ହରିଲୁଟ ହେଉଛି ଉଦ୍ୟାନ କୃଷି ସହାୟତା

ଯାଜପୁର ଅଫିସ,୧୭ା୨:ପ୍ରାକୃତିକ ବିପର୍ଯ୍ୟୟରେ ବହୁ ବର୍ଷର ସଞ୍ଚିତ ସମ୍ବଳ, ବୃକ୍ଷଲତା, ପଲ୍ଲିଜୀବନ, ଗୃହପାଳିତ ପଶୁପକ୍ଷୀ ଆଦି ପ୍ରଭାବିତ ହେଉଛନ୍ତି ା କୃଷକଙ୍କ ସହିତ ସାଧାରଣ ଜନତା ମଧ୍ୟ ବାଦ୍‌ ପଡୁନାହାନ୍ତି ା ଗତ ୩ ବର୍ଷରେ ହୁଡୁହୁଡୁ, ତିତ୍‌ଲି, ଫନି, ଅମ୍ଫନ, ଜୱାଦ ଭଳି ସାମୁଦ୍ରିକ ବାତ୍ୟା ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ, ନୟାଗଡ଼ ଆଦି ଜିଲାର ବହୁ ଲୋକଙ୍କୁ ତଳିତଳାନ୍ତ କରିଛି ା ଏହାବାଦ୍‌ କୋଭିଡ୍‌-୧୯ ସମସ୍ତଙ୍କ ନିଦ ହଜାଇ ଦେଇଛି ା ଏପରି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ଚାଷୀଙ୍କୁ ପନିପରିବା ମିନିକିଟ୍ସ, ହାଇବ୍ରିଡ୍‌ ପନିପରିବା ମଞ୍ଜି, ପ୍ଲାଷ୍ଟିକ କ୍ରେଟ୍ସ, ଫଳଚାରା ଇତ୍ୟାଦି ବଣ୍ଟନ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି ା ଏହି କ୍ରମରେ ବାତ୍ୟା ଜୱାଦରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ୨୦୨୧-୨୨ ଓ ୨୦୨୨-୨୩ ବର୍ଷ ପାଇଁ ଉପରୋକ୍ତ ଜିଲାର ୭ ଲକ୍ଷ ଚାଷୀଙ୍କୁ ୬୭ କୋଟି ୧୮ ଲକ୍ଷ ଟଙ୍କାର ଉଦ୍ୟାନ କୃଷି ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି ା ହେଲେ ଏଥିରେ ନିୟୋଜିତ ଜିଲାସ୍ତରରେ ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ(ଡିଡିଏଚ୍‌) ଓ ସହକାରୀ ନିର୍ଦ୍ଦେଶକ(ଏଡିଏଚ୍‌), ବ୍ଲକସ୍ତରରେ ଅତିରିକ୍ତ ଉଦ୍ୟାନ ଅଧିକାରୀ(ଏଏଚ୍‌ଓ) ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତା ମିଳିମିଶି ଉପରୋକ୍ତ ଅର୍ଥ ହରିଲୁଟ କରୁଛନ୍ତି ା
ଫଳରେ ଚାଷୀଙ୍କ ପାଖରେ ସରକାରଙ୍କ ଏହି ମହତ ଯୋଜନା ପହଞ୍ଚି ପାରୁନାହିଁ । ଏହି ଉଦ୍ୟାନ ସାମଗ୍ରୀ ପାଇଥିବା ଚାଷୀଙ୍କ ତାଲିକାକୁ ତନଖି କରାଗଲେ ବାସ୍ତବ ଚିତ୍ର ଲୋକଲୋଚନକୁ ଆସି ପାରନ୍ତା ବୋଲି ଚାଷୀମାନେ କହିଛନ୍ତି ା
ପୂର୍ବ ସାମୁଦ୍ରିକ ବାତ୍ୟା ସମୟରେ ସରକାର ଚାଷୀଙ୍କୁ କ୍ଷୟକ୍ଷତି ସହାୟତା ପ୍ରଦାନ କରିବା ସହ କିଚେନ ଗାର୍ଡେନ ପାଇଁ ପନିପରିବା କିଟ୍ସ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ା କିନ୍ତୁ ଜିଲାର ଅଧିକାଂଶ ପନିପରିବା ଚାଷୀ ଏଭଳି ମିନି କିଟ୍ସ କେବେ ଦେଖି ନ ଥିବା କହିଛନ୍ତି ା କରୋନା ସମୟ ୨୦୨୦ ଜୁଲାଇରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ସାରା ଓଡ଼ିଶା ପାଇଁ ୩୪୦୦.