କ୍ଷମତା ଓ ବାଣିଜ୍ୟରେ ଘୋଡ଼ା

ଶହେ ବର୍ଷ ପୂର୍ବେ ପେଟ୍ରୋଲ ବିଶ୍ୱରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲା। ସେତେବେଳେ ଆମ ପାଖରେ ଯେଉଁ ଗାଡ଼ି ଥିଲା ତାହା ପଶୁ ଦ୍ୱାରା ନୁହେଁ, ବରଂ ପେଟ୍ରୋଲରେ ଚାଲୁଥିଲା। କିନ୍ତୁ ଏହା ପୂର୍ବରୁ ୩୦୦୦ରୁ ଊର୍ଦ୍ଧ୍ୱ ବର୍ଷଧରି ରାଜାମାନେ ଘୋଡ଼ା ଚଢୁଥିଲେ। ଯେଉଁ ରାଜାଙ୍କର ବିଶାଳ ଅଶ୍ୱବାହିନୀ ଥିଲା ସେମାନେ ରାଜ୍ୟ ଜୟ କରିପାରୁଥିଲେ। ପାର୍ସି ଶବ୍ଦ ‘ସିୟାସତ୍‌’ ଅର୍ଥ ଘୋଡ଼ା ଓ ରାଜ୍ୟକୁ ଏକସଙ୍ଗରେ ପରିଚାଳନା କରିବା। ସେହିଭଳି ଇଂଲିଶ ଶବ୍ଦ ‘ମ୍ୟାନେଜ୍‌ମେଣ୍ଟ’ ଇଟାଲୀୟ ଶବ୍ଦରୁ ଆସିଛି, ଯାହାର ଅର୍ଥ ହେଉଛି ଉଭୟ ଘୋଡ଼ା ଓ ରାଜ୍ୟ ପରିଚାଳନା କରିବା।
ଘୋଡ଼ା ଭାରତର ନୁହେଁ, ହାତୀ ହେଉଛି ଭାରତର। ହାତୀଗୁଡ଼ିକ ଭାରତର ଘଞ୍ଚ, ଉଷ୍ମ ତଥା ଆର୍ଦ୍ର ଜଙ୍ଗଲରେ ରହି ଜୀବନ କଟାନ୍ତି। ଏମାନଙ୍କୁ ବ୍ୟବସାୟୀ ଏବଂ ରାଜାମାନେ ନିଜର ସମୃଦ୍ଧି ଓ କ୍ଷମତା ପ୍ରତିଷ୍ଠା ପାଇଁ ବହୁଦିନଧରି ବ୍ୟବହାର କରିଆସିଛନ୍ତି। ଅନ୍ୟପଟେ ଘୋଡ଼ା ସାଧାରଣତଃ କେନ୍ଦ୍ର ଏସିଆ ଏବଂ ସମଗ୍ର ୟୁରୋପ-ଏସିଆର ଶୀତଳ ତଥା ସମତଳ ତୃଣଭୂମି ଅଞ୍ଚଳରେ ରହିବାକୁ ପସନ୍ଦ କରିଥାନ୍ତି। ପାଖାପାଖି ୫୦୦୦ ବର୍ଷ ପୂର୍ବେ ମାଂସ ଓ କ୍ଷୀର ପାଇଁ ଘୋଡ଼ା ପାଳନ କରାଯାଉଥିଲା। ସେମାନଙ୍କୁ ଗୃହପାଳିତ ପଶୁ ଭାବେ ଅଧିକ ପାଳନ କରାଯିବା ସହ ଘୋଡ଼ାଗାଡ଼ି ଟାଣିବାରେ ବ୍ୟବହାର କରାଯାଉଥିଲା। ପାଖାପାଖି ୨,୦୦୦ ବର୍ଷ ପୂର୍ବେ ଘୋଡ଼ାଙ୍କ ଆକାର ବଡ଼ ଥିଲା ଓ ସେମାନଙ୍କ ପିଠିରେ ବସି ଲୋକେ ଯିବାଆସିବା କରୁଥିଲେ। ୧,୦୦୦ ବର୍ଷ ପୂର୍ବେ ଘୋଡ଼ାପିଠିରେ କାଠ ସ୍ୟାଡେଲ(ଯେଉଁ ସିଟ୍‌ରେ ବସନ୍ତି) ଓ ଲୁହାର ଷ୍ଟିରପ୍‌(ଯାହା ଉପରେ ଘୋଡ଼ାଚଢ଼ାଳି ପାଦ ରଖନ୍ତି)ର ବ୍ୟବହାର କରାଗଲା। ଫଳରେ ପ୍ରଶିକ୍ଷିତ ବ୍ୟକ୍ତିମାନେ ସହଜରେ ଘୋଡ଼ା ଚଢ଼ି ବୁଲୁଥିଲେ। ଏହିିପରି ତିନି ଉପାୟରେ ଘୋଡ଼ାର ବ୍ୟବହାର ସେହି ଲୋକମାନେ କରିଥିଲେ, ଯେଉଁମାନେ ଭାରତର ଇତିହାସକୁ ଗଢ଼ିଥିଲେ।
ଭାରତକୁ ପ୍ରଥମେ ଘୋଡ଼ାଗାଡ଼ିରେ ଆସିଥିବା ଲୋକମାନେ ବୈଦିକ ସଭ୍ୟତା ଗଢ଼ିଥିଲେ। ସେମାନେ ଗାଙ୍ଗେୟ ସମତଳଭୂମିରେ ଜଙ୍ଗଲ ସଫାକରି ଚାଷଜମି ବାହାର କରିଥିଲେ। ସେହି ସମୟରେ ସେମାନଙ୍କୁ ହାତୀ ସହ ଲଢ଼େଇ କରୁଥିଲେ, ଯାହା ସେମାନଙ୍କ ପ୍ରଗତିରେ ବାଧକ ସାଜିଥିଲା। ଆମେ ମହାରାଷ୍ଟ୍ରରେ ଘୋଡ଼ାଚାଳିତ ରଥ ଓ ଗଜବାହିନୀ ମଧ୍ୟରେ ଲଢ଼େଇର ବର୍ଣ୍ଣନା ସମ୍ପର୍କରେ ଶୁଣିଛେ। ବିଶେଷକରି ପଶ୍ଚିମ(ମାଦ୍ରା, କେକେୟା, ଗାନ୍ଧାର, ତ୍ରିଗର୍ତ୍ତ)ର ରାଜାଙ୍କ ନିୟନ୍ତ୍ରଣରେ ଘୋଡ଼ା ଥିଲାବେଳେ ପୂର୍ବ(କାମରୂପ, ମଗଧ)ରେ ଥିବା ରାଜାଙ୍କ ଅଧୀନରେ ହାତୀ ଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଗ୍ରୀକ୍‌, କେନ୍ଦ୍ର ଏସିଆରୁ ଚାଇନିଜ୍‌, ସ୍କିଥିଆନ(ପୁରାତନ ଇରାନୀୟ) ଓ ପାର୍ଥିଆନ(ଇଣ୍ଡୋ-ଇରାନୀୟ ଗୋଷ୍ଠୀ) ଆକ୍ରମଣକାରୀମାନେ ଭାରତରେ ପହଞ୍ଚିବା ପରେ ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ ଘଟିଥିଲା। ଅଶ୍ୱାରୋହୀ ହୁନ୍‌ମାନେ ଗୁପ୍ତ ସାମ୍ରାଜ୍ୟ ପତନର କାରଣ ହୋଇଥିଲେ। ଏମାନେ ବୌଦ୍ଧ ଓ ଜୈନ ଧର୍ମ ଗ୍ରହଣକରି ତାହାର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ଜୈନ ସନ୍ନ୍ୟାସୀ କାଳକା ସାକ ଯୋଦ୍ଧାଙ୍କୁ ସାମ୍ନାକୁ ଆଣି ତାଙ୍କ ଭଉଣୀଙ୍କୁ ଉଦ୍ଧାର