୨୬ରୁ ଖୋଲିବ ହଷ୍ଟେଲ

ଭୁବନେଶ୍ୱର,୨୨।୭(ବ୍ୟୁରୋ): ରାଜ୍ୟରେ କରୋନା କଟକଣା ଭିତରେ ଆସନ୍ତା ୨୬ ତାରିଖରୁ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ ଖୋଲୁଛି। ସେମାନଙ୍କ ପାଇଁ ଉକ୍ତଦିନଠାରୁ ହଷ୍ଟେଲ ମଧ୍ୟ ଖୋଲିବ। ପୂର୍ବରୁ ହଷ୍ଟେଲ ଖୋଲିବ ନାହିଁ ବୋଲି ଘୋଷଣା କରାଯାଇଥିଲା। ବର୍ତ୍ତମାନର କରୋନା ସ୍ଥିତି ଓ ପିଲାଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ବିଭାଗ ଅଧୀନରେ ଥିବା ସମସ୍ତ ସ୍କୁଲ ଓ ଘରୋଇ ସ୍କୁଲଗୁଡ଼ିକ ସେମାନଙ୍କ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିପାରିବେ। ତେବେ ହଷ୍ଟେଲ ଖୋଲିବା ପାଇଁ ରାଜ୍ୟ ସରକାର ଏସ୍‌ଓପି ପ୍ରସ୍ତୁତ କରିଛନ୍ତି। ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ବୁଧବାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ, ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।
ବିଭାଗ ପକ୍ଷରୁ ଜାରି ଏସ୍‌ଓପି ଅନୁସାରେ, ପିଲା ହଷ୍ଟେଲରେ ରହିବା ପୂର୍ବରୁ ଘର ଲୋକଙ୍କ ଅନୁମତି ଆଣିବା ଜରୁରୀ। ହଷ୍ଟେଲରେ ପିଲାମାନେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବେ। ମେସ୍‌ କିମ୍ବା ଶୌଚାଳୟ ଭଳି କମନ ଏରିଆରେ ଭଲ ଭାବେ ପର୍ଯ୍ୟାୟକ୍ରମେ ସାନିଟାଇଜ କରିବା ସହ ପର୍ଯ୍ୟାପ୍ତ ସାବୁନ/ସାନିଟାଇଜର ରଖିବାକୁ କୁହାଯାଇଛି। ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କାଉନ୍‌ସିଲ କରାଯିବ। ସ୍ବାସ୍ଥ୍ୟ ଚେକ୍‌ ଅପ୍‌ ପାଇଁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର ସହିତ କର୍ତ୍ତୃପକ୍ଷ ଜଡ଼ିତ ରହିବେ। ପିଲାମାନେ ଏକତ୍ରିତ ନ ହେବାକୁ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ। ହଷ୍ଟେଲ ଭିତରେ ଏକ ଆଇସୋଲେଶନ ରୁମ୍‌ କରାଯିବ। କୌଣସି ପିଲା ହଠାତ୍‌ ଅସୁସ୍ଥ ହୋଇପଡିଲେ ତାଙ୍କୁ ଆଇସୋଲେଶନ ରୁମ୍‌ରେ ରଖି ଚିକିତ୍ସା ସେବା ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ କରୋନା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ଗାଇଡ୍‌ଲାଇନକୁ କଡ଼ାକଡ଼ି ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ପିଅନ

ବାଲେଶ୍ୱର ଅଫିସ, ୩।୧୨: ଠିକାଦାରଙ୍କ ସିକ୍ୟୁରିଟି ଟଙ୍କା ଉଠାଣ ନିମନ୍ତେ କାଗଜପତ୍ର ଠିକ୍‌ କରିବା ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ରେଳଷ୍ଟେଶନ...

ଗଞ୍ଜେଇ ଚାଲାଣ କରୁଥିଲେ କଲେଜ ଛାତ୍ର

କୋରାପୁଟ,୭।୨(ସ୍ବ.ପ୍ର.): କୋରାପୁଟ ଜିଲା ପାଡୁଆ ଅଞ୍ଚଳରୁ କୋରାପୁଟକୁ ଗଞ୍ଜେଇ ଚାଲାଣ ବେଳେ ଲମତାପୁଟ ପୋଲିସ ଗଞ୍ଜେଇ ସହ ୩ଟି ବାଇକ୍‌ ଜବତ କରିଛି। ପୋଲିସ ଘଟଣାର...

ଅବଶିଷ୍ଟ ମାଟ୍ରିକ ପରୀକ୍ଷାରେ ସ୍ବଚ୍ଛତା ପାଇଁ ଅଣ୍ଟା ଭିଡିଲା ବୋର୍ଡ; ସିସିଟିଭି ଭାଙ୍ଗିଲେ ଦାୟୀ ହେବେ ଅଧୀକ୍ଷକ: ମନ୍ତ୍ରୀ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗାଯାଇଛି। ହେଲେ ଅଧିକାଂଶ ସ୍ଥାନରେ ଏହାକୁ ଭାଙ୍ଗି ଦିଆଯାଉଥିବା ନେଇ ଖବର...

ଏବେ ବି ୪.୭୨ ଲକ୍ଷ ଜଳବନ୍ଦୀ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଦୁର୍ବଳ ହୋଇ ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ଚାଲିଯାଇଛି। ଫଳରେ ଓଡ଼ିଶାରେ ବର୍ଷା ପରିମାଣ ହ୍ରାସପାଇଛି।...

ପାଗଳ ନୁହଁନ୍ତି ଗୋପାଳ

ଭୁବନେଶ୍ୱର,୬।୩ (ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ପାଗଳ ବୋଲି କୁହାଯାଉଥିଲା। ମାତ୍ର ଗୋପାଳ ପାଗଳ ନୁହନ୍ତି ବୋଲି...

କେନ୍ଦ୍ରାପଡ଼ା ସହରରେ ବଢ଼ୁଛି ଜବରଦଖଲ

କେନ୍ଦ୍ରାପଡ଼ା ଅଫିସ, ୪ା୧: କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଘୋଷଣାକୁ ଇତିମଧ୍ୟରେ ୧୫୪ ବର୍ଷ ପୂରିଛି। ତେବେ ଏହି ସର୍ବପୁରାତନ ମ୍ୟୁନିସିପାଲିଟି ବିବିଧ ସମସ୍ୟାରେ ବୁଡି ରହିଛି। ଜବରଦଖଲ...

ଜଙ୍ଗଲ ନିଆଁ ଲିଭାଇଲେ ଥାନା ଆଇଆଇସି

ଖଡିଆଳ,୩୧।୩: ନୂଆପଡ଼ା ଜିଲା ଖଡିଆଳ ବ୍ଲକ ବରଗାଁ ସ୍ଥିତ ଚକା ଜଙ୍ଗଲରେ କିଛି ବ୍ୟକ୍ତି ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ଖଡିଆଳ ଆଇଆଇସି କୈଳାଶ...

ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ

ଦାରିଙ୍ଗବାଡି,୨।୨(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ୫୯ନଂ ଜାତୀୟ ରାଜପଥ ର ଡବେରୀ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା...

Advertisement
Archives

Model This Week