ହସ୍ପିଟାଲରେ ବେଡ୍‌-ଅକ୍ସିଜେନ୍‌ ନାହିଁ: ଶ୍ମଶାନରେ କାଠ ଅଭାବ…

ନୋଏଡା,୧୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ଆକ୍ରାନ୍ତଙ୍କ ଲାଗି ହସ୍ପିଟାଲରେ ବେଡ୍‌ର ଅଭାବ ଦେଖାଦେଇଛି। ସେହିପରି ଅକ୍ସିଜେନ୍‌ ନ ଥିବାରୁ ବହୁ ଆକ୍ରାନ୍ତ ଛଟପଟ ହୋଇ ମରୁଛନ୍ତି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଶ୍ମଶାନରେ କାଠର ଅଭାବ ସୃଷ୍ଟି ହୋଇଛି। ବିନା କାଠରେ ଅନ୍ତିମ ସଂସ୍କାର କିଭଳି କରାଯିବ ସେ ନେଇ ନୋଏଡା ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ନୋଏଡାର ସେକ୍ଟର ୯୪-ଏଠାରେ ଥିବା ଶ୍ମଶାନରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ପୂର୍ବରୁ ପ୍ରତିଦିନ ୭ରୁ ୮ ମୃତଦେହ ଆସୁଥିବାବେଳେ ଏବେ ପ୍ରତିଦିନ ୩୫ରୁ ଅଧିକ ମୃତଦେହ ଅନ୍ତିମ ସଂସ୍କାର ପାଇଁ ଆସୁଛି। ଫଳରେ ବର୍ଷେ ଲାଗି ଷ୍ଟକ୍‌ ଥିବା କାଠ ମାସକ ମଧ୍ୟରେ ଶେଷ ହୋଇଯାଇଥିବା ଶ୍ମଶାନ ପରିଚାଳନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କେତେକ ଚଢ଼ା ଦାମରେ କାଠ ବିକ୍ରି କରିବା ସହିତ ଅନ୍ତିମ ସଂସ୍କାର ପାଇଁ ଧାର୍ଯ୍ୟ ଦରଠାରୁ ଅଧିକ ଦାବୀ କରୁଥିବା ଘଟଣା ନଜରକୁ ଆସୁଛି। ତେବେ ମୃତକଙ୍କ ଶୀଘ୍ର ଅନ୍ତିମ ସଂସ୍କାର କରି ଘରକୁ ଫେରିବାକୁ ଚାହୁଁଥିତ୍ବା ପରିବାର ବର୍ଗ ବିନା ପ୍ରତିବାଦରେ ଏହାକୁ ମଧ୍ୟ ଗ୍ରହଣ କରି ନେଉଥିବା ଦେଖାଯାଉଛି। ଏହାର ଖବର ପ୍ରଶାସନ ପାଖରେ ପହଞ୍ଚିପାରୁନି। ମାଗଣାରେ ଅନ୍ତିମ ସଂସ୍କାର ଲାଗି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ତେବେ ସରକାରୀ ନିର୍ଦ୍ଦେଶ କେବଳ କାଗଜପତ୍ରରେ ରହିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରେ ଆଜି ଭୋରରେ ଭୟାନକ ଅଘଟଣା ଘଟିଛି। ଏକ ତିନି ମହଲା କୋଠାରେ ନିଆଁ ଲାଗି ୪ ଜଣଙ୍କର ମୃତ୍ୟୁ...

ଲେଖାହେବ ଭାରତୀୟ ସୀମା ବିବାଦର ଇତିହାସ: ସଚେତନ ହେବେ ସୀମା ବାସିନ୍ଦା

ନୂଆଦିଲ୍ଲୀ,୧୯।୯: ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ଲାଗି ଯୋଜନା ହୋଇଛି।...

ଇମ୍ରାନଙ୍କ ଚିଠିର ଉତ୍ତର ଦେଲେ ମୋଦି

ନୂଆଦିଲ୍ଲୀ,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଶୁଭେଚ୍ଛା ବାର୍ତ୍ତାର ଉତ୍ତର ରଖିଛନ୍ତି। ଦୁଇ ଦେଶ ମଧ୍ୟରେ ଅନୁକୂଳ ବାତାବରଣ କଥା ଇମ୍ରାନ...

ଚଣ୍ଡିଗଡ଼ରେ ୨୧ ଫୁଟ ଉଚ୍ଚର ରାବଣ

ଚଣ୍ଡିଗଡ଼,୪।୧୦: ସମଗ୍ର ଦେଶରେ ଦୁର୍ଗାପୂଜା ପାଳନ କରାଯାଉଥିବା ବେଳେ ଶୁକ୍ରବାର ଷଷ୍ଠୀ ହୋଇଥିବାରୁ ବିଭିନ୍ନ ମଣ୍ଡପ ଗୁଡିକରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ଚଳିତ ବର୍ଷ ଦଶହାର...

ଆସୁଛି ନୂଆ ୨୦୦,୫୦୦ଟଙ୍କିଆ ନୋଟ୍‌

ମୁମ୍ବାଇ,୨୫-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ମହାତ୍ମା  ଗାନ୍ଧୀ ସିରିଜରେ ନୂଆ ୨୦୦ ଓ ୫୦୦ ଟଙ୍କିଆ ନୋଟ୍‌ ଜାରି କରିବାକୁ ଯାଉଛି। ପୂର୍ବରୁ ପ୍ରଚଳିତ...

‘ଏବେ ଗୁଣ୍ଡାଗର୍ଦ୍ଦି ରାଜନୀତିକୁ ଓହ୍ଲାଇଛି ଭାଜପା’

ନୂଆଦିଲ୍ଲୀ,୩୧।୮: ଗୁଜରାଟରେ ଆମ୍‌ ଆଦମୀ ପାର୍ଟି ନେତା ମନୋଜ ସୋରାଥିଆଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏଏପି ଏମ୍‌ପି ରାଘବ ଚଢା ଭାଜପାକୁ ଘେରିଛନ୍ତି। ବର୍ତ୍ତମାନ...

ପବିତ୍ର କାଲି ବେନ୍‌ରୁ ପାଣି ପିଇ ହୋଇଥିଲେ ଅସୁସ୍ଥ

ଚଣ୍ଡିଗଡ଼, ୨୨ା୭: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍‌ ସୁଲତାନପୁର ଲୋଧିରେ ଥିବା ପବିତ୍ର କାଲି ବେନ୍‌ ଜୋରରୁ ପାଣି ପିଇ ଅସୁସ୍ଥ ହୋଇପଡିଥିଲେ। ପେଟରେ...

୭,୯୬୫ କୋଟିର ପ୍ରତିରକ୍ଷା ପ୍ରସ୍ତାବକୁ ମଞ୍ଜୁରୀ, ବୃଦ୍ଧି ପାଇବ ସେନାର ଶକ୍ତି…

ନୂଆଦିଲ୍ଲୀ,୨।୧୧: ପୂର୍ବ ଲଦାଖରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏପରିସ୍ଥଳେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୭,୯୬୫ କୋଟି ଟଙ୍କାର ପ୍ରତିରକ୍ଷା ପ୍ରସ୍ତାବକୁ...

Advertisement
Archives

Model This Week