Posted inଜାତୀୟ

ଅଭିନେତ୍ରୀ ମୌନି ରୟଙ୍କ ବୋଲ୍ଡ ଫଟୋ ଶେୟାର କଲା ଏନ୍‌ଏସ୍‌ଇ: ବ୍ୟବହାରକାରୀ କହିଲେ…

ନୂଆଦିଲ୍ଲୀ,୧୨।୧: ଅଭିନେତ୍ରୀ ମୌନି ରୟ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ମଧ୍ୟରୁ ଜଣେ। ସେ ନିଜର ବୋଲ୍ଡ ତଥା ହଟ୍‌ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ହେଲେ ମୌନିଙ୍କ କିଛି ଫଟୋ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ଶେୟାର କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଭୁଲବଶତଃ ହୋଇଛି ବୋଲି ଏନ୍‌ଏସ୍‌ଇ ସ୍ପଷ୍ଟିକରଣ ଦେବା ସତ୍ତ୍ୱେ ବ୍ୟବହାରକାରୀ ଏହାର ମଜା ଉଡାଉଛନ୍ତି। କିଛି ଏହାକୁ ବଡ଼ ଭୁଲ ବୋଲି କହୁଥିବା ବେଳେ କେହି କେହି ଏଭଳି ସେକ୍ସି ମିଷ୍ଟେକ୍‌ ଦେଖି ନ ଥିଲେ ବୋଲି କହୁଥିବା ଦେଖିବାକୁ ମିଳୁଛି।

ମୌନି କଳା ରଙ୍ଗର ପୋଷାକ ପିନ୍ଧିଥିବା କିଛି ଫଟୋକୁ ଏନ୍‌ଏସ୍‌ଇ ନିଜର ଟୁଇଟର ପୃଷ୍ଠାରେ ଶେୟାର କରିଥିଲା। ଏହା ଏକ ମାନବୀୟ ତ୍ରୁଟି। ଆକାଉଣ୍ଟକୁ ସମ୍ଭାଳୁଥିବା ଏଜେନ୍ସି ଭୁଲବଶତଃ ଏହାକୁ ଶେୟାର କରିଛି। ଏହା ହ୍ୟାକ୍‌ ହୋଇନାହିଁ। ଅସୁବିଧା ପାଇଁ କ୍ଷମା ଚାହୁଁଛୁ ବୋଲି ଏନ୍‌ଏସ୍‌ଇ କହିଛି। ଏଥିସହ ପୋଷ୍ଟଟିକୁ ମଧ୍ୟ ଡିଲିଟ୍‌ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ୬ହଜାରରୁ ଉର୍ଦ୍ଧ୍ୱ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ: ଅଫତାବ କହିଲେ…

ନୂଆଦିଲ୍ଲୀ,୨୪।୧: ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ପୋଲିସ ପକ୍ଷରୁ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ମଙ୍ଗଳବାର ଦିଲ୍ଲୀ ପୋଲିସ ୬ହଜାର ୬୨୯ ପୃଷ୍ଠାର ଏକ ଚାର୍ଜଶିଟ୍‌ ଦାଖଲ...

ଇସ୍ତଫା ଘୋଷଣା ସମୟରେ ଭାବୁକ ହୋଇଗଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୬ ।୭: ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ  ଇସ୍ତଫା ଦେଲେ କର୍ନାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା । ସୋମବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା...

ଅଯୋଧ୍ୟାରେ ଦୁଇଦିନ ଅଖଣ୍ଡ ରାମାୟଣ ପାଠ ସହ ଘରେ ଘରେ ଜଳିବ ଦୀପ

ଅଯୋଧ୍ୟା,୨୬।୭: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଲାଗି ସମସ୍ତ ପ୍ରସ୍ତୁତି ଯୋରସୋରରେ ଚାଲିଛି। ସେଠାରେ ଭୂମିପୂଜା ପାଇଁ ଅଗଷ୍ଟ ୪ରେ ସମସ୍ତ ମଠ...

ମାଲେଗାଓଁ ବିସ୍ଫୋରଣ ମାମଲାର ଶୁଣାଣି କ୍ୟାମେରା ସାମ୍ନାରେ ହେବନି: କୋର୍ଟ

ମୁମ୍ବାଇ,୧।୧୦: ୨୦୦୮ମାଲେଗାଓଁ ବିସ୍ଫୋରଣ ଘଟଣାର ଶୁଣାଣି କ୍ୟାମେରା ଆଗରେ କରାଯିବ ନାହିଁ ବୋଲି ମୁମ୍ବାଇର ସ୍ବତନ୍ତ୍ର କୋର୍ଟ କହିଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) କ୍ୟାମେରା ଆଗରେ...

୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଚାଲିବ ଚାଷୀ ଆନ୍ଦୋଳନ – କୃଷକ ନେତା

ନାଗପୁର,୧୭।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନ ୨୦୨୪ ମେ’ ପର୍ଯ୍ୟନ୍ତ ଜାରି ରହିବ। ଏଥି ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ...

ନା ଥିଲେ ବ୍ରାହ୍ମଣ ନା ଥିଲା ହୋମ ନିଆଁ, ଏମିତି ଶପଥ ନେଇ ବିବାହ କଲେ ବରକନ୍ୟା; ଜାଣିଲେ କରିବେ ପ୍ରଶଂସା

ଭୋପାଳ,୧୯ା୭: ମଧ୍ୟପ୍ରଦେଶର ସିହୋରରେ ଏକ ନିଆରା ବିବାହ ସମ୍ପନ୍ନ ହୋଇଛି। ନା ଅଗ୍ନିକୁ ସାକ୍ଷୀ ରଖି, ନା ମନ୍ତ୍ରପାଠ, ନା ହୋମ, ବ୍ରାହ୍ମଣ କିଛି ବି...

ନମାଜ ପଢୁଥିବାବେଳେ ଚଢିଗଲା କାର୍‌

ନୂଆଦିଲ୍ଲୀ, ୫।୬: ବୁଧବାର ସାରା ଦେଶରେ ଇଦ୍‌-ଉଲ୍‌-ଫିତର ଧୂମଧାମରେ ପାଳନ କରାଯାଉଥିଲାବେଳେ ରାଜଧାନୀ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଖୁରେଜିରେ ମୁସଲମାନ ସମ୍ପ୍ରଦାୟର ଲୋକେ...

ମୋଦିଙ୍କ ଜନ୍ମଦିନରେ କଟାଗଲା ୭୧ କେଜିର ଲଡୁ

ବାରାଣସୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦିଙ୍କ ୭୧ତମ ଜନ୍ମଦିନ ଉପଲକ୍ଷେ ଭାରତୀୟ ଜନତା ପାର୍ଟି(ଭାଜପା)ର କର୍ମୀମାନେ ଦୀପ ଜଳାଇବା ସହ ୭୧ କିଲୋଗ୍ରାମର ଏକ...

Advertisement
Archives

Model This Week