କରିଥିଲେ, ଯିଏ ଥିଲେ ଜଣେ ତପସ୍ବିନୀ ଓ ତାଙ୍କୁ ଉଜ୍ଜୟିନୀ ରାଜା ଅପହରଣ କରିଥିଲେ। ଜଣେ ବୌଦ୍ଧ ସନ୍ନ୍ୟାସୀ ବୁଦ୍ଧଙ୍କ କାହାଣୀରେ କୁଶାଣ ଘୋଡ଼ାମାନଙ୍କର ଯାଦୁକରୀ ଶକ୍ତି ସମ୍ପର୍କରେ ବର୍ଣ୍ଣନା କରିଥିବାରୁ ତାଙ୍କୁ ଅଶ୍ୱଭାଘୋଷ କୁହାଯାଉଥିଲା। ଏହି ବିଦେଶୀ ଶାସକମାନେ ବ୍ରାହ୍ମଣଙ୍କ ଆଶ୍ରୟଦାତା ନ ଥିଲେ। ଏଣୁ ବ୍ରାହ୍ମଣମାନେ ନୂଆ ଆଶ୍ରୟଦାତା ସନ୍ଧାନରେ ଦକ୍ଷିଣଆଡ଼କୁ ଯାଇଥିଲେ। ଏଣୁ ଖ୍ରୀଷ୍ଟାବ୍ଦ ୫୦୦ ପରେ ଡେକାନ(ନର୍ମଦା ନଦୀର ଦକ୍ଷିଣରେ ଥିବା ଅଞ୍ଚଳ) ଓ ତାହାପରେ ଥିବା ଅଞ୍ଚଳରେ ଏକ ନୂଆ ହିନ୍ଦୁ ସାମ୍ରାଜ୍ୟ ଥିବା ଆମେ ଦେଖୁ।
ଶେଷ ପର୍ଯ୍ୟାୟରେ ମୁସଲମାନ ଯେଦ୍ଧାମାନେ ଘୋଡ଼ା ଚଢ଼ି ଭାରତକୁ ଆସିଥିଲେ। ସେମାନେ ସେତେବେଳେ ଘୋଡ଼ା ଉପରେ ସ୍ୟାଡେଲ ଓ ଷ୍ଟିର୍‌ପ ଲଗାଇଥିଲେ ଏବଂ ଘୋଡ଼ାପିଠିରେ ବସି ଧନୁତୀର ଚଳାଇ ପାରୁଥିଲେ। ଅନ୍ୟପଟେ ସେହି ସମୟରେ ଭାରତର ରାଜାମାନେ ହାତୀ ଉପରେ ବସି ସେନା ପରିଚାଳନା କରୁଥିଲେ, ଯାହାଫଳରେ ସେମାନଙ୍କ ସମକକ୍ଷ ହୋଇପାରୁ ନ ଥିଲେ। କେନ୍ଦ୍ର ଏସିଆରୁ ଆସିଥିବା ତୁର୍କୀର ପତଳା ତଥା ବଳିଷ୍ଠ ଘୋଡ଼ା ହିନ୍ଦୁକୁଶ ପର୍ବତ ଅତିକ୍ରମକରି ପଞ୍ଜାବର ଲେଖି ଜଙ୍ଗଲରେ ପହଞ୍ଚତ୍ବା ପରେ ସେଠାରୁ ସେମାନଙ୍କୁ ହରଦ୍ୱାର ମାର୍କେଟକୁ ନିଆଯାଇଥିଲା। ପରେ ତେରାଇ ବାଟଦେଇ ବେଙ୍ଗଲକୁ ନିଆଯାଇଥିଲା ଏବଂ ବେଙ୍ଗଲରୁ ସେମାନଙ୍କୁ ଦକ୍ଷିଣ ପୂର୍ବ ଏସିଆକୁ ପଠାଯାଇଥିଲା କିମ୍ବା ଦକ୍ଷିଣରେ ଥିବା ରାୟାଲ ସୀମାରେ ତିରୁପତି ମାର୍କେଟକୁ ନିଆଯାଇଥିଲା। ଅନେକ ଘୋଡ଼ା ବେପାରୀ ସୁଲ୍‌ତାନ ପାଲଟି ଯାଇଥିଲେ, ଯାହା ଶେର୍‌ ଶାହା ସୁରିଙ୍କ କ୍ଷେତ୍ରରେ ଘଟିଥିଲା। ଘୋଡ଼ା ବ୍ୟବସାୟୀମାନେ ଯେତେବେଳେ ଘୋଡ଼ା କିଣୁଥିବା ରାଜାମାନେ ଦୁର୍ବଳ ଥିବା ଦେଖୁଥିଲେ ସେତେବେଳେ ସେମାନଙ୍କୁ ସହଜରେ ଗାଦିରୁ ହଟାଇଦେବାକୁ ସକ୍ଷମ ହେଉଥିଲେ।