୮୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ମଞ୍ଜୁର ଅର୍ଥକୁ ନିର୍ଦ୍ଧାରିତ ଗାଇଡ୍‌ଲାଇନ ଅନୁସାରେ ଖର୍ଚ୍ଚ କରି ମାସିକ ଅଗ୍ରଗତି ରିପୋର୍ଟ, ବିନିଯୋଗ ପତ୍ର(ୟୁସି) ଓ ହିତାଧିକାରୀ ତାଲିକା ଦାଖଲ କରିବାକୁ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ନିର୍ଦ୍ଦେଶ ଜାରି କରିଥିଲେ। ଏହି କ୍ରମରେ କିଚେନ୍‌ ଗାର୍ଡେନ ପାଇଁ ମିନି କିଟ୍ସ ବଣ୍ଟନ କରିବାକୁ ଧାର୍ଯ୍ୟ ହୋଇଥିଲା। ସେହିପରି ଛତୁ ଚାଷ ପାଇଁ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ଆର୍ଥିକ ସହାୟତା ଘୋଷଣା ହୋଇଥିଲା ା ବାସ୍ତବରେ ଅଧିକାଂଶ ବାତ୍ୟା ପ୍ରଭାବିତ ଚାଷୀ ଏଭଳି ମିନି କିଟ୍ସ କେବେ ଦେଖି ନାହାନ୍ତି ବୋଲି କହୁଛନ୍ତି। ଏଭଳି ସ୍ଥିତିରେ ଜୱାଦ ବାତ୍ୟା ପ୍ରଭାବିତଙ୍କ ପାଇଁ ୨୦୨୧-୨୨ ବର୍ଷ ଲାଗି ପନିପରିବା ମିନି କିଟ୍ସ ୪ ଲକ୍ଷ ଚାଷୀଙ୍କୁ ବଣ୍ଟନ ପାଇଁ ୨୮୮ ଲକ୍ଷ ଟଙ୍କା ଓ ହାଇବ୍ରିଡ ପନିପରିବା ଚାଷ ପାଇଁ ୧ ଲକ୍ଷ ଚାଷୀଙ୍କୁ ୪୦ କୋଟି ଟଙ୍କା ଧାର୍ଯ୍ୟ ହୋଇଛି। ସେହିପରି ୨୦୨୨-୨୩ ବର୍ଷରେ ୧ ଲକ୍ଷ ହିତାଧିକାରୀଙ୍କ ପାଇଁ ପ୍ଲାଷ୍ଟିକ କ୍ରେଟ୍ସ ବଣ୍ଟନରେ ୨୨.୫୦ କୋଟି ଟଙ୍କା ଓ ୧ ଲକ୍ଷ ହିତାଧିକାରୀଙ୍କୁ ଫଳ ଚାରା ବଣ୍ଟନରେ ୧୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଅଟକଳ ହୋଇଛି। ଏଥିରେ ବାଲେଶ୍ୱର, ନୀଳଗିରି, ଭଦ୍ରକ, କଟକ, ଆଠଗଡ, ବାଙ୍କୀ, ଗଞ୍ଜାମ, ଛତ୍ରପୁର, ଭଞ୍ଜନଗର, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଆନନ୍ଦପୁର, ଚମ୍ପୁଆ, ଖୋର୍ଦ୍ଧା, ଭୁବନେଶ୍ୱର, ମୟୂରଭଞ୍ଜ, ରାଇରଙ୍ଗପୁର, ଉଦଳା, କରଞ୍ଜିଆ, ନୟାଗଡ଼ ଓ ପୁରୀ ଏଡିଏଚ୍‌ ଓ ଡିଡିଏଚ୍‌ ଅଧୀନ ଚାଷୀମାନେ ଉପକୃତ ହେବେ। ଏଥିପାଇଁ ଖର୍ଚ୍ଚ ବାବଦରେ ଆବଶ୍ୟକ ଅର୍ଥ ଡିଡିଏଚ୍‌/ଏଡିଏଚ୍‌ଙ୍କୁ ପ୍ରଦାନ କରାଯିବ। ଏହି ଅଧିକାରୀମାନେ ଓଏସ୍‌ଏସ୍‌ସି(ଓଡ଼ିଶା ଷ୍ଟେଟ ସିଡ୍ସ କର୍ପୋରେଶନ)କୁ ମିନି କିଟ୍ସ ବାବଦ ଅର୍ଥ ପ୍ରଦାନ କରିବେ। ଏଏଚ୍‌ଓ, ଏଚ୍‌ଓଙ୍କ ଦ୍ୱାରା ଚିହ୍ନଟ ହିତାଧିକାରୀଙ୍କ ତାଲିକାକୁ ଡିଡିଏଚ୍‌ ଓ ଏଡିଏଚ୍‌ ପ୍ରମାଣିତ କରିବେ। ସମ୍ପୃକ୍ତ ଅଧିକାରୀମାନେ ହିତାଧିକାରୀ ତାଲିକା ସହ ପନିପରିବା କିଟ୍ସ ଓ ଅନ୍ୟାନ୍ୟ ସାମଗ୍ରୀର ହିସାବ ରଖିବେ। ମିନି କିଟ୍ସରେ ବାଇଗଣ, ଟମାଟୋ, ଲଙ୍କା, ବିନ୍‌, ମୂଳା, ଶାଗ, ଭେଣ୍ଡି, ଫୁଲକୋବି, ବନ୍ଧାକୋବି, କାକୁଡି, କଖାରୁ, ଲାଉ ଇତ୍ୟାଦି ମଞ୍ଜି ରହିଛି। ତେବେ ଏହିସବୁ ସୁବିଧାରୁ ବଞ୍ଚିତ ଯାଜପୁର ଜିଲାର ରସୁଲପୁର ବ୍ଲକ ଶ୍ରୀବନ୍ତପୁର, ଜାବରା, ନଠୁଆବର ଆଦି ପଞ୍ଚାୟତର ଚାଷୀମାନଙ୍କୁ ଉଦାହରଣ ଭାବେ ନିଆଯାଇପାରେ। ଜାବରା ପଞ୍ଚାୟତ ଅଧୀନ କଣ୍ଠିଆକଣା ଗ୍ରାମର ଚାଷୀ ଅତୁଳ ମଲ୍ଲିକ ଓ ଶ୍ରୀବନ୍ତପୁର ପଞ୍ଚାୟତର ଭଗୀରଥପୁର ଗ୍ରାମର ଚାଷୀ ରବୀନ୍ଦ୍ର ବେହେରା କୁହନ୍ତି, ସରକାର ବାତ୍ୟା ସହାୟତା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି, ହେଲେ ଏହି ଅଞ୍ଚଳର ପନିପରିବା ଚାଷୀଙ୍କୁ ସେହି ସହାୟତା ଆଦୌ ମିଳୁ ନାହିଁ। ଏଯାଏ ମିନି କିଟ୍ସ, ପ୍ଲାଷ୍ଟିକ କ୍ରେଟ୍ସ, ଫଳ ଚାରା ଆଦି ଆମେ ଦେଖି ନାହୁଁ ା ଉଦ୍ୟାନ ବିଭାଗ ଅଧିକାରୀମାନେ କେବେ ହେଲେ ବି ଆମ ପାଖକୁ ଆସିନାହାନ୍ତି ବୋଲି ଚାଷୀମାନେ କହିଛନ୍ତି ା
ସଂକ୍ରାନ୍ତରେ ଯାଜପୁର ଏଡିଏଚ୍‌ ସୂର୍ଯ୍ୟମଣି ମହାରଣାଙ୍କୁ ପଚାରିବାରୁ ସେ କହିଛନ୍ତି, ଜୱାଦ ବାତ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ଏଥର ବିଭିନ୍ନ କିଟ୍ସ ବଣ୍ଟନ କରିବାକୁ ପତ୍ର ଆସିଛି। ତେବେ ପୂର୍ବରୁ ଚାଷୀ ପାଇ ନ ଥିବା କିଟ୍ସ ସଂକ୍ରାନ୍ତରେ ତାଙ୍କ ପାଖରେ କୌଣସି ଅଭିଯୋଗ ନାହିଁ। ଏଥର ସମସ୍ତ ପ୍ରଭାବିତ ଚାଷୀ କିପରି କିଟ୍ସ ଓ ଅନ୍ୟାନ୍ୟ ସହାୟତା ପାଇବେ ସେନେଇ ସମ୍ପୃକ୍ତ ଏଏଚ୍‌ଓ, ଏଚ୍‌ଓଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବୌଦ୍ଧ ବିଧାୟକଙ୍କ ନାଁରେ ଗିରଫ ପରୱାନା

ହରଭଙ୍ଗା,୨୭ା୯(ନରେନ୍ଦ୍ର କୁମାର ସାହୁ): ୨୦୨୪ରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ୱାଚନ ସମୟରେ ବର୍ତ୍ତମାନର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

ହୀରାକୁଦର ୨୦ ଗେଟ୍‌ ଖୋଲିଲା: ବୈତରଣୀରେ ୮, ସାଳନ୍ଦୀରେ ୬ ବନ୍ୟା

ଭୁବନେଶ୍ୱର, ୨୭ା୯ (ବନ୍ଦନା ସେଠୀ): ଲଗାଣ ବର୍ଷା ଯୋଗୁ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟାସ୍ଥିତି ଗମ୍ଭୀର ହୋଇଚାଲିଛି। ଦକ୍ଷିଣ ଓଡ଼ିଶାରେ ଦୁଇଦିନ ଧରି କେତେକ ନଦୀରେ ବନ୍ୟା…

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?