Posted inRasifala

ରାଶିଫଳ: ଗୁରୁବାର, ଡିସେମ୍ବର ୮ ତାରିଖ – Daily Horoscope

ମେଷ
ଆଜି ଅର୍ଥପ୍ରାପ୍ତି କିମ୍ବା କାର୍ଯ୍ୟହାସଲ କରିବା ସକାଶେ କଠୋର ପଦକ୍ଷେପ ନେବାକୁ ପଡ଼ିପାରେ। କୃତ୍ତିକା ନକ୍ଷତ୍ର ସକାଶେ ଆତ୍ମୀୟମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଦୂରଯାତ୍ରା ପାଇଁ ପ୍ରସ୍ତୁତିରେ ସମସ୍ୟା ଓ ପ୍ରତିବନ୍ଧକ ଦେଖା ଦେଇପାରେ। ପ୍ରିୟଜନଙ୍କ ସହିତ ଦୂର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।
ବୃଷ
ବୃଷ
କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ସଫଳତା ହାସଲ କରିବେ। ମୃଗଶିରା ନକ୍ଷତ୍ର ପାଇଁ ଖଳ ଲୋକମାନଙ୍କ ପ୍ରରୋଚନାରେ ଅଶାନ୍ତି ଲାଗିରହିବ। ଆଜିର ଯାତ୍ରା, ପ୍ରକାଶନ, ପ୍ରଶାସନ ଓ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ପରୋକ୍ଷ ଭାବରେ ଶତ୍ରୁତା କରୁଥିବା ବ୍ୟକ୍ତି ବିଶେଷଙ୍କ ନିକଟରୁ ଦୂରେଇ ରହିବା ଭଲ ହେବ।
ମିଥୁନ
ମିଥୁନ
ପରିବାରରେ ଭୁଲ୍‌ବୁଝାମଣା କାରଣରୁ ଟିକିଏ ଟିକିଏ କଥାରେ କଳହ ଲାଗିପାରେ। କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ଦିଗରେ ବନ୍ଧୁ ସାହାଯ୍ୟ କରିବେ। ସନ୍ଧ୍ୟା ସମୟରେ ପୁନର୍ବସୁ ନକ୍ଷତ୍ର ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇପାରନ୍ତି । ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।
କର୍କଟ
କର୍କଟ
ଗ୍ରହସଂଯୋଗବଶତଃ ଅର୍ଥଲାଭ ହେଲେ ମଧ୍ୟ ପାରିବାରିକ କ୍ଷେତ୍ର ବିପଦସଙ୍କୁଳ ହୋଇପାରେ। ଶୁକ୍ରଙ୍କ ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ ଓ ମନୋରଞ୍ଜନପ୍ରିୟ ହେବେ। ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଅଶ୍ଳେଷା ନକ୍ଷତ୍ର ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ।
ସି˚ହ
ସି˚ହ
ଆଜି ସହକର୍ମୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ବିନୟପୂର୍ଣ୍ଣ ବ୍ୟବହାର ସାହାଯ୍ୟ କରିବ। ମଘା ନକ୍ଷତ୍ର ସକାଶେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାର ସୂଚନା ଦେଖାଦେଇପାରେ । ଯେଉଁଜିନିଷ ପାଇବାକୁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ। ତଥାପି ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ।
କନ୍ୟା
ଶୁକ୍ର ସହ ବୁଧଙ୍କ ସଂଯୋଗରୁ କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ। ହସ୍ତା ନକ୍ଷତ୍ରର ଲୋକ ସମ୍ପର୍କ ବୃଦ୍ଧି ପାଇବ ଓ ପ୍ରଶଂସିତ ମଧ୍ୟ ହେବେ। ଆବଶ୍ୟକତା ପୂରଣ କରିବା ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବାକୁ ମନସ୍ଥ କରିବେ । ଦୂରଯାତ୍ରା ସମ୍ପର୍କରେ ଚିନ୍ତାବୃଦ୍ଧି ପାଇବାର ଆଶଙ୍କା ରହିଛି ।
ତୁଳା
ତୁଳା
ପାପଦୃଷ୍ଟ ବୃହସ୍ପତିଜନିତ ନିଜର ଲୋକମାନେ ଈର୍ଷାପରାୟଣ ହୋଇ ଦୂରେଇଯାଇ ପାରନ୍ତି। ଚିତ୍ରା ନକ୍ଷତ୍ର ନୂତନ ଯୋଜନାଟିକୁ ବାସ୍ତବ ରୂପ ଦେବାରେ ସଫଳ ହେବେ। ଆଜିର ଯାତ୍ରା ଶୁଭପ୍ରଦ ହେବ ମାତ୍ର ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। କ୍ରନିକ୍‌ ରୋଗପୀଡ଼ାରେ ସାମୟିକ କଷ୍ଟ ପାଇବାର ସୂଚନା ରହିଛି ।
ବିଛା
ବିଛା
ପ୍ରତିକୂଳ ଗ୍ରହସ୍ଥିତି କାରଣରୁ ଯାହା ଭାବୁଥିବେ କାମ କରିବା ବେଳକୁ ତାହା ଠିକ୍‌ ଓଲଟା ହୋଇଯିବ। ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ସଫଳତା ହାସଲ କରିପାରିବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି। ବିଶାଖା ନକ୍ଷତ୍ରର କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ପାପଗ୍ରହ ମଧ୍ୟସ୍ଥ ବୃହସ୍ପତିଜନିତ ବନ୍ଧୁଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ କରି ହଇରାଣ ହେବେ। ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ଆଶା କରାଯାଇପାରେ । ପୂର୍ବାଷାଢ଼ା ନକ୍ଷତ୍ରର ଉନ୍ନୟନ କାମ ବାଧାପ୍ରାପ୍ତ ହେବା ସୂଚନା ବିଦ୍ୟମାନ । ଶାରୀରିକ ସୁସ୍ଥତା ଫେରିପାଇବେ କିନ୍ତୁ ଶୀଘ୍ର ଚିକିତ୍ସାର ବନ୍ଦୋବସ୍ତ କରିବା ଭଲ ।
ମକର
ମକର
ନିଜ ଲୋକଙ୍କ ସହ ଭୁଲ୍‌ ବୁଝାମଣା ଓ ସନ୍ଦେହଜନିତ ଅଶାନ୍ତି ଭାବନା ସୃଷ୍ଟି ହୋଇପାରେ। ଧନିଷ୍ଠା ନକ୍ଷତ୍ର ଯାତ୍ରା ସମୟରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହେବେ। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ଅର୍ଥସଙ୍କଟକୁ ବନ୍ଧୁ ଜଣେ ସମାଧାନ କରିବାରେ ସଫଳ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ସମୟର ବ୍ୟତିକ୍ରମତା ହେତୁ ମିତ୍ରମାନେ ମଧ୍ୟ ଶତ୍ରୁ ପାଲଟି ଯିବାର ଆଶଙ୍କା ରହିଛି। ଅବଶ୍ୟ ଶତଭିଷା ନକ୍ଷତ୍ରର ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ପରିବାରରେ ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିପାରେ । ଅଧିକ ବୁଲାବୁଲି କାରଣରୁ ଶିରପୀଡ଼ାଜନିତ ଅସୁସ୍ଥତା ଦେଖାଦେବ।
ମୀନମୀନ
ପୂର୍ବଭାଦ୍ରପଦ ନକ୍ଷତ୍ର ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ ସୁଧୁରି ଯିବାରୁ ଆଶ୍ୱସ୍ତିଲାଭ କରିବେ। ସକାଳୁ ସକାଳୁ ଖୁସି ଖବରଟିଏ ପାଇବେ, ଯାହାକି ମନରେ ଉତ୍ସାହ ଭରିଦେବ। ଆଜିର କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେବାରୁ ମାନସିକ ଶାନ୍ତି ବୃଦ୍ଧିପ୍ରାପ୍ତ ହେବ । ରାଜନୈତିକ ସ୍ତରରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri