Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୯ ତାରିଖ – Daily Horoscope

ମେଷ
ଆଜି ପାରିବାରିକ ସମସ୍ୟା ସୁଧାରିନେବା ସହ ଆବଶ୍ୟକତା ପୂରଣ କରିବା ପାଇଁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି। ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ପାଇଁ ଘର ସାଜସଜ୍ଜାରେ ମଜ୍ଜିରହିବେ। ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ ଏବଂ ନୂତନ କାମ ହାତକୁ ନେଇପାରନ୍ତି।
ବୃଷ
ବୃଷ
ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବ ଏବଂ ଆନୁଷ୍ଠାନିକ କାମ ସକାଶେ ବ୍ୟସ୍ତତା ପ୍ରକାଶ କରିବେ। ଘରକୁ ଆସୁଥିବା ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ। ପୁରାତନ ରୋଗରୁ ପୀଡ଼ା ଅନୁଭବ କରିପାରନ୍ତି। ଶିଳ୍ପ, ବାଣିଜ୍ୟ ଏବଂ ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବା ଆଶା ରହିଛି।
ମିଥୁନ
ମିଥୁନ
ଆମତ୍ୀୟସ୍ବଜନ କିମ୍ବା ସହକର୍ମୀମାନଙ୍କ ସହ ସମ୍ପର୍କରେ ହ୍ରାସ ଘଟିବ। କର୍ମକ୍ଷେତ୍ରର ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିରତା ରହି ନ ପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସାମୟିକ ବାଧାପ୍ରାପ୍ତ ହେବ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ବ୍ୟସ୍ତତା ପ୍ରକାଶ କରିବେ ।
କର୍କଟ
କର୍କଟ
କୌଣସି ଅତୀତ ଘଟଣା ପ୍ରତି ସିଂହାବଲୋକନ କରି ଅନୁତାପ କରିପାରନ୍ତି। ଅର୍ଥ ସମ୍ପର୍କିତ କୌଣସି ଅନୁଚିନ୍ତା ସାୟାହ୍ନେ ଦୂରହେବ। ଦୀର୍ଘ ଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ। ପାରିବାରିକ ସ୍ତରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ସି˚ହ
ସି˚ହ
ଆବଶ୍ୟକତା ପୂରଣ ସକାଶେ ଟଙ୍କା ପଇସା ଯୋଗାଡ଼ କରିବା ସକାଶେ ବିଭିନ୍ନ ପ୍ରକାର ଯୋଜନା କରିବେ। ପରିବାରର ଆବଶ୍ୟକତା ଅନୁଯାୟୀ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। ବହୁଦିନରୁ ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବ। ଆକସ୍ମିକ ଭାବରେ କୌଣସି ନୂତନ କାର୍ଯ୍ୟରେ ହାତଦେବାକୁ ସ୍ଥିର କରିପାରନ୍ତି।
କନ୍ୟା
ଗତକାଲିର ଘରୋଇ ବ୍ୟାପାରକୁ ନେଇ ମାନସିକ ସ୍ଥିତି ଭଲ ରହି ନ ପାରେ। ତରବର ନ ହୋଇ କାମକଲେ ସମସ୍ୟାର ସରଳ ସମାଧାନ ହେବାରେ କୌଣସି ଅସୁବିଧା ରହିବ ନାହିଁ । ସ୍ବାର୍ଥର ବଶବର୍ତ୍ତୀ ହୋଇ ଆମତ୍ୀୟମାନେ ହଠାତ୍‌ ଶତ୍ରୁତା କରିବେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ ସ୍ଥଗିତ ସୂଚନା ରହିଛି।
ତୁଳା
ତୁଳା
ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାର ଅସୁବିଧା ଭିତରେ ଗତି କରିବେ। କୌଣସି ଜିନିଷ କ୍ରୟ କରିବା ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ। ଘରକୁ ଆସିଥିବା ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିବ। କର୍ମକ୍ଷେତ୍ରରେ, ସଭା ସମିତିରେ, ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
ବିଛା
ବିଛା
ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ । ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟିର କାରଣ ହୋଇପାରେ। ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବା ସୂଚନା ରହିଛି ।
ଧନୁ
ଧନୁ
ପ୍ରତିଯୋଗିତାରେ ସଫଳତା ପାଇବେ। ପରିବାରର ଆବଶ୍ୟକତାକୁ ଉପଲବ୍ଧିକରି ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ । ବ୍ୟବସାୟ, ପରିବହନ, ଅର୍ଥ ସମ୍ପର୍କ, ସଭା ସମିତି ଓ ଆନୁଷ୍ଠାନିକ କାମରୁ ମନ ଖୁସି ରହିବ।
ମକର
ମକର
ସ୍ଥଗିତ ରହିଥିବା କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। ବନ୍ଧୁମାନଙ୍କ ସହ ବ୍ୟବହାରରେ ସଂଯମ ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡ଼ିବେ। ନିକଟ ସମ୍ପର୍କୀୟ ମାନଙ୍କ ସହ ସୁଖଭ୍ରମଣ ଯୋଗ ରହିଛି।
କୁମ୍ଭ
କୁମ୍ଭ
ନିଜ ଲୋକମାନେ ଯେତେ ପ୍ରକାର ସମସ୍ୟା ସୃଷ୍ଟିକଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ। ଦୀର୍ଘଦିନରୁ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।
ମୀନମୀନ
ପାରିବାରିକ କ୍ଷେତ୍ରରେ କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ। କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇଯିବେ। ବନ୍ଧୁମାନଙ୍କ ହସ୍ତକ୍ଷେପ ଫଳରେ ପରିସ୍ଥିତିକୁ ସୁଧାରି ନେବେ। ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ, ଯାହାକି ବ୍ୟସ୍ତତାର କାରଣ ହୋଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମେ ୦୯ ତାରିଖ – Daily Horoscope

