ହସ୍ପିଟାଲରେ ଲାଗିଲା ନିଆଁ: ଭୟଭୀତ ନ ହୋଇ ହାର୍ଟ ସର୍ଜରୀ ଶେଷ କଲେ ଡାକ୍ତର

ମସ୍କୋ,୩।୪: ଡାକ୍ତର ଭଗବାନଙ୍କ ସଦୃଶ। ରୋଗୀଙ୍କ ଜୀବନ ବଞ୍ଚାଇବାରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରୁଷିଆରେ ଏକ ହସ୍ପିଟାଲରେ ନିିଆଁ ଲାଗିଯାଇଥିଲା। ସେହି ସମୟରେ ହସ୍ପିଟାଲରେ ଜଣେ ରୋଗୀଙ୍କ ଓପନ ହାର୍ଟ ସର୍ଜରୀ ହେଉଥିଲା। ୮ ଜଣିଆ ଡାକ୍ତରୀଦଳ ରୋଗୀଙ୍କୁ ଛାଡ଼ି ନିଜର ଜୀବନ ବଞ୍ଚାଇବା ଲାଗି ପଳାଇ ନ ଥିଲେ। ନିଆଁ ଲାଗିଥିବା ଜାଣି ମଧ୍ୟ ସେମାନେ ରୋଗୀଙ୍କର ଅପରେଶନ ସଫଳତାରେ ସହିତ ଶେଷ କରି ମହାନତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଅଧା ଅପରେଶନ୍‌ରୁ ରୋଗୀଙ୍କୁ ସ୍ଥାନାନ୍ତର କରାଗଲେ ତାଙ୍କର ଜୀବନ ପ୍ରତି ବିପଦ ଥିଲା। ଡାକ୍ତରୀ ଦଳ ନିଜ ଜୀବନକୁ ଖାତିର ନ କରି ଭୟଭୀତ ନ ହୋଇ ଅପରେଶନ ଶେଷ କରିଥିଲେ। ମସ୍କୋର ପୂର୍ବରେ ଥିବା ବ୍ଲାଗୋଓ୍ବେଶଞ୍ଚେସ୍କ୍‌ ସହରରେ ଥିବା ହସ୍ପିଟାଲର ଉପର ମହଲାରେ ନିଆ ଲାଗି ଯାଇଥିଲା। ମାତ୍ର ଡାକ୍ତରୀଦଳ ରୋଗୀଙ୍କୁ ଛାଡ଼ି ଯାଇ ନ ଥିଲେ। ଦମକଳ ବାହିନୀଙ୍କ ଉଦ୍ୟମରେ ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏବେ ଡାକ୍ତରୀଦଳଙ୍କ ଏହି ମହାନ କାର୍ଯ୍ୟ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା-ପାକିସ୍ତାନ ସେନା ମନ୍ତ୍ରଣା

ଇସ୍‌ଲାମାବାଦ,୨୮ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ନେଇ ନୂଆଦିଲ୍ଲୀ ଓ ଇସ୍‌ଲାବାବାଦ ମଧ୍ୟରେ ଉତ୍ତେଜନା ଲାଗିରହିଥିବାବେଳେ ମଙ୍ଗଳବାର ଏନେଇ ପାକିସ୍ତାନ ଓ ଚାଇନା ସେନା ମଧ୍ୟରେ ମନ୍ତ୍ରଣା ହୋଇଛି। ଚାଇନା...

ଏମିତି ଦେଶ, ଯେଉଁଠି ଏକା ସମୟରେ ଖରା ସାଙ୍ଗକୁ ହୁଏ ବର୍ଷା

ଜୁନ୍‌-ଜୁଲାଇରେ ଅନେକ ଥଣ୍ଡା ଦେଶରେ ମଧ୍ୟ ପ୍ରବଳ ଉତ୍ତାପ ହୋଇଥିବା ରେକର୍ଡ ରହିଛି। କାନାଡା କଥା ଯଦି କହିବା ତେବେ ଏଠାରେ ତାପମାତ୍ରା ୫୦ ଡିଗ୍ରୀରେ...

ଆମେରିକାରେ ୬ କୋଟିରୁ ଅଧିକ କରୋନା ଆକ୍ରାନ୍ତ

ଓ୍ବାଶିଂଟନ,୧୦ା୧: ଆମେରିକାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପ୍ରଭାବ ବିସ୍ତାର କରିଛି। ସୋମବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ପାର୍‌ କରିଛି। ଯାହା...

ଯେଉଁ ଗାଁରେ ପ୍ରତି ଘରେ ପାଳନ କରାଯାଏ ସାପ

ଆମ ଭିତରୁ ଅନେକ ଏପରି ଲୋକ ଅଛନ୍ତି ଯେଉଁମାନେ ଜୀବଜନ୍ତୁପାଳନ କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଘରେ ସାପ ପାଳନ କରିବା କଥା ଶୁଣିଛନ୍ତି କି?...

ସବୁଠୁ ବୟସ୍କ ମାଛ

ପାଣିରେ ତିମି ମାଛ ଦୀର୍ଘ ଦିନ ବଞ୍ଚି ରହିବା କଥା ଅଧିକାଂଶ ଲୋକେ ଜାଣନ୍ତି। କିନ୍ତୁ ଏବେ ଅନ୍ୟ ଏକ ପ୍ରଜାତିର ମାଛ ସାମ୍ନାକୁ ଆସିଛି,...

୨୦୦ ଦିନ ପରେ ପୃଥିବୀକୁ ଫେରିଲେ ୪ ମହାକାଶଚାରୀ…

ମେକ୍ସିକୋ,୯।୧୧: ମହାକାଶରେ ୨୦୦ ଦିନ ବିତାଇବା ପରେ ସୋମବାର ରାତିରେ ଚାରିଜଣ ମହାକାଶଚାରୀ ପୃଥିବୀକୁ ଫେରିଛନ୍ତି। ସେମାନେ ସ୍ପେସ ଏକ୍ସ କ୍ୟାପସୁଲରେ ମେକ୍ସିକୋ ଗଲ୍ଫରେ ଅବତରଣ...

ପୃଥିବୀଠାରୁ ୬୦୦୦ ଫୁଟ ଉଚ୍ଚରେ ରହିଛି ଏହି ହୋଟେଲ, ରାତିକୁ ଦେବାକୁ ପଡ଼େ…

ପୃଥିବୀରେ ଅନେକ ଅଦ୍ଭୁତ ଏବଂ ଅନନ୍ୟ ନିର୍ମାଣ ଦେଖିବାକୁ ମିଳିଥାଏ। ଯାହା କଳ୍ପନା କରିବା ବି କଷ୍ଟକର। ପୃଥିବୀପୃଷ୍ଠରୁ ପ୍ରାୟ ୬୦୦୦ ଫୁଟ ଉଚ୍ଚରେ ମଧ୍ୟ...

ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା: ସୁନାମୀ ଚେତାବନୀ ଜାରି

ଜାକର୍ତ୍ତା,୧୪।୧୨: ପୂର୍ବ ଇଣ୍ଡୋନେସିଆରେ ମଙ୍ଗଳବାର ଭୂକମ୍ପ ଝଟ୍‌କା ଲାଗିଛି। ରିକ୍ଟର ସ୍କେଲରେ ଏହାର ୭.୭ ତୀବ୍ରତା ରହିଛି। ଭୂକମ୍ପ ଝଟ୍‌କା ପରେ ସହରରେ ସୁନାମୀ ଚେତାବନୀ...

Advertisement
Archives

Model This Week