ଟଙ୍କାରୁ କମ୍‌ ନୁହେଁ ବୋଲି ଶିବରାମ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛପନ ଭୋଗରେ ଭାରତୀୟ ସଂସ୍କୃତିର ଝଲକ

ସମଗ୍ର ଭାରତରେ ଶୁକବ୍ରାର ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ବହୁ ଧୁମଧାମରେ ପାଳିତ ହେଉଛି। ରାଜ୍ୟର ବିଭିନ୍ନ ମନ୍ଦିର, ଅନୁଷ୍ଠାନ ଓ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ...

ଜନ୍ମ ନେଲା ଅଜବ ଛେଳି ଛୁଆ; ନାକ ଜାଗାରେ ରହିଛି ଆଖି

ବିଳାସପୁର, ୧୦।୮: ଛତିଶଗଡ଼ର ବିଳାସପୁରରେ ଏକ ଅଜବ ଛେଳି ଛୁଆ ଜନ୍ମ ନେଇଛି। ନବଜାତ ଛେଳି ଛୁଆର ନାକ ନ ଥିବାବେଳେ ଏହି ସ୍ଥାନରେ ଆଖି...

ହୀରା ଭିତରେ ୮୦ କୋଟି ବର୍ଷ ତଳର ପୁରୁଣା ହୀରା…

ମସ୍କୋ,୧୩।୭: ପ୍ରକୃତିର ସୃଷ୍ଟି ଅତି ବିଚିତ୍ରମୟ। ଏବେ ରୁଷିଆରେ ମିଳିଥିବା ଏକ ହୀରାକୁ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ଏହି ହୀରା ଭିତରେ...

ଛାତରୁ ପାଣିକୁ ଡେଇଁଲେ ଯୁବତୀ, ଭିଡିଓ ଦେଖିଲେ ଦୋହଲିଯିବ ହୃଦୟ

ଓ୍ବାଶିଂଟନ୍‌: ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଯିଏ ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ। ଭିଡିଓଟିରେ...

ରାତିରେ କଲିଂ ବେଲ୍‌ ବଜାଇ କରୁଥିଲେ ହଇରାଣ, ପରିଣତି ହେଲା ଏପରି

ମୁମ୍ବାଇ: ଦୁନିଆରେ ଭିନ୍ନ ଧରଣର ଲୋକ ଅଛନ୍ତି। ଜଣେ ଜଣେ ଅନ୍ୟମାନଙ୍କୁ ହଇରାଣ କରି ବେଶ୍‌ ଆନନ୍ଦ ପାଇଥା’ନ୍ତି। ମାତ୍ର ଏହି ଆନନ୍ଦ ଯେ ଦିନେ...

ପଞ୍ଜାବର ସ୍ଥପତି ଦେବେ ରାଫାଲ ଜେଟ୍‌ର ଅନୁଭୁତି

ଚଣ୍ଡିଗଡ଼,୪ ।୩: ପଞ୍ଜାବର ସ୍ଥପତି ରାମପାଲ ବେହନିୱାଲ ନିଜର ବୁଦ୍ଧି ଖଟାଇ ଏକ ଯାନ ନିର୍ମାଣ କରିଛନ୍ତି । ଯାହା ଦେଖିବାକୁ ଅବିକଳ ଯୁଦ୍ଧ ବିମାନ...

କିଛି ବର୍ଷ ମଧ୍ୟରେ ଉତ୍ତରମେରୁ ହେବ ବରଫ ଶୂନ୍ୟ: ମିଶନ ଆଇସ୍‌ବ୍ରେକର ରିପୋର୍ଟ

ଓ୍ବାଶିଂଟନ, ୧୩।୧୦: ପୃଥିବୀର ଉତ୍ତରମେରୁ ଆସନ୍ତା କିଛି ବର୍ଷ ମଧ୍ୟରେ ବରଫ ଶୂନ୍ୟ ହେବ। ଖରାଦିନେ ଏଠାରେ ଆଉ ବରଫର ଆବରଣ ରହିବ ନାହିଁ। ମିଶନ...

ଗାଈଙ୍କ ପେଟରେ ରହିଛି ଏପରି କେମିକାଲ, ଯେଉଁଥିରେ ନଷ୍ଟ ହେବ ପଲିଥିନ୍‌

ଏକ ଅଧ୍ୟୟନରେ କୁହାଯାଇଛି ଯେ, ଗାଈ ପେଟରେ ଏମିତି ଏକ କେମିକାଲ ରହିଛି। ଯାହା ପ୍ଲାଷ୍ଟିକ୍‌କୁ ନଷ୍ଟ କରିଦେବ। ମେଣ୍ଢାଙ୍କଠାରେ ମଧ୍ୟ ଏହି କେମିକାଲ ଥିବା...

Advertisement
Archives

Model This Week