ମେଷ ଆଜି ଭାଇ, ବନ୍ଧୁ, ସମ୍ପର୍କୀୟ କିମ୍ବା ଆତ୍ମୀୟଙ୍କ ସାହାଯ୍ୟରୁ ଅର୍ଥ ପାଇବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେଇପାରନ୍ତି। ବିବାଦୀୟ...

ରାଶିଫଳ: ଶନିବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ବହୁତ ଦିନରୁ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୂରୁହ ହୋଇପଡ଼ିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ, ଅନ୍ୟଥା ପରୋକ୍ଷ...

ରାଶିଫଳ: ବୁଧବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ନୀଚସ୍ଥ ଓ ଅଷ୍ଟମସ୍ଥ ଚନ୍ଦ୍ର ହେତୁ ପାରିବାରିକ ବିଶୃଙ୍ଖଳାକୁ କେନ୍ଦ୍ରକରି ମନ ଭଲ ରହିବ ନାହିଁ। ଅନ୍ୟମନସ୍କ ଓ ଭୁଲ୍‌ ବୁଝାମଣା ଯୋଗୁ...

ରାଶିଫଳ: ଶୁକ୍ରବାର, ଜାନୁୟାରୀ ୧୪ ତାରିଖ – Daily Horoscope

ମେଷ ଆଜିର ରୋହିଣୀବୃଷ ଯୋଗ ନୂତନ ବନ୍ଧୁତ୍ୱସୂତ୍ରରେ ବାନ୍ଧିଦେଇପାରେ। ଦୀର୍ଘଦିନରୁ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରି ଖୁସି ହେବେ। ଅର୍ଥସଂକଟ ସଙ୍ଗକୁ ସାମାଜିକ ସ୍ତରରେ...

ରାଶିଫଳ: ମଙ୍ଗଳବାର , ଫେବୃୟାରୀ ୨୮ ତାରିଖ – Daily Horoscope

ମେଷ କଠୋର ଶ୍ରମଜନିତ କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତହେବା ସମ୍ଭାବନା ରହିଛି। ଅଶ୍ୱିନୀ ନକ୍ଷତ୍ର ସକାଶେ ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇ ପାରିବାରିକ ଶାନ୍ତି...

ରାଶିଫଳ: ବୁଧବାର, ଅକ୍ଟୋବର ୧୯ ତାରିଖ – Daily Horoscope

ମେଷ ଏମିତି କେତେକ କାମ ରହିଛି ଯାହାକି ମନ ଚାହୁଁଥିଲେ ମଧ୍ୟ ଆପଣ ସମ୍ପନ୍ନ କରିବାକୁ ଅସମର୍ଥ ହୋଇପଡ଼ିବେ। ପାରିବାରିକ ସ୍ଥିତି ସାଙ୍ଗକୁ କର୍ମକ୍ଷେତ୍ରର ସମସ୍ୟା...

ରାଶିଫଳ: ଶନିବାର, ଜୁଲାଇ ୨୫ ତାରିଖ – Daily Horoscope

ମେଷ ଦାମିନୀ ଯୋଗ ପ୍ରଭାବରୁ ଦୀର୍ଘଦିନରୁ ଆଶା କରିଥିବା ମୂଲ୍ୟବାନ ଦ୍ରବ୍ୟଟି ବନ୍ଧୁଙ୍କ ଜରିଆରେ ପାଇପାରନ୍ତି। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ...

ରାଶିଫଳ: ମଙ୍ଗଳବାର, ଜୁନ୍‍ ୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ଫାଇବା କଷ୍ଟକର ହୋଇପାରେ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ...

Advertisement
Archives

Model This Week