ବିନା ସିଟିଓ ପ୍ରମାଣପତ୍ରରେ ଚାଲିଛି ହୋଟେଲ, ଲଜ୍‌

କେନ୍ଦୁଝର, ୭।୯ (ସ୍ବ.ପ୍ର): କେନ୍ଦୁଝର ଜିଲାରେ ଦିନକୁ ଦିନ ବୃଦ୍ଧିପାଉଛି ହୋଟେଲ, ଲଜ୍‌ ଶିଳ୍ପ। କେନ୍ଦୁଝର ସହର ସମେତ ଜିଲାର ବିଭିନ୍ନ ସହରରେ ବଡ଼ ବଡ଼ ହୋଟେଲ ଏବଂ ଲଜ୍‌ ଖୋଲୁଛି। କିନ୍ତୁ ଏକାଧିକ ହୋଟେଲ ଓ ଲଜ୍‌ ବିନା ଅନୁମତିରେ ଏବଂ ନିୟମ ଉଲ୍ଲଂଘନ କରି ଚାଲୁଥିତ୍ବା ଅଭିଯୋଗ ହେଉଛି। ହୋଟେଲ ଓ ଲଜ୍‌ ଚଳାଇବା ପାଇଁ ଅନୁମତି ପତ୍ର (କନସେଣ୍ଟ ଟୁ ଅପରେଟ) ପ୍ରଦୂଷଣ ବୋର୍ଡ ନିକଟରୁ ଆଣିବାର ନିୟମ ଥିବା ବେଳେ ଜିଲାରେ ମାତ୍ର ୧୫ଟି ହୋଟେଲ ଓ ଲଜ୍‌ ଏହି ଅନୁମତି ପତ୍ର ନେଇ ଚଳାଉଥିବା ଜଣାପଡ଼ିଛି। ୧୦୦ରୁ ଊର୍ଦ୍ଧ୍ୱ ହୋଟେଲ ଓ ଲଜ୍‌ ନିକଟରେ ଅନୁମତି ପତ୍ର ନାହିଁ। ହୋଟେଲ ଏବଂ ଲଜ୍‌ର ରୁମ, କନଫରେନ୍ସ ହଲ, ଡାଇନିଂ ହଲ, ବସିବା କ୍ଷମତା ଆଧାରରେ ଅନୁମତି ପତ୍ର ଦିଆଯାଇଥାଏ। କେତେକ ହୋଟେଲ ୫ ବର୍ଷ ପାଇଁ ସିଟିଓ ନେଇଥିବା ବେଳେ ଆଉ କିଛି ହୋଟେଲ ଏବଂ ଲଜ୍‌କୁ ୧୦ ବର୍ଷ ପାଇଁ ସିଟିଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଛି, ଯାହାକି ସନ୍ଦେହଜନକ। ହୋଟେଲ ଓ ଲଜ୍‌ର ଭିତ୍ତିଭୂମି ତଦାରଖ କରାନଯାଇ କେମିତି ୫ବର୍ଷ ଓ ୧୦ବର୍ଷ ପାଇଁ ସିଟିଓ ଦିଆଯାଉଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ହୋଟେଲ ଏବଂ ଲଜ୍‌ର ବର୍ଜ୍ୟଜଳ ବିଶୋଧନ କରାନଯାଇ ସିଧାସଳଖ ଡ୍ରେନରେ ଛଡ଼ା ଯାଉଥିବାରୁ ଜଳ ପ୍ରଦୂଷଣ ବଢୁଛି। ଏପରିକି କିଛି ହୋଟେଲ ଏବଂ ଲଜ୍‌ ପାଇଖାନା ଟାଙ୍କି ପାଣି ମଧ୍ୟ ଟ୍ରିଟମେଣ୍ଟ ନ କରି ଡ୍ରେନରେ ଛାଡୁଥିବାରୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ହୋଟେଲ ଏବଂ ଲଜ୍‌ର ବର୍ଜ୍ୟଜଳ ଇଟିପି ମାଧ୍ୟମରେ ଟ୍ରିଟମେଣ୍ଟ ହେବା ପରେ ଡ୍ରେନରେ ଛଡାଯିବାର ନିୟମ ରହିଛି। ମାତ୍ର ତାହା କରାନଯାଇ ସିଧାସଳଖ ଡ୍ରେନରେ ଛଡ଼ାଯାଉଛି। ତେଣୁ ଏହିସବୁ ହୋଟେଲ ଓ ଲଜ୍‌ଗୁଡ଼ିକରେ ସଠିକ୍‌ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧଜୀବୀ ମହଲରେ ଦାବି ହେଉଛି। ସେହିପରି ପାର୍କିଂ ବ୍ୟବସ୍ଥା ନଥାଇ ଏବଂ ଅଗ୍ନି ନିର୍ବାପକ ସୁରକ୍ଷା ବ୍ୟବସ୍ଥା ନଥାଇ ଏହିସବୁ ହୋଟେଲ, ଲଜଗୁଡିକୁ କିପରି ଅନୁମତି ଦିଆଯାଇଛି ସେସବୁର ଜିଲାପାଳ ତଦନ୍ତ କରିବାକୁ ସହରବାସୀ ଦାବି କରିଛନ୍ତି ା ଏନେଇ ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କରଙ୍କୁ ପଚାରିବାରୁ ସେ କହିଛନ୍ତି, ହୋଟେଲ ଲଜ୍‌ଗୁଡ଼ିକୁ ଚିହ୍ନଟ କରାଯାଇ ପ୍ରଦୂଷଣର ମାତ୍ରା ଅନୁସାରେ ତିନି ପ୍ରକାର (ରେଡ, ଅରେଞ୍ଜ, ଗ୍ରୀନ) ଅନୁମତି ପତ୍ର ଦିଆଯାଇଥାଏ ା ତେବେ କେଉଁ ଆଧାରରେ ପ୍ରମାଣପତ୍ର ଦିଆଯାଇଛି ସେନେଇ ଯାଞ୍ଚ କରି ପଦକ୍ଷେପ ନେବେ ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?