ଦିଲ୍ଲୀର ସୁଲ୍‌ତାନମାନେ ଡେକାନ୍‌ ସୁଲ୍‌ତାନଙ୍କୁ ଘୋଡ଼ା ବିକିବାକୁ ଅନୁମତି ଦେଉ ନ ଥିଲେ। ଏଣୁ ଡେକାନ ସୁଲ୍‌ତାନମାନେ ଇରାନର ଦକ୍ଷିଣ ପଶ୍ଚିମ ଏସିଆରୁ ସମୁଦ୍ରପଥରେ ଘୋଡ଼ା ଆମଦାନୀ କରୁଥିଲେ। ଘୋଡ଼ା ପଶ୍ଚିମ ଉପକୂଳରେ ପହଞ୍ଚତ୍ବା ପରେ ସେମାନଙ୍କୁ ପାଲଘାଟ ଦେଇ କାବେରୀ ନଦୀରେ ପୂର୍ବ ଉପକୂଳକୁ ନିଆଯାଉଥିଲା ଏବଂ ଜାହାଜରେ ଦକ୍ଷିଣ ପୂର୍ବ ଏସିଆକୁ ନିଆଯାଉଥିଲା। ଏହା ଏକ ବିଶାଳ ବ୍ୟବସାୟ ଥିଲା। ଅଷ୍ଟାଦଶ ଶତାବ୍ଦୀରେ ଭାରତକୁ ବିଭିନ୍ନ ବାଟେ ପାଖାପାଖି ୧,୦୦,୦୦୦ ଘୋଡ଼ା ଆମଦାନୀ କରାଯାଇଥିଲା। ଏହି ବ୍ୟବସାୟର ପତନ ପୂର୍ବରୁ ଏହା ଥିଲା ସବୁଠୁ ବଡ଼ ବ୍ୟବସାୟ। ଯେଉଁ ସମୟରେ ମୋଗଲ ସାମ୍ରାଜ୍ୟର ପତନ ଘଟୁଥିଲା ଓ ମରାଠା ସାମ୍ରାଜ୍ୟର ଉତ୍‌ଥାନ ହେଉଥିଲା ସେତେବେଳେ ନାଦିର ଶାହାଙ୍କ ଭଳି ପାରସ୍ୟର ରାଜାମାନେ ଦିଲ୍ଲୀକୁ ଲୁଣ୍ଠନ କରିଥିଲେ। ଫଳରେ ଭାରତୀୟ ଦୁର୍ବଳ ବୋଲି ଇଂରେଜମାନେ ଅନୁଭବ କରିଥିଲେ। ଇଂରେଜଙ୍କ ପାଖରେ ଉନ୍ନତ ବନ୍ଧୁକ ଥିଲା ଏବଂ ଏହାକୁ ଚଳାଇପାରୁଥିବା ପ୍ରଶିକ୍ଷିତ ସେନା ରହିଥିଲେ। ଫଳରେ ସେମାନେ ସହଜରେ ଅଶ୍ୱାରୋହୀ ସେନାକୁ ପରାସ୍ତ କରିପାରୁଥିଲେ, କାରଣ ଅଶ୍ୱାରେହୀ ସେନା ଖଣ୍ଡା, ଭାଲା ଓ ନିମ୍ନମାନର ବନ୍ଧୁକରେ ଲଢୁଥିଲେ।
ଭାରତରେ ସ୍ଥାନୀୟ ଘୋଡ଼ା ପ୍ରଜନନ ବା ବଂଶବୃଦ୍ଧି କେବଳ ୧,୦୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା, ଯାହା ମରାଠା ଓ ରାଜପୁତର ଉତ୍‌ଥାନର କାରଣ ସାଜିଥିଲା। ଭାରତୀୟ ଘୋଡ଼ାଗୁଡ଼ିକ ପାହାଡ଼ିଆ ଅଞ୍ଚଳରେ ଗରିଲା ଆକ୍ରମଣ କରିବାରେ ଓ ଜିନିଷ ବୋହିବାରେ ପାରଙ୍ଗମ ଥିଲେ, କିନ୍ତୁ ବିଶାଳ ମୁହଁାମୁହିଁ ଲଢ଼ୁଥିବା ଅଶ୍ୱବାହିନୀ ପାଇଁ ଉପଯୁକ୍ତ ନ ଥିଲେ। ଗୁଜରାଟ, ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ନେପାଳର ଏହି ଘୋଡ଼ା ପ୍ରଜନନ କେନ୍ଦ୍ରଗୁଡ଼ିକ ବହୁ ପୁରାତନ। ଏହିସବୁ ଅଞ୍ଚଳରେ ଘୋଡ଼ାଚଢ଼ା ଖଣ୍ଡାଧାରୀ ଲୋକଦେବତା ଯଥା ଭାଥ୍‌ଜୀ, ଭାଚ୍ଛାରଦ୍ଦା, ରାମଦେବଜୀ, ତେଜାଜୀ, ଦେବନାରାୟଣ, ଗୋଲୁ ଦେବ ଏବଂ ଧର୍ମ-ଠାକୁର ଦେଖିବାକୁ ମିଳନ୍ତି।
ଭାରତରେ ପ୍ରାୟ ୭୦୦ ଶତାବ୍ଦୀରେ ପ୍ରଥମେ ଚେସ୍‌ ଖେଳ ଆବିଷ୍କାର ହୋଇଥିଲା ଓ ତାହା ଆରବ ବାଟ ଦେଇ ସାରା ବିଶ୍ୱକୁ ଯାଇଥିଲା। ରାଜାମାନେ ସେମାନଙ୍କ ସାମ୍ରାଜ୍ୟକୁ ନିୟନ୍ତ୍ରଣ କରିବା ପାଇଁ କେବଳ ସୈନ୍ୟ ନୁହନ୍ତି, ବରଂ ହାତୀ (କିମ୍ବା ଓଟ), ଘୋଡ଼ାଟଣା ରଥ ବା ଗାଡ଼ି ଏବଂ ଅଶ୍ୱାରୋହୀ ବୀରଙ୍କର କିଭଳି ଆବଶ୍ୟକତା ରହିଛି ତାହା ଏହି ଚେସ୍‌ ଖେଳ ସ୍ମରଣ କରାଇ ଦେଇଥିଲା। ଏହିପରି ଭାବେ ବିଦେଶୀ ଆକ୍ରମଣକାରୀ ଓ ବ୍ୟବସାୟୀଙ୍କ ଦ୍ୱାରା ଭାରତକୁ ଅଣାଯାଇଥିବା ଘୋଡ଼ା ଭାରତର ଇତିହାସରେ ରହିଛି। ଏହା ସାମ୍ରାଜ୍ୟ ଓ ଯୁଦ୍ଧକୁ ପ୍ରଭାବିତ କରିଥିଲା। ବୈଦିକ ଘୋଡ଼ାଟଣା ରଥଠାରୁ ଆରମ୍ଭ କରି ଇସଲାମ ଅଶ୍ୱାରୋହୀ ସେନା ପର୍ଯ୍ୟନ୍ତ ଘୋଡ଼ାସେନା ରଣନୀତିରେ ପରିବର୍ତ୍ତନ ଆଣିପାରିଥିଲା। ଭାରତରେ ଘୋଡ଼ାବଂଶ ବୃଦ୍ଧି ଆହ୍ବାନପୂର୍ଣ୍ଣ ଥିଲେ ମଧ୍ୟ ବାଣିଜ୍ୟ, କ୍ଷମତା ଓ ସାଂସ୍କୃତିକ କ୍ଷେତ୍ରରେ ଏହାର ଗୁରୁତ୍ୱ ରହିଥିଲା।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri