ହରିଲୁଟ ହେଉଛି ଉଦ୍ୟାନ କୃଷି ସହାୟତା

ଯାଜପୁର ଅଫିସ,୧୭ା୨:ପ୍ରାକୃତିକ ବିପର୍ଯ୍ୟୟରେ ବହୁ ବର୍ଷର ସଞ୍ଚିତ ସମ୍ବଳ, ବୃକ୍ଷଲତା, ପଲ୍ଲିଜୀବନ, ଗୃହପାଳିତ ପଶୁପକ୍ଷୀ ଆଦି ପ୍ରଭାବିତ ହେଉଛନ୍ତି ା କୃଷକଙ୍କ ସହିତ ସାଧାରଣ ଜନତା ମଧ୍ୟ ବାଦ୍‌ ପଡୁନାହାନ୍ତି ା ଗତ ୩ ବର୍ଷରେ ହୁଡୁହୁଡୁ, ତିତ୍‌ଲି, ଫନି, ଅମ୍ଫନ, ଜୱାଦ ଭଳି ସାମୁଦ୍ରିକ ବାତ୍ୟା ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ, ନୟାଗଡ଼ ଆଦି ଜିଲାର ବହୁ ଲୋକଙ୍କୁ ତଳିତଳାନ୍ତ କରିଛି ା ଏହାବାଦ୍‌ କୋଭିଡ୍‌-୧୯ ସମସ୍ତଙ୍କ ନିଦ ହଜାଇ ଦେଇଛି ା ଏପରି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ଚାଷୀଙ୍କୁ ପନିପରିବା ମିନିକିଟ୍ସ, ହାଇବ୍ରିଡ୍‌ ପନିପରିବା ମଞ୍ଜି, ପ୍ଲାଷ୍ଟିକ କ୍ରେଟ୍ସ, ଫଳଚାରା ଇତ୍ୟାଦି ବଣ୍ଟନ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି ା ଏହି କ୍ରମରେ ବାତ୍ୟା ଜୱାଦରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ୨୦୨୧-୨୨ ଓ ୨୦୨୨-୨୩ ବର୍ଷ ପାଇଁ ଉପରୋକ୍ତ ଜିଲାର ୭ ଲକ୍ଷ ଚାଷୀଙ୍କୁ ୬୭ କୋଟି ୧୮ ଲକ୍ଷ ଟଙ୍କାର ଉଦ୍ୟାନ କୃଷି ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି ା ହେଲେ ଏଥିରେ ନିୟୋଜିତ ଜିଲାସ୍ତରରେ ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ(ଡିଡିଏଚ୍‌) ଓ ସହକାରୀ ନିର୍ଦ୍ଦେଶକ(ଏଡିଏଚ୍‌), ବ୍ଲକସ୍ତରରେ ଅତିରିକ୍ତ ଉଦ୍ୟାନ ଅଧିକାରୀ(ଏଏଚ୍‌ଓ) ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତା ମିଳିମିଶି ଉପରୋକ୍ତ ଅର୍ଥ ହରିଲୁଟ କରୁଛନ୍ତି ା
ଫଳରେ ଚାଷୀଙ୍କ ପାଖରେ ସରକାରଙ୍କ ଏହି ମହତ ଯୋଜନା ପହଞ୍ଚି ପାରୁନାହିଁ । ଏହି ଉଦ୍ୟାନ ସାମଗ୍ରୀ ପାଇଥିବା ଚାଷୀଙ୍କ ତାଲିକାକୁ ତନଖି କରାଗଲେ ବାସ୍ତବ ଚିତ୍ର ଲୋକଲୋଚନକୁ ଆସି ପାରନ୍ତା ବୋଲି ଚାଷୀମାନେ କହିଛନ୍ତି ା
ପୂର୍ବ ସାମୁଦ୍ରିକ ବାତ୍ୟା ସମୟରେ ସରକାର ଚାଷୀଙ୍କୁ କ୍ଷୟକ୍ଷତି ସହାୟତା ପ୍ରଦାନ କରିବା ସହ କିଚେନ ଗାର୍ଡେନ ପାଇଁ ପନିପରିବା କିଟ୍ସ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ା କିନ୍ତୁ ଜିଲାର ଅଧିକାଂଶ ପନିପରିବା ଚାଷୀ ଏଭଳି ମିନି କିଟ୍ସ କେବେ ଦେଖି ନ ଥିବା କହିଛନ୍ତି ା କରୋନା ସମୟ ୨୦୨୦ ଜୁଲାଇରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ସାରା ଓଡ଼ିଶା ପାଇଁ ୩୪୦୦.୮୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ମଞ୍ଜୁର ଅର୍ଥକୁ ନିର୍ଦ୍ଧାରିତ ଗାଇଡ୍‌ଲାଇନ ଅନୁସାରେ ଖର୍ଚ୍ଚ କରି ମାସିକ ଅଗ୍ରଗତି ରିପୋର୍ଟ, ବିନିଯୋଗ ପତ୍ର(ୟୁସି) ଓ ହିତାଧିକାରୀ ତାଲିକା ଦାଖଲ କରିବାକୁ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ନିର୍ଦ୍ଦେଶ ଜାରି କରିଥିଲେ। ଏହି କ୍ରମରେ କିଚେନ୍‌ ଗାର୍ଡେନ ପାଇଁ ମିନି କିଟ୍ସ ବଣ୍ଟନ କରିବାକୁ ଧାର୍ଯ୍ୟ ହୋଇଥିଲା। ସେହିପରି ଛତୁ ଚାଷ ପାଇଁ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ଆର୍ଥିକ ସହାୟତା ଘୋଷଣା ହୋଇଥିଲା ା ବାସ୍ତବରେ ଅଧିକାଂଶ ବାତ୍ୟା ପ୍ରଭାବିତ ଚାଷୀ ଏଭଳି ମିନି କିଟ୍ସ କେବେ ଦେଖି ନାହାନ୍ତି ବୋଲି କହୁଛନ୍ତି। ଏଭଳି ସ୍ଥିତିରେ ଜୱାଦ ବାତ୍ୟା ପ୍ରଭାବିତଙ୍କ ପାଇଁ ୨୦୨୧-୨୨ ବର୍ଷ ଲାଗି ପନିପରିବା ମିନି କିଟ୍ସ ୪ ଲକ୍ଷ ଚାଷୀଙ୍କୁ ବଣ୍ଟନ ପାଇଁ ୨୮୮ ଲକ୍ଷ ଟଙ୍କା ଓ ହାଇବ୍ରିଡ ପନିପରିବା ଚାଷ ପାଇଁ ୧ ଲକ୍ଷ ଚାଷୀଙ୍କୁ ୪୦ କୋଟି ଟଙ୍କା ଧାର୍ଯ୍ୟ ହୋଇଛି। ସେହିପରି ୨୦୨୨-୨୩ ବର୍ଷରେ ୧ ଲକ୍ଷ ହିତାଧିକାରୀଙ୍କ ପାଇଁ ପ୍ଲାଷ୍ଟିକ କ୍ରେଟ୍ସ ବଣ୍ଟନରେ ୨୨.୫୦ କୋଟି ଟଙ୍କା ଓ ୧ ଲକ୍ଷ ହିତାଧିକାରୀଙ୍କୁ ଫଳ ଚାରା ବଣ୍ଟନରେ ୧୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଅଟକଳ ହୋଇଛି। ଏଥିରେ ବାଲେଶ୍ୱର, ନୀଳଗିରି, ଭଦ୍ରକ, କଟକ, ଆଠଗଡ, ବାଙ୍କୀ, ଗଞ୍ଜାମ, ଛତ୍ରପୁର, ଭଞ୍ଜନଗର, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଆନନ୍ଦପୁର, ଚମ୍ପୁଆ, ଖୋର୍ଦ୍ଧା, ଭୁବନେଶ୍ୱର, ମୟୂରଭଞ୍ଜ, ରାଇରଙ୍ଗପୁର, ଉଦଳା, କରଞ୍ଜିଆ, ନୟାଗଡ଼ ଓ ପୁରୀ ଏଡିଏଚ୍‌ ଓ ଡିଡିଏଚ୍‌ ଅଧୀନ ଚାଷୀମାନେ ଉପକୃତ ହେବେ। ଏଥିପାଇଁ ଖର୍ଚ୍ଚ ବାବଦରେ ଆବଶ୍ୟକ ଅର୍ଥ ଡିଡିଏଚ୍‌/ଏଡିଏଚ୍‌ଙ୍କୁ ପ୍ରଦାନ କରାଯିବ। ଏହି ଅଧିକାରୀମାନେ ଓଏସ୍‌ଏସ୍‌ସି(ଓଡ଼ିଶା ଷ୍ଟେଟ ସିଡ୍ସ କର୍ପୋରେଶନ)କୁ ମିନି କିଟ୍ସ ବାବଦ ଅର୍ଥ ପ୍ରଦାନ କରିବେ। ଏଏଚ୍‌ଓ, ଏଚ୍‌ଓଙ୍କ ଦ୍ୱାରା ଚିହ୍ନଟ ହିତାଧିକାରୀଙ୍କ ତାଲିକାକୁ ଡିଡିଏଚ୍‌ ଓ ଏଡିଏଚ୍‌ ପ୍ରମାଣିତ କରିବେ। ସମ୍ପୃକ୍ତ ଅଧିକାରୀମାନେ ହିତାଧିକାରୀ ତାଲିକା ସହ ପନିପରିବା କିଟ୍ସ ଓ ଅନ୍ୟାନ୍ୟ ସାମଗ୍ରୀର ହିସାବ ରଖିବେ। ମିନି କିଟ୍ସରେ ବାଇଗଣ, ଟମାଟୋ, ଲଙ୍କା, ବିନ୍‌, ମୂଳା, ଶାଗ, ଭେଣ୍ଡି, ଫୁଲକୋବି, ବନ୍ଧାକୋବି, କାକୁଡି, କଖାରୁ, ଲାଉ ଇତ୍ୟାଦି ମଞ୍ଜି ରହିଛି। ତେବେ ଏହିସବୁ ସୁବିଧାରୁ ବଞ୍ଚିତ ଯାଜପୁର ଜିଲାର ରସୁଲପୁର ବ୍ଲକ ଶ୍ରୀବନ୍ତପୁର, ଜାବରା, ନଠୁଆବର ଆଦି ପଞ୍ଚାୟତର ଚାଷୀମାନଙ୍କୁ ଉଦାହରଣ ଭାବେ ନିଆଯାଇପାରେ। ଜାବରା ପଞ୍ଚାୟତ ଅଧୀନ କଣ୍ଠିଆକଣା ଗ୍ରାମର ଚାଷୀ ଅତୁଳ ମଲ୍ଲିକ ଓ ଶ୍ରୀବନ୍ତପୁର ପଞ୍ଚାୟତର ଭଗୀରଥପୁର ଗ୍ରାମର ଚାଷୀ ରବୀନ୍ଦ୍ର ବେହେରା କୁହନ୍ତି, ସରକାର ବାତ୍ୟା ସହାୟତା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି, ହେଲେ ଏହି ଅଞ୍ଚଳର ପନିପରିବା ଚାଷୀଙ୍କୁ ସେହି ସହାୟତା ଆଦୌ ମିଳୁ ନାହିଁ। ଏଯାଏ ମିନି କିଟ୍ସ, ପ୍ଲାଷ୍ଟିକ କ୍ରେଟ୍ସ, ଫଳ ଚାରା ଆଦି ଆମେ ଦେଖି ନାହୁଁ ା ଉଦ୍ୟାନ ବିଭାଗ ଅଧିକାରୀମାନେ କେବେ ହେଲେ ବି ଆମ ପାଖକୁ ଆସିନାହାନ୍ତି ବୋଲି ଚାଷୀମାନେ କହିଛନ୍ତି ା
ସଂକ୍ରାନ୍ତରେ ଯାଜପୁର ଏଡିଏଚ୍‌ ସୂର୍ଯ୍ୟମଣି ମହାରଣାଙ୍କୁ ପଚାରିବାରୁ ସେ କହିଛନ୍ତି, ଜୱାଦ ବାତ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ଏଥର ବିଭିନ୍ନ କିଟ୍ସ ବଣ୍ଟନ କରିବାକୁ ପତ୍ର ଆସିଛି। ତେବେ ପୂର୍ବରୁ ଚାଷୀ ପାଇ ନ ଥିବା କିଟ୍ସ ସଂକ୍ରାନ୍ତରେ ତାଙ୍କ ପାଖରେ କୌଣସି ଅଭିଯୋଗ ନାହିଁ। ଏଥର ସମସ୍ତ ପ୍ରଭାବିତ ଚାଷୀ କିପରି କିଟ୍ସ ଓ ଅନ୍ୟାନ୍ୟ ସହାୟତା ପାଇବେ ସେନେଇ ସମ୍ପୃକ୍ତ ଏଏଚ୍‌ଓ, ଏଚ୍‌ଓଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନାରୀ ଜାଣିଛି ସାମର୍ଥ୍ୟ, ସୀମାରେଖା

ବଅଁରପାଳ,୮।୩- ସେ ସୃଷ୍ଟିର ଆଧାର। ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟ। ସେ ମା’ ହୋଇ ଭବିଷ୍ୟତ ଗଢ଼ିପାରେ। ଆଶାର ଆଲୋକ ସାଜିପାରେ। ଭଉଣୀ ହୋଇ ସ୍ନେହ ଅଜାଡ଼ିଦେଇପାରେ।...

କୋରାପୁଟରେ ୮୭୮.୨ ମିମି ବର୍ଷା ରେକର୍ଡ: ବ୍ରିଜ ଉପରେ ଚାଲିଛି ପାଣି, ନନ୍ଦପୁର-ଲମତାପୁଟ ଯୋଗାଯୋଗ ବିଚ୍ଛିନ୍ନ

କୋରାପୁଟ,୬।୯(ସ୍ବ.ପ୍ର.)- କୋରାପୁଟ ଜିଲାରେ ଶୁକ୍ରବାର ୮୭୮.୨ ମିମି ବର୍ଷା ହୋଇଥିବା ଜିଲା ଜରୁରି ବିଭାଗ ପକ୍ଷରୁ ସୁଚନା ମିଳିଛି। ସେଥିମଧ୍ୟରୁ ଜିଲାର ନନ୍ଦପୁର ବ୍ଲକରେ ସର୍ବାଧିକ...

ଏଏସ୍‌ପି ତ୍ରିନାଥ ମିଶ୍ରଙ୍କ ସ୍ତ୍ରୀଙ୍କୁ ଆଗୁଆ ଜାମିନ

କଟକ ଅଫିସ,୯।୩: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ପୋଲିସ କମ୍ୟୁନିକେଶନ ସେଲ୍‌ର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ସ୍ତ୍ରୀ...

ପାଣି ପଏଣ୍ଟରେ ଟ୍ୟାପ୍‌ ନାହିଁ: ଲୋକଙ୍କୁ ମିଳୁନି, ରାସ୍ତାରେ ଭାସୁଛି

ବଅଁରପାଳ,୨।୧(ଡି.ଏନ.ଏ.) – ବଅଁରପାଳ ବ୍ଲକ ତଳମୂଳ ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ପାନୀୟ ଜଳ ମୁନ୍ଦେ ପାଇଁ ଅନେକ...

ବିବାହ ଉତ୍ସବ ପାଲଟିଲା ଶୋକାକୁଳ ପରିବେଶ : ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ଜୀବନ ଗଲା

ରୂପ୍‌ସା, ୨୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ସଦର ବ୍ଲକ ଛାନୁଆ ପଞ୍ଚାୟତ ଅନ୍ତର୍ଗତ ସୋଲପଟା ବଗଚରା ଗ୍ରାମରେ ଶନିବାର ଏକ ବିବାହ ଭୋଜି ଧୁମ୍‌ଧାମ୍‌ରେ ଚାଲିଥିବା ବେଳେ...

ଝିଅକୁ ଅଣ୍ଟାରେ ବାନ୍ଧି କୂଅକୁ ଡେଇଁଲେ ମା’

ମାଲକାନଗିରି,୬ା୩: ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ଚେଡେଙ୍ଗା ପଞ୍ଚାୟତର କଉଡ଼ିଗୁଡ଼ା ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ୪ ବର୍ଷର ଶିଶୁକନ୍ୟାକୁ ଧରି...

କ୍ଷତିପୂରଣ ମିଳୁନି: ଅଧାରେ ଏନ୍‌ଏଚ୍‌ କାମ

ଯାଜପୁର ଅଫିସ,୧୨।୧୦: ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ ୨୦୧୭ରୁ ରାଜ୍ୟରେ ୧୧୬୨ କିମି ଦୂରତା ବିଶିଷ୍ଟ ୨୨ଟି ଜାତୀୟ ରାଜପଥ (ଏନ୍‌ଏଚ୍‌) ପ୍ରକଳ୍ପ...

ଥାନାରେ କଂଗ୍ରେସକର୍ମୀଙ୍କ ଭଙ୍ଗାରୁଜା

ଚିତ୍ରକୋଣ୍ଡା,୨୦।୬: ମାଲକାନଗିରି ପ୍ରଦେଶ କଂଗ୍ରେସ ନେତୃ୍‌ତ୍ୱରେ ଚିତ୍ରକୋଣ୍ଡାରେ ସୋମବାର ୧୮ଟି ପଞ୍ଚାୟତର ୫ ହଜାରରୁ ଊର୍ଦ୍ଧ୍ୱ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକାଠି ହୋଇଥିଲେ। ଏଥିରେ...

Advertisement
Archives

Model This Week