ସମିତି ଅଧ୍ୟକ୍ଷ ପଦ ପାଇଁ ଆରମ୍ଭ ହୋଇଗଲାଣି ଘୋଡାଦୌଡ

ଝାରସୁଗୁଡ଼ା ଅଫିସ୍‌,୨୧।୨: ଝାରସୁଗୁଡା ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ୨ପର୍ଯ୍ୟାୟରେ ଶେଷ ହୋଇଛି। ଏଥିମଧ୍ୟରେ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ୍‌ବାକ୍ସରେ ବନ୍ଦ ହୋଇ ରହିଛି। ଆସନ୍ତା ୨୬, ୨୭, ୨୮ତାରିଖରେ ପର୍ଯ୍ୟାୟକ୍ରମେ ଭୋଟ୍‌ଗଣତି ହୋଇ ବିଧିବଦ୍ଧଭାବେ ନିର୍ବାଚନ ଫଳାଫଳ ଘୋଷଣା ହେବ। ଏଥିମଧ୍ୟରେ ପ୍ରାର୍ଥୀଙ୍କ ହାର୍‌ଜିତ୍‌କୁ ନେଇ ଗାଁ ଛକ ପାନ ଓ ଚା ଦୋକାନ ଆଦି ଖଟିରେ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରାର୍ଥୀଙ୍କ ସମର୍ଥକମାନଙ୍କ ମଧ୍ୟରେ କିଏ କହୁଛି ବହୁ ଭୋଟ୍‌ ବ୍ୟବଧାନରେ ଆମେ ଜିତୁଛୁ ଆଉ କିଏ କହୁଛି କମ୍‌ ଭୋଟ୍‌ରେ ହେଲେ ମଧ୍ୟ ଆମେ ଜିତିବୁ। ଫଳାଫଳ ଷୋଷଣା ନ ହେବା ପୂର୍ବରୁ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ କୁହୁଡିରେ ପହଁରୀ ବିଜୟର ସ୍ବପ୍ନ ଦେଖୁଛନ୍ତି।

ଏଭଳି ସ୍ଥିତିରେ ରାଜନୈତିକ ଦଳମାନେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇବା ପାଇଁ ଏବେଠାରୁ ଗୋଟିଚାଳନା ରଣକୌଶଳ ଆରମ୍ଭ କରିଦେଇଛନ୍ତି। ଏଥିରେ ବିଜେଡି ଦଳ ଆଗରେ ରହି ଜିଲାର ୫ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇବା ପାଇଁ ଯୋଜନା ଚଳାଇଛି। ଏଥିମଧ୍ୟରେ ବିରୋଧୀ ମଧ୍ୟ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇବା ଆଶାରେ ରହିଛନ୍ତି। ଏଭଳି ସ୍ଥିତିରେ ଜିଲାରେ ନିର୍ବାଚନ ମତଦାନ ଶେଷ ହେବା ପରେ ଜିତିବା ସମ୍ଭାବନା ଥିବା ସମିତିସଭ୍ୟ ପ୍ରାର୍ଥୀମାନଙ୍କୁ ଉଠାଇନେଇ ଜିଲା ବାହାରେ ଅଜ୍ଞାତ ସ୍ଥାନରେ ରଖିଥିବା ଚର୍ଚ୍ଚା ହେଉଛି। ଏହି ପ୍ରକ୍ରିୟା ଏବେ ଜାରି ରହିଛି। ପ୍ରାର୍ଥୀଙ୍କ ଜିତିବା ସମ୍ଭାବନାକୁ ନେଇ ବିଜେଡି ଦଳ ଦ୍ୱନ୍ଦରେ ରହିଥିବାବେଳେ ଗୋଟିଏ ପଞ୍ଚାୟତରୁ ଏକାଧିକ ପ୍ରାର୍ଥୀଙ୍କୁ ଉଠାଇ ନିଆଯାଇ ଜିଲା ବାହାରେ ପୃଥକ ଅଜ୍ଞାତବାସରେ ରଖାଯାଇଛି। ଫଳାଫଳ ଜଣାପଡିବା ପରେ ବିଜୟୀ ପ୍ରାର୍ଥୀଙ୍କୁ ରଖି ପରାଜିତ ପ୍ରାର୍ଥୀଙ୍କୁ ଦଳ ଛାଡି ଦେବ। ଏବେ ରାଜନୈତିକ ଦଳର ଚକ୍ରବିହୋରେ ବଜୟୀ ସମ୍ଭାବିତ ପ୍ରାର୍ଥୀମାନେ ରହିଛନ୍ତି। ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ଏବେ ବିଭିନ୍ନ ରାଜନୈତିକ ଦଳ ତରଫରୁ ଘୋଡାଦୌଡ ଆରମ୍ଭ ହୋଇଛି। ଏହି ରେସ୍‌ରେ ବିଜେଡି ଦଳ ଆଗରେ ରହିଛି  । ବିଜେଡି ଦଳ ତରଫରୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦରେ ବସିବା ପାଇଁ ଏବେ ବହୁ ଆଶାୟୀ ପ୍ରାର୍ଥୀ ରହିଛନ୍ତି। ଏଥିପାଇଁ ନିଜର ସମର୍ଥକମାନଙ୍କୁ ନେଇ ଦଳରେ ଲବି ଆରମ୍ଭ ହୋଇଯାଇଛି। କିଏ କହୁଛି ଦଳରେ ଆମେ ପୁରୁଣା ଆଉ କିଏ କହୁଛି ଆମେ ନେତାଙ୍କ ପାଖଲୋକ ଏଭଳି କହି ଲବି ଆରମ୍ଭ ହୋଇଛି  । ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦପାଇଁ ଯେଉଁପ୍ରାର୍ଥୀ ସବୁଠାରୁ ଅଧିକ ଖର୍ଚ୍ଚ କରିପାରିବ ଦଳ ସେମାନଙ୍କୁ ପ୍ରଥମେ ପ୍ରାଥମିକତା ଦେବ ବୋଲି ଚର୍ଚ୍ଚା ହେଉଛି। ଏହି ଦୌଡରେ ପ୍ରାର୍ଥୀମାନେ ନିଜକୁ ସାମିଲ କରିବା ପରେ ଏବେ ରାଜନୈତିକ ଦଳରେ ମୁଲଚାଲ ଆରମ୍ଭ ହୋଇଛି। ଏଥିପାଇଁ ଏବେ ଆଶାୟୀଙ୍କ ମଧ୍ୟରେ ଏବେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଦେଖାଯାଉ ହାତୀ କାହାମୁଣ୍ଡରେ ସୁନା କଳସ ଢାଳୁଛି ତାହା ସମୟ କହିବ ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri